• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କମିଶନ

ଔଷଧ ମଦ ମୃତ୍ୟୁ: ସତ୍ୟପାଠ ଦାଖଲ ନିର୍ଦ୍ଦେଶ

May 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାରେ ସତ୍ୟପାଠ ଦାଖଲ କରିବାକୁ ରବିବାର ତଦନ୍ତ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

କମିଶନ ଅଧ୍ୟକ୍ଷ ଜଷ୍ଟିସ ନାଇଡ଼ୁ ଏହାର ଶୁଣାଣି କରି ଘଟଣା ଉପରେ କଣ ପଦକ୍ଷେପ ନିଆଯାଇଛି ସେସଂର୍ପକରେ ସତ୍ୟପାଠ ଦାଖଲ କରିବାକୁ ସ୍ୱାସ୍ଥ୍ୟ ସଚିବ ଓ ଅବକାରୀ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଜୁନ୍ ଆଠ ତାରିଖ ସୁଦ୍ଧା ସାକ୍ଷୀ ମାନଙ୍କ ତାଲିକା ଦାଖଲ କରିବାକୁ କହିଛନ୍ତି । ୩ ତାରିଖରେ କମିଶନ ଭୁବନେଶ୍ୱର ସ୍ଥିତ ସଂପୃକ୍ତ ଔଷଧ କାରଖାନା ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଉଭୟ ଜିଲ୍ଲାରେ ଗତ ଫେବୃୟାରୀ ମାସରେ ବିଷାକ୍ତ ଔଷଧ ମଦ ସେବନ କରି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇଥିଲେ । ଏହା ପରେ ସରକାର ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ନାଇଡ଼ୁ କମିଶନଙ୍କୁ ନିଯୁକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଔଷଧ ମଦ ମୃତ୍ୟୁ, କଟକ, କମିଶନ

ଔଷଧ ମଦ ମୃତ୍ୟୁ: ଡ଼ାକ୍ତରଖାନାରେ ନାଇଡ଼ୁ କମିଶନ

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିଶନ ଅଧ୍ୟକ୍ଷ ବିଚାରପତି ଏ.ଏସ୍.ନାଇଡ଼ୁ ଶନିବାର କଟକ ବଡ଼ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଡ଼ାକ୍ତରଖାନାରେ ଆକ୍ରାନ୍ତମାନେ କେଉଁ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ସେମାନଙ୍କର କିପରି ମୃତ୍ୟୁ ଘଟିଲା ସେ ସଂପର୍କରେ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରି ବୁଝିଥିଲେ ।

ଡ଼ାକ୍ତରଖାନା ଅଧିକ୍ଷକଙ୍କ ସହ କମିଶନ ଏ ବିଷୟରେ ଆଲୋଚନା କରିବା ସହ କଟକ ଜିଲ୍ଲାପାଳ ଡ଼ିସିିପିଙ୍କୁ ଘଟଣା ସଂପର୍କରେ ପଚାରିଥିଲେ । ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ମଧ୍ୟ ସେ ଯାଞ୍ଚ କରିଥିଲେ ।

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଔଷଧ ଓ ମଦ ସେବନ କରି ଗତ ୭ ତାରିଖରେ କେତେକ ଲୋକ ଅସୁସ୍ଥ
ହୋଇପଡ଼ିଥିଲେ । ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଥିଲା ।

ଏହି ଘଟଣାରେ କଟକ ମେଡ଼ିକାଲ ଓ ଅନ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ମୋଟ୍ ୩୬ଜଣଙ୍କ ମୃତ୍ୟୁ ହୋଇଛି ।

ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶଶ ଦେବା ପରେ ଏ.ଏସ୍ ନାଇଡ଼ୁ କମିଶନ୍ ଙ୍କୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଟକ, କମିଶନ, ନାଇଡ଼ୁ

୧୫୪ ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ବିଭିନ୍ନ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିବା ୧୫୪ଟି ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିମଧ୍ୟରୁ ୧୫୧ଟି ୱାର୍ଡରେ ୧୯ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ କେବଳ
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର ପଂଚାୟତର ୨,୩ ଓ ୫ ନମ୍ବର ୱାର୍ଡରେ ୨୦ ତାରିଖରେ ଭୋଟ ଗ୍ରହଣ ହେବ ।

୧୯ ତାରିଖରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ବେଗୁନିଆପଡା, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ୧୧ଟି ୱାର୍ଡ,ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକର ୧୦ଟି ୱାର୍ଡ, ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଳକ ଅନ୍ତର୍ଗତ ୬ଟି ୱାର୍ଡରେ ଭୋଟ୍ ଗ୍ରହଣ ହେବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ୧୨୧ଟି ୱାର୍ଡ, ରାୟଗଡା ଜିଲ୍ଲାର ବିଷମକଟକ ବ୍ଳକ ଅନ୍ତର୍ଗତ ୨ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନ, ମତଦାନ

ଭଦ୍ରକ: ୫ ସନ୍ତାନର ଜନକ ସତ୍ୱେ ସରପଞ୍ଚ ପ୍ରାର୍ଥୀ

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ପାଞ୍ଚଟି ସନ୍ତାନର ଜନକ ହୋଇ ମଧ୍ୟ ଜଣେ ବ୍ୟକ୍ତି ସରପଞ୍ଚ ଭାବେ ନିର୍ବାଚନ ଲଢୁଛନ୍ତି ।

ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ଦୁଇରୁ ଅଧିକ ପିଲା ଥିବେ ସେମାନେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିପାରବେ ନାହିଁ ବୋଲି ସରକାରଙ୍କ ଗ୍ରାମ ପଞ୍ଚାୟତ ଆଇନ ୧୯୯୫ରେ ଉଲ୍ଲେଖ କରାଯାଇଛି ।

ପାଞ୍ଚଟି ସନ୍ତାନ ଥିବା ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ କାବରଙ୍ଗ ପଞ୍ଚାୟତର ଭାଗିରଥି ସେଠୀ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରତିନ୍ଦ୍ୱନ୍ଦୀତା କରୁଥିବା ସ୍ୱାଧିନ ପ୍ରାର୍ଥୀ ବସନ୍ତ କୁମାର ଖିଲାର ଅଭିଯୋଗ କରିଛନ୍ତି ।

ସେଠୀଙ୍କର ପ୍ରଥମ କନ୍ୟା ସନ୍ତାନ ୧୯୮୮ ରେ,ଦ୍ୱିତୀୟ ୧୯୯୧ରେ, ତୃତୀୟ ୧୯୯୨ରେ ଜନ୍ମ
ହୋଇଥିବାବେଳେ,ଚତୁର୍ଥ ପୁତ୍ର ସନ୍ତାନ ୧୯୯୫ରେ ଜନ୍ମ ହୋଇଥିବା ସ୍କୁଲ ଆଡ଼ମିଶନ ରେକର୍ଡ଼ରୁ ଜଣାପଡ଼ିଛି ।

ଏହା ବ୍ୟତୀତ ତାଙ୍କର ପଞ୍ଚମ ସନ୍ତାନ ୧୯୯୭ରେ ଜନ୍ମ ହୋଇଥିଲେ ମଧ୍ୟ ଚଞ୍ଚକତା ପୂର୍ବକ ସ୍କୁଲରେ
ନାମ ଲେଖା ସମୟରେ ଜନ୍ମ ତାରିଖକୁ ବଦଳାଇ ଉକ୍ତ ସନ୍ତାନକୁ ନିଜ ଭାଇ ଜଗବନ୍ଧୁଙ୍କ ସନ୍ତାନ ଭାବେ
ଦର୍ଶାଇଥିବା ଅଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ଦାଖିଲଦାର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ କର୍ମଶାଳାରେ ସମସ୍ତ ଅଧିକାରୀ ମାନେ ନିର୍ବାଚନକୁ ନେଇ ନିରପେକ୍ଷତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନ, ପଞ୍ଚାୟତ ନିର୍ବାଚନ

କମିଶନରେଟ୍ ପୋଲିସର ପ୍ରତିଷ୍ଠା ଦିବସରେ ସୋମବାର ଆୟୋଜିତ ଉତ୍ସବରେ ସିଆର୍ପିଏଫ୍ ଡ଼ିଜି କେ.ବିଜୟ କୁମାର, ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଏବଂ କମିଶନର ବିଜୟ ଶର୍ମା ।

January 2, 2012 by ଓଡିଶା ଡଟ କମ Leave a Comment

କମିଶନରେଟ୍ ପୋଲିସର ପ୍ରତିଷ୍ଠା ଦିବସରେ ସୋମବାର ଆୟୋଜିତ ଉତ୍ସବରେ ସିଆର୍ପିଏଫ୍ ଡ଼ିଜି କେ.ବିଜୟ କୁମାର, ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ଏବଂ କମିଶନର ବିଜୟ ଶର୍ମା ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କମିଶନ

ପାଇକମାଳ ଏନ୍କାଉଣ୍ଟର: ବିଜେପି ଏନ୍ଏଚ୍ଆର୍ସିଙ୍କ ଦ୍ୱାରସ୍ଥ

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସସମ୍ବାଦଦାତା

ନୂଆିଲ୍ଲୀ, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ପାଇକମାଳରେ ପୋଲିସ ଏନ୍କାଉଣ୍ଟର ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଦିଲ୍ଲୀରେ ଗୁରୁବାର ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଗତ ଡ଼ିସେମ୍ବର ୨୭ରେ ପାଇକମାଳ ଠାରେ ମିଥ୍ୟା ଏନ୍କାଉଣ୍ଟରରେ ଦଳୀୟ ବ୍ଲକ ସଭାପତି ମାଧବ ସିଂହ ଠାକୁର, ରମେଶ ଚନ୍ଦ୍ର ସାହୁଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି ବୋଲି ପ୍ରତିନିଧି ଦଳ କମିଶନ ସସ୍ୟ ଜଷ୍ଟିସ ଜି.ପି.ମାଥୁରଙ୍କୁ ସାକ୍ଷାତ କରି ଲିଖିତ ଭାବରେ ଜଣାଇଛନ୍ତି ।

ଠାକୁରଙ୍କ ପତ୍ନୀ ଗୀତାଞ୍ଜଳି ଠାକୁର ଓ ସାହୁଙ୍କ ପତ୍ନୀ ଯାଞ୍ଜସେନୀ ସାହୁ ଏବଂ ସେମାନଙ୍କର ପିଲାମାନେ ମଧ୍ୟ କମିଶନଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂପାକ ଆଇନଜୀବୀ ଭୂପିନ୍ଦର ଯାଦବ, ସାଂସଦ ର୍ରୁଦ୍ରନାରାୟଣ ପାଣି, ପାଇକମାଳର ସଂଗ୍ରାମୀ ନେତା ପ୍ରଦୀପ୍ତ ପୁରୋହିତ ପ୍ରମୁଖ କମିଶନଙ୍କ ଦ୍ୱାରସ୍ଥ ।

ପାଇକମାଳରେ ଜଣେ ଯୁବତୀଙ୍କୁ ମନ୍ତ୍ରୀଙ୍କ ସଂପର୍କୀୟମାନେ କରିଥିବା ବଳାତ୍କାର ପ୍ରସଙ୍ଗକୁ ଯେପରି ବିଭିନ୍ନ ଜାତୀୟ ଆୟୋଗରେ ଉଠାଯାଇ ନ୍ୟାୟ ଦିଆଯାଇଛି ସେହିପରି ଏହି ଘଟଣାର ପ୍ରକୃତ ଦୋଷୀର ପର୍ଦ୍ଦାଫାଶ କରାଯିବ ବୋଲି ସାଂସଦ ର୍ରୁ ନାରାୟଣ ପାଣି କହିଛନ୍ତି ।

ଗତ ଡ଼ିସେମ୍ବର ୨୭ରେ ପାଇକମାଳ ଠାରୁ ୧୫ କିମି ଦୂର ବୋଡ଼ାସମ୍ବର ଜଙ୍ଗଲରେ ପୋଲିସ ଗୁଳିରେ ଠାକୁର ଓ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏମାନେ ସିପିଆଇ ମାଓବାଦୀ ସଂଗଠନ ସହ ସଂପୃକ୍ତ ଥିଲେ ବୋଲି ଜିଲ୍ଲା ପୋଲିସ କହିଥିଲା ।

ମାଧବ ସ୍ଥାନୀୟ ବ୍ଲକ ବିଜେପି ସଭାପତି ଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ସେ ବେଶ୍ ଜଣାଶୁଣା ଓ ରମେଶ ଜଣେ ବ୍ୟବସାୟୀ ଥିଲେ । ଏମାନେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ମିଥ୍ୟା ଏନ୍କାଉଣ୍ଟର କରି ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କମିଶନ, ଦିଲ୍ଲୀ, ପାଇକମାଳ, ମୁଖ୍ୟ ଖବର

୧୮ରେ ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

January 13, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୮ ତାରିଖରେ ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କେ.ଜି.ବାଲକ୍ରିଷ୍ଣନ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଏହି ଗସ୍ତ ସମୟରେ ସେ ବହୁ ଦିନରୁ ପଡ଼ି ରହିଥିବା ବିଭିନ୍ନ ବିଭାଗର ୬୬ଟି ମାନବାଧିକାର ଉଲଂଘନ ମାମଲାର ଶୁଣାଣି କରିବେ । କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଖାଦ୍ୟ ନିରାପତ୍ତା ସଂପର୍କୀୟ ଦୁଇଟି ମାମଲାର ମଧ୍ୟ ଶୁଣାଣି କରିବେ ।

ସେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରା ଆୟୋଜିତ ଏକ କର୍ମଶାଳରେ ଉଦବୋଧନ ବେତାର କାର୍ଯ୍ୟକ୍ରମ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

୧୮ ଓ ୧୯ରେ ହେବାକୁ ଥିବା ଏହି ଶୁଣାଣିକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଗୁରୁବାର ସମସ୍ତ ବିଭାଗର ସଚିବ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କମିଶନ, ଜାତୀୟ ମାନବାଧିକାର, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ