• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଆ

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

November 7, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି।

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।NASA Tech Brief Awards

ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି ।

ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି।

ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ।

ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ ।

ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି ।  ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା, ସୂଚନା ପ୍ରଯୁକ୍ତି Tagged With: ଓଡିଆ, ପୁରସ୍କାର, ବୈଷୟିକ କୌଶଳ, ଯୁକ୍ତରାଷ୍ଟ୍ର ଆମେରିକା

ଘରେ ପହଞ୍ଚିଲେ ଲିବିୟାରେ ଅପହୃତ ଓଡିଆ ଇଞ୍ଜିନିୟର

October 2, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅକ୍ଟୋବର ୨ (ଓଡିଶା ଡଟ କମ) ଲିବିୟାରେ ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ଓଡିଆ ଇଞ୍ଜିନିୟର ପ୍ରଭାତ ସାମଲ ସେମାନଙ୍କ କବଳରୁ ମୁକ୍ତ ହେବା ପରେ ଶୁକ୍ରବାର ନିଜ ରାଜ୍ୟ ଓଡିଶା  ଫେରିଛନ୍ତି ।

Pravasଗୁରୁବାର ସେ ଦିଲ୍ଲୀରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିଲା ପରେ ଗଣମାଧ୍ୟମ ଆଗରେ ଅପହରଣ ସମୟର ଅନୁଭୂତି ବର୍ଣ୍ଣନା କରି କିପରି ଓ କାହିଁକି ସେହି ଆତଙ୍କବାଦୀ ସଂସ୍ଥା ଅପହରଣ କରିଥିଲେ ଓ କିଭଳି ସେ ମୁକ୍ତି ପାଇଲେ, ସେ ସବୁ ଲୋମହର୍ଷଣ କଥା ବର୍ଣନା କରିଥିଲେ  ।

ତାଙ୍କ ମୁକ୍ତି ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନଧରି ପ୍ରଭାସଙ୍କ ମୁକ୍ତି ନେଇ ଆଶଙ୍କା ଲାଗି ରହିଥିଲା । ଆତଙ୍କବାଦୀ ମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସେ ତାଙ୍କ ଭାଉଜଙ୍କୁ ପ୍ରଥମେ ଫୋନ୍‌ ଯୋଗେ ଜଣାଇଥିଲେ ।

କିନ୍ତୁ ତାପରେ ଆଉ ଫୋନ୍‌ ଯୋଗେ ତାଙ୍କ ସହିତ ଓଡିଶାରେ ରହୁଥିବା ତାଙ୍କ ସମ୍ପର୍କୀୟ ମାନେ ଫୋନ୍‌ ଯୋଗେ ଯୋଗାଯୋଗ କରିପାରିନଥିଲେ । ତେଣୁ ସେ ମୂକ୍ତ ହୋଇଛନ୍ତି କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ସେ ଭାରତରେ ପହଞ୍ଚିବାପରେ ତାଙ୍କ ପରିବାର ଲୋକେ ଆଶ୍ଵସ୍ଥ ହୋଇଛନ୍ତି । କେନ୍ଦ୍ରାପଡା କାରିଲୋପାଟଣା ଗ୍ରାମରେ ପ୍ରଭାସ ସାମଲଙ୍କ ଘର ।

ଦୂରଦର୍ଶନକୁ ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ ସେପ୍ଟେମ୍ବର ୭ ତାରିଖରେ କିଛି ବ୍ୟକ୍ତି ତାଙ୍କୁ ଓ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତିଙ୍କ ସମେତ ଦୁଇଜଣ ବିଦେଶୀଙ୍କୁ ଆଖିରେ କଳାପଟି ବାନ୍ଧି ଅପହରଣ କରିନେଇଥିଲେ ।

ପ୍ରାୟ ଦଶ ଦିନ ପରେ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଫଳରେ ସେ ସୌଭାଗ୍ୟକ୍ରମେ ମୁକୁଳି ପାରିଥିଲେ । ” ଯଦି ରଖେ ହରି ମାରେ କିଏ” ଭୁବନେଶ୍ଵର ରେ ପହଞ୍ଚିବା ପରେ ସେ କହିଛନ୍ତି ।  ନିଜ ମୁକ୍ତିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏଃ ପୂର୍ବରୁ ପ୍ରଭାସ ଦିଲ୍ଲୀ ପହଞ୍ଚିବା ଖବର ବିଜୁଳି ବେଗରେ ପ୍ରଚାର ହେବା ପରେ ତାଙ୍କ ଗ୍ରାମ କାରିଲୋପାଟଣାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା । ପରିବାରଲୋକେ ସ୍ଥାନୀୟ ମନ୍ଦିରରେ ପୂଜାର୍ଚନା କରିବା ସହ ନିଜ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ମିଠା ବାଣ୍ଟିଥିଲେ ।

ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ଏକ ହସ୍‌ପିଟାଲରେ କାର୍ଯ୍ୟ କରୁଛନ୍ତି ସେଠାରେ ଏବେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଅପହୃତ, ଇଞ୍ଜିନିୟର, ଓଡିଆ, ଲିବିୟା

ଅପହୃତ ଓଡିଆ ଯୁବକ ସର୍ତ୍ତମୂଳକ ମୁକ୍ତି ପାଇଥିବା ପରିବାରର ସୂଚନା

September 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ରାଉରକେଲା, ସେପ୍ଟେମ୍ବର ୧୮ (ଓଡିଶା ଡଟ କମ) ପ୍ରାୟ ଦୁଇ ସପ୍ତାହ ତଳେ ଲିବିଆର ସିର୍ତ୍ତେ ସହରରେ ଆଇଏସ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ହୋଇଥିବା ଓଡିଆ ଯୁବକ ପ୍ରଭାସ ରାଉଳଙ୍କୁ ଅପହରଣକାରୀ ମୁକ୍ତ କରିଥିବା ରାଉରକେଲାରେ ରହୁଥିବା ତାଙ୍କ ଭାଉଜ ଶୁକ୍ରବାର ସୂଚନା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି କୋସନାମଙ୍କ ସହ ଉକ୍ତସହରର ଏକ ଘରୋଇ ଡାକ୍ତରଖାନାରେ ପରୀକ୍ଷାଗାର ସହାୟକ ଭାବେ କାମକରୁଥିବା କେନ୍ଦ୍ରାପଡା ଜିଲ୍ଲାର ରାଉଳଙ୍କୁ ଆତଙ୍କବାଦୀ ମାନେ ସେପ୍ଟେମ୍ବର ୫ ତାରିଖରେ ଅପହରଣ କରିନେଇଥିଲେ ।

ଦେଶର ବୈଦେଶିକ ମନ୍ତ୍ରାଳୟ ଏହା ପ୍ରକାଶ କରିବା ପରେ ତାଙ୍କୁ ମୁକୁଳାଇବା ପାଇଁ ତାଙ୍କ ପରିବାର ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଲିଖିତ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ବୈଦେଶିକ ମନ୍ତ୍ରାଳୟ ସହିତ ଆଲୋଚନା କରିବା ପାଇଁ ଦିଲ୍ଲୀ ସ୍ଥିତ ଆବାସିକ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗୁରୁବାର ଅପରାହ୍ନ ସମୟରେ ରାଉଳ ଫୋନକରି ଆତଙ୍କବାଦୀମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସମ୍ପର୍କରେ ସୂଚନା ଦେଇଥିବା ତାଙ୍କ ଭାଉଜ ମାନସୀ ନାୟକ କହିଛନ୍ତି ।

ଆତଙ୍କବାଦୀମାନେ ରଖିଥିବା ସର୍ତ୍ତ ଅନୁସାରେ ପ୍ରଭାସ ଲିବିଆରେ ଯେଉଁ ଡାକ୍ତରଖାନାରେ  କାମ କରୁଛନ୍ତି ସେଇଠି ହିଁ ରହି କାମକରିବେ । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ତାଙ୍କ ମୁକ୍ତି ନେଇ କୌଣସି ସୂଚନା ପାଇନଥିବା ପ୍ରକାଶ କରିଛନ୍ତି ।

ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ରହି କାର୍ଯ୍ୟ କରୁଛନ୍ତି ।ସେଠାରେ ଅଶାନ୍ତ ପରିସ୍ଥିତି ଲାଗିରହିଥିବାରୁ ଯେ ପର୍ଯ୍ୟନ୍ତ ସେ ସୁରକ୍ଷିତ ଭାବେ ଗୃହକୁ ପ୍ରତ୍ୟାବର୍ତ୍ତନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଆଶଙ୍କା ଭିତରେ ରହିବୁ ବୋଲି ପ୍ରଭାସଙ୍କ ସମ୍ପର୍କୀୟ ବିଭୁପ୍ରସାଦ ନାୟକ କହିଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଅପହୃତ, ଓଡିଆ, ଯୁବକ, ଲିବିଆ

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ବର,ମଇ ୨୫ (ଓଡିଶା ଡଟ କମ) : ରାଜ୍ୟ ବିଧାନସଭାରେ ଆଗତ ହେବାକୁ ଥିବା ସବୁ ବିଲ୍, ଅଧ୍ୟାଦେଶ, ନିୟମାବଳୀ ଓ ସଂଶୋଧନ ଇତ୍ୟାଦି ସହ ବର୍ତ୍ତମାନ ପ୍ରଚଳିତ ସବୁ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ନିୟମାବଳୀ ର ଓଡିଆ ଅନୁବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅନୁବାଦ ପାଇଁ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଏହି କାର୍ଯ୍ୟକୁ ସମୟବଦ୍ଧ ଭାବରେ ସାରିବା ପାଇଁ କହିଥିଲେ।

law-booksଏଥିପାଇଁ ବିଧି ବିଭାଗ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହା ଦ୍ଵାରା ସାଧାରଣ ଲୋକଙ୍କ ଆଇନ ସଚେତନତାର ବୃଦ୍ଧି ଘଟିବ ।

ସୋମବାରେ ସଚିବାଳୟରେ ଆଇନ ବିଭାଗର କାର୍ଯ୍ୟସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ପଞ୍ଚାୟତରେ ଆଇନ ସହାୟତା କେନ୍ଦ୍ର ଖୋଲାଯିବ ।

ସେହିପରି ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୱାକଫ୍ ବୋଡ, ହଜ କମିଟି, ସର୍ଭେ କମିଶନର ଏବଂ ତାଲିକା ପେନସନ ଆଦି ସମଗ୍ର ୱାକଫ୍ ପ୍ରଶାସନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଅଧୀନରେ ଏଣିକି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆଇନ କମିଶନର ବିଚାର ପୂର୍ବରୁ ରାଜ୍ୟର ସମସ୍ତ ଅବ୍ୟବହୃତ ଓ ପୁରୁଣା କାଳିଆ ଆଇନର ତର୍ଜମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ଏବଂ ଏହାକୁ ବାଦ ଦେବା ବା ଏଥିରେ ପରିବହନ କରିବା ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରାଯିବାସହ ଦୋଷୀ କୁ ଯେପରି ଶୀଘ୍ର ଦଣ୍ଡ ମିଳେ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ଏଥିପାଇଁ ସ୍ଵତନ୍ତ୍ର ଓକିଲ ନିଯୁକ୍ତି କରିବା ସହିତ ଏସବୁ ମକୋଦ୍ଦମାର ତାଲିକା ପ୍ରସ୍ତୁତ କରି ଗୃହ ବିଭାଗ ଓ ଆଇନ ବିଭଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପଞ୍ଚାୟତ ବିଭାଗର ସଚିବ,ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଏବଂ ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଡଟ କମ

News Bureau
News Bureau

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆ, ପଞ୍ଚାୟତ, ବିଧାନସଭା, ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଅର୍ନ୍ତଜାତୀୟ କାନ୍ସ ଚଳଚିତ୍ର ଉତ୍ସବରେ ବହୁ ଓଡିଆ

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କାନସ ( ଫ୍ରାନସ), ମଇ ୨୨ (ଓଡିଶା ଡଟ କମ) ଫ୍ରାନସର କାନସ ସହରରେ ମଇ ୧୩ରେ ଆରମ୍ଭ ହୋଇଥିବା ବିଶ୍ଵର ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଚଳିତ ବର୍ଷ ଓଡିଶାରୁ ଅତିକମରେ ପାଞ୍ଚ ଜଣ କଳାକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଅଂଶ ଗ୍ରହଣ କରି ବିଭିନ୍ନ ଚଳଚିତ୍ର ମାନଙ୍କର ପ୍ରଚାର ପ୍ରସାର କରି ରାଜ୍ୟର ଗୌରବ ବଢାଇଛନ୍ତି ।

film festival
ଉତ୍ସବର ଏକ ଅନ୍ତରଙ୍ଗ ମୁହୂର୍ତରେ ନୀଳ ମାଧବ ପଣ୍ଡା, ନନ୍ଦିତା ଦାସ ଓ ଜିତେନ୍ଦ୍ର ମିଶ୍ର

ଏହି ମହୋତ୍ସବରେ ଯେଉଁମାନେ ଯୋଗ ଦେଇଛନ୍ତି ସେମାନେ ହେଲେ ପ୍ରସିଦ୍ଧ ଅଭିନେତ୍ରୀ ନନ୍ଦିତା ଦାସ, ଆଇ ଏମ କଲାମର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା, ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, କାଦମ୍ବିନୀ ମେଡିଆର ଦ୍ଵିତୀ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଓ ଓଡିଆ ଚଳଚିତ୍ର ଜିଅନ୍ତା ଭୁତର ପ୍ରଯୋଜକ ତଥା ନିର୍ମାତା ଅକ୍ଷୟ ପରିଜା ।

ହିମାଂଶୁ ଖଟୁଆଙ୍କ ଦ୍ଵାରା ନିର୍ଦ୍ଦେଶିତ ତଥା କାଦମ୍ବିନୀ ମେଡିଆଦ୍ଵାରା ପ୍ରଯୋଜିତ ଓଡିଆ ଚଳଚିତ୍ର କ୍ରାନ୍ତିଧାରା ମଇ ଅଠର ତାରିଖ ଦିନ ମହୋତ୍ସବରେ ମାର୍କେଟ ସ୍କ୍ରିନିଙ୍ଗ ବିଭାଗରେ ପ୍ରଦର୍ଶିତ ହୋଇଥିଲା ।

୬୮ତମ  ଅର୍ନ୍ତଜାତୀୟ କାନ୍ସ ଚଳଚିତ୍ର ମହୋତ୍ସବ ମଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ, ମନୋରଞ୍ଜନ Tagged With: ଓଡିଆ, କାନସ ଚଳଚିତ୍ର ମହୋତ୍ସବ, ଜିତେନ୍ଦ୍ର ମିଶ୍ର, ନୀଳ ମାଧବ ପଣ୍ଡା

ନେପାଳରେ ଓଡିଶାର ସମସ୍ତ ୪୪୫ ଜଣ ସୁରକ୍ଷିତ

April 30, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୩୦ (ଓଡିଶା ଡଟ କମ) ଭୂକମ୍ପ ପ୍ରଭାବିତ ନେପାଳରେ ରହୁଥିବା ଅଥବା ସେଠାକୁ ବୁଲିବାକୁ ଯାଇଥିବା ଓଡିଶାର ପ୍ରାୟ ସମସ୍ତ ୪୪୫ ଜଣ ବ୍ୟକ୍ତି ସୁରକ୍ଷିତ ଥିବାର ସୂଚନା ମିଳିଥିବା ସ୍ଵତନ୍ତ୍ର ରାଜସ୍ଵ କମିଶନର ପ୍ରଦୀପ୍ତ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ୩୦ ଜଣ ଦେଶକୁ ଅଥବା ରାଜ୍ୟକୁ ଫେରିଆସିଥିବା ସେ କହିଛନ୍ତି । କାଠମାଣ୍ଡୁ ବିମାନବନ୍ଦର ରେ ବ୍ୟାପକ ଭିଡ ଥିବାରୁ କେତେକ ବ୍ୟକ୍ତି ସଡକ ମାର୍ଗରେ ପ୍ରତ୍ୟାବର୍ତନ କରିଥିବା ସେ କହିଛନ୍ତି ।

କେନ୍ଦ୍ରାପଡାରୁ ସର୍ବାଧିକ ୩୭୬ ଜଣ ନେପାଳରେ ଭୂମିକମ୍ପ ସମୟରେ ଥିବା ସୂଚନା ମିଳିଥିବା ବେଳେ, ବଲାଙ୍ଗିର, ଖୋର୍ଦ୍ଧା, କେନ୍ଦୁଝର, ନବରଙ୍ଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ଯଥାକ୍ରମେ ୩, ୯, ୪୮, ୧, ଓ ୮ ଜଣ ଥିବା ସୂଚନା ମିଳିଛି ।

ଏହା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୧୮ ଜଣ, ବଲାଙ୍ଗିରର ୮, ନବରଙ୍ଗପୁରର ୧, ଏବଂ ଅନ୍ୟ ଜିଲ୍ଲାର ଆଠ ଜଣ ପ୍ରତ୍ୟାବର୍ତ୍ତନ କରିଥିବା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ସୂଚନା ଦେଇଥିବା ସେ କହିଛନ୍ତି ।

News Bureau
News Bureau

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ଓଡିଶା, ନେପାଳ, ଭୂମିକମ୍ପ

ନେପାଳରେ ରହୁଥିବା ଓଡିଆଙ୍କ ପାଇଁ ହେଲ୍ପ ଲାଇନ

April 28, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ଭୂକମ୍ପ ପିଡୀତ ନେପାଳରେ ରହୁଥିବା ଓଡିଆଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟସରକାର ଦିଲ୍ଲୀରେ ଏକ ହେଲ୍ପଲାଇନ ଆରମ୍ଭ କରିବା ସହ ବିମାନ ବନ୍ଦରର ତିନି ନମ୍ବର ଟର୍ମିନାଲରେ ଏକ ହେଲ୍ପ ଡେସ୍କ ଆରମ୍ଭ କରିଛନ୍ତି ।

ସରକାରଙ୍କ ମୁଖ୍ୟ ରେସିଡେଣ୍ଟ କମିଶନରଙ୍କ କାର୍ୟାଳୟରେ ଆରମ୍ଭ କରାଯାଇଥିବା ଏହି ହେଲ୍ପଲାଇନର ନମ୍ବର ହେଲା ୦୧୧-୨୪୬୭୯୨୦୧ , ପିବିଏକ୍ସ ଏକ୍ସଟେନସନ -୦୪ ଓ ମୋବାଇଲ ନମ୍ବର ହେଲା ୦୭୮୦୩୮୫୦୦୦୫ ।

ନେପାଳରେ ଥିବା ଓଡିଆ ମାନଙ୍କୁ ଘରକୁ ସୁରକ୍ଷିତ ଫେରାଇଆଣିବା ପାଇଁ ସରକାରଙ୍କ ମୁଖ୍ୟ ରେସିଡେଣ୍ଟ କମିଶନର ସେଠାକାର କତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିଥିବା, ସ୍ପେଶାଲ ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର ଏକ ବିବୃତି ରେ ଜଣାଇଛନ୍ତି ।

ଏୟାରପୋର୍ଟ ନିକଟରେ ଥିବା ଓଡିଶା ସଦନରେ ଦଶଟି କୋଠରି ରିଜର୍ଭ ରଖା ଯାଇଥିବା ବେଳେ ରେଳ କତ୍ତୃପକ୍ଷଙ୍କୁ ବିମାନ ବନ୍ଦରରେ ଏକ ସହାୟତା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରାଯାଇଛି ।

ନେପାଳରୁ ଆଠଜଣ ଓଡିଆ ସୁରକ୍ଷିତ ଭାବେ ସୋମବାର ନୂଆ ଦିଲ୍ଲୀ ରେ ପହଞ୍ଚିଥିବା ବେଳେ ସମସ୍ତେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି ।

ସରକାରଙ୍କୁ ମିଳିଥିବା ସୂଚନା ଅନୁସାରେ ନେପାଳରେ କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ୩୩୫ ଜଣ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅରୁତମଣୋହୀ ଗ୍ରାମର ବୁଲୁ କୁମାର ସେଠୀ, କ୍ଷୀରୋଦ ବେହେରା, ମନୋଜ ବେହେରା ଓ ବଡାଙ୍କୋ ଗାଁର ମମତା ବେହେରା ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।

ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାର ବିଧୁଭୂଷଣ ମହାପାତ୍ର, ପ୍ର୍ଜ୍ଞା ପାରମିତା ଗୁରୁ ଓ ଅଦ୍ରିକା ମହାପାତ୍ର ଭୂମିକମ୍ପ ଦ୍ଵାରା ପ୍ରଭାବିତ ହୋଇ ଏଟିମୋର, ଲାଳିପୁର ନେପାଳରେ ଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇ ଭାରତରୁ ପଠାଯାଇଥିବା ସାହାଯ୍ୟକୁ ଅପେକ୍ଷା କରିଛନ୍ତି ।

ସେହିପରି ଝାରସୁଗୁଡାରେ ଥିବା ରାଜ୍ୟ ଆର୍ମଡ ପୁଲିସ ବେଟାଲିୟନରେ କାର୍ଯ୍ୟରତ ନେପାଳର ୯୦୦ କର୍ମଚାରୀଙ୍କ ମଧ୍ୟରୁ ଦଶ ଜଣ ନିଜ ଘରକୁ ଯାଇଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଥିବା ଖବର ମିଳିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ନେପାଳ, ଭୂକମ୍ପ ପିଡୀତ, ସରକାର, ହେଲ୍ପଲାଇନ ନମ୍ବର

ଓଡିଆ ନିଉଜ ଚ୍ୟାନେଲର ବୁମ ଟାଇମ

April 26, 2015 by News Bureau Leave a Comment

କେଦାର ମିଶ୍ର

ଏପ୍ରିଲ୍‍ ଖରାର ତାତି ଯେତିକି ବଢ଼ୁଛି ରାଜଧାନୀ ଭୁବନେଶ୍ୱରରେ ମିଡିଆ ବଜାର ସେତିକି ସର୍‍ଗରମ୍‍ ହୋଇ ଉଠୁଛି । ଏଇ ଅଳ୍ପ କେଇମାସ ଭିତରେ ଇଲେକ୍‍ଟ୍ରୋନିକ୍ସ ମିଡିଆରେ ଏତେ ଅଧିକ ହଲ୍‍ଚଲ୍‍ ଦେଖା ଦେଇଛି ଯେ ତାକୁ ନେଇ ଗୋଟେ ବହି ଲେଖା ଯାଇପାରିବ ।

kalinga naxatra-logo otv zee୯୦ ଦଶକ ପର୍ଯ୍ୟନ୍ତ ଓଡିଆ ଦୂରଦର୍ଶନ ଓ ଆକାଶବାଣୀର ସମ୍ବାଦକୁ ଆମେ ଦୈବବାଣୀ ବୋଲି ଭାବୁଥିଲୁ । ଯତୀନ୍‍ ଦାସ୍‍ କିମ୍ବା ଉପେନ୍ଦ୍ର କୁମାର ପାହାଡାସିଂଙ୍କ ଗୁରୁଗମ୍ଭୀର ସ୍ୱରରେ ଯେଉଁ ଖବର ରେଡିଓରୁ ଭାସି ଆସୁଥିଲା ତାହା ଥିଲା ଆମ ପାଇଁ ତ୍ୱରିତ ଖବର ପାଇବାର ଏକମାତ୍ର ମାଧ୍ୟମ । ତେବେ ସେ ଶୂନ୍ୟବାଣୀର ପରମ୍ପରା ୯୦ ଦଶକ ବେଳକୁ ନବକଳେବର ଗ୍ରହଣ କଲା ।

ପ୍ରଥମେ ରାମୋଜୀ ରାଓ ଘରୋଇ ଟିଭି ଚ୍ୟାନେଲ ଓଡିଆ ସମ୍ବାଦ ପ୍ରସାରଣ ଜଗତକୁ ପ୍ରବେଶ କଲେ । ୯୦ ଦଶକରେ ‘ଇ’ ଟିଭି ବ୍ୟାବସାୟିକ ଖବର ପ୍ରସାରଣର ଏକ ନୂଆ ଧାରା ଓ ଶୈଳୀ ତିଆରି କଲା । ଦୂର୍ଭାଗ୍ୟ କ୍ରମେ ‘ଇ’ ଟିଭିର ସେଇ ଧାରା ଓ ଶୈଳୀ ଆଜି ପର୍ଯ୍ୟନ୍ତ ଇଲେକ୍‍ଟ୍ରୋନିକ୍ସ ଗଣମାଧ୍ୟମର ମାର୍ଗ ଦର୍ଶକ ହୋଇ ରହିଛି । ଇତିମଧ୍ୟରେ ଓଡିଆ ଟିଭି ଚ୍ୟାନେଲ୍‍ର ସଂଖ୍ୟା ବଢ଼ିଛି ହେଲେ ଖବର ପ୍ରସାରଣ ଓ ବିଶ୍ଲେଷଣର ଶୈଳୀ ଯେମିତିକି ସେମିତି ରହିଛି ।

ଗତ କିଛି ବର୍ଷ ଭିତରେ ରାଜ୍ୟରେ ଅନେକ ଟିଭି ଚ୍ୟାନେଲ ଆତ୍ମପ୍ରକାଶ କରିଛି । ବଡ ବଡ ବ୍ୟବସାୟୀକ ସଂସ୍ଥା ମେଡିଆର ଏହି ଗ୍ଲେମର ଦୁନିଆଁରେ ପାଦଥାପିଛନ୍ତି ଅଥବା ପାଦ ଥାପିବାକୁ ଯାଉଛନ୍ତି ।ପୂର୍ବରୁ ଶିକ୍ଷା ବ୍ୟବସାୟରେ ଜଡିତ କୌସ୍ତୁଭ ଗ୍ରୁପ୍‍ର ମାଲିକ ନକ୍ଷତ୍ର ଟିଭି ପ୍ରତିଷ୍ଠା କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନର ମନୋଜ ନାୟକ ନିକଟରେ ନିଉଜ୍‍ ୭ ଆରମ୍ଭ କରିଛନ୍ତି ।

କିଟ୍‍ ଓ କିସ ର ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କଳିଙ୍ଗ ଟିଭି ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରୁ ଏହାର ସ୍ଵାଭାବିକ ପ୍ରସାରଣ ଆରମ୍ଭ ହେବ । ସେହିପରି ଖଣି ବ୍ୟବସାୟିକ ସଂସ୍ଥା ସିରାଜ୍‍ଉଦ୍ଧିନ୍‍ ଏଣ୍ଡକୋ ପ୍ରଥମେ ଖବରକାଗଜ ଓ ପରବର୍ତ୍ତୀ ସମୟରେ ଟିଭି ଚ୍ୟାନେଲ୍‍ ବ୍ୟବସାୟରେ ପ୍ରବେଶ କରିବେ ବୋଲି ଶୁଣାଯାଉଛି ।

ଦୁଇଟି ବ୍ୟବସାୟିକ ସଂସ୍ଥା ଇତିମଧ୍ୟରେ ଚଳ ଚଞ୍ଚଳ ହୋଇ ସାରିଛନ୍ତି । ଜିନ୍ଦଲ ଗ୍ରୁପ୍‍ର ଫୋକସ୍‍ ଟିଭି ଓ ଜୀ ଗ୍ରୁପ୍‍ର ଜୀ କଳିଙ୍ଗ ଏବେ ପ୍ରସାରିତ ହେଉଛି ।

ଏହା ପୂର୍ବରୁ ଚିଟ ଫଣ୍ଡ ଦୁର୍ନୀତିରେ ଫସିଥିବା ସି ସୋର ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏସ୍‍ ଟିଭି ବନ୍ଦ ହୋଇଯାଇଥିବା ବେଳେ କାମୟାବ୍‍ ଟିଭି ଦରମଲା ଅବସ୍ଥାରେ ବଞ୍ଚିରହିଛି । ଏମ୍‍ବିସି ଟିଭି ଚିଟ୍‍ଫଣ୍ଡର କାଳିମା ସତ୍ତ୍ୱେ ନିଜର ସ୍ଥିତି ବଜାୟ ରଖିଛି ।

କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରି ଟେଲିଭିଜନ୍‍ ଚ୍ୟାନେଲ୍‍ ବସାଇବାର ସ୍ୱପ୍ନ ପଛରେ ବ୍ୟାବସାୟିକ ଲାଭର ସମ୍ଭାବନା ରହିଛି କି ? ଏ ପ୍ରଶ୍ନ ଅବାନ୍ତର । ଓଡିଆରେ ଚାଲୁଥିବା କେବଳ ‘ଓ’ ଟିଭିକୁ ବାଦ୍‍ ଦେଲେ ଆଉ କୌଣସି ଚ୍ୟାନେଲ୍‍ ଲାଭ କରୁଥିବାର ରେକର୍ଡ ନାହିଁ ।

ଆପାତତଃ ଟିଭି ଚ୍ୟାନେଲ୍‍ ହେଉଛି ପ୍ରାରମ୍ଭିକ ଭାବରେ ନିଶ୍ଚିତ କ୍ଷତି ସହିବାର ଏକ ମାଧ୍ୟମ । କ୍ଷତିରେ ଚାଲୁଥିବା ସତ୍ତ୍ୱେ ଟିଭି ଚ୍ୟାନେଲ୍‍ ବସାଇବାକୁ ଏପ୍ରକାର ଅହେତୁକ ଆଗ୍ରହର କାରଣ କଣ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି ।

ଗଣମାଧ୍ୟମରେ ପ୍ରତିଯୋଗିତା ଏକ ଶୁଭ ସୂଚନା । ପ୍ରତିଯୋଗିତା ମାଧ୍ୟମରେ ହିଁ ଖବରର ମାନ, ନିରପେକ୍ଷତା ଓ ପ୍ରଭାବ ବଢ଼ିଥାଏ । ନୂଆ ଶୈଳୀ ତଥା ବିଚାରଧାରା ଆସିଥାଏ । ତେବେ ଗତ କେତେ ବର୍ଷର ଟେଲିଭିଜନ୍‍ ଅନୁଭୂତିରୁ କହି ହେବ ଯେ ଖବର ପ୍ରସାରଣର ଶୈଳୀ ଓଡିଆ ଦର୍ଶକଙ୍କ ବ୍ୟାପକ ଆଦୃତି ଲାଭ କରି ନାହିଁ । ସୁତରାଂ ଟିଆର୍‍ପି ଯୁଦ୍ଧରେ ବ୍ୟବସାୟୀକ ପୁଞ୍ଜିନିବେଶ ସତ୍ତ୍ୱେ ଫୋକସ୍‍ ଓ ଜୀ କଳିଙ୍ଗ ଢ଼େର୍‍ ପଛରେ ରହିଛନ୍ତି ।

ଗତ ତିନି ସପ୍ତାହର ଟିଆର୍‍ପି ଅନୁଧ୍ୟାନ କଲେ ଆମେ ଦେଖିବା ଯେ ‘ଓ’ ଟିଭି ୧୪୧-୧୪୫-୧୦୯ ପଏଣ୍ଟ ପାଇ ଆଗରେ ରହିଛି । ଏମ୍‍ବିସି ଟିଭି ୧୦୩-୧୧୭-୧୨୧ ପାଇ ତା ପଛକୁ ରହିଛି ।

ଫୋକସ୍‍ ଟିଭି ୨୮-୩୧-୨୬ ପାଇ ବହୁ ପଛରେ ରହିଛନ୍ତି । ଜୀ କଳିଙ୍ଗ ବହୁ ରାଜନୈତିକ ତୁମ୍ବିତୋଫାନ ସତ୍ତ୍ୱେ ୨୧-୨୩-୨୦ରେ ସୀମିତ ରହିଛି । ନୂଆ ଆସିଥିବା ନିଉଜ୍‍ ୭ ଟିଆର୍‍ପି ଦୌଡରେ ଢ଼େର୍‍ ପଛୁଆ ରହିଛି । ଏହାର ରେଟିଂ ହେଉଛି ୧୧-୧୧-୧୪ । ଏହି ସବୁ ପ୍ରତିଯୋଗିତାରେ ସୌମ୍ୟରଞ୍ଜନ ପଟନାୟକଙ୍କ କନକ ଟିଭିର ନିଜସ୍ୱ ଗଣମାଧ୍ୟମ ଅଭିଜ୍ଞତା ରହିଛି ।

ରାଜ୍ୟର ସବୁଠୁ ଅଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ପାଖରେ ଏହାର ମାଲିକାନା ରହିଥିଲେ ମଧ୍ୟ ଏହାର ବିଶେଷ ଉନ୍ନତି ପରିଲକ୍ଷିତ ହୋଇନାହିଁ । ଟିଆର୍‍ପି ରେଟିଂରେ ଗତ ୩ ସପ୍ତାହରେ ଏହାର ସ୍ଥିତି ହେଉଛି ୧୮-୧୮-୧୬ ।

ବ୍ୟବସାୟୀ ଓ କର୍ପୋରେଟ୍‍ଙ୍କ ଏହି ଅସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଉଛି ଓଡିଆ ସାମ୍ବାଦିକଙ୍କର ବୃତ୍ତିଗତ ସୁରକ୍ଷା ତଥା ସାମାଜିକ ମର୍ଯ୍ୟାଦା । ଯାତ୍ରାପାର୍ଟିରେ ଅଭିନେତା ବଦଳିଲା ଭଳି ପ୍ରତିମାସ ଟେଲିଭିଜନରେ ମୁହଁ ବଦଳୁଛି ।

ଅନେକ ସମୟରେ ବରିଷ୍ଠ ସାମ୍ବାଦିକମାନଙ୍କୁ ଅତ୍ୟନ୍ତ ଅପମାନଜନକ ସ୍ଥିତିରେ ଚ୍ୟାନେଲ୍‍ରୁ ବିଦା କରି ଦିଆଯାଉଛି । କିନ୍ତୁ ପାୱାର କରିଡରର ନିକଟତର ଥିବା କେତେକ ସାମ୍ବାଦିକଙ୍କର ହିଁ କଚେପୁଅ ବାର ହୋଇଛି ।

ଫୋନ୍‍ : ୯୪୩୭୧୫୪୪୪୫

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ରୋକ ଠୋକ Tagged With: ଇ ଟିଭି, ଓ ଟିଭି, ଓଡିଆ, କଳିଙ୍ଗ ଟିଭି, ଜୀ କଳିଙ୍ଗ, ନକ୍ଷତ୍ର ଟିଭି, ନିଉଜ ଚ୍ୟାନେଲ

ବାରଣସୀରେ ଓଡିଶା ସଂ।ସ୍କୃତିକ ମୂଲ୍ୟବୋଧର ପ୍ରଚାର କରୁଛି ଓଡିଆ ସଂଗଠନ

July 12, 2014 by ଓଡିଶା ଡଟ କମ Leave a Comment

ବାରାଣସେୟ ଉତ୍କଳ ସମାଜ
ବାରାଣସେୟ ଉତ୍କଳ ସମାଜ

ଓଡିଶା ଡଟ କମ ସଂବାଦଦାତା

ବାରଣସୀ, ଜୁଲାଇ 12 (ଓଡିଶା ଡଟ କମ) ଓଡିଶା ସଂ।ସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବାରଣସୀରେ ଏକ ଓଡିଆ ସଂଗଠନ ବିଭିନ୍ନ କାର୍ଯକ୍ରମ ପ୍ରତେକ ବର୍ଷ ଆୟୋଜନ କରିଆସୁଛି ।

ବାରାଣସେୟ ଉତ୍କଳ ସମାଜ ନାମକ ଏହି ସୀକୃତିପ୍ରାପ୍ତ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ପ୍ରତେକ ବର୍ଷ ଗଣେଶ ପୂଜା, ସରସ୍ଵତୀ ପୂଜା ଓ ଉତ୍କଳ ଦିବସ ପାଳନ କରିବା ଅବସରରେ ଓଡିଆମାନକୁ ଏକାଠି କରିବାରେ ଅବସର ସୃଷ୍ଟି କରୁଥିବା ଏହାର ସାଧାରଣ ସମ୍ପାଦକ ଅମିୟ କୁମାର ସାମଲ ଓଡିଶା ଡଟ କମକୁ କହିଛନ୍ତି।

ଗତବର୍ଷଠାରୁ “ସ୍ଵାଗତ ନବାଗତ” ନାମକ ଏକ ନୂତନ କାର୍ଯକ୍ରମ ଆରମ୍ଭ କରିଛି ଯାହା ଦ୍ଵାରା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଉତ୍ତମ ବାତାବରଣ ତିଆରି କରିବାର ପ୍ରୟାସ କରାଯାଇଛି।ଚଳିତ ବର୍ଷ ଓଡିଆ ଭାଇଭଉଣୀମାନଙ୍କର ବିକାଶ ତଥା ଓଡିଆ ସଂସ୍କୃତିର ଉର୍ନତି ପାଇଁ ମଧ୍ୟ ଏହି ସଂଗଠନ ଅନେକ ଗୁଡିଏ ପଦକ୍ଷେପ ହାତକୁ ନେଇଛି।

ପ୍ରତେକବର୍ଷ ଜୁଲାଇ ମାସରେ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବହୁତ ଛାତ୍ରଛାତ୍ରୀ ତାଙ୍କର ପରିବାର ସହିତ ଆସନ୍ତି। ସେମାନଙ୍କର ରହିବା ପାଇଁ ସୁବିଧାନଥିବାରୁ ସେମାନେ ବହୁତ ଅସୁବିଧାରେ ପଡିଥାନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି, ଓଡିଆମାନଙ୍କର ସାମୟିକ ରହିବାର ସୁବିଧା କରେଇବାର ଯୋଜନା ରଖିଛି।

ଭାରତର ସାତଟି ପବିତ୍ରକ୍ଷେତ୍ର ମଧ୍ୟରୁ କାଶୀ ଅନ୍ୟତମ। ତେଣୁ ବାବା ବିଶ୍ଵନାଥଙ୍କର ମହିମାରେ ଆକର୍ଷିତହୋଇ ବହୁତ ଲୋକ ଓଡିଶାରୁ ପ୍ରତିବର୍ଷ ଏଠାକୁ ଆସନ୍ତି।ଏହାକୁ ଆଖିଆଗରେ ରଖି ବାରଣସେୟ ଉତ୍କଳ ସମାଜ ଓଡିଆ ଭକ୍ତମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ମୋବାଇଲ ସହ।ୟତା କେନ୍ଦ୍ର ଆରମ୍ଭ କରିଛି । ଆଗ୍ରହୀ ଓଡିଆ ଭକ୍ତ ନିମ୍ନଲିଖିତ କାର୍ଯକର୍ତାଙ୍କ ସହ ଯୋଗାଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ଅମିୟ କୁମାର ସାମଲ-ସାଧାରଣସମ୍ପାଦକ, ଯୋଗାଯୋଗ-୯୫୮୦୨୭୦୨୦୯ ପ୍ରିୟବ୍ରତ ରାୟ-ସଭ୍ୟ,୦୮୭୨୬୯୪୯୦୯୨, ରାଜୀବ କୁମାର ଶତପଥୀ-ସଭ୍ୟ,୦୯୭୯୫୦୩୧୯୫୬, ଶ୍ରୀପତି ଅଭିରାମ ସାହୁ-ସହକାରୀ ସମ୍ପାଦକ,୦୮୮୦୮୧୧୩୬୯୭ ଓ  ମନୋଜ କୁମାର ସାହୁ- ସଭ୍ୟ,୮୦୯୩୩୩୦୩୧୬

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ, ମୁଖ୍ୟ ଖବର Tagged With: ଓଡିଆ, ଓଡିଶା, ବାରଣସୀ, ବାରାଣସେୟ ଉତ୍କଳ ସମାଜ

ଓଡ଼ିଆଙ୍କ ପାଇଁ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି: ପାଓଲୋ

April 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) “”ଓଡ଼ିଆଙ୍କ ପାଇଁ ମୋ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି” ଦୀର୍ଘ ୨୮ଦିନ ପରେ ଗୁରୁବାର ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଇଟାଲୀୟ ନାଗରିକ ବାସୁସ୍କୋ ପାଓଲୋ କହିଛନ୍ତି ।

ଓଡ଼ିଶାକୁ ବହୁତ ଭଲ ପାଏଁ । ଓଡ଼ିଶା ଏବଂ ଓଡ଼ିଆଙ୍କୁ ଭୂଲି ହେବ ନାହିଁ, ମୁକ୍ତ ହୋଇ ଭୁବନେଶ୍ୱର ଆସିବା ପରେ ରାଜ୍ୟ ଅତିଥି ଭବନ ଠାରେ ସେ ସାମ୍ବାଦିକଙ୍କୁ କହିଛନ୍ତି ।

ବର୍ତମାନ ମୁଁ ଇଟାଲୀ ଫେରିଯିବି ଓ ପୁଣି ଆସିବି କି ନାହିଁ ଜାଣି ନାହିଁ, ସେ କହିଛନ୍ତି । ପାଓଲୋଙ୍କ ମୁକ୍ତି ପାଇଁ ଇଟାଲୀୟ ରାଷ୍ଟ୍ରଦୂତ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟାଲୀୟ ନାଗରିକଙ୍କ ମୁକ୍ତି ପରେ ସରକାର ଆଶ୍ୱସ୍ତି ଲାଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ ଅପହୃତ ବିଧାୟକଙ୍କୁ ଶୀଘ୍ର ମୁକ୍ତ କରିବାକୁ ମାଓବାଦୀଙ୍କୁ ପୁଣି ନିବେଦନ କରିଛନ୍ତି ।

ଦୁଇ ଇଟାଲୀୟ ନାଗରିକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ଏକ ଝରଣା କୂଳରେ ବସିଥିବା ବେଳେ ମାଓବାଦୀମାନେ ସେଠାରେ ପହଂଚି ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିଦେଇଥିବା ବେଳେ ଇଟାଲୀୟ ନାଗରିକ ଦ୍ୱୟଙ୍କୁ ଅଟକ ରଖିଥିଲେ ।

ଅପହରଣର ୧୧ଦିନ ପରେ ଗତ ମାସ ୨୫ରେ ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଲାଞ୍ଜେଲୋଙ୍କୁ ହସ୍ତାନ୍ତର କରି ପାଓଲୋଙ୍କୁ ପଣବନ୍ଦୀ ରଖିଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବିସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ଅପହୃତଙ୍କ ମୁକ୍ତି ନେଇ ମାଓବାଦୀଙ୍କ ଦ୍ୱାରାନିଯୁକ୍ତ ଦୁଇ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବି.ଡ଼ି.ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ଗୃହ ସଚିବ, ପଂଚାୟତିରାଜ ସଚିବ ଏବଂ ଅନୁସୂଚିତ ଜାତିଜନଜାତି କଲ୍ୟାଣ ବିଭାଗ ସଚିବ ବାରମ୍ବାର ଆଲୋଚନା କରିଥିଲେ ।

ଏହି ସମୟ ମଧ୍ୟରେ ମାର୍ଚ୍ଚ ୨୪ରେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ଜୋନାଲ କମିଟି କୋରାପୁଟ ଠାରୁ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କୁ ଅପହରଣ କରିନେଇଥିଲା ।

ମାଓବାଦୀଙ୍କ ଦାବି ଅନୁଯାୟୀ ଅପହୃତ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ସରକାର ମାଓନେତା ସବ୍ୟସାଚୀଙ୍କ ପତ୍ନୀଙ୍କ ସମେତ ୨୭ ଜଣ ବନ୍ଦୀଙ୍କୁ ଜେଲରୁ ଖଲାସ କରିବାକୁ ଘୋଷଣା କରିଥିଲେ ।

ଆରତୀ ମାଝି, ଶୁକ ନାଚିକା, ଚକ୍ର ତାଡ଼ିଙ୍ଗି ଏବଂ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ସୁଭଶ୍ରୀ ଦାସ(ମିଲି ପଣ୍ଡା)ଙ୍କୁ ବାସୁସ୍କୋଙ୍କ ମୁକ୍ତି ପାଇଁ ଖଲାସ କରିବାକୁ ସରକାର ଘୋଷଣା କରିଥିଲେ ।

ଶେଷରେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ଆଜି ସକାଳେ ମାଓନେତା ସବ୍ୟସାଚୀ ପଣ୍ଡା
ପାଓଲୋଙ୍କୁ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡିଆ, ବାସୁସ୍କୋ ପାଓଲୋ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ