• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଆ ଭାଷା

ଓଡ଼ିଶା ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉ

July 5, 2015 by News Bureau Leave a Comment

ରୁ ରାଜ୍ୟ ଆବାହକ ଶଙ୍କର ପରିଡାଙ୍କ ପୌରୋହିତ୍ୟରେ କବି ଓ ଅଧିବକ୍ତା ଗଜାନନ ମିଶ୍ର, ମଧୁମିତା ସାମଲ ଓ ସଂଜୀବ ପରିଡା ତ୍ରିମୂର୍ତ୍ତୀଙ୍କ ସହିତ ସହଶ୍ରାଧିକ ଜନତାଙ୍କ ଉପସ୍ଥିତିରେ ଆମରଣ ଅନଶନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ନବକଳେବର ପରିପ୍ରେକ୍ଷୀରେ ଓଡିଆ ଭାଷାର ନବକଳେବର ପାଇଁ ବ୍ରହ୍ମ ବିଭ୍ରାଟ ବିବାଦ ଶେଷ ହୋଇ ନ ଥିବାବେଳେ ଏବେ ସରକାରୀ ସ୍ତରରେ ଶବ୍ଦବ୍ରହ୍ମ ବିଭ୍ରାଟ ଓ ବିଶୃଙ୍ଖଳାକୁ ନେଇ ଦଳମତ ବିଚାରଧାରାର ଉଦ୍ଧ୍ୱର୍ରେ ଏକ ବୃହତ୍ତର ଆନ୍ଦୋଳନ ଦାନା ବାନ୍ଧୁଛି ।

ଆଜି ମହାତ୍ମାଗାନ୍ଧୀ ମାର୍ଗର ଧାରଣା ସ୍ଥଳୀରେ ଓଡିଆ ଭାଷାକୁ ନେଇ ଦାନା ବାନ୍ଧୁଥିବା ଆନେ୍ଦାଳନ ଅନଶନ କାର୍ଯ୍ୟକ୍ରମ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଅତିକ୍ରମ କରିଯାଇଥିଲା । ଭାଷାକୁ ନେଇ ଏକ ଭାବପ୍ରବଣ, ଭାବଗମ୍ଭୀର ଓ ଉତ୍ତେଜକ ପରିବେଶ ସୃଷ୍ଟି ହୋଇଥିଲା ।

ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ ସଂଗଠନ, ରାଜନୈତିକ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସାହିତି୍ୟକ, ସାମ୍ବାଦିକ, ଯୁବକ, ଛାତ୍ର, ଶିକ୍ଷକ, ଶ୍ରମିକ ଓ ମହିଳା ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ବୁଧବାର ସକାଳ ୧୧ଟାରୁ ସରକାରୀ ନିର୍ଦ୍ଦେଶାନାମା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଅନଶନ କାର୍ଯ୍ୟ ଜାରି ରହିବ ବୋଲି ଘୋଷଣା କରାଯାଇଛି ।

ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ବର୍ଷ ଏବଂ ଓଡିଶା ସରକାରୀ ଭାଷା ଅଧିନିୟମ ୧୯୫୪ ଗୃହୀତ ହେବାର ୬୦ବର୍ଷ ଓ ଶାସ୍ତ୍ରୀୟ ମାନ୍ୟତାର ମହାଭାରତୀୟ ମର୍ଯ୍ୟାଦା ପ୍ରାପ୍ତିର ପ୍ରାୟ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡିଆ ଭାଷା ଓଡିଶାରେ ସରକାରୀ ଭାଷା ଭାବରେ କାର୍ଯ୍ୟକାରୀ ହୋଇପାରିନାହିଁ ।

ଅନ୍ୟ ପକ୍ଷରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆହରଣ କରିବାର ୧୫୦ବର୍ଷ ବିତିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଓଡିଶାର ବିଦ୍ୟାଳୟମାନଙ୍କରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତ କରାଗଲା ନାହିଁ । ଅଥଚ ଅନ୍ୟ ଭାଷା ଶିକ୍ଷକ ନିଯୁକ୍ତ କରାଯାଇ ଶୁଦ୍ଧ ଓଡିଆ ଭାଷା ଶିକ୍ଷା ବ୍ୟବସ୍ଥାକୁ ସରକାର ଜାଣିଶୁଣି ଉଚ୍ଛେଦ କରୁଛନ୍ତି ।

ଏ ସମ୍ପର୍କରେ ବାରମ୍ବାର ଦାବି, ଧାରଣା, ଅନଶନ ଆଦି କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେଇ ଆକ୍ରୋଶମୂଳକ ଭାବରେ ୨ ଓ ୩ ଶିକ୍ଷା ବ୍ୟବସ୍ଥାରେ ୪୦ବର୍ଷ ଧରି ଚାଲିଆସୁଥିବା ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚଶିକ୍ଷା ବିଭାଗ ପତ୍ରସଂଖ୍ୟା୧୨୬୪୭/ ୧୨.୬.୨୦୧୫ ଅନୁସାରେ ପ୍ରତ୍ୟାହାର କରି ନେଇଛନ୍ତି ।

ଓଡିଶାର ପ୍ରାକୃତିକ ସମ୍ପତ୍ତିର ଲୁଟପାଇଁ ଓଡିଶା ଶିକ୍ଷାବ୍ୟବସ୍ଥା ଧ୍ୱଂସ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଷା ବଦଳରେ ଉପନିବେଶିକ ଶାସନର ପୁନର୍ସ୍ଥାପନ ପାଇଁ ଇଂରାଜୀ ଭାଷାକୁ ଶିକ୍ଷାର ସବୁ ସ୍ତରରେ ପ୍ରୟୋଗ କରାଯାଉଛି ।

ଯାହାର ଦୃଷ୍ଟାନ୍ତ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ମଡେଲ ସ୍କୁଲ । ଓଡିଶା ସରକାର ଭାରତର ଅନ୍ୟରାଜ୍ୟ ଭଳି ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ବ୍ୟବସ୍ଥା ରାଜ୍ୟଭାଷା ଓଡିଆରେ ନ କରି ଏହି କାମ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଓଡିଶାକୁ ଦେଉଥିବା ପ୍ରଚୁର ଅର୍ଥ ଇଂରାଜୀ ଭାଷାରେ ପାଠ୍ୟପୁସ୍ତକ ରଚନା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଫଳରେ ଓଡିଆ ପିଲା ନିଜ ଭାଷାରେ ଓଡିଶାର ଇତିହାସ ଓ ଭୂଗୋଳ ସହିତ ପରିଚିତ ହେବା ପାଇଁ ଓଡିଆ ଭାଷା ମଧ୍ୟ ସମର୍ଥ ହେବନାହିଁ । ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆଭାଷା କାର୍ଯ୍ୟାଳୟ ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରଶାସନିକ ଅଧିକାରୀ ଗ୍ରହଣ କରୁ ନ ଥିବାରୁ ଓଡିଶାର ଶାସନ, ପ୍ରଶାସନ, ନ୍ୟାୟ, ଚିକିତ୍ସା ଆଦି ସବୁକିଛି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଇଂରାଜୀରେ ଚାଲିଛି ।

ଏପରିକି ଏହିସବୁ କାମପାଇଁ ସରକାରୀ ନିଯୁକ୍ତି ପ୍ରକ୍ରିୟା କେବଳ ଇଂରାଜୀରେ ହେଉଥିବାରୁ ଇଂରାଜୀ ନ ପଢିଲେ ନିଯୁକ୍ତି ନାହିଁ ବୋଲି ସାଧାରଣରେ ଭ୍ରମ ସୃଷ୍ଟି ହେଲାଣି । ଫଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରାଧାନ୍ୟ ବଢି ଚାଲିଥିବା ବେଳେ ସରକାରୀ ବିଦ୍ୟାଳୟରେ ପିଲା ଅଭାବରୁ ୧୦ହଜାର ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇ ଅନ୍ୟ ଏକ ଶିକ୍ଷାମାରଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ।

ଏହିଭଳି ଭାବରେ ଶିଳ୍ପପତିଙ୍କ ସ୍ୱାର୍ଥକୁ ଓଡିଶା ସରକାର ସୁରକ୍ଷା ଦେବାକୁ ଯାଇ ଓଡିଆ ଜାତି ଓ ଭାଷାକୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଓଡିଶା ଓ ଓଡିଶା ବାହାରେ ଥିବା ଛଅ କୋଟି ଓଡିଆଙ୍କ ସ୍ୱାଭିମାନକୁ ପଦାଘାତ କରିଥିବା ଅଭିଯୋଗ ହେଉଛି ।

ବେଆଇନ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଓଡିଆଭାଷା ଓ ଜାତି ଉପରେ କରାଯାଇ ଆସୁଥିବା କ୍ରମାଗତ ଅତ୍ୟାଚାର ବିରୁଦ୍ଧରେ ଦୃଢ ସ୍ୱର ଉତ୍ତୋଳନ କରି ପ୍ରତ୍ୟେକ ଓଡିଆ ମାତୃଭାଷାର ସ୍ପର୍ଦ୍ଧା ଓ ସ୍ୱାଭିମାନ ପାଇଁ ଓଡିଆ ଭାଷା ସଂଗ୍ରାମ ସମିତି ସମଗ୍ର ଓଡିଶାରେ କ୍ରିୟାଶୀଳ ଜନଆନ୍ଦୋଳନ ଭାବରେ ଗଢି ତୋଳି ବାପାଇଁ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳଯାଏ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଓଡିଆ ଭାଷା ସଂଗ୍ରାମ ସମିତି ସୂତ୍ରରୁ ପ୍ରକାଶ ।

ପ୍ରଥମ ଦିନର ଏହି ଆମରଣ ଅନଶନ କାର୍ଯ୍ୟକ୍ରମକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପଦ୍ମଚରଣ ନାୟକ, କୁଳମଣି ଶୁକ୍ଳ, ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ବିଶିଷ୍ଟ ସାହିତି୍ୟକ ଡଃ ଜଗନ୍ନାଥ ପ୍ରସାଦ ଦାସ, “ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପ୍ରାକ୍ତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରାକ୍ତନ ସରକାରୀ ମୁଖ୍ୟ ସଚେତକ ଅଜୟ ଜେନା, ଋତୁପର୍ଣ୍ଣା ମହାନ୍ତି, ଅପର୍ଣ୍ଣା ମହାନ୍ତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ରବି ବେହେରା, ଧନଦାକାନ୍ତ ମିଶ୍ର, ସାମ୍ବାଦିକ ରବି ଦାସ, ପ୍ରଦୋଷ ପଟ୍ଟନାୟକ, ସୁବାସ ପଟ୍ଟନାୟକ, ପ୍ରଦୁ୍ୟମ୍ନ ଶତପଥୀ, ଅଭୟ ସାମନ୍ତରାୟ, ପ୍ରଫେସର ନଟବର ଶତପଥୀ, ଯନ୍ତ୍ରଣା ପରୀକ୍ଷିତ, ପାବକ କାନୁନଗୋ, ଦେବେନ୍ଦ୍ର ପ୍ରସାଦ ଦାସ, କବିତା ପରିଡା, ଅଧ୍ୟାପକ ବିଶ୍ୱରଂଜନ, ହେମନ୍ତ ରଥ, ଉମାକାନ୍ତ ରାଉତ, ଅମିୟ ପାଣ୍ଡବ, କୁଳମଣି ନାୟକ, ପ୍ରୀତି ନାୟକ, ଲେଲିନ କୁମାର, କେଦାର ମିଶ୍ର, ଅର୍ଜୁନ ସାମନ୍ତ ରାୟ, ପ୍ରଦୀପ ପ୍ରଧାନ ପ୍ରମୁଖ ୬୮ଜଣ ବ୍ୟକ୍ତିବିଶେଷ ନିଜନିଜର ମତ ଉପସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାରୁ ସହସ୍ରାଧିକ ସଦସ୍ୟ ଯୋଗ ଦେଇଥିବାବେଳେ ଓଡିଆ ଭାଷା ସଂଗ୍ରାମ ସମିତିର ସମ୍ପାଦକ କାହ୍ନୁଚରଣ ବେହୁରା ଓ ଯୁଗ୍ମ ଆବାହକ ଡଃ ସୁବ୍ରତ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ସଚିକାନ୍ତ ବେହେରା ଓ କାର୍ଯ୍ୟକାରୀ ସମିତି ସଦସ୍ୟ ପଦ୍ମାକର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ ।

ଆଜିକୁ ଚାରିଦିନ ଧରି ଅନଶନ ଅବ୍ୟାହତ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଭାଷା ସଂଗ୍ରାମ ସମିତି ସହିତ କୌଣସି ଯୋଗାଯୋଗ କରାଯାଇନାହିଁ । ଦଳମତ ନିର୍ବିଶେଷରେ ବିପୁଳ ସମର୍ଥନ ମିଳୁଥିବା ଏହି ଆନ୍ଦୋଳନକୁ ସରକାର ଅଣଦେଖା କରିବା ଦୁର୍ଭାଗ୍ୟର ବିଷୟ ।

News Bureau
News Bureau

Filed Under: ରାଜନୀତି Tagged With: ଓଡିଆ ଭାଷା, ସରକାରୀ

ଓଡିଆ ଭାଷାକୁ ମର୍ଯ୍ୟାଦା ଦାବିରେ ଜୁଲାଇ ପହିଲାରୁ ଅନଶନ

June 17, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର,୧୭ ଜୁନ (ଓଡିଶା ଡଟ୍ କମ୍) ଓଡିଆ ଭାଷା କୁ ସରକାରୀ ଭାଷାର ମାନ୍ୟତା ମିଳିଥିଲେ ହେଁ କୌଣସି ସ୍ତର ରେ ଏହା କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ଓଡିଆ ଭାଷାକୁ ପୂର୍ଣ ରାଜଭାଷା ର ମର୍ଯ୍ୟାଦା ଦେବା ଦାବୀ ରେ ବିଶିଷ୍ଟ ଓକିଲ ତଥା ଲେଖକ ଗଜାନନ ମିଶ୍ର ଆସନ୍ତା ଜୁଲାଇ ଏକ ତାରିଖ ରୁ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ।

ଭାଷା ସୁରକ୍ଷା ସମିତି ତରଫରୁ ଗଜାନନଂକ ଏହି ଅନଶନ ରେ ବହୁ ସଂଖ୍ୟାରେ ଭାଷା ଓ ସଂସ୍କୃତି କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ ପୁର୍ବରୁ ମିଶ୍ର ଓଡିଆ ଭାଷାକୁ ନ୍ୟାୟାଳୟର ଭାଷା ଭାବେ ବ୍ୟବହାର କରିବାକୁ ଦାବି କରିଆସୁଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଅଦାଲତର ଭାଷା ଭାବେ ଓଡିଆକୁ ସ୍ଵୀକୃତି ମିଳିସାରିଛି ।

ଓଡିଶା ସରକାର ସବୁ ସ୍ତର ରେ ଓଡିଆ ଭାଷା କୁ ବ୍ୟବହାର କରିବାଲାଗି ଘୋଷଣା ନ କଲେ ସେ ପ୍ରାଣ ବଳି ଦେବାକୁ ପଛାଇବେ ନାହିଁ ବୋଲି ଗଜାନନ ଓଡିଶା ଡଟ କମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ସାହିତ୍ୟ Tagged With: ଅନଶନ, ଓଡିଆ ଭାଷା

‘ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତେ କାର୍ଯ୍ୟକରିବା ଉଚିତ’

June 7, 2015 by admin Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ଜୁନ ୪ (ଓଡିଶା ଡଟ୍ କମ୍):ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି ସମବାୟ ଓ ଅବକାରୀ ମନ୍ତ୍ରୀ ଡ଼ା ଦାମୋଦର ରାଉତ ରବିବାର ସ୍ଥାନୀୟ ଜୟଦେବଭବନ ଠାରେ ଅନୁଷ୍ଠିତ ହୋଇଥିବା ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘର ପଞ୍ଚଦଶତମ ବାର୍ଷିକୋତ୍ସବରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି।

pragatishila lekhaka sammilani o sanmman ustab jayadev bhaban (3)ହୀନମନ୍ୟତା ଓ ପରଶ୍ରୀକାତରତା ଆମକୁ ଗ୍ରାସ କରିଛି । ଉପେନ୍ଦ୍ର ଭଞ୍ଜ ଓ ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ ସୃଷ୍ଟି କରିଥିବା ଭାଷା ଆଜି ବିଲୟ ହେବାକୁ ଯାଉଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୮୦ବର୍ଷ ବିତି ଯାଇଥିଲେ ହେଁ ଓଡ଼ିଆଜାତି ମାଗିଖିଆ ଜାତିରେ ପରିଣତ ହୋଇଛି । ଅତୀତକୁ ପସୋରି ବର୍ତ୍ତମାନର ସମୀକ୍ଷା ନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଅଗ୍ରସର ହେବା ଅନୁଚିତ୍ , ବୋଲି ସେ କହିଛନ୍ତି।

ମାତୃଭାଷାର ସମୃଦ୍ଧି ପାଇଁ ସବୁ ସ୍ତରରେ ଉଦ୍ୟମର ଅଭାବ ରହିଛି । ଏପରିକି ଶାସନରେ ଥିବା ଲୋକମାନେ ଓଡ଼ିଆ ଭାଷା ଜାଣନ୍ତି ନାହିଁ । ଓଡ଼ିଆ ଭାଷାର ଶ୍ରେଷ୍ଠ କୃତୀଗୁଡ଼ିକ ଅନୁବାଦ ହେବାରେ ଅବହେଳା କରାଯାଉଛି । ତେଣୁ ମାତୃଭାଷାର ସମୃଦ୍ଧି ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ରହିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଉତ ଉପରୋକ୍ତ ମତ ଦେଇଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ‘ସମୟ’ର ସଂପାଦକ ସାତକଡ଼ି ହୋତା ଉଦଘାଟକ ରୂପେ ଯୋଗଦେଇ କହିଲେ ଯେ, ସାହିତ୍ୟ ସମାଜର ଦର୍ପଣ ସଦୃଶ । ସାହିତ୍ୟକୁ ଆଗକୁ ନେବା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଏକାନ୍ତ ଅପରିହାର୍ଯ୍ୟ । ଶାରଳା ଦାସ, ଜଗନ୍ନାଥ ଦାସ ଓ ପଞ୍ଚସଖାମାନେ ଯେଉଁ ସାହିତ୍ୟ ସୃଷ୍ଟି କରିଥିଲେ, ତାକୁ ଆଜି ଓଡ଼ିଆମାନେ ଭୁଲିଯିବାକୁ ବସିଲେଣି ।

ସବୁ ମୂଳରେ ହେଉଛି ମାତୃଭାଷା । ମାତୃଭାଷାକୁ ଭୁଲିଗଲେ ଜାତିକୁ ଲୋକେ ଭୁଲଯିବେ ବୋଲି ସେ କହିଥିଲେ । ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ା ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ସାହିତ୍ୟିକ ଓ ଲୋକମାନେ ହେଉଛନ୍ତି ସମାଜର ପ୍ରକୃତି ପ୍ରତିନିଧି । ଭାଷା ହେଉଛି ସାହିତ୍ୟ ସଂସ୍କୃତିର ବାହାକ । ଲେଖକମାନେ ହିଁ ଗୋଟିଏ ଜାତିର ଆଶା ଆକାଂକ୍ଷା ଓ ସ୍ୱପ୍ନକୁ ଭାଷା ମାଧ୍ୟମରେ ପ୍ରକାଶ କରିଥାନ୍ତି ।

ଆଜି ଓଡ଼ିଶାରେ ଓଡ଼ିଆ ଭାଷାର ସର୍ବତ୍ର ବ୍ୟବହାର କମିଯିବା ହେତୁ ଓଡ଼ିଆ ଭାଷା ସଙ୍କଟର ସମ୍ମୁଖୀନ ହେଉଛି । ଦିନ ଥିଲା, ଓଡ଼ିଆ ଭାଷାକୁ ସଙ୍କଟରୁ ରକ୍ଷା କରିବା ପାଇଁ ଫକୀର ମୋହନ, ଗଙ୍ଗାଧର ମେହେର, ରାଧାନାଥ ରାୟ ଓ ଗୌରୀଶଙ୍କର ରାୟଙ୍କ ଭଳି ଲେଖକମାନେ ଭାଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଆଜି ଓଡ଼ିଆ ଭାଷା ସଙ୍କଟର ସମ୍ମୁଖୀନ । ଏହାକୁ ରକ୍ଷା କରିବା ପାଇଁ ଓଡ଼ିଶାରେ ପୁଣି ଭାଷା ଆନ୍ଦୋଳନ ଆରମ୍ଭ ହୋଇଛି ।

ଓଡ଼ିଆ ଭାଷାରେ ପ୍ରଶାସନ, କୋର୍ଟ କଚେରୀ, ଶିକ୍ଷା ଆଦି କ୍ଷେତ୍ରରେ ବ୍ୟାପକ ବ୍ୟବହାର କରିବା ଦାବି କରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଲକ୍ଷେ ପୋଷ୍ଟକାର୍ଡ଼ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି । କଥାରେ, ଲେଖିବାରେ ଓ ପ୍ରଚଳନରେ ଓଡ଼ିଆ ଭାଷା ବଦଳୁଛି । ମାତୃଭାଷା ଯେପର୍ଯ୍ୟନ୍ତ ଜୀବନର ଭାଷା ନ ହୋଇଛି, ସେହି ଭାଷା ବଞ୍ଚିପାରିବ ନାହିଁ ।

ତେଣୁ ସରକାରୀସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ଦାବୀରେ ଅସାନ୍ତା ବିଧାନସଭା ଅଧିବେଶନ କାଳରେ ପାଞ୍ଚ ହଜାର ସାହିତ୍ୟିକ, ଲେଖକ ଓ ସାମ୍ବାଦିକମାନଙ୍କୁ ନେଇ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି
ବୋଲି ଶ୍ରୀ ପରିଡ଼ା କହିଥିଲେ ।

ରାଷ୍ଟ୍ରୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ନୂଆପଡ଼ା ଜିଲ୍ଲାର ବିଜେଡ଼ି ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ମହାସଂଘର ଉପସଭାପତି ଡଃ ବୈରାଗୀ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଂପାଦକ କଣ୍ଡୁରୀ ଚରଣ ଦାସ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ କବି କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ‘ବିଭୂଦତ୍ତ ସ୍ମୃତି ସମ୍ମାନ’, କବି ହାଡ଼ିବନ୍ଧୁ ମହାଖୁଡ଼ଙ୍କୁ ‘ଏକାଦଶୀ ପ୍ରସାଦ ବୋଇତାଇ ସ୍ମୃତି ସମ୍ମାନ’, କବି ରାମଲାଲ ପଣ୍ଡାଙ୍କୁ ‘ନରସିଂହ ନନ୍ଦ ସ୍ମୃତି ସମ୍ମାନ’, କବି ଅଧ୍ୟାପିକା ସୌଦାମିନୀ ବେହେରାଙ୍କୁ ‘କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକ ସ୍ମୃତି ସମ୍ମାନ’ ଓ ‘ଆପ୍ଟେକ୍’ର ପରିଚାଳନା ନିର୍ଦ୍ଦେଶକ ଶୁକଦେବ ପରିଡ଼ାଙ୍କୁ ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା ।

ଦୈନିକ ଊର୍ଦ୍ଧୁ ସମ୍ବାଦପତ୍ର ‘ଅଖ୍ବାରନାମା’ର ସାମ୍ବାଦିକ ଶେଖ୍ ରିୟାଜ୍ ମହମ୍ମଦଙ୍କୁ ‘ନାରଦ ସମ୍ମାନ’, ହୃଦୟକୃଷ୍ଣ ସାମନ୍ତରାୟଙ୍କୁ ‘ଗୋପବନ୍ଧୁ ସେବା ସମ୍ମାନ’, ଡଃ. ନୀଳାଦ୍ରି ବିହାରୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପରିବେଶବିତ ସମ୍ମାନ’, ସନ୍ତୋଷ କୁମାର ନାୟକଙ୍କୁ ‘ଯୁବ ପ୍ରତିଭା ସମ୍ମାନ’, ପ୍ରଭାକର ମହାପାତ୍ରଙ୍କୁ ‘ଜ୍ୟୋତିର୍ବିଦ୍ ପଠାଣି ସାମନ୍ତ ସମ୍ମାନ’, କବି ଜୟକୃଷ୍ଣ ସାହୁ, ଶମ୍ଭୁନାଥ ଦାଶ, ଦାମୋଦର ସେନାପତି, ସୁରେନ୍ଦ୍ର କୁମାର ଜେନା, ଦିଲୀପ କୁମାର ତ୍ରିପାଠୀ, ସନତ କୁମାର ଭୋଇ, ଶଙ୍କର୍ଷଣ ସ୍ୱାଇଁ, ଡଃ ଚିତ୍ତରଂଜନ ଭୋଇ ଓ କୁମାରୀ ସୃଜନା ସୌରଭା ପ୍ରମୁଖ ୨୦ଜଣଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ମୁଖ୍ୟଅତିଥି ମନ୍ତ୍ରୀ ଡା. ରାଉତ ସମ୍ବର୍ଦ୍ଧିତ କରିଥିଲେ ।

ଲେଖକ ମହାସଂଘ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯିବା ସହିତ ଶରତ ଚନ୍ଦ୍ର ସାମନ୍ତଙ୍କ ‘ଅପଶ୍ରୁତି ମୁହୂର୍ତ୍ତ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ଲଳିତକଳା ପୀଠର ନୃତ୍ୟଗୁରୁ ମମତା ଶତପଥୀଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ଓ ଫୋକ୍ ଡ୍ୟାନ୍ସ ପରିବେଷଣ କରାଯାଇଥିବା ବେଳେ ଶ୍ରୀତମ୍ ଦାସଙ୍କ ଆଧୁନିକ ନୃତ୍ୟ ପରିବେଷଣ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।

କବି ପର୍ଶୁରାମ ଦ୍ୱିବେଦୀ ଓ ମନୋରଂଜନ ନନ୍ଦଙ୍କ ଆବାହକତ୍ୱରେ ଏହି କବିତା ପାଠୋତ୍ସବରେ ଚମକଚାନ୍ଦିନୀ ଦାଶ, ସୂର୍ଯ୍ୟ ମହାନ୍ତି, ମିନତୀ ମିଶ୍ର, ବାମଦେବ ସ୍ୱାଇଁ ଓ ଗୋଲକ ବିହାରୀ ନାୟକ ସଂଯୋଜନା କରିଥିଲେ । ଏଥିରେ ୫୨ଜଣ କବି ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: ଓଡିଆ ଭାଷା, ଲେଖକ, ସାହିତ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ