• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶା ସରକାର

ଧାମରା ବନ୍ଦର କିଣିବ ଆଦାନି ଗ୍ରୁପ

January 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୭(ଓଡ଼ିଶା ଡ଼ଟ୍ କମ୍)-ଭାରତର ସର୍ବବୃହତ ଘରୋଇ ବନ୍ଦର ‘ମୁନ୍ଦ୍ରା’ର ପରିଚାଳନା କରୁଥିବା ଆଦାନି ଗୋଷ୍ଠୀ ଧାମରା ବନ୍ଦରର ଏକକ ମାଲିକାନା ସହ ପୂର୍ବ ଉପକୂଳରେ ନିଜର ସ୍ଥିତି ଜାହିର କରିବ ।

ଆଦାନି ଗୋଷ୍ଠୀର ଅଧ୍ୟକ୍ଷ ଗୌତମ ଆଦାନି, ଏଲ ଏଣ୍ଡ ଟି ଅଧ୍ୟକ୍ଷ ଏ.ଏମ ନାୟକ ଓ ଟାଟା କମ୍ପାନୀ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣାନାମା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଧାମରା ବନ୍ଦ ହେଉଛି ଏଲ ଏନ ଟି ଓ ଟାଟା ଷ୍ଟିଲର ଏକ ମିଳିତ ପ୍ରକଳ୍ପ । ଏଥିରେ ଉଭୟଙ୍କର ସମାନ ଅଂଶଧନ ବିନିଯୋଗ ହୋଇଛି ।

ଓଡ଼ିଶା ସରକାର ଧାମରା ବନ୍ଦର କମ୍ପାନୀ ସହିତ ବନ୍ଦର ନିର୍ମାଣ ଓ ପରିଚାଳନା ପାଇଁ ୩୪ବର୍ଷୀୟା(୪ବର୍ଷର ନିର୍ମାଣ ଅବଧି ସହିତ) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଦାନି ଗ୍ରୁପ, ଏଲ ଏନ ଟି, ଓଡ଼ିଶା ସରକାର, ଟାଟା ଷ୍ଟିଲ, ଧାମରା ବନ୍ଦର

ଖଣି ଦୁର୍ନୀତିର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ : ମନ୍ତ୍ରୀ

December 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୭(ଓଡିଶା ଡଟ୍ କମ୍)-ଖଣିଦୁର୍ନୀତିର କୌଣସି ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସୋମବାର ଦିନ ବଧାନସଭାରେ ପ୍ରକାଶ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂହ ।

ଖଣି ଦୁର୍ନୀତ ଓ କୋଇଲାବ୍ଲକ କେଳଙ୍କାରୀ ଓଡିଶା ସରକାର ଓ ଓଏମ୍ସି ଭାଗିଦାରୀ ଶୀର୍ଷକ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ କହିଛନ୍ତି ଯେ,ସରକାରଙ୍କ ପାଖରେ ଯେତେ ରେକର୍ଡ ଅଛି ତାହା ଯାଞ୍ଚ ପାଇଁ ଯଥେଷ୍ଟ ।

କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେଡି ଶାସନ କାଳରେ ରାଜ୍ୟରେ ତିନିଲକ୍ଷ କୋଟି ଟଙ୍କାର ଖଣି ଲୁଟ ହୋଇଛି । ଖଣି ନିୟମର ଖୋଲାଖୋଲି ଉଲଘଂନ ହୋଇଛି । ବିରୋଧୀଙ୍କ ଏହି ଅଭିଯୋଗକୁ ଅଧିକ ଖୋରାକ ଯୋଗାଇଥିଲା ବିଭାଗୀୟ ମନ୍ତ୍ରୀଙ୍କ ଉତର ।

ସରକାରୀ ସଂସ୍ଥା ଓଡିଶା ମାଇନିଙ୍ଗ କର୍ପୋରେସନ (ଓଏମ୍ସ) ଆଠ ହଜାର ଆଠ ଶହ କୋଟି ଟଙ୍କାର ଅଧିକ ଖଣିଜ ସଂପତ ଉତୋଳନ କରି ବିକ୍ରି କରିଛି ବୋଲି ମନ୍ତ୍ରୀ ସୂଚନା ଦେବାପରେ ସରକାରଙ୍କୁ ଘେରିଥିଲା ବିରୋଧୀ ।

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି ସରକାରୀ ସଂସ୍ଥା ଖଣି ଲୁଟ କରୁଥିବା ବେଳେ ରାଜ୍ୟ ସରକାର ଅନ୍ୟ ମୁଣ୍ଡରେ ଅଠାବୋଳିବାକୁ ଅପଚେଷ୍ଟା କରୁଛନ୍ତି । ମନ୍ତ୍ରୀତ ନିଜେ ସ୍ୱୀକାର କଲେ ।

ଓଏମ୍ସି ବେଆଇନ ଖଣି କାରବାରରେ ଲିପ୍ତ । ଯାହା ଆକଳନ କରାଯାଇଛି ଆଠ ହଜାର କୋଟି ଟଙ୍କା । ସରକାର ଅନ୍ୟମାନଙ୍କୁ ମାଗିଛନ୍ତି ତୁରନ୍ତ ଏ ଟଙ୍କା ପଇଠ କର । ଏତିକି ଦିନ ଭିତରେ ପଇଠ ନକଲେ ତୁମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଗେ ସରକାର ଓଏମ୍ସି ର ଟଙ୍କା ପଇଠ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି କେବଳ ଖଣିଜ ପଦାର୍ଥ ନୁହେଁ ରାଜ୍ୟ ସରକାର ଅନେକ କ୍ଷେତ୍ରରେ ଦୁର୍ନୀତି କରିଛନ୍ତି । ରାଜ୍ୟକୁ ମିଳିଥିବା ୧୬ଟି କୋଇଲା ବ୍ଲକ ମଧ୍ୟରୁ ୩ଟିକୁ ରଦ୍ଧ କରିବା ପାଇଁ କେନ୍ଦ୍ର ସରକାର ନିସ୍ପତି ନେଇ ସାରିଛନ୍ତି ।

ଘରୋଇ ସଂସ୍ଥା ସୈନିକ ମାଇନିଂକୁ କୋଇଲା ବ୍ଲକର ୭୪ ପ୍ରତିଶତ ଅଂଶଧନ ଦେଇ ରାଜ୍ୟ ସରକାର ଏବେ ଅଠାକାଠିରେ ପଡିଛନ୍ତି । ଏ କାରବାର ଦଦ୍ୱାରାରାଜ୍ୟ କେତେ ଅର୍ଥ ହରାଇଛି ତାହା ଲୋକଙ୍କୁ ଜଣାଇବାର ସହ ଦୁର୍ନୀତିର ସିବିଆଇ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଇସ୍ପାତ, ଓଡ଼ିଶା ସରକାର, ଖଣି ଦୁର୍ନୀତି, ବିଜେପି ବିଧାୟକ, ବିରୋଧୀ, ସିବିଆଇ

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)–କୋଇଲା ବ୍ଲକ ଆବଣ୍ଟନର ସିଏଜି ରିପୋର୍ଟ ଉପରେ ଅନୁଧ୍ୟାନ କରିବାକୁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଶୁକ୍ରବାର ଓଡ଼ିଶା ପହଞ୍ଚିଛନ୍ତି ।

ଏଥିରେ ବିଜେଡିର ସାଂସଦ ଭତୃହରି ମହତାବଙ୍କ ସମେତ ୭ ଜଣ ସଦସ୍ୟ ଅଛନ୍ତି ।

କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ହୋଇଥିବା ଅନିୟମିତତା ଉପରେ କାଗ ଦେଇଥିବା ରିପୋର୍ଟ ଉପରେ ପିଏସି ଅନୁଧ୍ୟାନ କରୁଛି । ଏଥିପାଇଁ କୋଇଲା ବ୍ଲକ ଆବଣ୍ଟନ ପାଇଁ ଓଡ଼ିଶା ସରକାରଙ୍କ ସୁପାରିଶର ସ୍ୱଚ୍ଛତା ଯାଞ୍ଚ କରିବ ପିଏସି ।

୨୦୦୪ରୁ ୨୦୦୯ ମଧ୍ୟରେ କୋଇଲା ବ୍ଲକ ଆବଣ୍ଟନର ନିରପେକ୍ଷତା ଉପରେ କାଗ ପୂର୍ବରୁ ପ୍ରଶ୍ନ ଉଠାଇଛି । ରାଜ୍ୟରେ ୧୦୮ଟି କମ୍ପାନୀ କୋଇଲା ଖଣି ପାଇଁ ଆବେଦନ କରିଥିବାବେଳେ ୨୫ଟି କମ୍ପାନୀକୁ କେଉଁ ଆଧାରରେ ଖଣି ଦିଆଗଲା ସେସମ୍ପର୍କରେ ମଧ୍ୟ କାଗ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେଥିମଧ୍ୟରୁ ଓଡ଼ିଶାର ୬ଟି କମ୍ପାନୀ ଅନ୍ତର୍ଭୁକ୍ତ । କେଉଁ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କମ୍ପାନୀ ପାଇଁ କୋଇଲା ବ୍ଲକ ସୁପାରିଶ କରିଛନ୍ତି ତାହାର ଯାଞ୍ଚ କରାଯିବ ।

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି, ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ଏଣୁ ଏ ସବୁ ଯାଞ୍ଚ ଘଟଣାକୁ ନେଇ କିପରି କମିଶନମାନଙ୍କୁ ସମ୍ମୁଖୀନ କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଛି । ଏହି ପ୍ରତିନିଧି ଦଳ କୋଇଲା ଦୁର୍ନୀତି ଯାଞ୍ଚ ସହ ପରିବେଶ ସମସ୍ୟାର ଅନୁଧ୍ୟାନ କରିବେ ।

ଅସୁସ୍ଥତା କାରଣରୁ ପିଏସି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଆସିନାହାଁନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡ଼ିଶା ସରକାର, କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଣ୍ଟନ, ବିଜେଡ଼ି, ଭୁବନେଶ୍ୱର, ସିଏଜି ରିପୋର୍ଟ

କୋଇଲା ଦୁର୍ନୀତି :୧୫ରେ ବିଜେପିର ଧାରଣା

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-କୋଇଲା ଦୁର୍ନୀତିରେ ସଂପୃକ୍ତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି ।

କୋଇଲା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଦଳ ପକ୍ଷରୁ ଲୋୟର ପିଏମଜିରେ ଗଣଧାରଣା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ କୋଇଲା ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଂପୃକ୍ତ ଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ ।

କୋଇଲା ବ୍ଲକ ଆବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ କେତେକ ଘରୋଇ ସଂସ୍ଥା ପାଇଁ ସୁପାରିଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ । ଏହି ଦୁର୍ନୀତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୃକ୍ତ ଥିବା ଦୃଷ୍ଟିରୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଗଣଧାରଣାର ଆୟୋଜନ କରାଯାଇଥିବା ଳର ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଧାରଣା କାର୍ଯ୍ୟକ୍ରମରେ ଦଳର ସମସ୍ତ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦଳର ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଭୂଷଣ ହରିଚନ୍ଦନ, ପଞ୍ଚାନନ ରାଉତ, ନୟନ ମହାନ୍ତି, ବିଜୟଲକ୍ଷ୍ମୀ ମିଶ୍ର, ଗୋଲକ ମହାପାତ୍ର ଓ ଅମୀୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ସରକାର, କୋଇଲା ଦୁର୍ନୀତି

ପୋଲାଭରମ୍: ଆନ୍ଧ୍ର ଠାରୁ ସ୍ପଷ୍ଟିକରଣ ଲୋଡ଼ିଲେ ଓଡ଼ିଶା ସରକାର

August 13, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ୍ ପ୍ରକଳ୍ପ ସଂପର୍କରେ ରାଜ୍ୟ ଜଳସଂପଦ ବିଭାଗ ଆନ୍ଧ୍ର ପ୍ରଦେଶ ସରକାରଙ୍କଠାରୁ କେତେକ ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଛି ।

ଏହାର ଉତ୍ତର ମିଳିବା ପରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ହେବକି ନାହିଁ ସ୍ଥିର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପୋଲାଭରମ ପ୍ରକଳ୍ପ ନିଶ୍ଚୟ ହେବ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିବା ପରେ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି ।

ପୋଲାଭରମ୍ ମାମଲା ସୁପ୍ରିମକୋର୍ଟଙ୍କ ବିଚାରଧିନ ରହିଛି ଓ ଓଡ଼ିଶା ସରକାର ଏ ସଂପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ କେତେକ ସ୍ପଷ୍ଟିକରଣ ଲୋଡିଛନ୍ତି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପୋଲାଭରମ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଗତମାସ ୨୬ ତାରିଖରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଯନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ । ତେଣୁ ଓଡ଼ିଶା ଜଳ ସଂପଦ ବିଭାଗ ଏ ସଂପର୍କରେ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖି କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜାଣିବାକୁ ଚାହିଁଛନ୍ତି ବୋଲି ବିଭାଗୀୟ ସଚିବ କହିଛନ୍ତି ।

ତେବେ ପୋଲାଭରମ ବିବାଦ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଜରିଆରେ ବିଚାର କରିବାକୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଂଶଧାରା ମାମଲାରେ ସୁପ୍ରିମ କୋର୍ଟ ହୃୟଙ୍ଗମ କରି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିଦେ୍ର୍ଧଶ ଦେଇଥିଲେ ।

ସେହିପରି ପୋଲାଭରମ୍ ବିବା ମଧ୍ୟ ଏକ ଟ୍ରିବ୍ୟୁନାଲରେ ବିଚାର ହେବା ଆବଶ୍ୟକ ବୋଲି ସରକାର ଦର୍ଶାଇଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆନ୍ଧ୍ର ସରକାର, ଓଡ଼ିଶା ସରକାର, ପୋଲାଭରମ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୁପ୍ରିମକୋର୍ଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ