• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କମିଶନରେଟ ପୁଲିସ

ସହିଦନଗରରେ ଖୋଲିଲା ଓଡ଼ିଶା ଜନମୋର୍ଚ୍ଚା କାର୍ଯ୍ୟାଳୟ

October 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯(ଓଡ଼ିଶା ଡଟ୍ କମ୍)-ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ନବଗଠିତ ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧୮୯ ସହିଦନଗର ପୋଷ୍ଟ ଅଫିସ୍ ପାଖରେ ମୋର୍ଚ୍ଚାର ନଗର କାର୍ଯ୍ୟାଳୟ ଖୋଲା ଯାଇଛି ।

ପୂଜାହୋମ ପରେ କାର୍ଯ୍ୟାଳୟ ଖୋଲା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯଜ୍ଞେଶ୍ୱରବାବୁ, ମିହିର ମହାନ୍ତି, ଡ.ଶରତ ମିଶ୍ର, ଶେଷଦେବ ପାତ୍ର, ଡ.ହରିଶ୍ଚନ୍ଦ୍ର ନାୟକ, ରାଜେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

କାମର ଗୁରୁତ୍ୱ ଦୃଷ୍ଟିରୁ ଆହୁରି ଗୋଟିଏ ଘର ଭଡା ନିଆ ଯାଇ ସହିଦ ନଗରରେ ମୋର୍ଚ୍ଚାର ମୁଖ୍ୟ କାର୍ଯ୍ୟାଳୟ ଖୋଲା ଯିବ ବୋଲି ଆଲୋଚନା ହୋଇଛି ।

ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ୧ତାରିଖରେ ଲୋୟର ପିଏମଜିଠାରେ ୫୦ହଜାର ଲୋକଙ୍କ ସମାବେଶ ପାଇଁ ଅନୁମତି ଦେବାକୁ କମିଶନରେଟ ପୁଲିସକୁ ଆବେଦନ କରାଯାଇଥିଲା ।

ଏଥିରେ ସମାବେଶର ନିର୍ଦ୍ଧିଷ୍ଟ ତାରିଖ ଉଲ୍ଲେଖ ନଥିଲା । ପରେ ୪ତାରିଖରେ ଡିସିପିଙ୍କୁ ପୁନର୍ବାର ଆବେଦନ କରାଯାଇଥିଲା ଓ ୨୮ତାରିଖରେ ସମାବେଶ କରାଯିବ ବୋଲି ଉଲ୍ଲେଖ ରହି ଅନୁମତି ପାଇଁ ଅନୁରୋଧ କରାଯାଇଥିଲା । ମୋର୍ଚ୍ଚା ତରଫରୁ ଆସନ୍ତା ୨୮ତାରିଖରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରିବାକୁ ନିଷ୍ପତି ହୋଇଛି ।

ଲୋୟର ପିଏମଜିରେ ଏହି ସମାବେଶ ଆୟୋଜନାର ଅନୁମତି ପ୍ରଦାନକୁ ନେଇ କମିଶନରେଟ ପୁଲିସ ଏବେ ଅଡ଼ୁଆରେ ପଡ଼ିଯାଇଛି ।

ସମାବେଶ ପାଇଁ ଅନୁମତି ପ୍ରଦାନ ଦାୟିତ୍ୱ ଡିସିପିଙ୍କର ବୋଲି କହି ପୁଲିସ କମିଶନର ସୁନୀଲ ରାୟ ଏହି ପ୍ରସଙ୍ଗ ଡିସିପି ନୀତିନ ଜିତ ସିଂହଙ୍କ ଉପରେ ପକାଇ ଦେଇଛନ୍ତି ।

ଏ ସଂକ୍ରାନ୍ତରେ କମିଶନରେଟ ପୁଲିସ ପକ୍ଷରୁ ଅଦ୍ୟାବଧି କୌଣସି ନିଷ୍ପତି ନିଆଯାଇପାରିନାହିଁ; ବରଂ ଏ ନେଇ ଏସିପି ଓ ସମ୍ପୃକ୍ତ ଅଞ୍ଚଳର ଥାନାଧିକାରୀଙ୍କଠାରୁ ଅନୁଧ୍ୟାନ ରିପୋର୍ଟ ଆହ୍ୱାନ କରାଯାଇଛି । ଏ ନେଇ ଜନମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

ଏ ନେଇ ଜନ ମୋର୍ଚ୍ଚାର ମୁଖପାତ୍ର ଯଜ୍ଞେଶ୍ୱର ବାବୁ କହିଛନ୍ତି, ଶୀଘ୍ର ଅନୁମତି ଦେଲେ ଆମେ ସମାବେଶ ପାଇଁ ଆୟୋଜନ କରିବୁ ।ଏହା ଏକ ସାଧାରଣ ବିଷୟ ହୋଇଥିବାବେଳେ ପୁଲିସ ଏଥିନେଇ ବିବ୍ରତ ହେବାର ନାହିଁ ।

୨୮ତାରିଖର ସମାବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ଏବଂ କୌଣସି ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କମିଶନରେଟ ପୁଲିସ, ଜନମୋର୍ଚ୍ଚା, ପ୍ୟାରୀମୋହନ ମହାପାତ୍ର, ସହିଦନଗର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ