• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କନ୍ଧମାଳ

କନ୍ଧମାଳ: ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାରେ ବ୍ଲକ ଅଧ୍ୟକ୍ଷ ଗିରଫ

January 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ତଥା ମାଓବାଦୀଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ସୋମବାର ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ କରିଛି ।

“”ବିସ୍ଫୋରଣ ତଥା ମାଓବାଦୀଙ୍କ ସହ ବ୍ଲକ ଅଧ୍ୟକ୍ଷ ଜୁନେଶ ପ୍ରଧାନଙ୍କ ସଂପୃକ୍ତି ରହିଥିବା ସଂପର୍କରେ
ପୋଲିସ ନିକଟରେ ବ୍ୟାପକ ପ୍ରମାଣ ଅଛି” ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୋଲିସର ଏକ ଦଳ ସକାଳେ ପ୍ରଧାନଙ୍କ ଘର ଉପରେ ଚଢାଉ କରି ତାଙ୍କୁ ଗିରଫ କରିଥିବା ବେଳେ
କୋଟଗଡ଼ ଥାନାରେ ତାଙ୍କ ନାଁରେଦୁଇଟି ମାମଲା ରୁଜୁ ହୋଇଛି, ସେ କହିଛନ୍ତି ।

ଗତ ଗୁରୁବାର ଛଅ ଜଣ ପୋଲିସ କର୍ମଚାରୀ ଏକ ବିସ୍ଫୋରଣ ସ୍ଥଳକୁ ତଦନ୍ତ ପାଇଁ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଶହୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଫୁଲବାଣୀ

କନ୍ଧମାଳ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ

January 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଘଟାଇଥିବା ବିସ୍ଫୋରଣ ଏବଂ ଏଥିରେ ତିନି ଜଣ ପୋଲିସ କର୍ମଚାରୀ ଶହୀଦ ହେବା ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ମାଓ ପ୍ରଭାବିତ ଅଂଚଳରେ ଅପରେଶନରେ ଯିବା ବେଳେ ଯେଉଁ ନିୟମ ରହିଛି ତାହା ପାଳନ କରାଯାଇଛି କି ନାହିଁ ସେ ସଂପର୍କରେ ରିପୋର୍ଟ ବୋକୁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସର ଅସାବଧାନତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗକୁ ଆଧାର କରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି । ସଂପୃକ୍ତ ଅଂଚଳରେ ନିୟମ ଉଲଂଘନ ହୋଇଛି କି ନାହିଁ ତା’ର ସମୀକ୍ଷା କରାଯିବ, ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିସ୍ଫୋରଣ ହୋଇଥିବା ଏକ ସ୍ଥାନକୁ ଗୁରୁବାର ଛଅଜଣ ପୋଲିସ ଗୋଟିଏଗାଡ଼ିରେ ଯାଉଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ତିନି ଜଣ ଶହୀଦ ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ ପିଟାଲରେ ଭର୍ତି କରାଯାଇଛି । ବିସ୍ଫୋରଣ ପରେ ପୋଲିସ ପକ୍ଷରୁ ସଂପୃକ୍ତ ଅଂଚଳରେ ବ୍ୟାପକ କୁମ୍ବିଂ ଅପରେଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ବିସ୍ଫୋରଣ

କନ୍ଧମାଳ: ବିସ୍ଫୋରଣ ପରେ କୁମ୍ବିଂ ଅପରେଶନ ଜୋରଦାର

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗୁରୁବାର ସକାଳେ ମାଓବାଦୀଙ୍କ ବିସ୍ଫୋରଣ ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେଶନ ଜୋରଦାର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁହାଯାଇଛି ।

ମାଓ ପ୍ରଭାବିତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେଶନ ସମୟରେ ଷ୍ଟାଣ୍ଡାର୍ଡ଼ ଅପରେଶନ ପ୍ରସିଜୋର କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି ମୃତ ପୋଲିସ କର୍ମଚାରୀଙ୍କ ପରିବାର ବର୍ଗ ଯେପରି ଶୀଘ୍ର ବିଭିନ୍ନ ସହାୟତା ପାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କୁମ୍ବିଂ ଅପରେଶନ, ମାଓବାଦୀ, ମୁଖ୍ୟମନ୍ତ୍ରୀ

ବିସ୍ଫୋରଣରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ତିନି ଆହତ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କନ୍ଧମାଳ, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗୁରୁବାର ମାଓବାଦୀଙ୍କ ବିସ୍ଫୋରଣରେ ତିନିଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଗତକାଲି ବିସ୍ଫୋରଣ ହୋଇଥିବା ଏକ ସ୍ଥାନକୁ ଛଅ ଜଣ କନଷ୍ଟେବଲ ଏକ ଟାଟା ସୁମୋ ଗାଡ଼ିରେ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଗାଡ଼ିକୁ ଉଡ଼ାଇ ଦେଇଛନ୍ତି ।

ଗାଡିରେ ଡ଼୍ରାଇଭରଙ୍କ ସମେତ ଛଅ ଜଣ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି, ଉପଆରକ୍ଷୀ ଅଧିକ୍ଷକ ଜି.ସି.ବେହେରା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ମାଓବାଦୀ

କନ୍ଧମାଳ: ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଉଦ୍ଧାର

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ରଖାଯାଇଥିବା ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକ ସାମଗ୍ରୀକୁ ପୋଲିସ ଶନିବାର ଉଦ୍ଧାର କରିଛି ।

ଏସ୍ଓଜି ଯବାନମାନେ କମ୍ବିଂ ଅପରେଶନରେ ଯାଇଥିବା ବେଳେ ଦାରିଙ୍ଗବାଡ଼ି ଅଞ୍ଚଳର ଗୋଦିବାଲି ଛକରୁ ଏଗୁଡ଼ିକୁ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏକ ଜଙ୍ଗଲ ରାସ୍ତାରେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ, ୧୫ ମିଟର ତାର, ଦଶ କିଗ୍ରା ଓଜନର ବିସ୍ଫୋରକ,
ଦୁଇଟି ଡ଼ିଟୋନେଟର ଏବଂ ବ୍ୟାଟେରୀ ଯବାନମାନେ ଉଦ୍ଧାର କରିଥିବା ସେ କହିଛନ୍ତି ।

ମାଓବାଦୀମାନେ ଅନ୍ୟ ସ୍ଥାନରେ ଲ୍ୟାଣ୍ଡମାଇନ କିମ୍ବା ବିସ୍ଫୋରକ ରଖିଥିବା ସନ୍ଦେହରେ ପୋଲିସ ପକ୍ଷରୁ
ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେଶନ, ମାଓବାଦୀ, ଲ୍ୟାଣ୍ଡମାଇନ

ଗିରଫ ପ୍ରତିବାଦରେ ବ୍ଲକ ଘେରାଉ, ପୋଲିସର ଲାଠିମାଡ଼

May 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କନ୍ଧମାଳ, ମଇ ୪(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ପୋଲିସ ଅଟକ ରଖିଥିବା କେତେକ ଗ୍ରାମବାସୀଙ୍କୁ ଛାଡ଼ିବା ଦ।ବିରେ ବୁଧବାର ଶତାଧିକ ଲୋକ ବ୍ଲକ ଘେରାଉ କରିଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି ।

କଲେଙ୍ଗବାଡ଼ି ଜଙ୍ଗଲରେ ଗତ ସୋମବାର ରାତିରେ ପୋଲିସ ଓ ମାଓବାୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ଜଣେ ଯବାନ ନିହତ ହୋଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକଙ୍କୁ ପୋଲିସ ମାଓବାଦି ସଂହେରେ ଅଟକ ରଖିଥିଲା ।

ଏହାର ପ୍ରତିବାଦ କରି ଶତାଧିକ ପୁରୁଷ ଓ ମହିଳା ଦ।ରିଙ୍ଗବାଡ଼ି ବ୍ଲକ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦ।ବିପତ୍ର ପ୍ରଦାନ କରିଥିଲେ । ଗିରଫ ବ୍ୟକ୍ତିଙ୍କୁ ଛାଡି ଦେବାକୁ ଦାବି କରିଥିଲେ । ବିକ୍ଷୋଭକାରୀଙ୍କୁ ମନା କରିବା ପାଇଁ ପୋଲିସ ଲାଠି ମାଡ଼ କରିଥିଲା ଓ ଏଥିରେ ଦଶରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି ।

ତେବେ ମାଓବାୀ ସନ୍ଦେହରେ ଗିରଫ ହୋଇଥିବା ୨୭ ଜଣଙ୍କୁ ପୋଲିସ ଛାଡ଼ିେଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଗ୍ରାମବାସୀ, ମୁଖ୍ୟ ଖବର

ମାଓବାଦୀଙ୍କ ବିସ୍ଫୋରଣରେ ଆମ୍ବୁଲାନ୍ସ ଧ୍ୱଂସ, ପାଞ୍ଚ ମୃତ

November 28, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀମାଞ୍ଚଳ ପଟ୍ଟନାୟକ

କନ୍ଧମାଳ,ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ବିସ୍ଫୋରଣ କରି ଗୋଟିଏ ଆମ୍ବୁଲାନ୍ସ ଗାଡ଼ି ଉଡ଼ାଇ ଦେଇଥିବା ବେଳେ ଜଣେ ତିନି ବର୍ଷର ଝିଅ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ରବିବାର କହିଛି ।

ସେମାନେ ଜଣେ ଗର୍ଭବତୀ ମହିଳାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲରେ ଛାଡ଼ି ଫେରୁଥିବା ବେଳେ ବ୍ରାହ୍ମଣୀ ଗାଁ ଠାରୁ ପ୍ରାୟ ଦେଢ କିମି ଦୂରରେ ଥିବା କୁଇଗୁଡ଼ା ଘାଟି ପାଖରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ କହିଛି ।

ମୃତକ ମାନଙ୍କ ମଧ୍ୟରେ ଗାଡ଼ିର ଡ଼୍ରାଇଭର ସାଇମନ ମଲ୍ଲିକ, ଦୁଇ ଜଣ ମହିଳା ଓ ଜଣେ ତିନି ବର୍ଷର ଝିଅ ରହିଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ପ୍ରବୀଣ କୁମାର ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ପ୍ରଥମ ଥର ପାଇଁ ମାଓବାଦୀମାନେ ଆମ୍ବୁଲାନ୍ସକୁ ବିସ୍ଫୋରଣ କରି ଉଡ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଗୁରୁବାର ମାଓବାଦୀମାନେ ଜଣେ ଠିକାଦାରଙ୍କୁ ଉକ୍ତ ଅଞ୍ଚଳରେ ମଧ୍ୟ ହତ୍ୟା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ପୋଲିସ, ମାଓବାଦୀ, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ