• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କନ୍ଧମାଳ

ଶିକ୍ଷା ସହାୟକ ତାଲିକା ବିରୋଧରେ କନ୍ଧମାଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

November 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ,ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍)-କନ୍ଧମାଳ ଜିଲ୍ଲାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ପ୍ରକାଶିତ ଚୁଡାନ୍ତ ପ୍ରାର୍ଥି ତାଲିକାକୁ ବିରୋଧ କରି ଆଜି ସକାଳ ଠାରୁ ଦୁଇ ଦିନିଆ ବନ୍ଦ ପାଳନ କରୁଛି ମିଳିତ କ୍ରୀୟାନୁଷ୍ଠାନ କମିଟି ।

ଏହି ବନ୍ଦ ଯୋଗୁଁ ସମ୍ପୂର୍ଣ୍ଣ କନ୍ଧମାଳ ଠପ୍ ହୋଇଯାଇଛି । ସହରରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଫୁଲବାଣୀରୁ ରାୟଗଡା ଓ ଭୁବନେଶ୍ୱରକୁ ମଧ୍ୟ ଗାଡିଚଳାଚଳ ବନ୍ଦ ରହିଛି । ଏହା ଦ୍ୱାରାସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଫୁଲବାଣୀ ସମେତ ଟିକାବାଲି, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଏଠାରେ ମଧ୍ୟ ଦୋକାନ ବଜାର ବନ୍ଦ ହେବାସହ ଗାଡି ଚଳାଚଳ ବନ୍ଦ ରହିଛି ।

ମିଳିତ କ୍ରୀୟାନୁଷ୍ଠାନ କମିଟିର ସଂପାଦକ କହିଛନ୍ତି ଆମ ଜିଲ୍ଲାର ପ୍ରାଥି ର୍ମାନଙ୍କୁ ଅବହେଳା କରାଯାଇ ବାହାର ଜିଲ୍ଲାରପ୍ରାଥି ର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇ ଶିକ୍ଷା ସହାୟକ ରୂପେ ନିଯୁକ୍ତି ଦିଆଯାଉଛି । ତାକୁ ଆମେ ଦୃଢ ବିରୋଧ କରୁଛୁ । ଏଥିପାଇଁ ଆମେ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଥିଲୁ ।

ଆଜିର ଏହି ବନ୍ଦ ପାଳନକୁ ଦେଖିଲେ ନିଶ୍ଚୟ ଅନୁଭବ କରିପାରିବେ ଯେ, ଜିଲ୍ଲାବାସୀ ଏହାକୁ ସଂପୂର୍ଣ୍ଣ ରୂପେ ସହଯୋଗ କରିଛନ୍ତି । ସାରା ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ଚାଲିଛି ।

ଆଗାମୀ ଦିନରେ ମଧ୍ୟ ଆମ ପ୍ରତି ଜନସମର୍ଥନ ରହିବ । ଆମେ ଆମ ଦାବିରେ ସଫଳ ହେବୁ ବୋଲି ସେ ପ୍ରକାଶ କରିଛନ୍ତି । କନ୍ଧମାଳର ଅତିରିକ୍ତ ଏସ୍ପି ଜିସି ମଲ୍ଲିକ କହିଛନ୍ତି ଯେ, ଏ ବନ୍ଦ ହେଉଛି ଅଗଣତାନ୍ତ୍ରୀକ । ଆମେ ଏ ବିଷୟରେ ତାଙ୍କୁ ନୋଟିସ ପଠାଇଛୁ । ଆମେ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛୁ ଏହି ଇଲିଗାଲ ବନ୍ଦକୁ ସମର୍ଥନ କରନ୍ତୁ ନାହିଁ । ଏଥିସହିତ ଆମେ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରିଛୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳ, ଫୁଲବାଣୀ

ଶିକ୍ଷା ସହାୟକ ନିଯୁକ୍ତିକୁ ନେଇ କନ୍ଧମାଳରେ ଉତେଜନା

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ଶିକ୍ଷା ସହାୟକ ନିଯୁକ୍ତିକୁ ନିମନ୍ତେ ସାର୍ଟିଫିକେଟ ଯାଞ୍ଚବେଳେ କନ୍ଧମାଳରେ ବ୍ୟାପକ ହିଂସାକାଣ୍ଡ ସଂଘଟିତ ହୋଇଥିବା ବେଳେ ବୁଧବାର ଉତେଜନା ଲାଗିରହିଛି ।

ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ କଦୁଇ ସମାଜ । ଏ ଘଟଣା ନେଇ ଟାଉନ ଥାନାରେ ଦୁଇଟି ମାମାଲା ରୁଜୁ କରାଯାଇଛି । ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ ।

ଚାକିରି ପାଇଁ ମଙ୍ଗଳବାର ଦିନ ଓଡିଶାରେ ଦୁଇଟି ସ୍ଥାନରେ ଅଭାବନୀୟ ଘଟଣା ଘଟିଛି ।

ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ଏବଂ ବାରିପଦା ଠାରେ କାରାରକ୍ଷୀ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ବେଳେ ଗଣ୍ଡଗୋଳ ହେବାରୁ ପାଲିସକୁ ଲାଠିଚାର୍ଜ କରିିବାକୁ ପଡିଥିଲା ଅନ୍ୟପକ୍ଷରେ ଶିକ୍ଷା ସହାୟକ ନିଯୁକ୍ତି ନିମନ୍ତେ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ କରିବାର ସୁଯୋଗ ଦିଆ ଯାଇ ନଥିବାବେଳେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି ।

ସରକାରୀ ନିର୍ଦ୍ଦେଶ ମୁତାବକ ଫୁଲବାଣୀର ବିଆରସିସି କାର୍ଯ୍ୟାଳୟ,ନୋଡାଲ ସ୍କୁଲ ଏବଂ ସରକାରୀ ବାଳିକା ବିଦ୍ୟାଳୟରେ ସାର୍ଟିପିକେଟ ଯାଞ୍ଚ କେନ୍ଦ୍ର କରାଯାଇଥିଲା ।

କନ୍ଧମାଳ ସମେତ ଅନ୍ୟ ଜିଲ୍ଲାଗୁଡିକରୁ ଶତାଧିକ ଆବେଦନକାରୀ ଆସିଥିଲେ । ସେମାନେ ଏହି କେନ୍ଦ୍ରକୁ ଯିବାବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ ।

ସ୍ଥାନୀୟ କେତେଜଣ ଲୋକ ବୁଝାସୁଝାକରି ଅନ୍ୟ ଜିଲ୍ଲା ଆବେଦନକାରୀଙ୍କୁ ଚାଲି ଯିବାକୁ ପରାମଶ ଦେଇଥିଲେ । ଅନ୍ୟକେତେଜଣ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହା ଦୀର୍ଘ ଦଦୁଇ ତିନି ଘଣ୍ଟା ଧରି ଚାଲିଥିଲା ।

ଏହି ଘଟଣାକୁ ନେଇ ମଙ୍ଗଳବାର ଦିନ ସଂଧ୍ୟାରେ କଦୁଇ ସମାଜ ସମନ୍ୱୟ ସମିତି ସଂପାଦକ ଲମ୍ବୋଦର କହଁର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଜିଲ୍ଲା ଭିତିରେ ଶିକ୍ଷା ସହାୟକ ନିଯୁକ୍ତି ଦିଆଯାଉ ।

ଏହା ଦ୍ୱାରାଜିଲ୍ଲାବାସୀ ଉପକୃତ ହେବେ । ପୂବରୁ ବହୁବାର ଜିଲ୍ଲାବାସୀଙ୍କ ପକ୍ଷରୁ ଏନେଇ ସରକାରଙ୍କ ଦୃଷ୍ଟି ଆକଷଣ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳି ନାହିଁ । ଏଥିଯୋଗୁଁ ଜିଲ୍ଲାବାସୀ ବାଧ୍ୟହୋଇ ନିଜ ଅଧିକାର ସାବ୍ୟସ୍ତ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଦୁଇ ସମାଜ, କନ୍ଧମାଳ, ସାମ୍ବାଦିକ ଭବନ

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେସନ, ପୋଲିସ, ମାଓବାଦୀ

ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି

September 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତି ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଛନ୍ତି ।

ଏଘଟଣା ନେଇ ଭାରତୀୟ ଜନତା ପାଟି ନିଜର ପ୍ରତିକ୍ରୀୟା ପ୍ରକାଶ କରିଛି । ବିଜେପିର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ସରକାର କନ୍ଧମାଳ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଲିବାକୁ ଚାହୁଁନାହାଁନ୍ତି ।

ଆଗରୁ ନିଯୁକ୍ତି ପାଇଥିବା କମିଶନଙ୍କ ଅବଧି ଆସନ୍ତା ୧୭ ତାରିଖରେ ସରିଯିବ ତେଣୁ ସରକାର ତରବରିଆ ଭାବେ ଶ୍ରୀ ନାଇଡୁଙ୍କୁ ତଦନ୍ତ ଭାର ଦେଇଛନ୍ତି । ସେ ଆଉଦୁଇଟି ଘଟଣାର ତଦନ୍ତ କରୁଛନ୍ତି ।

ଗ୍ରିନ ଟ୍ରିବ୍ୟୁନାଲର ଦାୟିତ୍ୱରେ ଅଛନ୍ତି । ଜଷ୍ଟିସ ନାଇଡୁ ସମ୍ପ୍ରତି ରାଉରକେଲା ମାଜିଷ୍ଟ୍ରେଟ ମାଡ଼ ଘଟଣାର ତଦନ୍ତ କରୁଛନ୍ତି । ଏଥିପାଇଁ ତାଙ୍କ ଉପରେ ଅଧିକ ଚାପ ପଡିବ । ତେଣୁ ତଦନ୍ତ ପ୍ରକ୍ରୀୟା ସମୟ ସାପେକ୍ଷ ହେବ ।

ଜଷ୍ଟିସ ମହାପାତ୍ରଙ୍କର ଗତ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଛି । ସରକାର ଚାହିଁଥିଲେ ଜଷ୍ଟିସ ମହାପାତ୍ରଙ୍କ ମୃତ୍ୟୁର ଏକମାସପରେ ଜଷ୍ଟିସ ନାଇଡୁଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ କିନ୍ତୁ ଏଥିରେ ସରକାର ଜାଣିଶୁଣି ଅବହେଳା କରିଛନ୍ତି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ ୯୯ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିସାରିଛନ୍ତି । ଆଉ ୪୦ଜଣଙ୍କ ସାକ୍ଷ ପ୍ରଦାନ ବାକି ରହିଛି ।

ସୂଚାନା ଯୋଗ୍ୟ କି ୨୦୦୮ ମସିହାରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହିତ ବାବା ଅମୃତାନନ୍ଦ, ମାତା ଭକ୍ତିମୟୀ, କିଶୋର ବାବା ଓ ପୁରଞ୍ଜନ ଗାଣ୍ଠିଙ୍କୁ ହତ୍ୟା କରାଯାଇଥିଲା ।

ଏହା ପରେ ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ ।

ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ହତ୍ୟାକାଣ୍ଡ

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୪ ବର୍ଷ ପୂରିବ । ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏହିଦିନଟିକୁ ଚତୁର୍ଥ ଶ୍ରାଦ୍ଧବାଷିକୀ ରୂପେ ପାଳନ କରାଯିବ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ପ୍ରବେଶ ପଥକୁ ସିଲ କରାଯାଇଛି । ବିଭିନ୍ନ ଥାନା ଅଂଚଳରେ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ପରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯାନବାହାନ ଆଦି ଚେକିଂ କରା ଯାଉଛି । ଫୁଲବାଣୀ ସହରରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଛି ।

ସହରର ବିଭିନ୍ନ ଛକ, ବସଷ୍ଟାଣ୍ଡ, ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ, ୬ ପ୍ଲାଟୁନ ଓଏସ୍ପି, ୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ସେହିପରି ବାଲିଗୁଡାଠାରେ ୧ ପ୍ଲାଟୁନ ଆଇଆରବି,୧ପ୍ଲାଟୁନ ଓ ଏସ୍ଏପି, ସ୍ଥାନୀୟ ପୋଲିସ ମୁତୟନ ଥିବାବେଳେ ସମ୍ବେନଶୀଳ ଅଂଚଳ ଦାରିଙ୍ଗବାଡି ଠାରେ ୧ ୟୁନିଟ ଏସ୍ଓଜି ଜବାନ,୧ ପ୍ଲାଟୁନ ଆଇଆରବି, କୋଟାଗଡଠାରେ ୨ ପ୍ଲାଟୁନ ସିଆରପିଏଫ,୧ ପ୍ଲାଟୁନ ଏସ୍ ପିଓଙ୍କୁ ମୁତୟନ କରାଯାଇଛି ।

ବାରଖମାରେ ଡିଏସ୍ପି ଅଜୁନ ବାରିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଆଇଆରବି ଫୋର୍ସ ମୁତୟନ କରାଯାଇଥିବା ବିଷୟ ଡିଏସ୍ ପି ଡିଆଇଜି ଗୁପ୍ତ ଚନ୍ଦ୍ର ବେହେରା ପ୍ରକାଶ କରିଚନ୍ତି ।

ଆଜି ଫୁଲବାଣୀ ସହରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସନ୍ଥ ଚିନ୍ତନ ବଗ ଅନୁଷ୍ଠିତ ହେଉଥିଲା ବେଳେ ଆସନ୍ତାକାଲି ଗୁରୁବାର ଫୁଲବାଣୀ କୋରୋନେସନ ପଡିଆଠାରେ ଶାନ୍ତି ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଅପରାହ୍ନ ୧.୩୦ ସମୟରେ ନଗର ଭ୍ରମଣ ଓ ୨.୩୦ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଫୁଲବାଣୀ, ବିଶ୍ୱହିନ୍ଦୁ ପରିଷଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

କନ୍ଧମାଳ: ରିଲିଫ୍ ଦାବିରେ ବନ୍ୟା ପୀଡ଼ିତଙ୍କ ଅଫିସ୍ ଘେରାଉ

August 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ବନ୍ୟା ପୀଡ଼ିତ ଲୋକମାନେ ଅଧିକ ରିଲିଫ ଦାବି କରି ବୁଧବାର ତହସିଲ ଓ ବ୍ଲକ ଅଫିସ ଘେରାଉ କରିଛନ୍ତି ।

ଗତ ଦୁଇଦିନ ଧରି ପ୍ରଶାସନ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଦିଆଯାଉଥିବା ରିଲିଫ ବୁଧବାର ବନ୍ଦ କରିଦିଆଯିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବୁଧପଡ଼ା, ଓଡ଼ିଆସାହ, ବଜାର ସାହି, ତୁମୁଡ଼ିବନ୍ଧ ଅଂଚଳର ମହିଳାଙ୍କ ସମେତ ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ପହଂଚି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ଚାରିଦିନ ରିଲିଫ ଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବାପରେ ଲୋକମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ବନ୍ୟା ପୀଡ଼ିତ, ରିଲିଫ୍ ଦାବି

ପର୍ଯ୍ୟଟକଙ୍କୁ ଛାଡ଼ି ଦେବାକୁ ମଧ୍ୟସ୍ଥିଙ୍କ ନିବେଦନ

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କୁ ଛାଡ଼ି ଦେବାକୁ ଦୁଇ ମଧ୍ୟସ୍ଥି ଶନିବାର ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ମାଓବାଦୀମାନେ ଉପସ୍ଥାପନ କରିଥିବା ଦାବି ଗୁଡ଼ିକ ମଧ୍ୟରୁ ସରକାର ଅଧିକାଂଶ ପୂରଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେମାନେ ମଧ୍ୟ ପର୍ଯ୍ୟଟକଙ୍କୁ ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଏବଂ ବି.ଡ଼ି.ଶର୍ମା ଗଣମାଧ୍ୟମକୁ କହିଛନ୍ତି ।

ସରକାର ଚାହିଁଲେ ଯେକୌଣସି ସମୟରେ ପୁଣି ଆଲୋଚନା କରାଯିବ ବୋଲି ସେମାନେ କହିଛନ୍ତି ।

ବାରମ୍ବାର ନିବେଦନ ସତ୍ୱେ ମାଓବାଦୀଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ମୁକ୍ତି ନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ତାଙ୍କର ମୁକ୍ତି ନେଇ ଆଶା କରାଯାଉଛି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଦୀର୍ଘ ୧୧ଦିନ ପରେ ଗତ ରବିବାର କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ପର୍ଯ୍ୟଟକ, ମାଓବାଦୀ

କନ୍ଧମାଳ ଦଙ୍ଗା ମାମଲାରେ ୧୫୬ଜଣ ଖଲାସ

March 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଦଙ୍ଗା ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବା ୧୫୬ ଜଣଙ୍କୁ ସ୍ଥାନୀୟ ଅଦାଲତ ରବିବାର ଖଲାସ କରିଦେଇଛନ୍ତି ।

ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ-୧ ଅତିରିକ୍ତଦୌରା ଜଜ୍ ଏସ.କେ. ଦାଶ ଜି ଉୟଗିରି ଥାନା ଅନ୍ତର୍ଗତ ଡାକେଡ଼ି ଗ୍ରାମରେ୨୦୦୮ ସେପ୍ଟେମ୍ବରରେ ଘଟିଥିବା ଗୃହଦାହ ମାମଲାରେ ୪ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି ।

ସେହିପରି ୨ଟି ଗୃହାହ ମାମଲାରେ ଗିରଫ ୧୪୨ଜଣଙ୍କୁ ପ୍ରମାଣ ଅଭାବରୁ ଫାଷ୍ଟଟ୍ରାକ୍ କୋର୍ଟ-୨
ଅତିରିକ୍ତଦୌରାଜଜ୍ ବି.ଏନ୍. ମିଶ୍ର ୧୪୨ଜଣଙ୍କୁ ଛାଡ଼ିଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଫୁଲବାଣୀ

ପର୍ଯ୍ୟଟକଙ୍କ ମୁକ୍ତି ନେଇ ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି

March 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୩ (ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗତ ଏକ ସପ୍ତାହ ହେଲା ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇଜଣ ଇଟାଲୀୟ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ନେଇ ଚାଲିଥିବା ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଦୁଇଜଣ ମାଓ ମଧ୍ୟସ୍ଥି ଓ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନିଜଣ ଉଚ୍ଚ ପଦସ୍ଥ ଅଫିସରଙ୍କ ମଧ୍ୟରେ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ବହୁଘଣ୍ଟା ଧରି ତେରଦଫା ଦାବି ନେଇ ଆଲୋଚନା ଚାଲିଥିଲା ।

ଏହି ଆଲୋଚନା କିଛି ବାଟ ଆଗେଇଛି କିନ୍ତୁ କୌଣସି ଚୁଡ଼ାନ୍ତରେ ପହଞ୍ଚି ନାହିଁ ବୋଲି ଆଲୋଚନାରେ ଭାଗ ନେଇଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ।

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହାର ସମାଧାନ ହୋଇଯାଇପାରେ ବୋଲି ମାଓ ମଧ୍ୟସ୍ଥି ବି.ଡ଼ି.ଶର୍ମା କହିଛନ୍ତି ।

“ବର୍ତମାନ ବି ସେମାନେ ଏହି ଆଲୋଚନାରେ ଜେଲରେ ଥିବା ଜଣେ ମାଓ ନେତାଙ୍କୁ ବି ସାମିଲ
କରିବାକୁ ଚାହୁଁଛନ୍ତି କି?” ବୋଲି ଜଣେ ସମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ବର୍ତମାନ ଏହା କାର୍ଯ୍ୟକ୍ରମରେ ନାହିଁ ବୋଲି ଶର୍ମା କହିଛନ୍ତି ।

ଅପହୃତ ବ୍ୟକ୍ତି ଦ୍ଵୟ ନିରାପଦରେ ଅଛନ୍ତି ଏବଂ ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା ବର୍ତମାନ କହିପାରିବି ନାହିଁ ବୋଲି ଶର୍ମା ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଏବଂ ଆଦିବାସୀ କଲ୍ୟାଣ ବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ସରକାରଙ୍କ ପକ୍ଷରୁ ଆଲୋଚନାରେ ପ୍ରତିନିଧିତ୍ୱ କରିଛନ୍ତି ।

ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଶୋଭାଯାତ୍ରା, ର୍ୟାଲି କରି ଦୁଇ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଦାବି କରିବା ସହ ଅପହରଣ ଘଟଣାକୁ ବିରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ପର୍ଯ୍ୟଟକ, ମାଓବାଦୀ

ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଶନିବାର ବିଳମ୍ବିତ ରାତ୍ରିରେ ଏମାନଙ୍କୁ ଅପହରଣ କରାଯାଇଥିବା ବେଳେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ସଂପୃକ୍ତ ଦୁଇ ପର୍ଯ୍ୟଟକ ଏକ ଗାଡ଼ିରେ ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲୁଥିଲେ । ରାତିରେ ସେମାନେ ଫେରୁଥିବା ବେଳେ ମାଓବାଦୀ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ଏବଂ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ ।

ଗାଡ଼ି ଡ଼୍ରାଇଭର ଏବଂ ଟୁରିଷ୍ଟ ଗାଇଡ଼ଙ୍କୁ ଛାଡ଼ିଦେଇଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଅପହୃତ ପର୍ଯ୍ୟଟକଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀମାନେ ୧୩ଟି ଦାବି ଉପସ୍ଥାପନ କରିଛନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାପାଳଙ୍କ ଅପହରଣ ସମୟରେ ମଧ୍ୟ ସେମାନେ ଏହି ଦାବି ଉପସ୍ଥାପନ କରିଥିଲେ ।

ରାଜ୍ୟରେ ପ୍ରଥମ ଥର ପାଇଁ ମାଓବାଦୀମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, କନ୍ଧମାଳ, ମାଓବାଦୀ

  • « Go to Previous Page
  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ