• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ହାଇକୋର୍ଟ

କେନ୍ଦ୍ରୀୟ ବିଦ୍ୟାଳୟ ଫି ବୃଦ୍ଧି ମାମଲା ଖାରଜ

April 17, 2015 by ନିଉଜ ଡେସ୍କ Leave a Comment

କଟକ , ଏପ୍ରିଲ ୧୭ (ଓଡିଶା ଡଟ କମ) କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ସ୍କୁଲ କତ୍ତୃପକ୍ଷ ଛାତ୍ର ଓ ଛାତ୍ରୀ ମାନଙ୍କ ଠାରୁ ବିଦ୍ୟାଳୟ ବିକାଶ ନିଧି ନାଁରେ ଫି ଆଦାୟ ବିରୁଦ୍ଧରେ ଦାୟର ଏକାଧିକ ମାମଲାକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି ।

KVକେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କଦ୍ଵାରା ପରିଚାଳିତ ସ୍କୁଲ ହୋଇଥିବାରୁ ଏଭଳି ଫି ଆଦାୟକୁ ବେଆଇନ ଦର୍ଶାଇ କେତେକ ଅଭିଭାବକ ଓ ତାଙ୍କର ସଂଗଠନ ଅଦାଲତର ଆଶ୍ରୟ ନେଇଥିଲେ ।

ଗୁରୁବାର ଏହିସବୁ ମାମଲାକୁ ଖାରଜ କରି ବିଚାରପତି ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସ୍କୁଲର ଏହି ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବେ ନ।ହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେ ଏହିସବୁ ମାମଲାକୁ ଆଇନ ସମ୍ମତ ହୋଇନଥିବା ଦର୍ଶାଇ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା ହାଇକୋର୍ଟ, କେନ୍ଦ୍ରୀୟ ବିଦ୍ୟାଳୟ, ଫି ଆଦାୟ

ହାଇକୋର୍ଟର ନବ ନିର୍ମିତ ସୌଧ ଉଦ୍ଘାଟିତ

November 11, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ହାଇକୋର୍ଟର ନବ ନିର୍ମିତ ସୌଧ ରବିବାର କଟକରେ ଉଦ୍ଘାଟିତ ହୋଇଛି । ଏହି ଆଠ ମହଲା ବିଶିଷ୍ଟ ସୌଧରେ ରହିଛି ଅତ୍ୟାଧୁନିକ ସୁବିଧା ।

ଶୀତତାପ ନିୟନ୍ତ୍ରିତ ଏହି ଶୌଧରେ ମୁଖ୍ୟ ବିଚାରପତିଙ୍କ ଅଦାଲତ ସମେତ ରହିଛି ୨୩ଟି ଅଦାଲତ । ସମସ୍ତ ବିଚାରପତିଙ୍କ ଚାମ୍ବର,ରେଜିଷ୍ଟାରଙ୍କ ଚାମ୍ବର ତାହା ସହ କନ୍ଫରେନ୍ସ ହଲ ରହିଛି । ଏଥିସହ ୯୨ଟି ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଲଟମସ କବୀର ଓ ଓଡଶାର ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହାକୁ ଉଦ୍ଘାଟନ କରିଛନ୍ତି ।

୧୯୪୮ ମସିହା ଜୁଲାଇ ୨୬ ତାରିଖରେ ପାଟଣା ହାଇକୋର୍ଟ ଠାରୁ ଅଲଗା ହୋଇ କଟକରେ ସ୍ଥାପିତ ହୋଇଥିଲା ଓଡିଶା ହାଇକୋର୍ଟ । ଏହାପରେ ବଢି ଚାଲିଲା ମାମଲା ଏବଂ ତାହାସହ ଆଇନଜୀବିଙ୍କ ସଂଖ୍ୟା । ସୀମିତ ପରିସିମା ଭିତରେ ୬୪ ବର୍ଷର ପୁରୁଣା କୋଠାରେ ଚାଲୁଥିବା ହାଇକୋର୍ଟରେ ବିଭିନ୍ନ ସମସ୍ୟା ଉପୁଜିଥିଲା । ସେଥିପାଇଁ ନିର୍ମାଣ ହେଲା ନୂତନ ସୌଧ ।

ଏହି ଉଦ୍ଘାଟନ ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା ହାଇକୋର୍ଟ, ବିଚାରପତି

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ