• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶା ଖବର

ନିୟମିତ ଋଣ ସୁଝୁଥିବା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଋଣ

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଆଦିବାସୀ ପଡ଼ିଆରେ ଆସନ୍ତା ଶନିବାର ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ କୃଷକ ସମାବେଶର ଆୟୋଜନ କରାଯାଇଥିବା ବେଳେ ନିୟମିତ ଋଣ ସୁଝୁଥିବା ଚାଷୀଙ୍କ ପାଇଁ ଛଅଟି ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯିବ ।

ଚାଷୀଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ପାଞ୍ଚ ହଜାର ଟଙ୍କା ଏବଂ ଦୁର୍ଘଟଣା ବୀମା ଯୋଜନାରେ ୨୫ ହଜାର ଟଙ୍କା ଦିଆଯିବ ବୋଲି ଗୁରୁବାର ରାଜ୍ୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ସ୍ୱଚ୍ଛଳ ହୋଇଛି ଓ ଏହା ଅଧିନରେ ଥିବା ୧୩ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମଧ୍ୟ ସ୍ୱଚ୍ଛଳ ହୋଇଛନ୍ତି ଏବଂ ନାବାର୍ଡ଼ରୁ ଋଣ ପାଇବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ନିଜଆଡ଼ୁ ଛଅଟି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

ଦଶଲକ୍ଷ ହେକ୍ଟର ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି: ମୁଖ୍ୟମନ୍ତ୍ରୀ

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦଶ ଲକ୍ଷ ହେକ୍ଟର ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଜଙ୍ଗଲ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଆଞ୍ଚଳିକ ବନ ଅଧିକାରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଠିତ ଡ଼ିଏଫ୍ଓ ସମ୍ମିଳନୀରେ ସେ କହିଛନ୍ତି ।

ଜଙ୍ଗଲ ସୁରକ୍ଷା ସହିତ କୌଣସି ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ବ୍ୟବହାର ହେଉଥିଲେ ବିଭାଗୀୟ ଅଧିକାରୀମାନେ ଜଙ୍ଗଲ ଆଇନ ଯେପରି ସଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ରାଜ୍ୟରେ ହାତୀ ମାନଙ୍କ ମୃତ୍ୟୁ ଏବେ ସମସ୍ୟା ହୋଇଛି । ଏମଧ୍ୟରେ ଏକାଧିକ ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ହାତୀ ମାନଙ୍କ ଆକ୍ରମଣରେ ଧନ ଜୀବନ ନଷ୍ଟ ହୋଇଛି । ତେଣୁ ହାତୀ ମାନଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ଚିହ୍ନଟ କରାଯାଇ ସେଠାରେ ଜଙ୍ଗଲର ବିକାଶ କରାଯିବା ଆବଶ୍ୟକ, ସେ କହିଛନ୍ତି ।

ଏହାବ୍ୟତୀତ ହାତୀ ମାନଙ୍କ ଦ୍ଵାରା ଯେଉଁ ଧନଜୀବନ ନଷ୍ଟ ହେଉଛି ସେ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କୁ ଯେପରି ଉପଯୁକ୍ତ କ୍ଷତିପୂରଣ ମିଳିପାରିବ ସେଥିପାଇଁ ଦୃଷ୍ଟି ଦେବା ଦରକାର । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିର୍ମିତ କର୍ମ ନିଯୁକ୍ତି ଯୋଜନା ଓ କାମ୍ଫା ପାଣ୍ଠିରୁ ମିଳୁଥିବା ଅର୍ଥରେ ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ ଏବଂ ହେନ୍ତାଳ ବଣ ସୃଷ୍ଟି କରାଯାଇ ପାରିବ ।

ସେହିପରି କେନ୍ଦୁପତ୍ର ତୋଳାଳି ମାନେ ସେମାନଙ୍କ ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପାଇବେ ଏବଂ ଏକ୍ଷେତ୍ରରେ ହେଉଥିବା ସମସ୍ୟାର ତୁରନ୍ତ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଡ଼ିଏଫ୍ଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

ଅପରେସନ ବେଳେ ସମନ୍ୱୟ ଆବଶ୍ୟକ: ବିଏସ୍ଏଫ୍ ଅତିରିକ୍ତ ଡ଼ିଜି

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାଓବାଦୀ ଅପରେସନ ବେଳେ ରାଜ୍ୟ ପୋଲିସ ବିଏସ୍ଏଫ୍ ଓ ସିଆର୍ପିଏଫ୍ ମଧ୍ୟରେ ସମନ୍ୱୟ ନିହାତି ଆବଶ୍ୟକ ବୋଲି ଗୁରୁବାର ବିଏସ୍ଏଫ୍ ଅତିରିକ୍ତ ମହାନିର୍ଦ୍ଦେଶକ ଅରବିନ୍ଦ ରଞ୍ଜନ ଭୁବନେଶ୍ୱରରେ କହିଛନ୍ତି ।

ଓଡ଼ିଶା ଗସ୍ତରେ ଆସି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ସାକ୍ଷାତ କରି ମାଓବାଦୀ ଅପରେସନ ସଂପର୍କରେ ଆଲୋଚନା କରିଛନ୍ତି ।

ମାଓବାଦୀ ଅପରେସନ ଓ ହିଂସାକାଣ୍ଡ ସଂପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଅପରେସନ ସମୟରେ ଯେଉଁ ସବୁ ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ପାଇଁ ଆବଶ୍ୟକ ପକ୍ଷେପ ଗ୍ରହଣ କରାଯିବ ।

ରାଜ୍ୟରେ ବିଏସ୍ଏଫ୍ ଅପରେସନ କାର୍ଯ୍ୟ ତଦାରଖ ପାଇଁ ଜଣେ ଆଇଜିଙ୍କୁ ଅବସ୍ଥାପିତ କରାଯାଇଛି । ସେ ବିଭିନ୍ନ ସମୟରେ ମାଲକାନଗିରି ଯାଇ ଅପରେସନ କାର୍ଯ୍ୟ ତଦାରଖ କରୁଛନ୍ତି । ଅପରେସନ ସମୟରେ ରାଜ୍ୟ ପୋଲିସ, ବିଏସ୍ଏଫ୍ ଓ ସିଆର୍ପିଏଫ୍ ମଧ୍ୟରେ ସମନ୍ୱୟ ରହୁନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି, ସେ କହିଛନ୍ତି ।

ଏହି ସମସ୍ୟା ନେଇ ସରକାର ଓ ସିଆର୍ପିଏଫ୍ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇଛି । ତେଣୁ ଓଡ଼ିଶାରେ ଜଣେ ଆଇଜିଙ୍କୁ ସ୍ଥାୟୀ ଭାବେ ଅବସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିଆର୍ପିଏଫ୍ ଡ଼ିଜି କେ.ବିଜୟ କୁମାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ସମନ୍ୱୟ ସଂପର୍କରେ ଆଲୋଚନା ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ଼ କମାଣ୍ଡର ବୈଠକ ଅନୁଷ୍ଠିତ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ଭୁବନେଶ୍ୱର, ମାଓବାଦୀ, ମୁଖ୍ୟ ଖବର, ସରକାର, ସିଆର୍ପିଏଫ୍

ବିଧାୟକଙ୍କ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଦଳୀୟ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଯୋଗୁଁ ଦୋକାନବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

କୋସାଗୁଡ଼ା ବିଡ଼ିଓ ଧନଞ୍ଜୟ ହେମ୍ବ୍ରମଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତମାସ ୨୩ ତାରିଖରେ ଡ଼ାବୁଗାଁ ବିଧାୟକ ଭୁଜବଳ ମାଝିଙ୍କୁ ପୋଲିସ ଗିରଫ କରିଥିଲା । ଏକ ସ୍ୱୟଂସହାୟକ ଗୋଷ୍ଠୀ ଘର ଉ୍ଘାଟନକୁ ନେଇ ବିଡ଼ିଓ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।

ସ୍ଥାନୀୟ ମନ୍ତ୍ରୀ ରମେଶ ଜେନା ଏହି ଘରର ଉଦ୍ଘାଟନ କରିଥିବା ବେଳେ ବିଧାୟକ,ତାଙ୍କ ସମର୍ଥକ ଓ ବ୍ଲକ ଅଧ୍ୟକ୍ଷ ଏହାକୁ ବିରୋଧ କରିଥିଲେ । ପରେ ଏକ ଘରେ ବନ୍ଦକରି ବିଧାୟକ ଓ ସମର୍ଥକମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ହେମ୍ବ୍ରମ ଥାନାରେ ଏତଲା ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

ପୋସ୍କୋ ପ୍ରକଳ୍ପ କାମ ସାମୟିକ ବନ୍ଦ କରିବାକୁ ସୁପାରିଶ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ କାମ ସାମୟିକ ଭାବେ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଜଙ୍ଗଲ ଉପଦେଷ୍ଟା କମିଟି(ଏଫ୍ଏସି) ପରିବେଶ ମନ୍ତ୍ରଣାଳୟକୁ ସୁପାରିଶ କରିଛି ।

ପ୍ରାୟ ୫୨ ହଜାର କୋଟି ଟଙ୍କା ବିନିଯୋଗ ସମ୍ଭାବନା ଥିବା ଏକ ଇସ୍ପାତ ପ୍ରକଳ୍ପ ପାଇଁ ପୋସ୍କୋ ୨୦୦୫ରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୨୦୦୯ରେ ଆବଶ୍ୟକୀୟ ଅନୁମୋଦନ ଦେଇଥିଲେ ଫଳରେ ବିରୋଧ ସତ୍ତ୍ୱେ ପ୍ରକଳ୍ପ ଆରମ୍ଭ ହେବାର ଆଶା ଦେଖାଦେଇଥିଲା କିନ୍ତୁ ପରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜଙ୍ଗଲ ଆଇନ ଉଲଂଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହିପ୍ରସଙ୍ଗ ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଜଙ୍ଗଲ ଉପଦେଷ୍ଟା କମିଟି ଗଠନ କରାଯାଇ ଅନୁଧ୍ୟାନ ଦାୟୀତ୍ୱ ଦିଆଯାଇଥିଲା ।

ଉକ୍ତକମିଟି ସମସ୍ତ ଅନୁଧ୍ୟାନ ତଥା ସରକାରୀ ତଥ୍ୟ ଆହରଣ କରି ପ୍ରକଳ୍ପ କ୍ଷେତ୍ରରେ ଜଙ୍ଗଲ ଆଇନର ବ୍ୟାପକ ଉଲଂଘନ ହୋଇଛି ବୋଲି ଅନୁଭବ କରିଛନ୍ତି । ଉପଷ୍ଟୋ କମିଟି ନିକଟରେ ରାଜ୍ୟ ସରକାର ଯେଉଁ ସ୍ପଷ୍ଟିକରଣ ଦେଇଥିଲେ ତାହା ଗ୍ରହଣୀୟ ହୋଇନାହିଁ ।

ସେଠାରେ ଆଦୌ ଜଙ୍ଗଲ ନାହିଁ ତେଣୁ ଜଙ୍ଗଲ ଆଇନର ଉଲଂଘନ ହେବାର ପ୍ରଶ୍ନ ନାହିଁ । ଏହା ବ୍ୟତୀତ ସେଠାରେ ଆଦିବାସୀ ପରିବାର ବାସ କରୁଥିବା ପ୍ରସଙ୍ଗକୁ ମଧ୍ୟ ସରକାର ଅସ୍ୱୀକାର କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

୨୩ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଚଳିତ ଚତୁର୍ଦ୍ଧଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ ହୋଇଥିବା ଶନିବାର ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଅଧିବେଶନର ପ୍ରାରମ୍ଭିକ ଦିବସରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ ।

ତିନୋଟି ବିଭାଗ ଉପରେ ତିନି ଦିନ ଖର୍ଚ୍ଚ ଦାବୀ ସଂକ୍ରାନ୍ତୀୟ ଆଲୋଚନା ହେବ । ଡ଼ିସେମ୍ବର ଦୁଇ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ । ୧୭ ତାରିଖକୁ ମହରମ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ପାଞ୍ଚଟି କାର୍ଯ୍ୟ ଦିବସକୁ ବେସରକାରୀ ଦିବସ ଭାବେ ନିର୍ଦ୍ଧିଷ୍ଟ ରଖାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ