• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କବି ବିଷ୍ଣୁପଦ ସେଠୀ

ସେ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ?

May 4, 2015 by News Bureau 1 Comment

ବିଷ୍ଣୁପଦ ସେଠୀ

ବିଶ୍ଵ ସାହିତ୍ୟ, ସଂସ୍କୃତି ଏବଂ ଧର୍ମ ଦରବାରକୁ ଓଡିଶାର ମହନୀୟ ଅବଦାନ ହେଉଛି ପ୍ରବୃଦ୍ଧ ଗୁରୁ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରଚାରିତ ମହିମା ଧର୍ମ । ଏହି ଧର୍ମକୁ ସାର୍ବଜନୀନ କରିବାରେ ତାଙ୍କର ପଟ୍ଟଶିଷ୍ୟ ସନ୍ଥ କବି ଭୀମଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ଦ୍ଵାରା ରଚିତ ‘ସ୍ତୁତି ଚିନ୍ତାମଣି’ ମହିମା ଧ୍ରମର ମୁଖ୍ୟ ଧର୍ମଗ୍ରନ୍ଥ । ଅସଂଖ୍ୟ ଭଜନ ରଚନା କରି ସେ ମହିମା ଧର୍ମକୁ ପୁରପଲ୍ଲୀରେ ଜନସାଧାରଣଙ୍କ ମଧ୍ୟରେ ଗ୍ରହଣୀୟ କରିପାରିଥିଲେ।

ବହୁସଂଖ୍ୟକ ଧର୍ମଗ୍ରନ୍ଥ ଯଥା ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା ଇତ୍ୟାଦି ମହିମା ପନ୍ଥୀଙ୍କ ଦ୍ଵାରା ଆଦୃତ ହୋଇଛି।ଗୀତା, ମହାଭାରତ, ରାମାୟଣ, ଉପନିଷଦ, ପୁରାଣ ମାନଙ୍କର ଗୂଢ ଏବଂ ଜଟିଳ ତତ୍ତ୍ୱକୁ ସରଳ ଏବଂ ସାବଲୀଳ ଭାଷାରେ ସେ ବାଖ୍ୟା କରିଛନ୍ତି। ଯୁଗଯୁଗ ଯାଏ ସ୍ତୁତି ଚିନ୍ତାମଣି, ଯାହାକୁ ଭୀମଭୋଇଙ୍କ ସର୍ବଶ୍ରେଷ୍ଠ କୃତ୍ତି ଏକ ଅମୂଲ୍ୟ ସମ୍ପଦ ହୋଇ ରହିବ ।

ଯାହା ଉଲ୍ଲେଖ ଅଛି, ସୋନପୁର ଜିଲ୍ଲାସ୍ଥିତ ଖଲିଆପାଲି ଆଶ୍ରମରେ ସେ ଏକ ସାଙ୍ଗେ ଚାରି ଗୋଟି ଭଜନ ଶ୍ରୁତଲିଖନ ଆକାରରେ ରଚନା କରୁଥିଲେ, ଚାରି ଜଣ ଶିଷ୍ୟଙ୍କ ମାଧ୍ୟମରେ । କିଏ କୁହେ ସେ ଜନ୍ମରୁ ଅନ୍ଧ ଥିଲେ।

bishnupada_sethiଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରି, ବାଲ୍ୟ କାଳରୁ ଅନାଥ ଭାବେ ବହୁ କଷ୍ଟରେ ମୂଲ ଲାଗି ଗାଈ ଚରାଇ ପେଟ ପୋଷୁଥିଲେ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ଭୀମଭୋଇ ତାଙ୍କର ଦୁଃଖ ବର୍ଣ୍ଣନା କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ ।

ଏହା ସମସ୍ତଙ୍କୁ ବିସ୍ମିତ କରେ ଯେ ଏତେ ପାଣ୍ଡିତ୍ୟ ସେ କେଉଁଠୁ ପାଇଲେ। ସେ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ? ତାଙ୍କ ରଚନା ସବୁରେ ଯେଉଁ ଗୁଢତତ୍ତ୍ଵ ଏବଂ ବିରଳ ଶିକ୍ଷା ଲିପିବଦ୍ଧ ହୋଇଛି ସେ ସବୁ ବିନା ଅଧ୍ୟୟନରେ ବୁଝିବା ସମ୍ଭବ ନୁହେଁ।

ବିନା ପାଠପଢାରେ ସେ ଯେଉଁ ଜ୍ଞାନାଲୋକରେ ଉଦ୍ଦଭାସିତ ହେଉଥିଲେ, ତାର ସତ୍ତା ଜାଣିବାକୁ ହେଲେ ତାଙ୍କର କୃତିରାଜିକୁ ଅଧ୍ୟୟନ କରିବା ଜରୁରି। ଏହାଛଡା ଅନ୍ୟ କୌଣସି ସୂତ୍ର ନାହିଁ। ସେ ‘ସ୍ତୁତି ଚିନ୍ତାମଣି’ ରେ ଲେଖିଛନ୍ତି-

“ପିତାମାତା ଦୁଇ ଯୁଗଳରେ
ଯାଇ ଅବନୀରେ କଲେ ଜାତ
ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ
ହୋଇଲି କବି ପଣ୍ଡିତ।
ଜନନୀ ଉଦର ଗୋପ ମଧୁପୁର
ପାଶୋର ନ ଯାଏ ଚିତ୍ତୁ
ମାତୃ ଗର୍ଭଗତେ ପାଠ ପଢିଥିଲି
ଟିକେ ଟିକେ ଅଛି ହେତୁ।”
(ଦ୍ଵାବିଂଶ ବୋଲି -ପଦ ୧୮-
୧୯) ପୁନଶ୍ଚ-
ପିତା ଅଟନ୍ତି ମୋ ଅନାଦି ଠାକୁର,
ମାତା ଆଦି ଶକ୍ତି ନାରୀ।
ଦୂତୀ ଯୁଗଳରୁ ଜନମ ଲଭିଛି ,
କବିକୃତ କଳା ଧରି।”
(ତ୍ରିଂଶବୋଲି -ପ୍ରଥମ ପଦ)

ଭୀମଭୋଇ ଥିଲେ ଗୋଟାପଣେ ସତ୍ୟସନ୍ଧ। ସେ ବାରମ୍ବାର ଘୋଷଣା କରିଛନ୍ତି ଯେ ଯେଉଁଠି ସତ୍ୟ ନାହିଁ ସେହିଠାରେ ପ୍ରଭୁ ମଧ୍ୟ ନାହାନ୍ତି । ତାଙ୍କ ଅଧ୍ୟୟନ ଏବଂ ପ୍ରତିଭାର ସ୍ରୋତ ସମ୍ବନ୍ଧରେ ସେ ତିନୋଟି ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଥମରେ ସେ କହିଛନ୍ତି ଯେ ସେ ମାତୃଗର୍ଭରେ ଥିଲା ସମୟରେ କିଛି କିଛି ପାଠ ପଢିଛନ୍ତି। ଏହି ଦିବ୍ୟାତ୍ମାଙ୍କ ଏତାଦୃଶ ଉକ୍ତିରେ ବିସ୍ମିତ ହେବାର ନହିଁ। ମହାଭାରତରେ ମଧ୍ୟ ବର୍ଣ୍ଣନା ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଚକ୍ରବ୍ୟୂହର ଭେଦ ଜାଣିଥିଲେ।

ଦ୍ଵିତୀୟ କଥା ହେଲା, ପୂର୍ବ ଜନ୍ମର ତପସ୍ୟା ଫଳରେ ତାଙ୍କୁ କବିତ୍ଵପ୍ରାପ୍ତ ହୋଇଛି ଏବଂ ସେ ମାତୃଗର୍ଭରୁ କବିତ୍ଵ କଳା ଗ୍ରହଣ କରି ଜନ୍ମଲାଭ କରିଛନ୍ତି। ତୃତୀଯରେ ଭୀମଭୋଇ ଆଉ ଏକ ମାଧ୍ୟମରୁ ଶିକ୍ଷା ଲାଭ କରିଥିବାର ପ୍ରକାଶ କରିଛନ୍ତି, ଯାହା ହେଉଛି ‘ଅନୁଭବ’। ସ୍ଵୀୟ ରଚନାରେ ସେ ଲେଖିଛନ୍ତି- “ଅନୁଭବରେ ଜ୍ଞାନ ଭେଦ, ସଋ ନୁହଇ ଚାରିବେଦ”। (ନିର୍ବେଦ ସାଧନା)

ଜ୍ଞାନ ନୁହେଁ, ବୁଦ୍ଧି ନୁହେଁ, କଲ୍ପନା ନୁହେଁ, ଅନଭବ ହିଁ ଧର୍ମ ଜ୍ଞାନର ଏକ ମାତ୍ର କଷଟି। ଧର୍ମ ଏବଂ ଦର୍ଶନ କ୍ଷେତ୍ରରେ ଏହା ସମସ୍ତ ଦିଗରୁ ସ୍ଵୀକୃତ। ଏହି ତତ୍ତ୍ଵକୁ ଭୀମଭୋଇ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରି ଈଶ୍ଵରୀୟ ସିଦ୍ଧିପ୍ରାପ୍ତ ହୋଇଥିଲେ, ଯାହାକି କେବଳ ତାଙ୍କ ସଦୃଶ ଯୁଗପୁରୁଷଙ୍କ ଠାରେ ସମ୍ଭବ।

କମିଶନର ତଥା ଶାସନ ସଚିବ,
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,
ଓଡିଶା ସରକାର

News Bureau
News Bureau

Filed Under: ଧର୍ମ Tagged With: କବି ବିଷ୍ଣୁପଦ ସେଠୀ, ଖଲିଆପାଲି, ପୁସ୍ତକ ସମୀକ୍ଷା, ବିଷ୍ଣୁପଦ ସେଠୀ, ଭୀମଭୋଇ, ମହିମା ଧର୍ମ

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

November 25, 2010 by ଓଡିଶା ଡଟ କମ Leave a Comment

ନିଜ ପ୍ରଥମ କବିତା ସଂକଳନରେ “ହ୍ୱେୟାର ସାଲ ଆଇ ଗୋ”(ମୁଁ କେଉଁଠିକି ଯିବି) ବୋଲି ନିଜକୁ ପଚାରୁଥିବା କବି ବିଷ୍ଣୁପଦ ସେଠୀ, ଏବେ ତାଙ୍କ ଶବ୍ଦ ଦୂନିଆ(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍)ରେ ପହଞ୍ଚି ଯାଇଛନ୍ତି ।

ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍ (ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥିପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ଅନ୍ୟ ପକ୍ଷରେ ଏତେ ଭୟଙ୍କର ଦାର୍ଶନିକତା ନ ଥାଏ ଯେ ପାଠକ, କବିତା ପଢୁପଢୁ ଦର୍ଶନ ଭିତରେ ପୋତି ହୋଇଯିବ । ନିତି ଦିନିଆ ଛୋଟ ଛୋଟ ଘଟଣା, ସମ୍ବେଦନା, ସହାନୁଭୂତି, ପ୍ରେମ, ଅନୁଭବ, କରୁଣା ଇତ୍ୟାଦିକୁ ନେଇ ବିଷ୍ଣୁପଦ ଗଢନ୍ତି ତାଙ୍କ ଶବ୍ଦର ଦୁନିଆ ।

ଏମିତି ବି କବିତା ମାନ ବିଷୟବସ୍ତୁ ସର୍ବସ୍ୱ ନୁହେଁ ଯେଉଁଠି ପାଠକକୁ କବିତାଟି ଗ୍ୟମୟତାରେ ଅଣନିଃସ୍ୱାସୀ ଲାଗିବ । ବିଷୟବସ୍ତୁ ଚୟନ ଓ କବିତାର ବୋଧଗମ୍ୟତାକୁ ନିରୀକ୍ଷଣ କଲେ ଲାଗେ, ଯେମିତି କେହି ଜଣେ ଏକ ଝଙ୍କାଳିଆ ଆମ୍ବଗଛର ବଣ ଭିତରେ ଏକା ଏକା ଯାଉଛି ଏବଂ ତାକୁ କୋଇଲିର ଟାଇଁଟାଇଁ ଶବ୍ଦ ଚମକେଇ ଦେଉଛି ।

ଲୋକଟି ନିକଟରେ ଡ଼ାକ ପାରୁଥିବା କୋଇଲିକୁ ଦେଖିବାକୁ ଚେଷ୍ଟା କରୁଛି ହେଲେ ଦେଖିସିନା ପାରୁନି କିନ୍ତୁ ତା’ ଡ଼ାକରେ ଶିହରି ଉଠୁଛି । ବିଷ୍ଣୁପଦଙ୍କ କବିତାର ବିଷୟବସ୍ତୁ କୋଇଲି ସଦୃଶ୍ୟ ହେଲେ କବିତା ଭିତରର ଅର୍ନ୍ତିିହିତ ଭାବ ଓ ବୋଧଗମ୍ୟତା ହେଉଛି କୋଇଲିର ଡ଼ାକ ।

ପୃଥିବୀରେ ଭଲ ପାଇବା ଛଡ଼ା ବୋଧହୁଏ କିଛି ନାହିଁ ଯାହାକି ଏକ ମଣିଷକୁ ସଂପୂର୍ଣ୍ଣ ମଣିଷ ପଣିଆର ଦର୍ଜା ଦେଇ ସମାଜରେ ଠିଆ କରେଇ ପାରିବ ।

ଏହି କଥାର ସତ୍ୟତାକୁ ପ୍ରତିପାିତ କରିବାକୁ ଯାଇ କବି ବିଷ୍ଣୁପଦ କହନ୍ତି ..କେହି ନା କେହି କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବ କାରଣ ମଣିଷ ମାତ୍ରକେ ହିଁ ପ୍ରେମରେ ବନ୍ଧା……. ……………………. ଏ ବିଶ୍ୱ ପ୍ରେମରେ ଗଢା, ପ୍ରେମର କଥା କହୁଥିବା ବିଷ୍ଣୁପଦ କେବଳ ନିଜ ପ୍ରେମରେ କବିତାକୁ ସୀମିତ କରି ରଖିନାହାନ୍ତି ବରଂ ବିଶ୍ୱପ୍ରେମ ସହ, ଆଧ୍ୟାତ୍ମିକ ପ୍ରେମର କଥା ମଧ୍ୟ କହୁଛନ୍ତି ।

ପ୍ରେମକୁ ବଞ୍ଚେଇ ରଖିବା ପାଇଁ ପ୍ରେମିକାର ଶାରୀରୀକ ଉପସ୍ଥିତି ଯେତେ ଗୁରୁତ୍ୱ ନୁହେଁ ବରଂ ତାର ସ୍ମୃତି ହିଁ ପ୍ରେମିକକୁ ଜୀବିତ କରି ରଖିଥାଏ । ସିଏ କହନ୍ତି ପ୍ରେମିକାର ଉପଲବଧରେ ହିଁ ପ୍ରେମ ଘନିଭୂତ ହୋଇଥାଏ ଯାହାକି ମେଘର ବାଟକୁ ବି ଓଗାଳିବାକୁ ସମର୍ଥ ହୋଇଥାଏ ।

ଏଠାରେ ମୁଖ୍ୟ କଥା ଯେ “ପ୍ରେମରେ କିନ୍ତୁ ନିପୁଣତା” ରହିବା ଉଚିତ । ତାଙ୍କ ଭାଷାରେ “ତୁ କିଏ? କାହିଁକି ମୋ ସହ ରହିଥାଉ ! ” ପ୍ରେମିକାର ଉପସ୍ଥିତିକୁ କବିତାରେ ଏଭଳି ମାର୍ମିକ ଆବେଦନରେ ପ୍ରଶ୍ନ କରୁଥିବା କବି ବି ଖୋଜନ୍ତି ଇଶ୍ୱରଙ୍କ ଉପସ୍ଥିତି ଓ ବିଶ୍ୱାସକୁ , ସ୍କୁଲ ବେଳେ ଗଛ ଲଗାଇଥିବା ସ୍ମୃତିକୁ ଏବଂ ଖାସ୍ କରି କୌଣସି ଏକ ମହିମା ଧର୍ମର ସାଧୁଙ୍କୁ ଯାହାଙ୍କ ଅବର୍ତ୍ତମାନ ଘାରିଥାଏ ତାଙ୍କୁ ବେଶୀ ବେଶୀ ।

ମହିମା ଧର୍ମର ଏହି ସାଧୁ ଜଣକ ଇତିହାସ ପାଲଟିଲେ କି ନାହିଁ, ତା ତ ଆକଳନ କରିବା ସହଜ ନୁହେଁ । ତେବେ ଏହି ଇତିହାସକୁ ପ୍ରତିଷ୍ଠା ଦେଇଛନ୍ତି ଶ୍ରୀ ବିଷ୍ଣୁପଦ ସେଠୀ, କେବଳ ତାଙ୍କ ବହିକୁ ” ମହିମା ଅଲେଖ’କୁ ଉତ୍ସର୍ଗ କରି ନୁହେଁ ବରଂ ନିଜ କନ୍ୟା ଓ ପୁତ୍ର ସନ୍ତାନ ଦ୍ଵୟଙ୍କୁ “ମହିମା” ଓ “ଅଲେଖ” ଭାବରେ ନାମ କରଣ କରି ।

ସେହିଭଳି ଅନ୍ୟ ଏକ ଐତିହାସିକ ଘଟଣାକୁ ଦୋହୋରେଇ ବିଷ୍ଣୁପଦ ଲେଖନ୍ତି କଳିଙ୍ଗ ଯୁଦ୍ଧର କଥା । ସିଏ ୟା ନୀ କଡ଼ରେ ଠିଆ ହୋଇ ଇତିହାସକୁ ଯେମିତି ଉ୍ଜୀବିତ କରନ୍ତି ଏବଂ ନିଜକୁ ଏକ ସ୍ୱଭାବିକ ପ୍ରଶ୍ନ କରନ୍ତି ଯେ “କଳିଙ୍ଗ ଯୁଦ୍ଧ ସମୟରେ ହୁଏତ ମୋର ପୂର୍ବ ପୁରୁଷ ନିଶ୍ଚିୟ ଥିଲେ ? ସେମାନେ ହାରିବା ଦଳରେ ଥିଲେ ନା ଜିତିବା ଦଳରେ ?

ଏଇ ପ୍ରଶ୍ନ ଟିକକ କବିତାରୁ ବାହାରି ଆସି ଇତିହାସ ପୃଷ୍ଠାକୁ ଯେତେବେଳେ ବାଟ କଢାଏ ତ’ ଲାଗେ ଏଇ ଧାଡ଼ିକ କବିତା ପାଇଁ ହିଁ କବି ବଞ୍ଚିରହିବ ଅନେକ କାଳ !

ଇତିହାସରେ ସ୍ଥାନ ପାଇବା ପାଇଁ ସାମାନ୍ୟତମ ବି ଆସ୍ଫର୍ଦ୍ଧା ରଖିନଥିବା “ମୋ ଶବ୍ଦର ଦୂନିଆ” କବିତା ସଙ୍କଳନର ପ୍ରଥମ କବିତାରେ ଜଣେ ସାଧାରଣ ଆଦିବାସୀ ନିର୍ବିକାର ଭାବରେ ଘୋଷଣା କରିଛି । ” ମୁଁ ସାମାନ୍ୟତମ ବି ବ୍ୟସ୍ତ ନୁହେଁ କାରଣ ଏଥି ପୂର୍ବରୁ ଏଠାରେ ମୁଁ କେବେ ବି ନଥିଲି ଏବଂ ନିଶ୍ଚିତ ଯେ ଭବିଷ୍ୟତରେ ବି ରହିବି ନାହିଁ ଏପରିକି କାହାରିବି ଆବଶ୍ୟକତା ନାହିଁ ମନେ ରଖିବାକୁ ଯେ ମୁଁ ଏଇଠି କିଛି ସମୟ ରହିଥିଲି” ।

ଏଭଳି ଦାମ୍ଭିକତା ଭରପୁର, ନିର୍ବିକାର ଓ ନିର୍ଲିପ୍ତ ଜିଉରେ ଆଦିବାସୀର ଭାବ କହୁଥିବା ବିଷ୍ଣୁପଦ ସେଠୀ ବାସ୍ତବରେ ନିଜର କଥା କହୁଛନ୍ତି ନା ଆଦିବାସୀର କଥା କହୁଛନ୍ତି, ପାଠକେ ତାଙ୍କ “ମୋ ଶବ୍ଦର ଦୁନିଆ”(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍) କବିତା ବହିକୁ ପ୍ରବେଶ କଲେ ହିଁ ବିଚାର କରିପାରିବେ ।

ବାସୁଦେବ ସୁନାନୀ

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କବି ବିଷ୍ଣୁପଦ ସେଠୀ, ମୁଖ୍ୟ ଖବର

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

November 24, 2010 by ନିଉଜ ଡେସ୍କ Leave a Comment

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

ନିଜ ପ୍ରଥମ କବିତା ସଂକଳନରେ “ହ୍ୱେୟାର ସାଲ ଆଇ ଗୋ”(ମୁଁ କେଉଁଠିକି ଯିବି) ବୋଲି ନିଜକୁ ପଚାରୁଥିବା କବି ବିଷ୍ଣୁପଦ ସେଠୀ, ଏବେ ତାଙ୍କ ଶବ୍ଦ ଦୁନିଆ(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍)ରେ ପହଞ୍ଚି ଯାଇଛନ୍ତି ।

bishnupada_sethiମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍ (ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥି ପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ଅନ୍ୟ ପକ୍ଷରେ ଏତେ ଭୟଙ୍କର ଦାର୍ଶନିକତା ନ ଥାଏ ଯେ ପାଠକ, କବିତା ପଢୁପଢୁ ଦର୍ଶନ ଭିତରେ ପୋତି ହୋଇଯିବ । ନିତି ଦିନିଆ ଛୋଟ ଛୋଟ ଘଟଣା, ସମ୍ବେଦନା, ସହାନୁଭୂତି, ପ୍ରେମ, ଅନୁଭବ, କରୁଣା ଇତ୍ୟାଦିକୁ ନେଇ ବିଷ୍ଣୁପଦ ଗଢନ୍ତି ତାଙ୍କ ଶବ୍ଦର ଦୁନିଆ ।

ଏମିତି ବି କବିତା ମାନ ବିଷୟବସ୍ତୁ ସର୍ବସ୍ୱ ନୁହେଁ ଯେଉଁଠି ପାଠକକୁ କବିତାଟି ଗଦ୍ୟମୟତାରେ ଅଣନିଃସ୍ୱାସୀ ଲାଗିବ । ବିଷୟବସ୍ତୁ ଚୟନ ଓ କବିତାର ବୋଧଗମ୍ୟତାକୁ ନିରୀକ୍ଷଣ କଲେ ଲାଗେ, ଯେମିତି କେହି ଜଣେ ଏକ ଝଙ୍କାଳିଆ ଆମ୍ବଗଛରବଣ ଭିତରେ ଏକା ଏକା ଯାଉଛି ଏବଂ ତାକୁ କୋଇଲିର ଟାଇଁଟାଇଁ ଶବ୍ଦ ଚମକେଇ ଦେଉଛି ।

ଲୋକଟି ନିକଟରେ ଡ଼ାକ ପାରୁଥିବା କୋଇଲିକୁ ଦେଖିବାକୁ ଚେଷ୍ଟା କରୁଛି ହେଲେ ଦେଖିସିନା ପାରୁନି କିନ୍ତୁ ତା’ ଡ଼ାକରେ ଶିହରି ଉଠୁଛି । ବିଷ୍ଣୁପଦଙ୍କ କବିତାର ବିଷୟବସ୍ତୁ କୋଇଲି ସଦୃଶ୍ୟ ହେଲେ କବିତା ଭିତରର ଅର୍ନ୍ତି ନିର୍ହିତ ଭାବ ଓ ବୋଧଗମ୍ୟତା ହେଉଛି କୋଇଲିର ଡ଼ାକ ।

ପୃଥିବୀରେ ଭଲ ପାଇବା ଛଡ଼ା ବୋଧହୁଏ କିଛି ନାହିଁ ଯାହାକି ଏକ ମଣିଷକୁ ସଂପୂର୍ଣ୍ଣ ମଣିଷ ପଣିଆର ଦର୍ଜା ଦେଇ ସମାଜରେ ଠିଆ କରେଇ ପାରିବ । ଏହି କଥାର ସତ୍ୟତାକୁ ପ୍ରତିପାଦିତ କରିବାକୁ ଯାଇ କବି ବିଷ୍ଣୁପଦ କହନ୍ତି
..କେହି ନା କେହି
କାହାକୁ ନା କାହାକୁ
ନିଶ୍ଚୟ ଭଲ ପାଉଥିବ
କାରଣ ମଣିଷ ମାତ୍ରକେ ହିଁ
ପ୍ରେମରେ ବନ୍ଧା…….
…………………….
ଏ ବିଶ୍ୱ ପ୍ରେମରେ ଗଢା,

ପ୍ରେମର କଥା କହୁଥିବା ବିଷ୍ଣୁପଦ କେବଳ ନିଜ ପ୍ରେମରେ କବିତାକୁ ସୀମିତ କରି ରଖିନାହାନ୍ତି ବରଂ ବିଶ୍ୱପ୍ରେମ ସହ, ଆଧ୍ୟାତ୍ମିକ ପ୍ରେମର କଥା ମଧ୍ୟ କହୁଛନ୍ତି । ପ୍ରେମକୁ ବଞ୍ଚେଇ ରଖିବା ପାଇଁ ପ୍ରେମିକାର ଶାରୀରୀକ ଉପସ୍ଥିତି ଯେତେ ଗୁରୁତ୍ୱ ନୁହେଁ ବରଂ ତାର ସ୍ମୃତି ହିଁ ପ୍ରେମିକକୁ ଜୀବିତ କରି ରଖିଥାଏ ।

ସିଏ କହନ୍ତି ପ୍ରେମିକାର ଉପଲବ୍ଧôରେ ହିଁ ପ୍ରେମ ଘନିଭୂତ ହୋଇଥାଏ ଯାହାକି ମେଘର ବାଟକୁ ବି ଓଗାଳିବାକୁ ସମର୍ଥ ହୋଇଥାଏ । ଏଠାରେ ମୁଖ୍ୟ କଥା ଯେ “ପ୍ରେମରେ କିନ୍ତୁ ନିପୁଣତା” ରହିବା ଉଚିତ । ତାଙ୍କ ଭାଷାରେ

“ତୁ କିଏ?
କାହିଁକି ମୋ ସହ ରହିଥାଉ ! ”

ପ୍ରେମିକାର ଉପସ୍ଥିତିକୁ କବିତାରେ ଏଭଳି ମାର୍ମିକ ଆବେଦନରେ ପ୍ରଶ୍ନ କରୁଥିବା କବି ବି ଖୋଜନ୍ତି ଇଶ୍ୱରଙ୍କ ଉପସ୍ଥିତି ଓ ବିଶ୍ୱାସକୁ , ସ୍କୁଲ ବେଳେ ଗଛ ଲଗାଇଥିବା ସ୍ମୃତିକୁ ଏବଂ ଖାସ୍ କରି କୌଣସି ଏକ ମହିମା ଧର୍ମର ସାଧୁଙ୍କୁ ଯାହାଙ୍କ ଅବର୍ତ୍ତମାନ ଘାରିଥାଏ ତାଙ୍କୁ ବେଶୀବେଶୀ ।

ମହିମା ଧର୍ମର ଏହି ସାଧୁ ଜଣକ ଇତିହାସ ପାଲଟିଲେ କି ନାହିଁ, ତା ତ ଆକଳନ କରିବା ସହଜ ନୁହେଁ । ତେବେ ଏହି ଇତିହାସକୁ ପ୍ରତିଷ୍ଠା ଦେଇଛନ୍ତି ଶ୍ରୀ ବିଷ୍ଣୁପଦ ସେଠୀ, କେବଳ ତାଙ୍କ ବହିକୁ ” ମହିମା ଅଲେଖ’କୁ ଉତ୍ସର୍ଗ କରି ନୁହେଁ ବରଂ ନିଜ କନ୍ୟା ଓ ପୁତ୍ର ସନ୍ତାନ ଦ୍ୱୟଙ୍କୁ “ମହିମା” ଓ “ଅଲେଖ” ଭାବରେ ନାମ କରଣ କରି ।

ସେହିଭଳି ଅନ୍ୟ ଏକ ଐତିହାସିକ ଘଟଣାକୁ ଦୋହୋରେଇ ବିଷ୍ଣୁପଦ ଲେଖନ୍ତି କଳିଙ୍ଗ ଯୁଦ୍ଧର କଥା । ସିଏ ଦୟା ନଦୀ କଡ଼ରେ ଠିଆ ହୋଇ ଇତିହାସକୁ ଯେମିତି ଉଦ୍ଜୀବିତ କରନ୍ତି ଏବଂ ନିଜକୁ ଏକ ସ୍ୱଭାବିକ ପ୍ରଶ୍ନ କରନ୍ତି ଯେ “କଳିଙ୍ଗ ଯୁଦ୍ଧ ସମୟରେ ହୁଏତ ମୋର ପୂର୍ବ ପୁରୁଷ ନିଶ୍ଚୟ ଥିଲେ ? ସେମାନେ ହାରିବା ଦଳରେ ଥିଲେ ନା ଜିତିବା ଦଳରେ ?

ଏଇ ପ୍ରଶ୍ନ ଟିକକ କବିତାରୁ ବାହାରି ଆସି ଇତିହାସ ପୃଷ୍ଠାକୁ ଯେତେବେଳେ ବାଟ କଢାଏ ତ’ ଲାଗେ ଏଇ ଧାଡ଼ିକ କବିତା ପାଇଁ ହିଁ କବି ବଞ୍ଚି ରହିବ ଅନେକ କାଳ !

ଇତିହାସରେ ସ୍ଥାନ ପାଇବା ପାଇଁ ସାମାନ୍ୟତମ ବି ଆସ୍ଫର୍ଦ୍ଧା ରଖିନଥିବା “ମୋ ଶବ୍ଦର ଦୁନିଆ” କବିତା ସଙ୍କଳନର ପ୍ରଥମ କବିତାରେ ଜଣେ ସାଧାରଣ ଆଦିବାସୀ ନିର୍ବିକାର ଭାବରେ ଘୋଷଣା କରିଛି ।

“ମୁଁ ସାମାନ୍ୟତମ ବି ବ୍ୟସ୍ତ ନୁହେଁ
କାରଣ ଏଥି ପୂର୍ବରୁ ଏଠାରେ
ମୁଁ କେବେ ବି ନଥିଲି
ଏବଂ ନିଶ୍ଚିତ ଯେ
ଭବିଷ୍ୟତରେ ବି ରହିବି ନାହିଁ
ଏପରିକି
କାହାରିବି ଆବଶ୍ୟକତା ନାହିଁ
ମନେରଖିବାକୁ ଯେ
ମୁଁ ଏଇଠି କିଛି ସମୟ ରହିଥିଲି” ।

ଏଭଳି ଦାମ୍ଭିକତା ଭରପୁର, ନିର୍ବିକାର ଓ ନିର୍ଲିପ୍ତ ଜିଉରେ ଆଦିବାସୀର ଭାବ କହୁଥିବା ବିଷ୍ଣୁପଦ ସେଠୀ ବାସ୍ତବରେ ନିଜର କଥା କହୁଛନ୍ତି ନା ଆଦିବାସୀର କଥା କହୁଛନ୍ତି, ପାଠକେ ତାଙ୍କ “ମୋ ଶବ୍ଦର ଦୁନିଆ”(ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍) କବିତା ବହିକୁ ପ୍ରବେଶ କଲେ ହିଁ ବିଚାର କରିପାରିବେ ।

ବାସୁଦେବ ସୁନାନୀ

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: "ହ୍ୱେୟାର ସାଲ ଆଇ ଗୋ'', କବି ବିଷ୍ଣୁପଦ ସେଠୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ