• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସ

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ହାତ: କଂଗ୍ରେସ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- କୋଇଲା ମହାୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷଭାବେ ଜଡିତ । କୋଇଲା ବ୍ଲକ ଆବଣ୍ଟନରେ ଓଡ଼ିଶା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତକ୍ଷ ହାତ ଥିବା ବିଷୟ ଖୋଲାଖୋଲି ଭାବେ ଜଣାପଡିଛି ।

ସେ ଯେତେ ଲୁଚାଇବାକୁ ଚେଷ୍ଟାକଲେ ମଧ୍ୟ ଲୁଚିପାରିବ ନାହିଁବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତିକୋଇଲା ବ୍ଲକ ଆବଂଟନରେ ପ୍ରତିଟି ସ୍ତରରେ ରାଜ୍ୟ ସରକାରଙ୍କ ହାତ ରହିଥିବାବେଳେ ସରକାରଙ୍କ ସ୍ୱୀକୃତିରେ ସବୁ କାର୍ଯ୍ୟ ହୋଇଛି । ୩୯ଟି ଘରୋଇ ସଂସ୍ଥାକୁ ଓଡ଼ିଶାରେ କୋଇଲା ଆବଣ୍ଟନ ହୋଇଛି ।

ଓଡ଼ିଶାର କୋଇଲା ବ୍ଲକ ଅନ୍ୟ ରାଜ୍ୟର ସଂସ୍ଥାଗୁଡ଼ିକୁ ମଧ୍ୟ ଦିଆଯାଇଛି । ସବୁ କ୍ଷେତ୍ରରେ ସ୍କି୍ରନିଂ କମିଟି ଉପସ୍ଥିତ ଥିବା ଓଡ଼ିଶା ପ୍ରଶାସକମାନେ ଆଖିବୁଜି ସମର୍ଥନ କରିଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ କୋଇଲା ଦୁର୍ନୀତିରୁ ଖସିଯିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ,ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଣ୍ଟନ, ମୁଖ୍ୟମନ୍ତ୍ରୀ

ବ୍ରହ୍ମଗିରି: ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମଗିରି, ମଇ ୧୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଗମ୍ଭାରୀ ଗାଁରେ ଲାଗି ରହିଥିବା ହିଂସାକାଣ୍ଡ ଶୁକ୍ରବାର ଉଗ୍ରରୂପ ଧାରଣ କରିଥିଲା । ଫଳରେ ଗୁଳିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ବେଳେ ମୃତକମାନେ କଂଗ୍ରେସ ଦଳର ବୋଲି ପୋଲିସ କହିଛି ।

ଉଭୟ ପକ୍ଷ ପରସ୍ପର ଉପରକୁ ବୋମା ଓ ଗୁଳିମାଡ଼ କରିଥିବା ବେଳେ ପ୍ରାୟ ୨୦ଟିଘର ଭାଙ୍ଗି ଯାଇଛି । ସଂଘର୍ଷ ପରେ ଉତ୍ତେଜନା ଲାଗିରହିଥିବା ବେଳେ ଗ୍ରାମ ପୁରୁଷଶୂନ୍ୟ ହୋଇ ପଡ଼ିଛି ।

ଅଧିକ ଗଣ୍ଡଗୋଳ ଆଶଙ୍କା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ଧାରା ଜାରି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ବ୍ରହ୍ମଗିର

୨୮ଜିଲ୍ଲାରେ ବିଜେଡ଼ି,୨ଟିରେ କଂଗ୍ରେସ ଜିଲ୍ଲାପରିଷଦ ଅଧ୍ୟକ୍ଷ

March 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମଙ୍ଗଳବାର ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ୨୮ଟିରେ ବିଜେଡ଼ି ଏବଂ ୨ଟି ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

କନ୍ଧମାଳ ଏବଂ ଝାରସୁଗୁଡ଼ାରେ କଂଗ୍ରେସ ଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜେଡ଼ି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ ମହିଳା ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।

ମୋଟ୍ ୮୫୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ କାଶୀପୁର ବ୍ଲକର ତିନୋଟି ଜୋନ୍ ବ୍ୟତୀତ ଅନ୍ୟ ୮୫୧ ଜିଲ୍ଲା ପରିଷଦ ଜୋନ୍ ର ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି ।

ଏହି ଜୋନ୍ ଗୁଡ଼ିକ ମଧ୍ୟରୁ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୬୫୧, କଂଗ୍ରେସ ୧୨୮, ବିଜେପି ୩୬, ସିପିଆଇ ୨, ସିପିଏମ୍ ୧, ଜେଏମ୍ଏମ୍ ୧୧ ଏବଂ ସ୍ୱାଧିନ ସଦସ୍ୟମାନେ ୨୨ଟି ଆସନରେ ବିଜୟୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: କଂଗ୍ରେସ, ନିର୍ବାଚନ, ବିଜେଡ଼ି

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର

February 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋର୍ ସୋର୍ରେ ପ୍ରଚାର ଚଳାଇଛନ୍ତି ।

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ସୋମବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ଜୁଏଲ ପାଇକପୁର ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଗହଣରେ ଏକ ପଦଯାତ୍ରାରେ ଘରଘର ବୁଲି ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଥିବା ବେଳେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜଗଦିଶ ଟାଇଟଲର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାଜପୁରରେ ପ୍ରଚାର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ରାଜନୀତି Tagged With: କଂଗ୍ରେସ, ପଞ୍ଚାୟତ ନିର୍ବାଚନ, ବିଜେଡ଼ି, ବିଜେପି

ପିସିସି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ୍

January 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) କଂଗ୍ରେସ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦିଆଯାଇଥିବା ଅଭିଯୋଗ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଗତ ଶନିବାର ପ୍ରକାଶିତ ଏହି ଇସ୍ତାହାରରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା ।

ଇସ୍ତାହାରରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ବିଭିନ୍ନ ବିଷୟ ଉଲ୍ଲେଖ କରାଯାଇଥିବା ଅଭିଯୋଗ କରି ବିଜେଡି ସାଧାରଣ ସଂପାଦକ ନରେନ୍ଦ୍ର ସ୍ୱାଇଁ, ସାଂସଦ ପିନାକୀ ମିଶ୍ର ଓ ସାଂସଦ ଶୀଶ ଭୂଷଣ ବେହେରା ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏସଂପର୍କରେ ଅବଗତ କରିଥିଲେ ।

ଆଚରଣବିଧି ଉଲଂଘନ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ମଙ୍ଗଳବାର କାରଣ ଦର୍ଶାଅ
ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପିସିସି

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ କଂଗ୍ରେସର ସମାବେଶ

January 31, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ପ୍ରଚାର ପରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାବେଶରେ କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀ ଜଗଦୀଶ ଟାଇଟଲର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ ।

ରାଜ୍ୟର ବିକାଶ ପାଇଁ ଗତ ୭ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ ହେଁ ନବୀନ ବାବୁ ତା’ର ହିସାବ ଦେଇ ପାରୁ ନାହାନ୍ତି ।

କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରି ସରକାରରେ ଥିବା ମନ୍ତ୍ରୀ ଓ ନେତାମାନେ ନିଜସ୍ୱ ପାଣ୍ଠି ବଢ଼ାଇବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।

ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ସରକାର ଏକ ବେଇମାନ ଓ ଅପାରଗ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ରାଜପଥ ଠାରୁ ଆରମ୍ଭ କରି ଗାଁର କଂକ୍ରିଟ ରାସ୍ତା ପର୍ଯ୍ୟନ୍ତ ସବୁକିଛି କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ ହେଉଛି ।

ବନ୍ୟା ସହାୟତା ପାଇଁ କେନ୍ଦ୍ରରୁ ଆସିଥିବା ୯୨୧କୋଟି ଟଙ୍କା ଠିକାଦାର,ପ୍ରଶାସନ ଓ ରାଜନେତାଙ୍କ ମାଧ୍ୟମରେ ବାଟମାରଣା ହୋଇଛି ।

ସରକାର ନିଜର ସ୍ୱଛତା ପ୍ରତିପାଦନ କରିବା ପାଇଁ ଖୋଲା ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଗତ ୧୨ବର୍ଷ ମଧ୍ୟରେ ସରକାର ବିକାଶ ନାମରେ ବିନାଶ ଚଳାଇଛି ବୋଲି ସମାବେଶରେ ଯୋଗେଇ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ

ଯେଉଁ ସରକାରର ୧୨ବର୍ଷର ଶାସନ ପରେ ବି ୧୨ହଜାର ଗ୍ରାମରେ ସ୍କୁଲ ନାହିଁ ଓ ୭ହଜାର ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେଠାରେ ଶିକ୍ଷା ବ୍ୟବସ୍ଥା କିପରି ଭୁଷୁଡ଼ି ପଡ଼ିଛି ତାହା ଏହି
ପରିସଂଖ୍ୟାନରୁ ସ୍ପଷ୍ଟ, ସେ କହିଛନ୍ତି ।

ଓଡ଼ିଶାକୁ ଦେଶର ୧ନମ୍ବର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ନିର୍ବାଚନୀ ସଭାରେ ଡ଼ିଣ୍ଡିମ ପିଟୁଥିବା ବେଳେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା କାହିଁକି ଏକ ନମ୍ବର ଗରୀବ ରାଜ୍ୟରେ ପରିଣତ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର, ରାଜନୀତି Tagged With: କଂଗ୍ରେସ, ଭଦ୍ରକ, ମୁଖ୍ୟମନ୍ତ୍ରୀ

ନିର୍ବାଚନ ଇସ୍ତାହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ନିର୍ବଚନୀ ଇସ୍ତାହାର ଆଚରଣବିଧି ଉଲଂଘନ କରୁଥିବା ଦର୍ଶାଇ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା ପରେ ଆଇନ ଅନୁଯାୟୀ ଯେଉଁ କଟକଣା ଜାରି କରାଯାଇଛି କଂଗ୍ରେସ ତାହା ଉଲଂଘନ କରିଛି ବୋଲି ରବିବାର ଳପକ୍ଷରୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି ।

ଗୋଟିଏ ଦଳ ଅନ୍ୟ କୌଣସି ଦଳର ନେତାଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ମତ ଦେଇପାରିବେ ନାହଁ କିମ୍ବା
ଅଭିଯୋଗ କରିପାରିବେ ନାହିଁ । କଂଗ୍ରେସ ଏହାର ଉଲଂଘନ କରି ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ
ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ।

ତେଣୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ଶନିବାର କଂଗ୍ରେସ ପକ୍ଷରୁ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଇସ୍ତହାର ପ୍ରକାଶ କରାଯାଇଥିଲା ଏବଂ ଏଥିରେ ୧୪ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କାର୍ଯ୍ୟାନୁଷ୍ଠାନ

ଭଦ୍ରକରେ କଂଗ୍ରେସର ସରକାର ବିରୋଧି ସମାବେଶ ୩୧ରେ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନା ବିରୋଧରେ ଆସନ୍ତା ୩୧ରେ ଭଦ୍ରକ ଜିଲ୍ଲାରେ ଏକ ସମାବେଶର ଆୟୋଜନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହବିଭାଗ ରଖିଥିଲେ ହେଁ ରାଜ୍ୟତମାମ ମହିଳାଙ୍କ ଉପରେ ଅତ୍ୟାଚାର ଓ ବଳାତ୍କାର ଘଟଣା ବଢି ଚାଲିଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ କହିଛନ୍ତି ।

ଅଧିକାଂଶ ମାମଲାରେ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ବେଳେ ଧର୍ଷଣ ଅଭିଯୁକ୍ତମାନେ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଥିବା ପ୍ରମାଣ ମିଳିସାରିଛି ।

ପିପିଲି ଗଣଧର୍ଷଣ ମାମଲାରେ ଗଣ ଆନ୍ଦୋଳନ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ମନ୍ତ୍ରୀ ଓ ପୋଲିସ ଅଫିସରଙ୍କୁ ବିଦା କରିଛନ୍ତି,ସେ କହିଛନ୍ତି ।

କିନ୍ତୁ ଗୃହ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନିଜେ ନିଜକୁ ଘଣ୍ଟ ଘୋଡାଇବାର ଅପଚେଷ୍ଟା କରିଛନ୍ତି । କୌଣସି ପରିସ୍ଥିତିରେ ନିଜମୁଣ୍ଡକୁ ଦୋଷ ନେବାକୁ ଅନିଚ୍ଛୁକ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି ।

ଆୟୋଜିତ ସମାବେଶରେ ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜଗଦୀଶ ଟାଇଟଲର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ଗଣବଳାତ୍କାର, ପୋଲିସ, ବିଜେଡ଼ି, ମୁଖ୍ୟମନ୍ତ୍ରୀ

ନିର୍ବାଚନ ଇସ୍ତାହାର, ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଶେ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଥିବା ବେଳେ ରାଜ୍ୟର ୧୪ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି ।

ଦଳ ପକ୍ଷରୁ ସଭାପତି ନିରଂଜନ ପଟ୍ଟନାୟକ ଶନିବାର ଏହି ୧୬ ପୃଷ୍ଠା ବିଶିଷ୍ଟ ନିର୍ବାଚନ ଇସ୍ତାହାର
ପ୍ରକାଶ କରିଛନ୍ତି । ଇସ୍ତାହାରରେ ୨୬ଟି ଅଭିଯୋଗ ଅଣାଯାଇଛି ।

ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଡାଲି ଦୁର୍ନୀତି, ଖଣି ଦୁର୍ନୀତି ସହ ପିପିଲି ଗଣବଳାକ୍ରାର ଘଟଣା ଉପରେ ଚର୍ଚ୍ଚା କରାଯାଇଛି ।

ଅନାହାର ମୃତ୍ୟୁ, ପୋଲିସ ଅତ୍ୟାଚାର, ଚାଷୀ ଆତ୍ମହତ୍ୟା, ବେକାରୀ ସମସ୍ୟା, ସାଧାରଣ ବଂଟନ
ବ୍ୟବସ୍ଥାରେ ଅନିୟମିତତା, ଶିଶୁ ଭୃଣହତ୍ୟା, ଯୁବତୀ ଚାଲାଣ, କୁଜଙ୍ଗ ବାଣ ବିସ୍ଫୋରଣ, ମାଓବାଦୀ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ମାଲୋଚନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖଣି ଦୁର୍ନୀତି ଓ ଜଙ୍ଗଲ ଆଇନ ଉଲ୍ଲଂଘନ ପାଇଁ ଦୋଷାରୋପ
କରାଯାଇଥିବା ବେଳେ ବିରଜା ମୂର୍ତି ଅଳବଳ ଓ ଜମି ହଡପରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ
ସଂଶ୍ଳିଷ୍ଟ ବୋଲି କୁହାଯାଇଛି ।

ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବିରୋଧରେ ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ଅଭିଯୋଗ
ଅଣାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କୁ ବ୍ଲକ୍ ଅଧ୍ୟକ୍ଷ ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜମି ଦୁର୍ନୀତି, ଖଣି ଓ ଇସ୍ପାତ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ
ଏମ୍ଜିଏନ୍ଆର୍ଇଜିଏ ଦୁର୍ନୀତି, ଖଣି ଦୁର୍ନୀତି ଓ ବାଲିଆପାଳ ବଳାକ୍ରାର ଘଟଣା ପାଇଁ ଦାୟୀ କରାଯାଇଛି ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଓ ଘର ଦୁର୍ନୀତି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀୟ ସାହୁ ବସଷ୍ଟାଣ୍ଡ ଜମି ହସ୍ତାନ୍ତର ଦୁର୍ନୀତିରେ ସଂପୃକ୍ତ ଥିବା ଇସ୍ତାହାରରେ କୁହାଯାଇଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏବଂ ବ୍ୟିାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନାଙ୍କ
ବିରୋଧରେ କୋଇଲା ଦୁର୍ନୀତି, ପଂଚାୟତିରାଜ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁରୀ ପୌରପରିଷଦ ଜମି ଦୁର୍ନୀତି, ଗାୟତ୍ରୀ ପଣ୍ଡା ମାମଲା ଓ ଆଶୀର୍ବାଦ ଗେଷ୍ଟହାଉସ୍ ମାମଲାରେ ସଂପୃକ୍ତି ଥିବା ଅଭିଯୋଗ କରାଯାଇଛି ।

ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୁଦ୍ଧରେ ଫୌଜାରୀ ମାମଲା ଥିଲାବେଳେ ସେ ବିହନ
ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା କୁହାଯାଇଛି । ସେହିପରି ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଶକ୍ତିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ । ବ୍ଲକ୍ ଅଫିସ୍ ଗୁଡିକ ବିଜେଡି କର୍ମୀଙ୍କ ଆଡ୍ଡାରେ ପରିଣତ ହୋଇଛି ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ନିର୍ବାଚନ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରାବିଜ୍ଞାନ କଂଗ୍ରେସ ଉଦଘାଟିତ

January 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବ୍ୟିାଳୟରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦଘାଟନ କରିଛନ୍ତି ।

ଉ୍ ଘାଟନ ଉତ୍ସବବରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ,
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବିଳାସ ରାଓ ଦେଶମୁଖ,
ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

କୃଷି, ଜଳ, ଶକ୍ତି ଏବଂ ସୌରଶକ୍ତି ଉପରେ ଅଧିକ ଗବେଷଣା କରାଯିବ ଏବଂ ବୈଜ୍ଞାନିକ
ଗବେଷଣାକୁ ୧୨ତମ ପଂଚ ବାର୍ଷିକ ଯୋଜନାରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏହାର ଗବେଷଣା କ୍ଷେତ୍ରରେ ବୃତି ବ୍ୟବସ୍ଥା କରାଯିବା ସହ ଜିଡ଼ିପିର ଦୁଇ ପ୍ରତିଶତ ଗବେଷଣାରେ ଖର୍ଚ୍ଚ ହେବ, ସେ କହିଛନ୍ତି ।

ସାମାଜିକ ବିକାଶ ଦିଗରେ ବିଜ୍ଞାନ ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆୟୋଜିତ ଉତ୍ସବରେ ସଫଳ ଓଡ଼ିଆ ଆଦିବାସୀ ଚାଷୀ ଭାବରେ କୋରାପୁଟ ଜିଲ୍ଲାର ରଚିତା ମୁୁଲି ଏବଂ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିଛନ୍ତି ।

ଜାନୁୟାରୀ ୩-୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି କଂଗ୍ରେସରେ ୧୧ଜଣ ନୋବେଲ୍ ବିଜେତା ଓ
ବୈଜ୍ଞାନିକଙ୍କ ସହ ପ୍ରାୟ ୧୫,୦୦୦ ଅତିଥି ଯୋଗ ଦେଇଛନ୍ତି ।

ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର) ଏବଂ କିଟ୍
ବିଶ୍ୱବିଦ୍ୟାଳୟ ଦ୍ୱାରାମିଳିତ ଭାବରେ ଏହାର ଆୟୋଜନ କରାଯାଇଛି । ଦୀର୍ଘ ୩୪ ବର୍ଷ ପରେ ଓଡିଶାରେ ଏହା ଆୟୋଜିତ ହେଉଛି ।

ଏହାର ଅଧିବେଶନ ପ୍ରତିବର୍ଷ ଜାନୁୟାରୀ ୩ ତାରିଖରେ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ । ୧୯୧୪ ମସିହାରେ ପ୍ରଥମଥର ପାଇଁ କୋଲକାତାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା ।

ବୁଧବାର ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଏହାକୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବୁଲ କାଲାମ ଉଦଘାଟନ କରିବେ । ଏଥିରେ ମାନବସମ୍ବଳ ବିକାଶ କେନ୍ଦ୍ରମନ୍ତ୍ରୀ କପିଳ ସିବଲ, କେନ୍ଦ୍ରମନ୍ତ୍ରୀ ବିଳାସରାଓ ଦେଶମୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗୁରୁବାର ଆୟୋଜିତ ମହିଳା ବିଜ୍ଞାନ କଂଗ୍ରେସକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରୂତ ନିରୂପମା ରାଓଉଦଘାଟନ କରିବେ ।

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍, ସମ୍ମାନୀୟ ଅତିଥି ଭାବେ ମାନବସମ୍ବଳ ରାଷ୍ଟମନ୍ତ୍ରୀ ଡି.
ପୁରନ୍ଦେଶ୍ୱରୀ,ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ତଥା ବିଜ୍ଞାନ ଓ ପ୍ରଯୁକ୍ତିମନ୍ତ୍ରୀ ଉଷା ଦେବୀ, ୟୁନେସ୍କୋର
ନେଚୁରାଲ୍ ସାଇନ୍ସର ଡାଇରେକ୍ଟର ଜେନେରାଲ ଓ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ପ୍ରଫେସର ଗୀତା ବାଲି ଯୋଗ ଦେବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ପ୍ରଧାନମନ୍ତ୍ରୀ

  • « Go to Previous Page
  • Page 1
  • Interim pages omitted …
  • Page 4
  • Page 5
  • Page 6
  • Page 7
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ