• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କମ୍ବିଂ ଅପରେସନ

ମୁହଁ ଖୋଲିଲେ ସବ୍ୟସାଚୀ,ଆମର କିଛି କ୍ଷତି ହୋଇନାହିଁ

November 18, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)-ଏନକାଉଣ୍ଟର ପରେ ମୁହଁ ଖୋଲିଲେ ଓଡିଶା ମାଓବାଦୀ ପାର୍ଟିର ସଚିବ ସୁନୀଲ ଓରଫ ସବ୍ୟସାଚୀ ପଣ୍ଡା । ତାଙ୍କୁ ଧରିବା ପାଇଁ ପୋଲିସ ଯୋରଦାର ଉଦ୍ୟମ ଚଳାଇଥିବା ବେଳେ ସେ ଏକ ଅଡିଓ ଟେପ୍ ଜାରି କରିଛନ୍ତି ।

ଭାଲିଆଗୁଡା ଏନ୍କାଉଣ୍ଟରକୁ ସେ ଏକ ଗଣହତ୍ୟାବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଏଥିରେ ତାଙ୍କ ଦଳର କୌଣସି ସଦସ୍ୟଙ୍କ କ୍ଷତି ନହୋଇଥିଲେ ବି ପୋଲିସ ଗୁଳିରେ ସାଧାରଣ ଜନତା ପ୍ରାଣ ହରାଇଛନ୍ତି । ସେମାନଙ୍କୁ ମିଛ ବର୍ଦ୍ଧି ପିନ୍ଧାଇ ମାଓବାଦୀ ଆଖ୍ୟା ଦିଆଯାଇଛି ।

ତାଙ୍କ ଆହତ ଖବର ସଂପୂର୍ଣ୍ଣ ମିଥ୍ୟା । ଭାଲିଆଗୁଡା ଗଣହତ୍ୟା ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଓଡିଶା ବନ୍ଦ କରାଯିବ ବୋଲି ଅଡିଓ ଟେପ୍ ରେ ସାବ୍ୟସାଚୀ କହିଛନ୍ତି । ଏଥିରେ ମୃତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ସେ ଦାବି କରିଛନ୍ତି ।

ଆଜି ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ସବ୍ୟସାଚୀକୁ ନଧରିବା ପର୍ଯ୍ୟନ୍ତ କମ୍ବିଂ ଅପରେସନ ଜାରି ରହିବ । ସେଥିପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ପୁଲିସ ତାଙ୍କୁ ଧରିବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରିଛି । ମିଳିଥିବା ସୂଚନା ଅନୁଯାୟୀ ଅପରେସନ ସବ୍ୟସାଚୀ କାର୍ଯ୍ୟକ୍ରମ ଆହୁରି ପୁଲିସ ପକ୍ଷରୁ ଜୋରଦାର କରି ଦିଆଯାଇଛି ।

ଏକାଧିକ ଦଳରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ତିନିପଟୁ କମ୍ବିଂ ଏବଂ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । କନ୍ଧମାଳ, ଗଜପତି ଓ ଗଞ୍ଜାମ ସୀମାନ୍ତ ଅଞ୍ଚଳର ଜଙ୍ଗଲ ମଧ୍ୟରେ ସବ୍ୟସାଚୀ ଆତ୍ମଗୋପନ କରିଥିବା ଆଶଙ୍କା କରି ପୁଲିସ ବାହିନୀ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଛନ୍ତି ।

ସବ୍ୟସାଚୀଙ୍କୁ ଠାବ କରିବା ପାଇଁ ଆକାଶ ମାର୍ଗରୁ ମଧ୍ୟ ହେଲିକପ୍ଟର ଯୋଗେ ପୁଲିସ ପଇଁତରା ମାରୁଥିବା ଜଣାପଡିଛି । ଶହଶହ ଜବାନ ଜଙ୍ଗଲ ମଧ୍ୟରେ ସବ୍ୟସାଚୀଙ୍କୁ ଖୋଜୁଛନ୍ତି । ସେ ଆହତ ହୋଇଥିବା ସନ୍ଦେହ କରାଯାଉଥିବାରୁ ଏହି ତିନି ଜିଲାର ସୀମାନ୍ତ ଡାକ୍ତରଖାନାଗୁଡିକ ଉପରେ ପୁଲିସ ପକ୍ଷରୁ କଡା ନଜର ମଧ୍ୟ ରଖାଯାଇଛି ।

ସେହିପରି ତିନି ଜିଲାର ସୀମାନ୍ତ ପଥକୁ ମଧ୍ୟ ପୁଲିସ ସିଲ କରି ଦେଇଛି ।ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ତାଲିକାର ଶୀର୍ଷରେ ରହିଛନ୍ତି ସବ୍ୟସାଚୀ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ଗଣହତ୍ୟା, ପୁଲିସ, ସବ୍ୟସାଚୀ ପଣ୍ଡା

ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସର ଅପରେସନ ଜୋରଦାର

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବୁଧବାର ଦିନ ଏକ ବଡଧରଣର ସଫଳତା ମିଳିବାପରେ ଆଜି ଆହତ ମାଓନେତା ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସ ବାହିନୀ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି ।

ମୁହାଁମୁହିଁ ସଂଘର୍ଷ ବେଳେ ଓଡିଶା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ସମେତ ତାଙ୍କ ଦଳର କେତେକ ବରିଷ୍ଠ ମାଓନେତା ଖସି ଚାଲି ଯାଇଥିଲେ । ଆହତ ସବ୍ୟସାଚୀ ଜଙ୍ଗଲ ଭିତରେ ଲୁଚି ରହିଥିବା ଏବଂ ସେ ବେଶିଦୂର ଯାଇପାରିନଥିବା ଜାଣିପାରି ଏସଓଜି ଏବଂ ଡିଭିଏଫ ବାହିନୀ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଡିଆଇଜି ଓ ଦୁଇ ଜିଲାର ପୁଲିସ ଜିଲାର ଅଧିକ୍ଷକମାନେ ଜଙ୍ଗଲରେ ଫୋର୍ସ ସହ ପହଞ୍ଚି ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ମାଓବାଦୀମାନଙ୍କ ମୃତଦେହକୁ ଠାବ କରିବା ପରେ ମୋହନା ଡାକ୍ତରଖାନାକୁ ଆଣିଥିଲେ ।

ଆଜି ସେହି ମୃତଦେହ ଗୁଡିକୁ ମୋହନାରୁ ବ୍ରହ୍ମପୁର ଅଣାଯାଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ଜଣ ଜବାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।

ସବ୍ୟସାଚୀଙ୍କ ପତ୍ନୀ ମିଲିପଣ୍ଡା ଏ ଘଟଣାନେଇ ପୋଲିସ ଡିଜିଙ୍କୁ ଭେଟିବାକୁ ଚାହିଁଛନ୍ତି । ସେ କହିଛନ୍ତି ଗାନ୍ଧୀବାଦି ନେତା ଏବଂ ଡିଜିଙ୍କୁ ସେ ପଚାରିବେ କାଲି ଯେଉଁ ଆକ୍ରମଣ ହୋଇଛି ତାହା କଣ ଶାନ୍ତିକଥା ପାଇଁ ଏକ ପ୍ରହସନ ଥିଲା କି ? ଛଳନା ଥିଲାକି ?

ମୋହନା ଥାନାଠାରୁ ୨୦ କିଲୋମିଟର ଦୂର ମଳାସପଦର ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓନେତା ସବ୍ୟସାଚୀ ପଣ୍ଡା ନିଜେ ଗଢିଥିବା ନୂତନ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବା ପାଇଁ ଶିବିର ଆୟୋଜନ କରିଥିଲେ ।

ଗତକାଲି ରାତିରେ ଗଞ୍ଜାମ ଓ ଗଜପତି ଜିଲାର ବରିଷ୍ଠ ପୁଲିସ ପଦାଧିକାରୀ ସମେତ ଜିଲା ଭଲ୍ୟୁଣ୍ଟାରି ଫୋର୍ସ(ଡିଭିଏଫ) ଓ ଏସଓଜି ଜବାନମାନେ ମିଳିତ କମ୍ବିଂ ଆରମ୍ଭ କରିଥିଲେ ।

ସର୍ଚ୍ଚ ଅପରେସନ ବେଳେ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ପୁଲିସ ଫୋର୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିଲା । ପ୍ରଥମେ ଲାଲବାହିନୀ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହୋଇଯାଇଥିଲା ।

ଏହାର ପାଲଟା ଜବାବ ପୁଲିସ ବାହିନୀ ପକ୍ଷରୁ ଦିଆଯାଇଥିଲା । ରାତି ତମାମ ଏନକାଉଣ୍ଟର ଚାଲିବା ପରେ ବୁଧବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ୫ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ମାଓବାଦୀଙ୍କ ପାଲଟା ଗୁଳିରେ ୨ ଜଣ ଜବାନ ମଧ୍ୟ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ମାଓନେତା ସବ୍ୟସାଚୀ

ବଲାଙ୍ଗୀର ଖପରାଖୋଲରେ ମାଓବାଦୀଙ୍କ ନୃଶଂସ କାଣ୍ଡ

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ ରେଙ୍ଗାଲି ଗାଁରେ ଘରେ ପଶି ମାଓବାଦୀମାନୋ ପୋଲିସ ଇନ୍ଫର୍ମର ଓ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମୁରଲୀ ମେହେରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

ଶନିବାର ରାତି ପ୍ରାୟ ୯ଟାରେ ମାଓବାଦୀମାନେ ମୁଲରୀଙ୍କ ଘରେ ପସି ମୁଣ୍ଡରେ ଗୁଳି ମାରିବା ପରେ ଦେହସାରା ଟାଙ୍ଗିଆରେ ହାଣି ଅତି ନୃଶଂସଭାବରେ ହତ୍ୟା କରିବାପରେ ପୋଷ୍ଟର ଛାଡି ଯାଇଛନ୍ତି ।

ଘଟଣାପରେ ଆଜି ସକାଳୁ ବଲାଙ୍ଗୀର, ନୂଆପଡା ସୀମାନ୍ତ ଫରୁଆ ମୁଣ୍ଡା ଗାଁ ଜଙ୍ଗଲରେ ପୋଲିସ କମ୍ବିଂ ଅପରେସନ ଚଳାଇଛି । ମୁହାଁମୁହିଁ ହେଲେ ପୋଲିସ ଏବଂ ମାଓବାଦୀ । ଦୀର୍ଘ ସମୟଧରି ଉଭୟପଟୁ ଗୁଳି ବିନିମୟ ହେଲା । ଶେଷରେ ପୋଲିସକୁ ଚକମା ଦେଇ ପଳାଇଗଲେ ମାଓବାଦୀ ।

ପୋଲିସ ଜଙ୍ଗଲ ଭିତରେ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବା ସହିତ ଅନେକ ବିସ୍ପୋରକ ସହିତ ମାଓ ସାମଗ୍ରୀ ଜବତ କରିଛି ।

ଡିଆଇଜି ସଂଜୟ କୁମାର କହିଛନ୍ତି ଯେହେତୁ ସେ ମଦ ବିକ୍ରୀ କରୁଥିଲା ସେହି ରାଗରେ ମାଓବାଦୀମାନେ ତାକୁ ହତ୍ୟା କରିଛନ୍ତି । ସଂଘର୍ଷବେଳେ କିଛି ମାଓବାଦୀ ଆହତ ହୋଇଥାଇପାରନ୍ତି ବୋଲି ଆମେ ଆଶା କରୁଛୁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ବଲାଙ୍ଗୀର, ମାଓବାଦୀ

ମାଓ କମାଣ୍ଡର ରାଜୁ ଗିରଫ

September 27, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗୁଣୁପୁର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ସିଆରପିଏଫ ଓ ରାୟଗଡା ପୁଲିସ ମିଳିତ କମ୍ବିଂ କରୁଥିବାବେଳେ ଗୁଡାରି ଓ ଚନ୍ଦ୍ରପୁର ସୀମାନ୍ତ ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓ କମାଣ୍ଡର ରାଜୁଙ୍କୁ ଗିରଫ କରିବା ସହ ତାଠାରୁ ଏକ ଟିଫିନ ବୋମା ଓ ଏସବିଏମଏଲ ବନ୍ଧୁକ ଜବତ କରିଥିବା ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ସମର୍ଥକଙ୍କୁ ଧରି ରାଜୁ ବୈଠକ କରୁଥିବାବେଳେ ପୁଲିସ ସେଠାରେ ଚଢ଼ଉ କରି ଶ୍ରୀ ବ୍ରେକବେଢାଙ୍କୁ ଧରିଥିବାବେଳେ ତାଙ୍କ ସହଯୋଗୀ ଖସି ପଳାଇଥିଲେ ।

ରାୟଗଡା ଓ ଗଜପତି ଜିଲାରେ ବିଭିନ୍ନ ମାଓ ହିଂସାରେ ଜଡିତ ରହିବା ସାଙ୍ଗକୁ ମାଓବାଦୀ ସଂଗଠନକୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଓ ଚାନ୍ଦା ଆଦାୟ କରି ପୁଲିସର ମୋଷ୍ଟ ୱାେ ଡ଼ ତାଲିକାରେ ଥିବା ବାଶଧାରା ଡିଭିଜନ କମାଣ୍ଡର ଶ୍ରୀନାଥ ବ୍ରେକବେଢା ଓରଫ ରାଜୁକୁ ଗିରଫ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କମ୍ବିଂ ଅପରେସନ, ମାଓବାଦୀ, ରାୟଗଡା ପୁଲିସ, ସାମ୍ବାଦିକ ସମ୍ମିଳନୀ, ସିଆରପିଏଫ

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେସନ, ପୋଲିସ, ମାଓବାଦୀ

ଲ୍ୟାଣ୍ଡମାଇନ ବିସ୍ପୋରଣରୁ ଅଳ୍ପକେ ରକ୍ଷା ପାଇଲେ ୬୦ ଯବାନ

August 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍)-ରାତିରେ କମ୍ବିଂ ସାରି ଯବାନମାନେ ଫେରୁଥିବା ବେଳ ଏକ ଭୟାନକ ଲ୍ୟାଣ୍ଡମାଇନ୍ ବିସ୍ପୋରଣରୁ ପ୍ରାୟ ୬୦ ଯବାନ ବର୍ତ୍ତିଯାଇଛନ୍ତି ।

ମାଲକାନାଗିରି ଜିଲ୍ଲାର କାଲିମେଳା ବ୍ଲକ ଅର୍ନ୍ତଗତ ଗମ୍ପାକୋଣ୍ଡା ପଂଚାୟତର ତୁଣ୍ଡୁକିମେଟଲା ନିକଟରେ ଏହି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣ ଯବାନମାନେ ଆସୁଥିବା ଯାନଠାରୁ ମାତ୍ର ୨୦ ମିଟର ଦୁରରେ ଘଟିଥିଲା । ମାଓବାଦୀଙ୍କ ଷଡଯନ୍ତ୍ର ବିଫଳ ହୋଇ ଯାଇଛି ବୋଲି କୁହାଯାଇଛି ।

ଏହି ଘଟଣାରେ ମାଓବାଦୀଙ୍କ ହାତଥିବା ଜଣାଯାଇଛି । ମାଲକାନାଗିରି ଏସ୍ ପି ଅଖିଳେଶ୍ୱର ସିଂ କହିଛନ୍ତି ଏହି ଘଟଣାରେ ଯବାନମାନଙ୍କ କୌଣସି କ୍ଷତି ଘଟି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Filed Under: ମୁଖ୍ୟ ଖବର Tagged With: କମ୍ବିଂ ଅପରେସନ, କାଲିମେଳା ବ୍ଲକ, ମାଓବାଦୀ, ମାଲକାନାଗିରି ଜିଲ୍ଲା, ଲ୍ୟାଣ୍ଡମାଇନ ବିସ୍ପୋରଣ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ