• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କନ୍ଧମାଳ ଜିଲ୍ଲା

କନ୍ଧମାଳ: ନିଅାଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ

January 17, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୀତ ଯୋଗୁଁ ନିଅାଁ ଜାଳି ଶୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ ପାଂଚ ଜଣ ଅସୁସ୍ଥ ହୋଇଛନ୍ତି ।

ବାଲିଗୁଡ଼ା ସହରରେ ଗୋଟିଏ ପରିବାରର ଛଅ ଜଣ ନିଅାଁ ଜାଳି ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ପରିବାରର ପଡ଼ୋଶୀ ଲୋକ ଭୋର ସକାଳୁ ନିଅାଁ ଗନ୍ଧ ଜାଣି ଘରର କବାଟ ଭାଙ୍ଗି ଭିତରକୁ ଯାଇଥିଲେ ।

ଭିତରେ ଥିବା ସମସ୍ତଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ୭୦ ବର୍ଷ ବୟସ୍କ ଅରକ୍ଷିତ ପାତ୍ରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଜିଲ୍ଲା, ଶ୍ୱାସରୁଦ୍ଧ

ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସହାୟତା ଘୋଷଣା

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ସକାଳେ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ଏଥିରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆଠ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ବୀମା ସହାୟତା ଦଶ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।

ଏହାବ୍ୟତୀତ ମୃତ ବ୍ୟକ୍ତିଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ସ୍ୱତନ୍ତ୍ର ପରିବାର ପେନ୍ସନ୍ଯୋ ଯୋଗାଇ ଦେବା ସହ ଆହତ ପୋଲିସ କର୍ମଚାରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ଆହତ କନେଷ୍ଟବଲ ନାହା ପ୍ରଧାନ, ଲାନ୍ସ ନାୟକ ବସନ୍ତ ବେହେରା ଓ ଗୃହରକ୍ଷୀ ପାଣ୍ଡବଙ୍କ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତକାଲି ବିସ୍ଫୋରଣ ହୋଇଥିବା ସ୍ଥାନକୁ ଛଅ ଜଣ ପୋଲିସ କର୍ମଚାରୀ ଏକ ଟାଟା ସୁମୋ ଗାଡ଼ିରେ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ କନେଷ୍ଟବଲ ସୁନାଶିର ମହାନ୍ତି, ଉମାଜାନି ଓ ସଂଗ୍ରାମ ଲେଙ୍କା ପ୍ରାଣ ହରାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଜିଲ୍ଲା, ବିସ୍ଫୋରଣ, ମୁଖ୍ୟମନ୍ତ୍ରୀ

ଯୁବ ଠିକାଦାରଙ୍କୁ ଗୁଳିକରି ହତ୍ୟା

November 26, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

ଫୁଲବାଣୀ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ବ୍ରାହ୍ମଣି ଗାଁରେ ଜଣେ ଯୁବ ଠିକାଦାରଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ପୋଲିସ ଶୁକ୍ରବାର କହିଛି ସଂପୃକ୍ତ ଠିକାଦାର ମନୋଜ ସାହୁଙ୍କୁ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ସେ କିଛି ଦିନ ଫୁଲବାଣୀ ଓ ପରେ ବ୍ରହ୍ମପୁରରେ ନିଜ ପରିବାର ସହ ରହୁଥିଲେ ।

ସାହୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସଦସ୍ୟ ଥିଲେ ଓ ପୂର୍ବରୁ ମାଓବାଦୀମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଗୁରୁବାର ଦାରିଙ୍ଗିବାଡ଼ି ଠାରେ ଏକ ଖ୍ରୀଷ୍ଟିୟ ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସ୍ଥାନୀୟ ସାଂସଦ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହାର ୧୨ ଘଣ୍ଟା ନପୁରୁଣୁ ଏଭଳି ହତ୍ୟାକାଣ୍ଡକୁ ଆର୍ଏସ୍ଏସ୍ ପକ୍ଷରୁ ନିନ୍ଦା କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ଦୁର୍ବୃତ୍ତମାନେ ଘଟାଇଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ପ୍ରବୀଣ କୁମାର କହିଛନ୍ତି । ସାହୁଙ୍କ ପ୍ରତି ମାଓବାଦୀଙ୍କ ଧମକ ଥିବା ଘଟଣାକୁ କୁମାର ସ୍ୱୀକାର କରିଥିଲେ ମଧ୍ୟ ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ ଜିଲ୍ଲା, ଠିକାଦାରଙ୍କୁ ହତ୍ୟା, ଫୁଲବାଣୀ, ମାଓବାଦୀ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ