• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସ

କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜେଡ଼ିର ବାଜିମାତ୍

November 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ପୌର ନିର୍ବାଚନ ଫଳାଫଳ ବୁଧବାର ଘୋଷଣା ହୋଇଥିବା ବେଳେ ଏଥିରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଅଧିକ ୱାର୍ଡ଼ରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି ।

ଫଳାଫଳ ଅନୁଯାୟୀ ବିଜେଡ଼ି ପ୍ରାର୍ଥୀ ୧୩ଟି ୱାର୍ଡ଼ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୫ଟି ଏବଂ ବିଜେପି, ଏନ୍ସିପି ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ଼ରେ ବିଜୟୀ ହୋଇଛନ୍ତି ।

୨୧ଟି ୱାର୍ଡ଼ ପାଇଁ ମଙ୍ଗଳବାର ଭୋଟ୍ ଗ୍ରହଣ ହୋଇଥିଲା ଓ ୬୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏନ୍ସିପି, କଂଗ୍ରେସ, ନିର୍ବାଚନ, ବିଜେଡ଼ି, ବିଜେପି, ସ୍ୱାଧିନ ପ୍ରାର୍ଥୀ

କଂଗ୍ରେସ ସହ ବିଜେଡ଼ିର ଭିତିରି ବୁଝାମଣା ?(ଖୋଲା ବିଚାର)

October 16, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ନିକଟ ଅତୀତରେ ସମାପ୍ତ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବା ଅଦଳବଦଳ ଋତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ସଂପ୍ରସାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିବାରୁ ଓଡ଼ିଶାର କଂଗ୍ରେସ ସାଂସଦମାନେ ଆଉ କିଛି ଆଶା ନକରିବା ସ୍ୱାଭାବିକ କଥା ଅଟେ ।

ଏହି ପରିପ୍ରେକ୍ଷିରେ ଓଡ଼ିଶାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ କରାନଯିବା ଓ ପରିସଂଖ୍ୟାନ ତଥା କାର୍ଯ୍ୟକ୍ରମ ରୂପାୟନ ପରି ଏକ ମହତ୍ୱହୀନ ମନ୍ତ୍ରାଳୟର ସ୍ୱାଧିନ ଦାୟିତ୍ୱ ପ୍ରଦାନ କରାଯିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପୂର୍ବରୁ ମଧ୍ୟ ସେ ନିଜ ଅଫିସକୁ ନଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବିଭିନ୍ନ ସମ୍ବାପତ୍ର ମାନଙ୍କରେ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମିଶାଇ ବିଭିନ୍ନ କଂଗ୍ରେସ ନେତାମାନେ ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସଂପର୍କରେ ଯେଉଁ ମନ୍ତବ୍ୟମାନ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେହି ଶ୍ରୀକାନ୍ତ ଜେନାଙ୍କ ପୋନ୍ନତି ଚାହାନ୍ତି ନାହିଁ ।

ସେମାନେ ବରଂ ଚାହିଁଥିଲେ, ଆଉ କିଏ ଜଣେ ମନ୍ତ୍ରୀ ହେଉ ଯାହା ଫଳରେ ଓଡ଼ିଶାର ଏକମାତ୍ର ମନ୍ତ୍ରୀ ରୂପେ ଶ୍ରୀକାନ୍ତ ବାବୁଙ୍କର ଯାହାବି କିଛି ଗୁରୁତ୍ୱ ଅଛି, ତାହାବି ଯେମିତି ନରହୁ ।

ସେମାନେ ମନ୍ତବ୍ୟ ଦେବା ବେଳେ ଶ୍ରୀକାନ୍ତ ବାବୁଙ୍କ ପୋନ୍ନତି ନୁହେଁ, ଓଡ଼ିଶାରୁ ଆଉ କାହାକୁ ମନ୍ତ୍ରୀ କରାଗଲା ନାହିଁ ବୋଲି ପ୍ରକାଶ କରିଛନ୍ତି; ଏଣୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ ହେବାର ଇଚ୍ଛା କେବଳ ଶ୍ରୀକାନ୍ତ ବାବୁଙ୍କର ।

ଓଡ଼ିଶା କଂଗ୍ରେସର ଆଉ କାହାରି ନୁହେଁ, ବରଂ ଅତୀତରେ ଶ୍ରୀକାନ୍ତ ବାବୁ ବିଜୁ ପଟ୍ଟନାୟକଙ୍କର ଅତି ବିଶ୍ୱସ୍ତ ଥିବାରୁ ଓ ଜନତା ଦଳର ପ୍ରାର୍ଥୀ ହିସାବରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକ ତଥା ଜୟନ୍ତୀ ପଟ୍ଟନାୟକଙ୍କୁ ପରାସ୍ତ କରିଥିବାରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେବା ପାଇଁ ଓଡ଼ିଶା କଂଗ୍ରେସରୁ ବିରୋଧ ହୋଇଥିବା ସ୍ୱାଭାବିକ ।

କିନ୍ତୁ ଏଠାରେ ଆହୁରି ମହତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଆଉ କାହାକୁ ମଧ୍ୟ ମନ୍ତ୍ରୀ କରାଗଲା ନାହିଁ କାହିଁକି ? ଅବଶ୍ୟ ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଏପରିକି ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀ ତଥା ରାଜ୍ୟସଭା ସସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଆଶାୟୀ ଥିଲେ ।

ସେମାନଙ୍କ ମଧ୍ୟରୁ କାହାରିକୁ ମନ୍ତ୍ରୀ ପଦ ଦିଆଯାଇ ପାରିଥାନ୍ତା । ତୃଶମୂଳ କଂଗ୍ରେସର ୨୦ ଜଣ ସାଂସଦ ଥାଇ ଯି ସେହି ଦଳରୁ ୭ ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିଛି ଓ ଉତ୍ତରପ୍ରଶେରୁ ୨୧ ଜଣ ଲୋକସଭା ସସ୍ୟ ଥାଇ ସେଠାରୁ ମଧ୍ୟ ୭ ଜଣ ମନ୍ତ୍ରୀ ଥାଇ ପାରନ୍ତି ଓଡ଼ିଶାରୁ ୭ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଥାଇ ମାତ୍ର ଜଣେ କାହିଁକି ଗୁରୁତ୍ୱହୀନ ମନ୍ତ୍ରୀ ହୋଇ ରହିବେ ?

ଏହାର କାରଣ ହୃୟଙ୍ଗମ କରିବା ମଧ୍ୟ ସେତେ ବେଶି କଷ୍ଟ ନୁହେଁ । କାରଣ ଗତ କେତେ ବର୍ଷ ହେଲା କଂଗ୍ରେସ ଦଳ ଓଡ଼ିଶାରେ ଶାସକ ବିଜେଡ଼ି ବିରୁଦ୍ଧରେ ଅଣ୍ଟାଭିଡ଼ି ଲଢୁଛି ବୋଲି କୌଣସି ସଂକେତ ଦେଇନାହିଁ । ଉାହରଣସ୍ୱରୂପ ଗତ ୨୦୦୯ରେ ବିଜେଡ଼ି ବିଜେପି ମେଣ୍ଟ, ସେମାନେ ବିଜେଡ଼ି ସରକାର ବିରୁଦ୍ଧରେ ଭୋଟ୍ ନେଇ ଗୃହତ୍ୟାଗ କରିବେ ଯାହା ବିଜେଡ଼ିକୁ ପରୋକ୍ଷ ସମର୍ଥନ ଥିଲା ।

ବର୍ଷାଧିକାଳ ତଳେ ତିନି ଜଣ କଂଗ୍ରେସ ବିଧାୟକ ଭୋଟ୍ ନେଇ ବିଜେଡ଼ି ସସ୍ୟଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କଂଗ୍ରେସ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଏବେ ଫୋନ୍ ଟ୍ୟାପିଂ କଥାବାର୍ତ୍ତା ପ୍ରକାଶିତ ହେବାପରେ ବଡ଼ କୁଣ୍ଠାର ସହ ମାତ୍ର ଜଣକୁ ଦଳରୁ ନିଲମ୍ବିତ କରାଯାଇଛି । ପୁଣି ନବୀନ ବାବୁ ଗତ ନିର୍ବାଚନରେ ମାତ୍ର ତିନି ମାସ ପୂର୍ବରୁ କେଉଁ ସାହାସରେ ମେଣ୍ଟ ଭାଙ୍ଗିଲେ ?

ସେ କ’ଣ ଜାଣିନଥିଲେ ଯେ, ମେଣ୍ଟ ଭାଙ୍ଗିଗଲେ କଂଗ୍ରେସ ଦଳ ତା’ର ସୁଯୋଗ ନେଇ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିବେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବେ ।

ତାସତ୍ତେ୍ୱ ତାଙ୍କର ମେଣ୍ଟ ଭାଙ୍ଗିବାର ସାହସ ପ୍ରଦର୍ଶନ କରିବାର କାରଣ ହେଲା, କଂଗ୍ରେସ ଦଳ ସହ ତାଙ୍କର ଭିତିରି ବୁଝାମଣା । ଏନ୍ଡ଼ିଏରୁ ଓହରି ଆସିଲେ ତାଙ୍କ ସରକାରକୁ ସୁରକ୍ଷା ଦିଆଯିବ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଥିଲା ।

ଏବଂ ଏହି କାରଣରୁ ହିଁ ତାଙ୍କ ବିରୁଦ୍ଧରେ ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ସୋନିଆ ଗାନ୍ଧୀ ଚାହାନ୍ତି ନାହିଁ । ତେଣୁ ଓଡ଼ିଶାର କଂଗ୍ରେସ ସାଂସଦ ମାନେ ମନ୍ତ୍ରୀ ନହୋଇ ନିରାଶ ।

(ବ୍ରିଦ: ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)

ଓଡ଼ିଶା ଡ଼ଟ୍ କମ୍ର ଘୋଷଣାନାମା

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି

କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ନବୀନ

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଥିବା ବେଳେ ବିରୋଧି କଂଗ୍ରେସ ପକ୍ଷରୁ ଏହାକୁ ମିଥ୍ୟା ବୋଲି କୁହାଯାଇଛି ।

କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରୁଥିବା ବେଳେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଅବହେଳା କରୁଛନ୍ତି, ସେ କଟକରେ ଆୟୋଜିତ ଦଳୀୟ ସମାବେଶରେ କହିଛନ୍ତି ।

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ପାତରଅନ୍ତର କରୁଛନ୍ତି, ସେ ବିଜୁ ଯୁବ ଜନତା ଦଳଦ୍ୱାରା ଆୟୋଜିତ ସମାବେଶରେ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ସେ ମିଳିତ ପ୍ରଗତିଶୀଳ ମେଣ୍ଟ(ୟୁପିଏ)କୁ ସେ ଦାୟୀ କରିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତଥା ବିଭିନ୍ନ ଖଣିଜ ପାର୍ଥରେ ୨୦ ପ୍ରତିଶତ ରୟାଲ୍ଟି ଦେବାକୁ ଦଳ ଦାବି କରିଛି ।

ତାଙ୍କ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ୟୁପିଏ ସରକାର ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ମଞ୍ଜୁର କରିନାହାନ୍ତି, ସେ କହିଛନ୍ତି ।

ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଯୋଗୁଁ ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାର ଶିକାର ହେଉଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ ବିଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ଜିଲ୍ଲା ସଦରମହକୁମା ଗୁଡ଼ିକରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

କେନ୍ଦ୍ର ସରକାରରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡ଼ିଏ) ସମୟରେ ମିଳିଥିବା ପାଣ୍ଠି ତୁଳନାରେ ୟୁପିଏ ସରକାର ଠାରୁ ରାଜ୍ୟ ସରକାର ଅଧିକ ପାଣ୍ଠି ପାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ନିଜ ସରକାରର ବିଫଳତାକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କେନ୍ଦ୍ର ସରକାର, ନବୀନ, ମୁଖ୍ୟ ଖବର

କଂଗ୍ରେସ ସହ ବିଜେଡ଼ିର ଭିତରି ବୁଝାମଣା ?(ଖୋଲା ବିଚାର)

July 16, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ନିକଟ ଅତୀତରେ ସମାପ୍ତ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ବା ଅଦଳବଦଳ ଋତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ସଂପ୍ରସାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିବାରୁ ଓଡ଼ିଶାର କଂଗ୍ରେସ ସାଂସଦମାନେ ଆଉ କିଛି ଆଶା ନକରିବା ସ୍ୱାଭାବିକ କଥା ଅଟେ ।

ଏହି ପରିପ୍ରେକ୍ଷିରେ ଓଡ଼ିଶାର ଏକମାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ କରାନଯିବା ଓ ପରିସଂଖ୍ୟାନ ତଥା କାର୍ଯ୍ୟକ୍ରମ ରୂପାୟନ ପରି ଏକ ମହତ୍ୱହୀନ ମନ୍ତ୍ରାଳୟର ସ୍ୱାଧିନ ଦ।ୟିତ୍ୱ ପ୍ରଦାନ କରାଯିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ପୂର୍ବରୁ ମଧ୍ୟ ସେ ନିଜ ଅଫିସକୁ ନଯାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ କଂଗ୍ରେସ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମିଶାଇ ବିଭିନ୍ନ କଂଗ୍ରେସ ନେତାମାନେ ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସଂପର୍କରେ ଯେଉଁ ମନ୍ତବ୍ୟମାନ ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେହି ଶ୍ରୀକାନ୍ତ ଜେନାଙ୍କ ପଦୋନ୍ନତି ଚାହାନ୍ତି ନାହିଁ ।

ସେମାନେ ବରଂ ଚାହିଁଥିଲେ, ଆଉ କିଏ ଜଣେ ମନ୍ତ୍ରୀ ହେଉ ଯାହା ଫଳରେ ଓଡ଼ିଶାର ଏକମାତ୍ର ମନ୍ତ୍ରୀ ରୂପେ ଶ୍ରୀକାନ୍ତ ବାବୁଙ୍କର ଯାହାବି କିଛି ଗୁରୁତ୍ୱ ଅଛି, ତାହାବି ଯେମିତି ନରହୁ ।

ସେମାନେ ମନ୍ତବ୍ୟ ଦେବା ବେଳେ ଶ୍ରୀକାନ୍ତ ବାବୁଙ୍କ ପଦୋନ୍ନତି ନୁହେଁ, ଓଡ଼ିଶାରୁ ଆଉ କାହାକୁ ମନ୍ତ୍ରୀ କରାଗଲା ନାହିଁ ବୋଲି ପ୍ରକାଶ କରିଛନ୍ତି; ଏଣୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନିତ ହେବାର ଇଚ୍ଛା କେବଳ ଶ୍ରୀକାନ୍ତ ବାବୁଙ୍କର ।

ଓଡ଼ିଶା କଂଗ୍ରେସର ଆଉ କାହାରି ନୁହେଁ, ବରଂ ଅତୀତରେ ଶ୍ରୀକାନ୍ତ ବାବୁ ବିଜୁ ପଟ୍ଟନାୟକଙ୍କର ଅତି ବିଶ୍ୱସ୍ତ ଥିବାରୁ ଓ ଜନତା ଦଳର ପ୍ରାର୍ଥୀ ହିସାବରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକ ତଥା ଜୟନ୍ତୀ ପଟ୍ଟନାୟକଙ୍କୁ ପରାସ୍ତ କରିଥିବାରୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦେବା ପାଇଁ ଓଡ଼ିଶା କଂଗ୍ରେସରୁ ବିରୋଧ ହୋଇଥିବା ସ୍ୱାଭାବିକ ।

କିନ୍ତୁ ଏଠାରେ ଆହୁରି ମହତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଆଉ କାହାକୁ ମଧ୍ୟ ମନ୍ତ୍ରୀ କରାଗଲା ନାହିଁ କାହିଁକି ? ଅବଶ୍ୟ ସେଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଏପରିକି ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀ ତଥା ରାଜ୍ୟସଭା ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଆଶଦୟୀ ଥିଲେ ।

ସେମାନଙ୍କ ମଧ୍ୟରୁ କାହାରିକୁ ମନ୍ତ୍ରୀ ପଦ ଦିଆଯାଇ ପାରିଥାନ୍ତା । ତୃଶମୂଳ କଂଗ୍ରେସର ୨୦ ଜଣ ସାଂସ ଥାଇ ଯଦି ସେହି ଦଳରୁ ୭ ଜଣଙ୍କୁ ମନ୍ତ୍ରୀ କରାଯାଇ ପାରିଛି ଓ ଉତ୍ତରପ୍ରଶେରୁ ୨୧ ଜଣ ଲୋକସଭା ସଦସ୍ୟ ଥାଇ ସେଠାରୁ ମଧ୍ୟ ୭ ଜଣ ମନ୍ତ୍ରୀ ଥାଇ ପାରନ୍ତି ଓଡ଼ିଶାରୁ ୭ ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଥାଇ ମାତ୍ର ଜଣେ କାହିଁକି ଗୁରୁତ୍ୱହୀନ ମନ୍ତ୍ରୀ ହୋଇ ରହିବେ ?

ଏହାର କାରଣ ହୃୟଙ୍ଗମ କରିବା ମଧ୍ୟ ସେତେ ବେଶି କଷ୍ଟ ନୁହେଁ । କାରଣ ଗତ କେତେ ବର୍ଷ ହେଲା କଂଗ୍ରେସ ଦଳ ଓଡ଼ିଶାରେ ଶାସକ ବିଜେଡ଼ି ବିରୁଦ୍ଧରେ ଅଣ୍ଟାଭିଡ଼ି ଲଢୁଛି ବୋଲି କୌଣସି ସଂକେତ ଦେଇନାହିଁ । ଉାହରଣସ୍ୱରୂପ ଗତ ୨୦୦୯ରେ ବିଜେଡ଼ି ବିଜେପି ମେଣ୍ଟ, ସେମାନେ ବିଜେଡ଼ି ସରକାର ବିରୁଦ୍ଧରେ ଭୋଟ୍ ନେଇ ଗୃହତ୍ୟାଗ କରିବେ ଯାହା ବିଜେଡ଼ିକୁ ପରୋକ୍ଷ ସମର୍ଥନ ଥିଲା ।

ବର୍ଷାଧିକାଳ ତଳେ ତିନି ଜଣ କଂଗ୍ରେସ ବିଧାୟକ ଭୋଟ୍ ନେଇ ବିଜେଡ଼ି ସଦସ୍ୟଙ୍କୁ ଜିତାଇବାରେ ସାହାଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କଂଗ୍ରେସ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଏବେ ଫୋନ୍ ଟ୍ୟାପିଂ କଥାବାର୍ତ୍ତା ପ୍ରକାଶିତ ହେବାପରେ ବଡ଼ କୁଣ୍ଠାର ସହ ମାତ୍ର ଜଣକୁ ଦଳରୁ ନିଲମ୍ବିତ କରାଯାଇଛି । ପୁଣି ନବୀନ ବାବୁ ଗତ ନିର୍ବାଚନରେ ମାତ୍ର ତିନି ମାସ ପୂର୍ବରୁ କେଉଁ ସାହାସରେ ମେଣ୍ଟ ଭାଙ୍ଗିଲେ ?

ସେ କ’ଣ ଜାଣିନଥିଲେ ଯେ, ମେଣ୍ଟ ଭାଙ୍ଗିଗଲେ କଂଗ୍ରେସ ଳ ତା’ର ସୁଯୋଗ ନେଇ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିବେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବେ ।

ତାସତ୍ତ୍ୱେ ତାଙ୍କର ମେଣ୍ଟ ଭାଙ୍ଗିବାର ସାହସ ପ୍ରଦର୍ଶନ କରିବାର କାରଣ ହେଲା, କଂଗ୍ରେସ ଦଳ ସହ ତାଙ୍କର ଭିତରି ବୁଝାମଣା । ଏନ୍ଡ଼ିଏରୁ ଓହରି ଆସିଲେ ତାଙ୍କ ସରକାରକୁ ସୁରକ୍ଷା ଦିଆଯିବ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଥିଲା ।

ଏବଂ ଏହି କାରଣରୁ ହିଁ ତାଙ୍କ ବିରୁଦ୍ଧରେ ଓଡ଼ିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ସୋନିଆ ଗାନ୍ଧୀ ଚାହାନ୍ତି ନାହିଁ । ତେଣୁ ଓଡ଼ିଶାର କଂଗ୍ରେସ ସାଂସଦମାନେ ମନ୍ତ୍ରୀ ନହୋଇ ନିରାଶ ।

(ବ୍ରି: ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ ପଠାନ୍ତୁ ।

ଓଡ଼ିଶା ଡ଼ଟ୍ କମ୍ର ଘୋଷଣାନାମା

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ମୁଖ୍ୟ ଖବର

ବିଧାୟକଙ୍କ ବାସଭବନରୁ ଛଅ ଅପରାଧି ଗିରଫ

February 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ଜଣେ କଂଗ୍ରେସ ବିଧାୟକଙ୍କ ବାସଭବନରୁ ମଙ୍ଗଳବାର ଛଅ ଜଣ ଅପରାଧିଙ୍କୁ ଗିରଫ କରିଥିବା ପୋଲିସ କହିଛି ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ବିଧାୟକ ରମେଶ ଜେନା ରହୁଥିବା ଏକ ଆପାର୍ଟମେଣ୍ଟରେ ଚଢାଉ କରିଥିଲା । ଏହି ସମୟରେ ଅପରାଧିମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଓ ପରେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା, ପୋଲିସ କମିଶନର ବିଜୟ ଶର୍ମା କହିଛନ୍ତି ।

ଗୁଳିମାଡ଼ରେ କେହି ଆହତ ହୋଇନାହାନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ଅପରାଧିମାନେ ଖୋଲାଖୋଲି ବିଧାୟକଙ୍କ ଘରକୁ ଆସୁଥିଲେ, ସେ କହିଛନ୍ତି ।

ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ ହୋଇନଥିଲା ଓ ସେ କୌଣସି ଅପରାଧିଙ୍କୁ ଜାଣି ନାହାନ୍ତି ବୋଲି ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାଦା ପୋଷାକଧାରୀ ପୋଲିସଙ୍କୁ ଦେଖି ଅପରାଧି ଆସିଥିବା ସନ୍ଦେହରେ ତାଙ୍କ ସୁରକ୍ଷାକର୍ମୀ ଗୁଳି ଚଳାଇଥିବା ସେ କହିଛନ୍ତି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ଜେନା ପୂର୍ବରୁ ଏକ ହତ୍ୟା ମାମଲାରେ ଜାମିନରେ ଅଛନ୍ତି । ବିଧାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ପୋଲିସ, ବିଧାୟକ, ମୁଖ୍ୟ ଖବର

ବାଚସ୍ପତିଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଲେ ବିଧାୟକ

December 20, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସୋମବାର ଜଣେ କଂଗ୍ରେସ ବିଧାୟକ ବାଚସ୍ପତି ପ୍ରଦୀପ ଅମାତଙ୍କ ଉପରକୁ ପେନଷ୍ଟାଣ୍ଡ ଫୋପାଡ଼ିଛନ୍ତି ।

କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବାଚସ୍ପତିଙ୍କ ପୋଡ଼ିୟମ ଉପରୁ ପେନଷ୍ଟାଣ୍ଡ ଆଣି ତାଙ୍କ ଉପରକୁ ଫୋପାଡ଼ିଥିଲେ କିନ୍ତୁ ଏହା ତାଙ୍କ ଉପରେ ବାଜିନଥିଲା । ଏହାପରେ ବାଚସ୍ପତି ତୁରନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକ ଜଳସେଚନ ପ୍ରକଳ୍ପର ଟେଣ୍ଡର ଫିକ୍ସିଂରେ ବିରୋଧି ବିଧାୟକମାନେ ସଂପୃକ୍ତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି କହିବା ପରେ ଏହି ଘଟଣା ଘଟିଥିଲା ।

ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ତାଙ୍କୁ ଜଣାଇଥିଲେ କିନ୍ତୁ ବାଚସ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଏଥିରେ ଉତ୍କକ୍ଷିପ୍ତ ହୋଇ ସାଲୁଜା ପେନଷ୍ଟାଣ୍ଡ ଫୋପାଡ଼ିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ଟେଣ୍ଡର, ବାଚସ୍ପତି, ମୁଖ୍ୟ ଖବର

ସରକାରଙ୍କ ବରଖାସ୍ତ ଦାବିରେ କଂଗ୍ରେସର ସମାବେଶ

December 14, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବରଖାସ୍ତ ଦାବି କରି କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ସମାବେଶର ଆୟୋଜନ କରାଯାଇଛି ।

ଏହି ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା କେନ୍ଦ୍ରମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କର୍ମୀ, ନେତାମାନେ ଯୋଗ ଦେଇଛନ୍ତି ।

କର୍ମୀମାନେ ସାତଟି ସ୍ଥାନରୁ ର୍ୟାଲିରେ ବାହାରି ପିଏମ୍ଜି ଛକ ଠାରେ ଆୟୋଜିତ ସମାବେଶରେ ଏକତ୍ରିତ ହୋଇଥିଲେ । ଦଳୀୟ କର୍ମୀମାନେ ସରକାର ବିରୋଧି ସ୍ଲୋଗାନ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଉପସ୍ଥିତ ନେତାମାନେ ବେଦାନ୍ତ ପ୍ରସଙ୍ଗଠୁ ଆରମ୍ଭ କରି ସରକାର କିପରି ରାଜ୍ୟକୁ ଲୁଟୁଛନ୍ତି ସେ ସଂପର୍କରେ କର୍ମୀ ମାନଙ୍କୁ ଅବଗତ କରିବା ସହ ନବୀନ ହଟାଅ ଆନ୍ଦୋଳନ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି କିନ୍ତୁ ସରକାର ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଅର୍ଥର ବ୍ୟାପକ ହରିଲୁଟ କରୁଛନ୍ତି । ଏ ସଂପର୍କରେ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ବୋଲି ନାରାୟଣସ୍ୱାମୀ କହିଥିଲେ ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ରାଜ୍ୟକୁ ଦେଉଥିବା ଅର୍ଥ ଖର୍ଚ୍ଚ ଉପରେ ତଦାରଖ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ସରକାରଙ୍କୁ ହଟାଇବା ପାଇଁ ଆନ୍ଦୋଳନ ଯୋରଦାର କରାଯିବ । ଆଗାମୀ ନେତାଜୀ ଜୟନ୍ତୀ ଦିନ ଓଡ଼ିଶା ବନ୍ଦ ଡ଼ାକରା ପାଇଁ ବ୍ୟବସ୍ଥା କରାଯିବ ବୋଲି ପିସିସି ସଭାପତି କେ.ପି.ସିଂହଦେଓ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ମୁଖ୍ୟ ଖବର, ସମାବେଶ, ହାଇକୋର୍ଟ

ରାଜ୍ୟ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ

November 29, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୦ ଅନୁଷ୍ଠିତ ହୋଇଯାଇଛି ।

ବିକାଶ ଗ୍ରୁପ ଅଫ୍ ଇଂଷ୍ଟିଚ୍ୟୁସନ ପରିସରରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାକୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉ୍ଘାଟନ କରିଛନ୍ତି । ସରକାରୀ ହେଉ କି ବେସରକାରୀ ଶିକ୍ଷାନୁଷ୍ଠାନ ହେଉ, ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ ।

ବିକାଶ କେବଳ ବରଗଡ କିମ୍ବା ପଶ୍ଚିମ ଓଡିଶାର ନୁହେଁ, ସମଗ୍ର ରାଜ୍ୟର ଏକ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବୋଲି ଜେନା କହିଥିଲେ । ଏହା ଶିକ୍ଷା, କ୍ରୀଡା, ବିଜ୍ଞାନ, କ୍ୟାମ୍ପସ ସବୁଦୃଷ୍ଟିରୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ।

ବିକାଶରେ ପଢିବାର ସୁଯୋଗ ପାଇଥିବାରୁ ପିଲାମାନେ ବିକାଶର ସମସ୍ତ ଉପଭୋକ୍ତା, ଶିକ୍ଷକ ଏବଂ ଏଠାରେ ପଢାଇବାର ସୁଯୋଗ ଦେଇଥିବାରୁ ନିଜ ମା,ବାପାମାନଙ୍କୁ କୃତଜ୍ଞତା ଜଣାଇବାକୁ ପିଲାମାନଙ୍କୁ ସେ କହିଥିଲେ ।

ନୂଆଦିଲ୍ଲୀ ଏନ୍ସିଏସ୍ସି ନେଟୱର୍କର ଅଧ୍ୟକ୍ଷ ଆର୍.ଏନ୍.ରାୟ ସମ୍ଣାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ ବୋଲି ସେ କହିଥିଲେ ।

ପ୍ରତ୍ୟେକ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକୁ ବାଧ୍ୟତାମୂଳକ କଲେ ପରିବେଶର ସୁରକ୍ଷା ହୋଇପାରନ୍ତା ବୋଲି ସେ କହିଥିଲେ । ସେହିପରି ଭଟିଲି ବିଧାୟକ ସୁଶାନ୍ତ ସିଂ, ମାର୍କ୍ଫେଡ ଅଧ୍ୟକ୍ଷ ପ୍ରଭାତାଦାତ୍ୟ ମିଶ୍ର, ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ଅଧ୍ୟକ୍ଷ ମୁରଲୀ କ୍ରୀଷ୍ଣା, ଏମ୍.ଡି. ଜି. ଭାସ୍କର ରାଓ ପ୍ରମୁଖ ଏଥିରେ ଯୋଗେଇଥିଲେ ।

୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଜ୍ଞାନ କଂଗ୍ରେସରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତୀତ୍ୱ ହାସଲ କରିଥିବା ୧୫୦ ରୁ ୧୮୦ଟି ପ୍ରକଳ୍ପ ପ୍ରତିଯୋଗୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବରଗଡ଼, ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

November 18, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ନେଇ ହାଇକୋର୍ଟ ଦେଇଥିବା ରାୟକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଛି ।

ଏହି ଐତିହାସିକ ରାୟ ବେଦାନ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତକୁ ଧୂଳିସାତ କରିଦେଇଛି । ବିଜେଡ଼ି ଭଳି ଦୁର୍ନୀତିଗ୍ରସ୍ତ ସରକାରଙ୍କ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ ଦଳ ଆନ୍ଦୋଳନ ଡ଼ାକରା ଦେଇଛି ବୋଲି ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ବିଜେଡ଼ି, ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜନୀତି, ହାଇକୋର୍ଟ

  • « Go to Previous Page
  • Go to page 1
  • Interim pages omitted …
  • Go to page 5
  • Go to page 6
  • Go to page 7

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ