• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କମିଶନରେଟ ପୋଲିସ

ଭୁବନେଶ୍ୱରରେ ଜାତିୟ ମହିଳା କମିଶନ ଟିମ୍

September 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ଓଡିଶା ପ୍ରଦେଶ କଂଗ୍ରେସର ସେପ୍ଟେମ୍ବର-୬ ପରିବର୍ତ୍ତନ ଆହ୍ୱାନ ସମାବେଶରେ ହୋଇଥିବା ହିଂସାକାଣ୍ଡ ମଧ୍ୟରେ ମହିଳା କନେଷ୍ଟବଳ ପ୍ରମିଳା ପାଢୀଙ୍କୁ ବର୍ବରୋଚିତ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ତରଫରୁ ଏକ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

କମିଶନ ସଦସ୍ୟା ତଥା ଓଡିଶା ଦାୟିତ୍ୱରେ ଥିବା ଡ.ଚାରୁବାଳା ଖାନ୍ନାଙ୍କ ନେତୃତ୍ୱରେ ଏହି ଟିମ୍ ପହଞ୍ଚିଛନ୍ତି । କମିଶନଙ୍କ ଏହି ଟିମ୍ ଆହତ ମହିଳା କନେଷ୍ଟବଳ,କମିଶନରେଟ ପୋଲିସ,କଂଗ୍ରେସ କାର୍ଯ୍ୟକର୍ତା ଆଦିଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଆଲୋଚନା କରିବେ ।

ତଦନ୍ତ ରିପୋର୍ଟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବୋପରେ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଓଡିଶା ସରକାରଙ୍କୁ ପ୍ରଦାନ କରାଯିବ । ଏହି ଘଟଣା ପାଇଁ କୌଣସି ରାଜନୈତିକ ଦଳକୁ ଦୋଷ ଦେଇ ହେବନି ।

ଏ ଘଟଣାରେ ସଂପୃକ୍ତ ଆସୀମୀ ମାନଙ୍କୁ ପୋଲିସ ଗିରଫ ନକରିବା ଅତି ପରିତାପର ବିଷୟ । ୧୦ଦିନ ମଧ୍ୟରେ ସେ କମିଶନରଙ୍କୁ ରିପୋଟ ପ୍ରଦାନ କରିବେ,ଏ ଘଟଣା ପାଇଁ ବିଚାର ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ଡ.ଖାନ୍ନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନରେଟ ପୋଲିସ, ଜାତିୟ ମହିଳା କମିଶନ, ଭୁବନେଶ୍ୱର, ମହିଳା କନେଷ୍ଟବଳ

କଂଗ୍ରେସର ନବୀନ ହଟାଅ,ଓଡିଶା ବଞ୍ଚାଅ ପାଲଟିଲା ରଣକ୍ଷେତ୍ର

September 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୬ (ଓଡ଼ିଶା ଡ଼ଟ୍ କମ୍)-ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ନବୀନ ହଟାଅ ଓ ବିଜେଡି ହଟାଅ ନେଇ ମହାସମାବେଶର ଆୟୋଜନ କରାଯାଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା ।

ବିଜେଡି ସରକାରଙ୍କ ବିରୋଧରେ ପିପିଲି ଗଣବଳତ୍କାର, ରଣପୁର ଅଙ୍ଗନଓା୍ୱଡି ଶିଶୁ ମୃତ୍ୟୁ ଘଟଣା,ଳିତଙ୍କ ଉପରେ ଅତ୍ୟାଚାର, ଗତବର୍ଷ ମାନବକୃତ ବନ୍ୟା ,କୋଇଲା ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ ଏହି ଘେରାଉ ସମାବେଶ କରୁଥିବାବେଳେ ମହାତ୍ମା ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟି ଯାଇଥିଲା । ଏହି ରଣକ୍ଷେତ୍ରରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ ପଡିନଥିଲେ ।

ଏହି ସମାବେଶରେଯୋଗ ହଜାର ହଜାର କର୍ମୀ ଯୋଗେଇଥିଲେ । କଂଗ୍ରେସ କର୍ମୀଙ୍କ ଆଗରେ ପୋଲିସ କର୍ମୀଥିଲେ ନଗଣ୍ୟ । ଏତେ ସଂଖ୍ୟାର ସମାବେଶ ହେବ ବୋଲି ପୋଲିସ ଆକଳନ କରିପାରିନଥିଲା ।

ଦଳୀୟ ନେତାଙ୍କ ଆହ୍ୱାନରେ କଂଗ୍ରେସ କର୍ମୀମାନେ ବ୍ୟାରିକେଟ ତାରବାଡ ଭାଙ୍ଗି ବିଧାନ ସଭାକୁ ଘେରାଉ କରିବାକୁ ଯାଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ବ୍ୟାରିକେଟ ନିକଟରେ ଥିବା ପୋଲିସ ପ୍ରଥମେ ପାଣିମାଡ କରିଥିଲେ ।

ଏହାକୁ ଖାତିର କରିନଥିଲେ କଂଗ୍ରେସ କର୍ମୀ । ଏହାପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରା ଯାଇଥିଲା । ପୋଲିସଙ୍କ ଉପରକୁ କଂଗ୍ରେସ କର୍ମୀମାନେ ଢେଲାମାଡ କରିବାରୁ ପୋଲିସ ଲାଠିମାଡ କରିଥିଲା ବୋଲି ପୋଲିସ କହିଛି । ପ୍ରାୟ ଅଢେଇ ଘଂଟା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଥିଲା ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଇମ୍ପୋସିସ୍ ଥାନାର ଜଣେ ମହିଳା କନେଷ୍ଟବଳ ଗୁରୁତ୍ୱର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ ୧୦ରୁ ଉର୍ଦ୍ଧ କନେଷ୍ଟବଳ ଆହତ ହୋଇଛନ୍ତି ।

ସେହିପରି କଂଗ୍ରେସ ଅଭିଯୋଗ କରିଛି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୦ କର୍ମୀ ଆହତ ହୋଇଛନ୍ତି ।

କମିଶନରେଟ ପୋଲିସ ଧର୍ଯ୍ୟ ଓ ସଫଳତାର ସହିତ କାର୍ଯ୍ୟ ସଂପାନ କରିଛନ୍ତି ,କେବଳ ପାଣିମାଡ ଓ ଲୁହବୁହା ବାସ୍ପ ପ୍ରୟୋଗ ବ୍ୟତୀତ ଲାଠି ମାଡ ହୋଇ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି ।

ସରକାରଙ୍କ ବିରୋଧରେ ଏହା ଏକ ବିଶାଳ ସମାବେଶ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କମିଶନରେଟ ପୁଲିସ ପକ୍ଷରୁ ବିଧାନସଭା ସାମନା ଓ ଧାରଣାସ୍ଥଳରେ ବିକ୍ଷୋଭାକାରୀଙ୍କୁ ରୋକିବା ନିମନ୍ତେ ରାସ୍ତା ଉପରେ ଟାଣୁଆ ବାଉଁଶ ପୋତାଯାିଥିଲା ।

ସରକାରଙ୍କ ବିରୋଧରେ କଂଗ୍ରେସ ଏହାପୂର୍ବରୁ ଯେତେଗୋଟି ସମାବେଶ କରିଥିଲା କେଉଁଥିରେ ସଫଳ ହୋଇ ନ ଥିଲା । ଏଥର କିନ୍ତୁ ଏହି ସମାବେଶକୁ ସଫଳ କରିଛି ବୋଲି କଂଗ୍ରେସ ଦାବୀକରିଛି ।

ସରକାରଙ୍କ ବିରୋଧରେ ବିଧାନସଭା ଘେରାଉ କରି କଂଗ୍ରେସଳ ତାର ସ୍ଥିତି ଜାହିର କରିବା ସହ କର୍ମୀମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି ।

ମହିଳା କଂଗ୍ରେସ, ଛାତ୍ରକଂଗ୍ରେସ, ଯୁବ କଂଗ୍ରେସ ଏବଂ ୩୩ଗୋଟି ସାଙ୍ଗଠନିକ ଜିଲାର ସଭାପତିଙ୍କୁ ସପଳ କରିବା ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟ ଯୋଗୁଁ କଂଗ୍ରେସ ନିରପେକ୍ଷତନ୍ତ ଦାବୀକରିଛି । ସେଥିପାଇଁ ଆସନ୍ତା ୧୦ ତାରିଖରେ ଓଡିଶା ବନ୍ଦ ପାଇଁ ଆହ୍ୱାନ ଦେଇଛି ।

ଆଜି ସକାଳୁ ରସୁଲଗଡ, ଏଜି ଛକ, କଳ୍ପନାଛକ, ଗଙ୍ଗନଗର ଇତ୍ୟାଦି ଛକ ଦେଇ ରାଜ୍ୟର ସବୁ ଅଂଚଳରୁ କଂଗ୍ରେସ କର୍ମୀମାନେ ଶୋଭା ଯାତ୍ରାରେ ଆସି ଲୋୟର ପିଏମ୍ଜି ଠାରେ ପହଂଚିବାପରେ ୧୨ଟା ବେଳେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ସମାବେଶରେ ଦଳର ରାଜ୍ୟ ପ୍ରଭାରୀ ଜଗୀଶ ଟାଇଟଲର, ବରିଷ୍ଠ ନେତା ଜୟଦେବ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଶରତ ପଟ୍ଟନାୟକ, ସୌମ୍ୟ ରଂଜନ ପଟ୍ଟନାୟକ, ଚିରଜିଂବୀ ବିଶ୍ୱାଳ, ମହିଳା କଂଗ୍ରେସ ନେତୀ ବିଜୟ ଲକ୍ଷମୀ ସାହୁ ସମେତ ବହୁ ବରିଷ୍ଠ ନେତା ଓ ଛାତ୍ର ଏବଂ ଯୁବ କଂଗ୍ରେସ ନେତାମାନେ ବକ୍ତବ୍ୟ ରଖି ନବୀନ ସରକାର ହଟାଇ ଏକ ସ୍ୱଚ୍ଛ ସରକାର ପ୍ରତିଷ୍ଠାପାଇଁ ଆହ୍ୱାନ ଦେଇଥିଲେ ।

୨୦୧୪ ହେବ ପରିବର୍ତନର ବର୍ଷ । ଗତ ୧୨ବର୍ଷ ହେବ ରାଜ୍ୟରେ ଗୋଟିଏ ସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ରାଜ୍ୟରେ ଚାଲିଛି । ବିଜେଡି ସରକାରଙ୍କୁ ଲୋକପାଳ, ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଭର୍ତ୍ସନା କରିଥିଲେ ମଧ୍ୟ ଏହି ସରକାରଙ୍କ ଉପରେ ତାର କୌଣସି ପ୍ରଭାବ ପଡୁନାହିଁ ।

ବିଜେଡି ସରକାର ପାଣି, ଖଣି, ଡାଲି, ଏମନରେଗା, ବିପିଏଲ ଚାଉଳ, ଇନ୍ଦିରାଆବାସ ଓ କୋଇଲା ଭଳି ଅନେକ ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି । କେନ୍ଦ୍ର ସରକାର ଦେଉଥିବା ଅନୁାନ ଠିକଣା ଭାବେ ଖର୍ଚ୍ଚ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟ ପ୍ରଶାସନ ଦୁର୍ନୀତି, ପ୍ରଶାସନିକ ଅପାରଗତା, ଭ୍ରଷ୍ଟାଚାର ଆଦି କ୍ଷେତ୍ରରେ ଉବୁଟୁବୁ ହେଉଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ।

ବିଧାନ ସଭା ଭିତରେ ମଧ୍ୟ ଏହିଘଟଣାକୁ ନେଇ ସରଗରମ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗୃହମଧ୍ୟରେ ହୋହାଲ୍ଲା କରିବା ସହିତ ବାଚସ୍ପତିଙ୍କ ପୋଡୟମ ଉପରକୁ ଚଢି ଯାଇଥିଲେ । ବାଚସ୍ପତି ବାଧ୍ୟହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଓଡିଶା ଖବର, ବିଶେଷ ଖବର, ମୁଖ୍ୟ ଖବର Tagged With: କଂଗ୍ରେସ କର୍ମୀ, କମିଶନରେଟ ପୋଲିସ, ଗଣମାଧ୍ୟମ, ମହାତ୍ମା ଗାନ୍ଧୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ