• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କର୍ମଚାରୀ

ସରକାରୀ କର୍ମଚାରୀଙ୍କ ପାଇଁ ଛଅ ପ୍ରତିଶତ ମହଙ୍ଗା ଭତ୍ତା ମଞ୍ଜୁର

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର,ଏପ୍ରିଲ ୨୦(ଓଡିଶା ଡଟ କମ) ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛଅ ପ୍ରତିଶତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି।

ୱର୍କ ଚାର୍ଜ ଓ ଜବ କନଟ୍ରାକ୍ଟ କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ । ଜାନୁଆରୀ ପହିଲା ୨୦୦୫ ଠାରୁ ଏହା ପିଛିଲା ଭାବରେ ଲାଗୁ ହେବ ଏବଂ ଏପ୍ରିଲ ମାସର ଦରମା ରେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇପାରିବେ ।

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟରେ ଚାରି ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସରକାରୀ କର୍ମଚାରୀମାନେ ୧୦୭ ମହଙ୍ଗା ଭତ୍ତା ପାଉଥିବା ବେଳେ ଏହି ବର୍ଦ୍ଧିତ ଭତ୍ତା ଦ୍ଵାରା ଭତ୍ତା ୧୧୩ ପ୍ରତିଶତ କୁ ବୃଦ୍ଧି ପାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କର୍ମଚାରୀ, ମହଙ୍ଗା ଭତ୍ତା, ସରକାରୀ

ଆରଏସ୍ପି ପ୍ରଶାସନିକ ଭବନରେ ନିଆଁ

November 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଉରକେଲା ଷ୍ଟିଲ ପ୍ଳାଣ୍ଟର ପ୍ରଶାସନିକ ଭବନରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ଇଆରପି ସେ ର ୧ରେ ଏହି ନିଆଁ ଲାଗିଥିଲା । ଏଥିରେ କେତେକ କମ୍ପ୍ୟୁଟର ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି ।

ଏହି ଅଗ୍ନୀକାଣ୍ଡ ଯୋଗୁଁ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ନଷ୍ଟ ହୋଇ ଯାଇଛି । ଏହି ଭବନରେ ପ୍ଳାଣ୍ଟ ଫାଇନାନ୍ସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଡାଟା ଥିଲା । ଏହି ଭବନରେ କର୍ମଚାରୀଙ୍କ ଦରମା ପତ୍ର କାମ ହୋଇଥାଏ ।

କେଉଁଥି ପାଇଁ ନିଆଁ ଲାଗିଲା ତାହା ଜଣା ପଡି ନଥିଲେ ମଧ୍ୟ ଏହି ନିଆଁକୁ ଅଗ୍ନୀଶମ କର୍ମଚାରୀ ଆୟତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଗ୍ନିକାଣ୍ଡ, କର୍ମଚାରୀ, ରାଉରକେଲା ଷ୍ଟିଲ ପ୍ଳାଣ୍ଟ

ଶ୍ରମିକ ସଂଗଠନର ଧର୍ମଘଟ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) କର୍ମଚାରୀଙ୍କ ଦାବି ପୂରଣ ଓ ସମସ୍ୟା ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଶ୍ରମିକ ସଂଗଠନ ପକ୍ଷରୁ ମଙ୍ଗଳବାର କରାଯାଇଥିବା ଧର୍ମଘଟ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

ସମଗ୍ର ଦେଶରେ ବିଭିନ୍ନ ଶ୍ରମିକ ସଂଗଠନ ଓ ବାମପନ୍ଥୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଡ଼ାକରାରେ ଓଡ଼ିଶାର ସାତଟି ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ସଂଗଠନ ଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ଶୋଭାଯାତ୍ରା କରାଯିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଦୋକାନବଜାର, ବ୍ୟାଙ୍କ, ବ୍ୟବସାୟୀକ ପ୍ରତିଷ୍ଠାନ ଏବଂ ଯାନବାହାନ ଓ ରେଳ ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ଗୁଡ଼ିକ ଅଟକି ରହିଛି ।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡ଼ାକରା ଯୋଗୁଁ ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବହୁତ ହଇରାଣ ହୋଇଛନ୍ତି ।

ସେହିପରି କଟକ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବାଲେଶ୍ୱର, ବ୍ରହ୍ମପୁର, ପୁରୀ ଆଦି ଜିଲ୍ଲାରେ ମଧ୍ୟ ସଂଗଠନ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ପଡ଼ିଛି । ଏହି ସହର ଗୁଡ଼ିକରେ ଦୋକାନ ବଜାର, ବ୍ୟାଙ୍କ, ଗାଡ଼ିମଟର ଚଳାଚଳ ବନ୍ଦ ରହିଛି ।

ବିଏମ୍ଏସ୍, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇଟିୟୁସି, ଆଇଏନ୍ଟିୟୁସି, ଏଆଇୟୁଟିସି, ଏଆଇସିସିଟିୟୁ, ଟିୟୁସି, ଏସ୍ଇଡବ୍ଲୁ ଆଦି ୧୧ଟି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଏହି ଧର୍ମଘଟ ଡ଼ାକରା ଦିଆଯାଇଛି ।

ରବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତିରେ ସୁରକ୍ଷା ଓ ବ୍ୟାପକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ମାସିକ ସର୍ବନିମ୍ନବେତନ ୧୦ହଜାର ଟଙ୍କା, ବୋନସ୍, ଗ୍ରାଚ୍ୟୁଇଟି ପରିମାଣ ବୃଦ୍ଧି କରିବା, ସମସ୍ତଙ୍କ ପାଇଁ ସୁନିଶ୍ଚିତ ପେନସନ୍ ବ୍ୟବସ୍ଥା, ଶ୍ରମ ଆଇନ୍କୁ କାର୍ଯ୍ୟକାରୀ, ପେଟ୍ରୋଲ ଓ ଡିଜେଲ ପମ୍ପ କର୍ମଚାରୀଙ୍କ ଛଟେଇ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କର୍ମଚାରୀ, ଶ୍ରମିକ

କମ୍ପ୍ୟୁଟରରେ ସବୁ ସରକାରୀ କର୍ମଚାରୀଙ୍କ ବିବରଣୀ

December 7, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ଏଣିକି ସରକାରୀ ଅଫିସର-କର୍ମଚାରୀଙ୍କ ଚାକିରୀ କାଳର ସମସ୍ତବିବରଣୀ ହ୍ୟୁମାନ ରିସୋର୍ସ ମ୍ୟାନଜମେଣ୍ଟ ସିଷ୍ଟମ(ଏଚ୍ଆର୍ଏମ୍ଏସ୍) ଜରିଆରେ କମ୍ପ୍ୟୁଟରିକୃତ ହେବ ।

ଡ଼ିଏଫ୍ଆଇଡ଼ି ସହାୟତାରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ଯୋଜନାରେ ତାହାକାର୍ଯ୍ୟକାରୀ ହେଉଛି ବୋଲି ଏହାର ଉ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ଏହି ବ୍ୟବସ୍ଥାରେ ପ୍ରଥମ ପର୍ଯ୍ୟାୟରେ ୩୮ଟି ପ୍ରଶାସନିକ ବିଭାଗ ଓ ୧୦୨ଟି ବିଭାଗୀୟ ମୁଖ୍ୟ ପ୍ତରକୁ ସାମିଲ
କରାଯାଇଛି । ପରେ ରାଜ୍ୟରେ ଥିବା ୨ ହଜାର ୨୦୦ ଡ଼୍ରଇଂ ଏବଂ ଡ଼ିସବର୍ସମେଣ୍ଟ ଅଫିସକୁ ସାମିଲ କରାଯିବ ।

କର୍ମଚାରୀ-ଅଫିସର କାର୍ଯ୍ୟ କ୍ଷେତ୍ରରେ ପ୍ରବେଶ ସମୟ ଠାରୁ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ କମ୍ପ୍ୟୁଟରୀକୃତ ହୋଇ ରହିବା ବିଶେଷ କରି ପୋନ୍ନତି, ବଳି, ଛୁଟି, ଋଣ ଓ ଅଗ୍ରିମ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭବିଷ୍ୟନିଧି ପାଣ୍ଠି ଏବଂ ଅବସର ତାରିଖ ଇତ୍ୟାଦି ଲିପିବଦ୍ଧ ହୋଇ ରହିବ ।

ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥା ୧୪ଟି ଜିଲ୍ଲାର ୩ ଲକ୍ଷ ୩୫ ହଜାର କର୍ମଚାରୀଙ୍କ ବିବରଣୀ ରଖାଯାଇଥିବା ବେଳେ ସଂପୂର୍ଣ୍ଣରାଜ୍ୟର କର୍ମଚାରୀଙ୍କ ବିବରଣୀ ରଖିବା ପାଇଁ ଆଉ ଅଢେଇ ବର୍ଷ ସମୟ ଲାଗିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଫିସର, କମ୍ପ୍ୟୁଟର, କର୍ମଚାରୀ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ