• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓପିଏସ୍

ଅମ୍ରିତା ଦାସ ବାଲେଶ୍ୱର, ଭବାନୀ ମିଶ୍ର ବୌଦ୍ଧର ନୂଆ ଏସ୍.ପି

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ଆଜି ଆଇପିଏସ୍ ଓ ଓପିଏସ୍ ଅଫିସରସ୍ତରରେ ଅଦଳବଦଳ କରାଯାଇ ବାଲେଶ୍ୱର ନୂଆ ଏସ୍.ପି ଭାବେ ଅମ୍ରିତା ଦାସ,ବୌଦ୍ଧର ନୂଆ ଏସ୍.ପି ଭାବେ ଭବାନୀଶଙ୍କର ମିଶ୍ର ଓ ଢେଙ୍କାନାଳର ନୂଆ ଏସି.ପି ଭାବେ ମନୋରଂଜନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ବରିଷ୍ଠ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ସେଲର ଆଇଜି ଭାବେ ଅବସ୍ଥାପିତ କରା ଯାଇଥିବା ବେଳେ ଦିପ୍ତେଶ ପଟ୍ଟନାୟକଙ୍କୁ ଡିଆଇଜି କମ୍ପ୍ୟୁଟର ଭାବେ ଅବସ୍ଥାପିତ କରାଯାଇଛି ।

ଦୟାଲ ଗଙ୍ଗୱାରଙ୍କୁ ଏସଏପିର ଡିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ରାଜେଶ କୁମାରଙ୍କୁ ଏସ୍.ପି.ସିକ୍ୟୁରିଟି, ଏସ.କେ ବେତତ ସିଂହଙ୍କୁ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି, ପ୍ରଫୁଲ ପାତ୍ରଙ୍କୁ ଏସ.ପି ସ୍ପେଶାଲବ୍ରାଞ୍ଚ ଓ ସଂଜୟ କୌଶଳଙ୍କୁ ଏସ୍.ପି ଭିଜିଲାନ୍ସ ଭାବେ ନିଯୁକ୍ତି ମିଳିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇପିଏସ୍, ଓପିଏସ୍

ସିଧାସଳଖ ଡ଼ିଏସ୍ପି ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ

December 31, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ପୋଲିସ ସେବା(ଓପିଏସ୍)ରେ ସିଧାସଳଖ ଡ଼ିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ପ୍ରସ୍ତୁତ ନୀୟମାବଳୀକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ବୈଠକରେ ଅନ୍ୟ ନଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଥିବା ଆଇନ ଅନୁସାରେ ଡ଼ିଏସ୍ପି ପଦବି ପାଇଁ ସିଧାସଳଖ ନିଯୁକ୍ତିରେ ସର୍ବାଧିକ ୧୫ ଜଣଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ସଂଶୋଧିତ ନିୟମ ଅନୁସାରେ ଏହି ସୀମାକୁ ପଚାଶ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

ଏଣିକି ସିଏଜି ରିପୋର୍ଟ ଭଳି ଲୋକାଲ ଫଣ୍ଡ ଅଡ଼ିଟ ମଧ୍ୟ ବିଧାନସଭାରେ ଉପସ୍ଥାପିତ ହେବ । ପୂର୍ବରୁ କେବଳ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉଥିଲା ।

ପ୍ରସ୍ତାବିତ ଓଡ଼ିଶା ମେରିଟାଇମ ବୋର୍ଡ଼ର ସଦସ୍ୟ ସଂଖ୍ୟା ୧୨ରୁ ୧୫କୁ ବୃଦ୍ଧି କରାଯିବ । ରାଜ୍ୟ ସ୍ତରୀୟ ମେରିଟାଇମ ବୋର୍ଡ଼ ଗଠନ ପାଇଁ ଗତ ଜୁନ୍ ମାସରେ ମନ୍ତ୍ରୀ ମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୋର୍ଡ଼ରେ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ସରକାରୀ ବିଭାଗର ୧୨ ଜଣ ଅଫିସରଙ୍କୁ ସଦସ୍ୟ ଭାବେ ନିଆଯିବ ।

କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଏହି ବୋର୍ଡ଼ରେ ଭାରତୀୟ ନୌବାହିନୀ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯିବ ।

ଓଡ଼ିଶା ସୁପିରିୟର ଜୁଡ଼ିସିଆଲ୍ ସର୍ଭିସ ରୁଲର ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୂର୍ବରୁ ବରିଷ୍ଠ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ୫୦ ପ୍ରତିଶତ ତଳ ପାହ୍ୟାରୁ ପଦୋନ୍ନତି ଦିଆଯାଉଥିଲା ।

ଅବଶିଷ୍ଟ ପଚାଶରୁ ପଚିଶ ପ୍ରତିଶତ ଓକିଲଙ୍କ ମଧ୍ୟରୁ ନିଆଯାଉଥିଲା । ସଂଶୋଧିତ ନିୟମ ଅନୁଯାୟୀ ଏଣିକି ପଦୋନ୍ନତି ଭିତ୍ତିରେ ୬୫ ପ୍ରତିଶତ ପଦବି ପୂରଣ ହେବ ।

କଲେଜ ଅଧ୍ୟାପକ ମାନଙ୍କୁ ଗ୍ରାଣ୍ଟ-ଇନ୍ ଏଡ଼୍ ଦେବା ପାଇଁ ଭାଲିଡ଼େସନ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓପିଏସ୍, କ୍ୟାବିନେଟ, ବିଧାନସଭା, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ମେରିଟାଇମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ