• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସ

ଓଡିଶା ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ: ମନିଷ ସିଶୋଦିଆ

October 26, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକୋ୍ଟବର ୨୬(ଓଡ଼ିଶା ଡ଼ଟ୍ କମ୍)–ଓଡିଶାରେ ହୋଇଥିବା ସବୁ ଦୁର୍ନୀତିର ପର୍ଦ୍ଧା ଫାସ କରାଯିବ, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଇଣ୍ଡିଆ ଏଗ୍ନେଷ୍ଟ କରପୋସନର କୋର୍ କମିଟି ସଦସ୍ୟ ମନିଷ ସିଶୋଦିଆ ।

ସେ କହିଛନ୍ତି ଖଣିଜ ସଂପଦରେ ଭରା ଓଡଶା ବିକାଶ ନହେବର କରାଣ ଏଠାରେ ଯେଉଁ ସରକାର ଆସୁଛି ସେ ପୁଞ୍ଜିପତିଙ୍କ ଦଲାଲ ସାଜୁଛି ।

ବିଜେଡି ସରକାର କଂଗ୍ରେସ ସାଂସଦ ନବୀନ ଜିନ୍ଦଲ କଂପାନୀଙ୍କ ପାଇଁ ସୁପାରିଶ କରିବା ପ୍ରସଂଗକୁ ବି ସେ ଉଠାଇଥିଲେ । ସେ କହିଥିଲେ ବିଜେଡି ସରକାରର ଏପରି ମନୋବୃଚିରେ କଂଗ୍ରେସ ଓ ବିଜେପି ହାତ ମିଳାଇଛନ୍ତି ।

ସିଶୋଦିଆ କହିଛନ୍ତି ଓଡିଶାରେ କଂଗ୍ରେସ ଓ ବିଜେପି ବିରୋଧି ଦଳ ପରି ମନେ ହେଉନାହାଁନ୍ତି । ତେବ ବିକଳ୍ପ ରାଜନୈତିକ ଶକ୍ତିଭାବେ ଆଇଏସି ସଂସ୍ଥା ଏଥର ରାଜ୍ୟର ସବୁ ବିଧାନ ସଭା ଓ ଲୋକ ସଭା ଆସନରେ ପ୍ରାର୍ଥିଦେବ ।

ତେବେ ପଞ୍ଚାୟତ ରାଜ ମନ୍ତ୍ରୀ କଳ୍ପତରୁ ଦାସ କହିଛନ୍ତି ନବୀନ ଜିନ୍ଦଲ କଂଗ୍ରେସର ହୁଅନ୍ତ କି ବିଜେପିର ହୁଅନ୍ତୁ ସେଥିରେ ଓଡିଶା ବ୍ୟସ୍ତ ନୁହେଁ । ଓଡଶା ପାଇଁ ସେ ଅର୍ଥ ବିନିଯୋଗ କରିଛନ୍ତି ।

ସେ ୧୩ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ କରିଛନ୍ତି । ସେ ଦୃଷ୍ଟିରୁ ଓଡିଶା ସରକାର ତାଙ୍କପାଇଁ ଖଣି ସୁପାରିଶ କରି କୌଣସି ଭୁଲ କରି ନାହାଁନ୍ତି । କୌଣସି ଦଳ ପାଇଁ ନୁହେଁ ଓଡିଶାରେ ଶିଳ୍ପ ପାଇଁ ଆସିଥିବା ସବୁ କଂପାନୀକୁ ସରକାର ଖଣି ଦେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେଡ଼ି, ବିଜେପି, ସରକାର, ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ କଂଗ୍ରେସର ବିରୋଧ

October 21, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୧(ଓଡ଼ିଶା ଡ଼ଟ୍ କମ୍) – ସେପ୍ଟେମ୍ବର ୬ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ବିରୋଧରେ ଅନୁଷ୍ଠିତ କଂଗ୍ରେସର ସମାବେଶ ବେଳେ କର୍ତବ୍ୟରତ ଜଣେ ମହିଳା ପୁଲିସ କନଷ୍ଟେବଳଙ୍କୁ ମାଡ଼ ଘଟଣାର ଅନୁସନ୍ଧାନ କରି ରାଜ୍ୟ ମହିଳା କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ରିପୋର୍ଟକୁ କଂଗ୍ରେସ ବିରୋଧ କରିଛି ।

ସରକାରଙ୍କ ଚାପରେ ଏଭଳି ରିପୋର୍ଟ ପ୍ରସ୍ତୁତ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କମିଶନରଙ୍କ ଦ୍ୱାରାସୁପାରିଶ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତକୁ ମଧ୍ୟ ଦଳ ବିରୋଧ କରିଛି ।

କଂଗ୍ରେସର ବରିଷ୍ଠନେତା ଗଣେଶ୍ୱର ବେହେରା କହିଛନ୍ତି ଆମେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭୟ କରୁନାହୁଁ । ଯେତେବେଳେ ଏହି ଘଟଣାର ଲୋକପାଳ ତଦନ୍ତ ଚାଲୁଛି ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିବା କୌଣସି ପ୍ରାସଙ୍ଗକତା ନାହିଁ । ସାମଗ୍ରୀକ ଭାବେ ବିଚାରକଲେ ଏ ରିପୋର୍ଟଟି ସରକାରଙ୍କ ଦ୍ୱାରାପ୍ରଭାବିତ ବୋଲି ଜଣାପଡୁଛି ।

କମିଶନର ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଦେଇଥିବା ତାଙ୍କ ୬ ପୃଷ୍ଠା ରିପୋର୍ଟରେ ଦର୍ଶାଇଛନ୍ତି ଯେ ସେଦିନ କଂଗ୍ରେସର ସମାବେଶ ବେଳେ ଯେଉଁସବୁ ଘଟଣା ଘଟିଲା ତାହା ନିନ୍ଦନୀୟ ଏବଂ ଏଥିପାଇଁ ସେ ଓଡ଼ିଶା କଂଗ୍ରେସ ବ୍ୟାପାର ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଜଗଦୀଶ ଟାଇଟଲର ଓ ଅନ୍ୟାନ୍ୟ ନେତାମାନଙ୍କୁ ଦାୟୀ କରିଛନ୍ତି ।

ଘଟଣାର ବ୍ୟାପକତା ଏବଂ ବିଭିନ୍ନ ସ୍ତରର ସଂପୃକ୍ତି ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାପାଇଁ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିବାବେଳେ ଏହି ଘଟଣାରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଆଦୌ ଦାୟୀ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଏହାଛଡ଼ା ପରିସ୍ଥିତିକୁ ସମ୍ଭାଳିବାରେ ପୁଲିସ ଓ ପ୍ରଶାସନ ଯେଭଳି କାର୍ଯ୍ୟ କରିଛି ତାହାକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କ୍ରାଇମବ୍ରାଞ୍ଚ, ରାଜ୍ୟ ମହିଳା କମିଶନ, ରାଜ୍ୟ ସରକାର

କଂଗ୍ରେସ ଆରମ୍ଭ କଲା ସଭ୍ୟସଂଗ୍ରହ ଅଭିଯାନ

October 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୧୬(ଓଡ଼ିଶା ଡ଼ଟ୍ କମ୍) –କଂଗ୍ରେସ ମଙ୍ଗଳବାର ଠାରୁ ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ । ୨୦୧୫ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ସଭ୍ୟ ସଂଗ୍ରହ ଅଭିଯାନର ଲକ୍ଷ ରଖିଛି ଦଳ ।

ପାର୍ଟି ପ୍ରତି ବୁଥ୍ ରୁ ସଭ୍ୟ ସଂଗ୍ରହ କରିବ । ଆଜି ରାଜଧାନୀ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀରୁ ଏ ଅଭିଯାନ ଆରମ୍ଭ ହୋଇଛି । ଶବରସାହୀର ନୟନୀ ନାୟକ ଏହି ଅଭିଯାନର ପ୍ରଥମ ସଦସ୍ୟ ହୋଇଛନ୍ତି ।

ନୂତନ ସଭ୍ୟ ମଧ୍ୟରେ ୫୦ ପ୍ରତିଶତ ମହିଳା,୨୫ ପ୍ରତିଶତ ଯୁବକ ଓ ଛାତ୍ର ସଦସ୍ୟ ରହିବେ । ଏବେ ଦଳର ୩୫ ଲକ୍ଷ ସଭ୍ୟ ଥିବା ବେଳେ ୩ ବର୍ଷ ମଧ୍ୟରେ ଦଳ ୧୫ ଲକ୍ଷ ସଭ୍ୟ ସଂଗ୍ରହ କରିବାର ଲକ୍ଷ ରଖିଛି ଦଳ ।

ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଏ ସଂର୍ପକରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଶାସନ ପରିବର୍ତନ ଓଡିଶା ବିକାଶ ପାଇଁ ଅପରିହାର୍ଯ୍ୟ । ଏକଥା ଜନସାଧାରଣ ବୁଝିସାରିଛନ୍ତି ।

ତେଣୁ ସ୍ୱତ ପ୍ରବୃତ ଭାବରେ ବହୁ ଲୋକ କଂଗ୍ରେସର ସଭ୍ୟହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଆମର ଦୃଢ ଆଶା ଆମର ଲକ୍ଷ୍ୟଠାରୁ ଅଧିକ ସଭ୍ୟ ସଂଗ୍ରହ କରିପାରିବୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ସଭ୍ୟ ସଂଗ୍ରହ

ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁଙ୍କ ପରଲୋକ, ପୁରୀରେ ଶେଷକୃତ୍ୟ

October 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ଅକ୍ଟେବର ୧୪ (ଓଡ଼ିଶା ଡ଼ଟ୍ କମ୍) –ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ଓ ସାଂସଦ ହରିହର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।ପୁରୀରେ ଆଜି ତାଙ୍କର ଶେଷକୃତ୍ୟ କରାଯିବ ।

ଶିକ୍ଷକତାରୁ କର୍ମମୟ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ହରିହର ସ୍ୱାଇଁ ପାରଳାଖେମୁଣ୍ଡିରେ ପାଠପଢା ଶେଷ କରି ନିଜ ଜନ୍ମମାଟି ଆସିକା ନିକଟ ଦେବଭୂମି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ସେହି ଦଳର ସମର୍ଥନରେ ସରପଞ୍ଚ ନିର୍ବାଚିତ ହୋଇଥିଲେ । ଏହାପରେ ଦୁଇଥର ବିଧାୟକ, ଦୁଇଥର ମନ୍ତ୍ରୀ ଏବଂ ଥରେ ସାଂସଦ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଲୋକସଭାରେ ଆସିଥିବା ଅନାସ୍ଥାପ୍ରସ୍ତାବରେ ସେ ହଟଚମଟ ସୃଷ୍ଟି କରି ବିଜେଡିକୁ ଶକ୍ତ ଧକ୍କା ଦେଇଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ।

ସ୍ୱର୍ଗତ ସ୍ୱାଇଁଙ୍କ ବିଧବା ପତ୍ନୀ, ତିନିଝିଅ ଓ ଗୋଟିଏ ପୁଅ ଅଛନ୍ତି । ସ୍ୱର୍ଗତ ସ୍ୱାଇଁ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ସେ ରାଜନୀତିରୁ ଏକ ପ୍ରକାର ନିଷ୍କ୍ରିୟ ରହିବା ପରେ ଅଧୁନା ଭୁବନେଶ୍ୱରସ୍ଥିତ ବାସଭବନରେ ସପରିବାର ରହୁଥିଲେ ।

ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ହେବାରୁ ତାଙ୍କୁ ନୂଆଦିଲ୍ଲୀର ଏମସରେ ଭର୍ତି କରାଯାଇଥିଲା । ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣବାୟୁ ଉଡିଯାଇଛି । ମୃତୁ୍ୟ ସମୟରେ ତାଙ୍କର ବଡ଼ପୁଅ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନାସ୍ଥାପ୍ରସ୍ତାବ, କଂଗ୍ରେସ, ପୂର୍ବତନ ମନ୍ତ୍ରୀ ହରିହର ସ୍ୱାଇଁ, ଲୋକସଭା

ଧାନର ସହାୟକ ମୂଲ୍ୟ ଉପରେ ବୋନସ ଦିଅ :କଂଗ୍ରେସ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ରାଜ୍ୟରେ ମରୁଡ଼ିଜନିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଧାନର ସହାୟକ ମୂଲ୍ୟ ଉପରେ କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେବା ପାଇଁ କଂଗ୍ରେସ ଗୁରୁବାର ଦାବି କରିଛି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଚଳିତବର୍ଷ ଅଦିନିଆ ବର୍ଷା ଏବଂ ସାରର ଅଭାବ ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚାଷୀ ଗତବର୍ଷ ଚାଷରେ ଯେତିକି ଅର୍ଥ ବିନିଯୋଗ କରିଥିଲା ଏଥର ଚଢାଦରରେ ସାର କିଣି ଦୁଇଗୁଣା ଅର୍ଥ ବିନିଯୋଗ କରିଛି । ଚାଷୀର ଅଧିକ ବିନିଯୋଗ ଦୃଷ୍ଟିରୁ ଧାନର ସହାୟକ ମୂଲ୍ୟ ଉପରେ ଅଧିକ ବୋନସ ଦିଆଯିବା ଆବଶ୍ୟକ ।

ପଡୋଶୀ ଆନ୍ଦ୍ରପ୍ରଦେଶ, ଛତିଶଗଡ ଏବଂ ଅନ୍ୟ ରାଜ୍ୟ ସରକାରୀମାନେ ଧାନର ସହାୟକ ମୂଲ୍ୟ ଉପରେ ବୋନସ ଘୋଷଣା କରିଛନ୍ତି ।

ଓଡିଶାର ଚାଷୀଙ୍କୁ ସହାୟତା ସ୍ୱରୂପ ରାଜ୍ୟ ସରକାର ସର୍ବାଧିକ ୫୦୦ଟଙ୍କା ନଚେତ ସର୍ବନିମ୍ନ ୩୦୦ଟଙ୍କା ବୋନସ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଏହା ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି କିଶୋର ପଟେଲ,ଶିବାନନ୍ଦ ରାୟ,ଗୁରୁପଦ ନନ୍ଦ,ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଦିନିଆ ବର୍ଷା, କଂଗ୍ରେସ, ଧାନ, ସରକାରୀ, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି ।

ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା । ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାକସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି । ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି ।

ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି । ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା ।

ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି ।

ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

ଉପା ସରକାରକୁ ସମର୍ଥନ ଦେବ ନାହିଁ ବିିଜେଡି: ମୁଖ୍ୟମନ୍ତ୍ରୀ

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଦୁର୍ନୀତିରେ ଉବୁଟୁବୁ ହେଉଥିବା କଂଗ୍ରେସ ନେତୃତ୍ୱାଧୀନ ସରକରାକୁ କୌଣସି ପରିସ୍ଥିତିରେ ବିଜେଡି ବାହାରୁ କିମ୍ବା ଭିତରୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି ।

ଆଜିଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ୨୩ ତାରିଖରେ ଫେରିବେ । ଯିବା ପୂର୍ବରୁ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଲେ ଯେ,କେନ୍ଦ୍ର ସରକାରରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମର୍ଥନ ପ୍ରତ୍ୟାହାର ଘୋଷଣାପରେ ଏହି ସରକାର ଏବେ ଅସ୍ଥିର ଦୁର୍ବଳ ହୋଇଛି ।

ତେବେ ବିଜେଡି ଆଗକୁ କ’ଣ ଘଟୁଛି ତାକୁ ଅପେକ୍ଷା କରିଛି । ଦେଶର ବିଭିନ୍ନ ଆଂଚଳିକ ଦଳ ଗୁଡିକ ଦିନ କୁ ଦିନ ଶକ୍ତିଶାଳୀ ହେଉଛନ୍ତି । ଓଡିଶାରେ ବିଜେଡି ସାଧାରଣ ଲୋକଙ୍କ ଆର୍ଶୀବାଦରେ ବେଶ୍ ମଜବୁତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ଏବେ ହେଉ ବା କେବେ ହେଉ ବିଜେଡିକୁ କିଛି ଫରକ ପଡିବ ନାହିଁ । ପାକ୍ ନିର୍ବାଚନ ମେଣ୍ଟ ପାଇଁ ଏବେ କିଛି କୁହା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସାମ୍ବାଦିକ ସମ୍ମିଳନୀ

ଜିନ୍ଦଲ ସପକ୍ଷରେ କୋଇଲା ଖଣି: ନବୀନଙ୍କୁ ଘେରିଲା କଂଗ୍ରେସ

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଜିନ୍ଦଲ କଂପାନୀ କୁ ରାଜ୍ୟରେ ଏକ କୋଇଲା ଖଣି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଲେଖିଥିବା ଯୋଗୁଁ ତାଙ୍କର ଭୁମିକା ସନ୍ଦେହ ଜନକ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଭି.ନାରାୟଣ ସ୍ୱାମୀ ଗୁରୁବାର ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସେହି କୋଇଲା ଖଣିକୁ ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ଯାହା ପୁର୍ବରୁ ଅନ୍ୟ ଏକ କଂପାନୀକୁ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି କୋଇଲା ଖଣିକୁ ବାତିଲ କରି ଉକ୍ତ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ଲେଖିଥିଲେ ।

ଶତାଧିକ କଂପାନୀ କୋଇଲା ଖଣି ପାଇଁ ଆଶାୟୀ ଥିବାବେଳେ ତାଙ୍କର କଣ ସ୍ୱାର୍ଥ ଥିଲା ଯେ ସେ କେବଳ ଗୋଟିଏ କଂପାନୀ ପାଇଁ ସୁପାରିସ କରୁଥିଲେ । ଏଥିରେ ତାଙ୍କର ଭୁମିକା ସନ୍ଦେହଜନକ ।

ଏହାର ସିବିଆଇ ତଦନ୍ତ ହେବା ଉଚିତ । କେନ୍ଦ୍ର ସରକାର କୋଇଲା ଖଣି ବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଏହି ଘଟଣାର ମଧ୍ୟ ତଦନ୍ତ କରିବ ବୋଲି ଭି.ନାରାୟଣ ସ୍ୱାମୀ କହିଛନ୍ତି ।

ଏହାର ଉତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି କାର୍ଯ୍ୟ କରି ଆସୁଛନ୍ତି । ସେ କହିଛନ୍ତି ଯେ ଯେଉଁ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ସେହି ଖଣି ତାମିଲନାଡୁର ଏକ ତାପଜ ବିଦ୍ୟୁତ କାରଖାନା ପାଇଁ ଉଦ୍ଧିଷ୍ଟ ଥିଲା ।

ତାମିଲନାଡୁର ଉକ୍ତ କଂପାନୀ ନିର୍ଦ୍ଧିଷ୍ଟ ସମୟ ଭିତରେ କିଛି କାର୍ଯ୍ୟ କରିନଥିଲା । ଜିନ୍ଦଲ ରାଜ୍ୟରେ ନିଜର କାରଖାନା ବସାଉ ଥିବାରୁ ସରକାର ତା ପାଇଁ ଏହି କୋଇଲା ଖଣି ସୁପାରିସ କରିଥିଲେ ।

ଏଭଳି ବହୁତ ଉଦାହରଣ ଅଛି ଯେଉଁଠି କେନ୍ଦ୍ର ସରକାର କଂପାନୀ ମାନଙ୍କୁ ରାଜ୍ୟର ବିନା ସୁପାରିସରେ ମଧ୍ୟ ରାଜ୍ୟରେ କୋଇଲା ଖଣି ଆବଣ୍ଟନ କରିଛନ୍ତି ।

କେନ୍ଦ୍ର ସରକାର ଏଭଳି ଆବଣ୍ଟନ କାହିଁକି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ୨୦୦୨ ମସିହାରେ ଜିନ୍ଦଲ ସପକ୍ଷରେ ଦେଇଥିବା ଏକ ଚିଠିକୁ କେନ୍ଦ୍ର କରି କଂଗ୍ରେସ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ।

ଠିକ୍ ସେହିପରି ୨୦୦୫ରେ ରାଜ୍ୟ ତତ୍କାଳୀନ ଶିଳ୍ପ ସଚିବ ଜି.ସି ପତି କୋଇଲା ଆବଣ୍ଟନରେ ନିଲାମ ପ୍ରକ୍ରିୟାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଥିବା ଚିଠି ଯୋଗୁଁ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କୋଇଲା ଖଣି, ଜିନ୍ଦଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କଂଗ୍ରେସ ସମାବେଶ ବଦଳାଇଲା ସରକାରଙ୍କ ନୀତି

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟସ୍ତରୀୟ ସମାବେଶ ପାଇଁ ରାଜନୈତିକ ଦଳ ଏବଂ ସଂଗଠନଗୁଡ଼ିକୁ ଲୋୟର ପିଏମଜିରେ ଅନୁମତି ଦିଆଯିବ ନାହିଁ ଜନତା ମଇଦାନ ଏବଂ ପ୍ରଦର୍ଶନୀ ପଡ଼ିଆ ପରି ସ୍ଥାନରେ ବଡ଼ ଧରଣର ସଭା ଓ ସମାବେଶ ପାଇଁ ଅନୁମତି ଦିଆଯିବ ।

ଉଚ୍ଚ ପ୍ରଶାସନିକ ସ୍ତରରେ ଏନେଇ ଯୋଜନା ଚୂଡ଼ାନ୍ତ କରାଯାଇଛି । ସେପ୍ଟେମ୍ବର ୬ କଂଗ୍ରେସ ସମାବେଶରେ ଅଘଟଣ ଉପରେ ତର୍ଜମା କରାଯାଇ ବଡ଼ ଧରଣର ସମାବେଶ ପାଇଁ ବିକଳ୍ପ ସ୍ଥାନ ବାଛିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସୁରକ୍ଷା ଦୃଷ୍ଟିରୁ ବିଧାନସଭା ଏବଂ ସଚିବାଳୟ ସମ୍ମୁଖସ୍ଥ ଲୋୟର ପିଏମଜିରେ ବଡ଼ ଧରଣର ସମାବେଶ ପାଇଁ ଅନୁମତି ନବୋକୁ ପ୍ରଶାସନିକସ୍ତରରେ ମତ ପ୍ରକାଶ ପାଇବା ପରେ ଏହି ନିଷ୍ପତି ନିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ଜନତା ମଇଦାନ, ପ୍ରଶାସନ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ