• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କମ୍ପାନୀ

ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ପ୍ରଦାନ

April 27, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ ୫ ଟଙ୍କା ମୂଲ୍ୟ ବିଶିଷ୍ଟ ଶେୟାର୍‍ ପ୍ରତି ୧.୨୫ ଟଙ୍କା ହାରରେ ୩୨୨.୧୬ କୋଟି ଟଙ୍କା ଡିଭିଡେଣ୍ଡ ପ୍ରଦାନ କରାଯିବା ବିଷୟ ଷୋଷଣା କରାଯାଇଛି ।

DSC_0059ଏହା କମ୍ପାନୀର ୧୨୮୮.୬୨ କୋଟି ଟଙ୍କା ମୂଲ୍ୟର ପେଡ୍‍-ଅପ୍‍ ଇକ୍ୱିଟୀ କ୍ୟାପିଟାଲ୍‍ର ୨୫ ପ୍ରତିଶତ ଅଟେ । ସୋମବାର ନୂଆଦିଲ୍ଲୀଠାରେ ୨୬୦.୭୨ କୋଟି ଟଙ୍କା (ଡିଭିଡେଣ୍ଡର ୮୦.୯୩ ପ୍ରତିଶତ ଭାଗ) ମୂଲ୍ୟର ଏହି ଡିଭିଡେଣ୍ଡ୍‍, ଚେକ୍‍ ମାଧ୍ୟମରେ କେନ୍ଦ୍ର ଇସ୍ପାତ ଓ ଖଣି ରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ପ୍ରଦାନ କରିଥିଲେ ।

୨୦୧୪-୧୫ ମସିହାରେ ପ୍ରଦାନ କରାଯାଉଥିବା ୩୨୨.୧୫ କୋଟି ଟଙ୍କାର ଡିଭିଡେଣ୍ଡ୍‍, ୨୦୦୬-୦୭ ମସିହାରେ ପ୍ରଦତ୍ତ ସର୍ବାଧିକ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ଅଟେ । ଏହି ଅବସରରେ, ଖଣି ମନ୍ତ୍ରଣାଳୟର ସଚିବ, ଡକ୍ଟର୍‍ ଅନୁପ କେ. ପୁଜାରୀ, ଅତିରିକ୍ତ ସଚିବ ଶ୍ରୀ ଆର୍‍. ଶ୍ରୀଧରନ, ଯୁଗ୍ମ ସଚିବ ଶ୍ରୀ ଅରୁଣ କୁମାର ଓ ଡକ୍ଟର୍‍ ନିରଞ୍ଜନ କୁମାର ସିଂ ଏବଂ ନାଲ୍‍କୋର ସମସ୍ତ ନିର୍ଦ୍ଦେଶକ ବୃନ୍ଦ ଉପସ୍ଥିତ ଥିଲେ ।

୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲକୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥିକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି । ୨୦୧୩-୧୪ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଡ଼ିଭିଡ଼େଣ୍ଡ ଘୋଷଣା କରିଥିଲା ।

ନାଲକୋ ଏ ଯାବତ୍ ସମୁଦାୟ ୫୨୨୮ କୋଟି ଟଙ୍କା ଡ଼ିଭିଡ଼େଣ୍ଡ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୪୯୯୫ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଆଲୁମିନିୟମ୍‍, କମ୍ପାନୀ, ଖଣି, ନାଲକୋ, ସରକାର

୧୦ ଜୁନରେ ଜମାକାରୀଙ୍କ ରାଜ୍ୟସ୍ତରୀୟ ମହାସମାବେଶ

April 13, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ୧୩ ଏପ୍ରିଲ (ଓଡିଶା ଡଟ କମ) ଶାସକ ଓ ବିରୋଧୀ ଦଳଗୁଡିକ ଜମାକାରୀଙ୍କ ସ୍ଵାର୍ଥରକ୍ଷା ଲାଗି କୌଣସି ବିଶେଷ ପଦକ୍ଷେପ ନେଉନଥିବାରୁ ଆସନ୍ତା ଜୁନ୍ ୧୦ ତାରିଖରେ ନିଜର ଦାବି ଉପସ୍ଥାପନ କରିବାପାଇଁ ଏକ ଲକ୍ଷ ଜମାକାରୀ ଭୁବନେଶ୍ୱରଠାରେ ଏକ ମହାସମାବେଶରେ ସାମିଲ ହେବେ ।

ପ୍ରଥମେ ଠକ କମ୍ପାନୀମାନେ ଲୁଟିଲେ ଜମାକାରୀଙ୍କୁ, ପରେ ରାଜ୍ୟ ସରକାର ପ୍ରୋତ୍ସାହନ ଦେଲେ ଠକକମ୍ପାନୀମାନଙ୍କୁ, ମହାସମାବେଶର ଆୟୋଜକ ମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀମାନେ ଟଙ୍କା ଲୁଟି ପଳାଇବା ପରେ କ୍ରାଇମବ୍ରାଞ୍ଚ ଠକାମୀର ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କଲା ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ମହା ଠକାମୀର ତଦନ୍ତ ଭାର ସିବିଆଇ ଏବଂ ଟଙ୍କା ଉଦ୍ଧାର ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରେ ନ୍ୟସ୍ତ କରିଥିଲେ ।

ତେବେ ବିଜେପିର ମହାସଂଗ୍ରାମର ରାଲି ପରେ ରାଉରକେଲାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପରେ ସିବିଆଇ ବସ୍ତୁତଃ ତଦନ୍ତ କାର୍ଯ୍ୟ ବନ୍ଦ କରିଦେଲା ଭଳି ଜମାକାରୀମାନେ ଅନୁଭବ କଲେଣି ।

ସିବିଆଇ ଦାଖଲ କରୁଥିବା ଚାର୍ଜସିଟରେ ପ୍ରମୁଖ ଅପରାଧୀମାନଙ୍କୁ ସ୍ଥାନିତ ନ କରି ଛୋଟ ଅପରାଧୀମାନଙ୍କ ଭିତରେ ସୀମିତ ରଖିବା ଏବଂ ଠକ କମ୍ପାନୀମାନଙ୍କ ସହ ମିଶି ଠକାମୀରେ ଜଡ଼ିତ ଥିବା ଓକିଲ ପ୍ରବର୍ତ୍ତନ ନିର୍ଦେଶାଳୟ ର ଓକିଲାତି ଦାୟିତ୍ୱ ନେବା ସମୂହ ଜମାକାରୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଚରଣ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀଠାରେ ଗତ ଡ଼ିସେମ୍ବର ମାସରେ ଅନୁଷ୍ଠିତ ଜମାକାରୀ ସମାବେଶ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ଜେଟଲୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆର୍ଥିକ ଆଇନ୍ ସଂଶୋଧନ ପରିବର୍ତ୍ତେ ଠକ କମ୍ପାନୀମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ଦେଶବ୍ୟାପୀ ଜମାକାରୀମାନଙ୍କୁ ନିରାଶ କରିଛି ।

ଏହି ପୃଷ୍ଠଭୂମିରେ ମିଳିତ ମଞ୍ଚ ମହାସମାବେଶ ଆୟୋଜନ କରିଛି । ମହାସମାବେଶ ପୂର୍ବରୁ କମ୍ପାନୀ ୱାରୀ, ବ୍ଲକୱାରୀ, ଜିଲ୍ଲାୱାରୀ ଏପ୍ରିଲ ୧୫ରୁ ମେ ୧୫ ପର୍ଯ୍ୟନ୍ତ ଜମାକାରୀ ସମାବେଶ ସଂଗଠିତ କରାଯିବ ।

ଜମାକାରୀମାନଙ୍କର କଷ୍ଟାର୍ଜିତ ଅର୍ଥ ଫେରସ୍ତ ପାଇଁ ଜାତୀୟ ଖାଉଟି ସୁରକ୍ଷା କମିଶନଙ୍କ ନିକଟରେ ମିଳିତ ମଞ୍ଚ ମାଧ୍ୟମରେ ଜମାକାରୀମାନେ ମିଳିତ ମଞ୍ଚରେ ନିଜର ସଭ୍ୟପଦ ସହ ଷ୍ଟାମ୍ପ ଡିଉଟି ଓ ଆନୁସଙ୍ଗିକ ଖର୍ଚ୍ଚ ଦାଖଲ କରି କ୍ଲେମ ମକଦ୍ଦମା ପାଇଁ ଜମାକାରୀଙ୍କ ମଧ୍ୟରେ ସଚେତନତାର ଅଭିଯାନ ଗ୍ରହଣ କରାଯିବ ।

ରାଜ୍ୟ ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ଦାବୀ କରାଯାଇଥିବା ବେଳେ ମିଳିତ ମଞ୍ଚ ମଧ୍ୟ ସାଙ୍କେତିକ ଭାବେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ୍ନ ଗୋଟିଏ ଲେଖାଏଁ ଗ୍ରାମପଞ୍ଚାୟତରେ ଘରକୁ ଘର ସର୍ଭେର ନମୂନା ରାଜ୍ୟ ସରକାର ଓ ମଦନମୋହନ ଦାସ କମିଶନଙ୍କ ନିକଟରେ ଦାଖଲ କରାଯିବ, ଆୟୋଜକ କହିଛନ୍ତି ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ବୈଠକ ୧୧ ଓ ୧୨ ଏପ୍ରିଲ ଦୁଇଦିନ ଧରି ଭୁବନେଶ୍ୱରଠାରେ ମଞ୍ଚ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚର ପରାମର୍ଶଦାତା ତଥା ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ସଞ୍ଜୟ ମହାପାତ୍ର, ଅନୁରାଧା ସୁବୁଦ୍ଧି ଓ ଅନ୍ୟ କର୍ମକର୍ତ୍ତା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅପରାଧୀ, କମ୍ପାନୀ, କ୍ରାଇମବ୍ରାଞ୍ଚ, ଗ୍ରାମପଞ୍ଚାୟତ, ଜମାକାରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ