ଓଡିଶା ଡଟ କମ ସଂବାଦ ଦାତା
ଭଦ୍ରକ, ଏପ୍ରିଲ ୨୯ (ଓଡିଶା ଡଟ କମ)ଭଦ୍ରକ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପ ଠାରେ ମଙ୍ଗଳବାର ପୁରସ୍କାର ବିତରଣୀ ଉତ୍ସବ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମହାଯଜ୍ଞ ସମିତିର ସଂପାଦକ ମାନସ ରଂଜନ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସନାତନ ସଂସ୍କୃତିର ଅବକ୍ଷୟମୁଖୀ ଭାବଧାରାକୁ ରୋକିବା ଦିଗରେ ଯୁବସମାଜର ଭୂମିକା ସର୍ବାଗ୍ରେ ରହିବା ଉଚିତ୍ ବୋଲି ଆହ୍ୱାନ ଦେଇଥିଲେ ।
ବର୍ତ୍ତମାନର ପରିସ୍ଥିତିରେ ଯୁବକମାନେ ସଚେତନ ନହେଲେ ସମାଜର ଅଧଃପତନ ନିଶ୍ଚୟ ଘଟିବ ବୋଲି କହିଥିଲେ । ସମିତିର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆସନ୍ତାବର୍ଷ ଶ୍ରୀରାମ ନବମୀ ମହାଯଜ୍ଞର ୨୫ ବର୍ଷ ପୂତ୍ତି ହେଉଥିବାରୁ ଏହି ରୌପ୍ୟ ଜୟନ୍ତୀ ବର୍ଷକୁ ବର୍ଣ୍ଣାଢ୍ୟ ଓ ଭବ୍ୟ ରୂପେ ପାଳନ କରିବା ପାଇଁ ସମସ୍ତଙ୍କ ଉଦ୍ୟମ ଲୋଡାବୋଲି କହିଥିଲେ ।
ପ୍ରତିବର୍ଷ ଭଳି ଚଳିତବର୍ଷର ରାମନବମୀ ଓ ନଗର ସଂକୀର୍ତ୍ତନରେ ଯେଉଁ ମେଢମାନ ପ୍ରତି ସାହି-ବସ୍ତି, ୱାର୍ଡ ଓ ଗ୍ରାମରୁ ବାହାରିଥିଲା, ସେମାନଙ୍କର ନାମକୁ ବି·ରକ ଭାବେ ନିୟୋଜିତ ହୋଇଥିବା ସାମ୍ବାଦିକ ପ୍ରମୋଦ ରାୟ ଓ ଡ. ହରିହର ନାୟକ ଘୋଷଣା କରିବା ପରେ ପ୍ରଥମ ହୋଇଥିବା ବଙ୍କସାହି, ଦ୍ୱିତୀୟ ହୋଇଥିବା ଜଗନ୍ନାଥପୁର ଓ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିବା ଚରମ୍ପାର ଦୁଇମେଢକୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଏହା ପରର ସମୀକ୍ଷା ବୈଠକରେ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ବରିଷ୍ଠ ସଦସ୍ୟ ଡାକ୍ତର ପ୍ରଦୀନ ନାୟକ, ବଦ୍ରିନାରାୟଣ ଧଳ, ବ୍ୟୋମକେଶ ସେନାପତି, ଜଗନ୍ନାଥ ଦାସ, ଶରତ ପଢିହାରୀ, ବାମଦେବ ଦାସ, ଗୋବିନ୍ଦ ରାଉତ, ନିରଂଜନ ସାହୁ, ବିଜୟ ସିହ୍ନା, ପ୍ରସନ୍ନ ମହାପାତ୍ର, ରଘୁ ସାହୁ, ବିଜୟ କୁମାର ନାୟକ, ମାନସ ଗୋସ୍ୱାମୀ, ଭଗବାନ ପଣ୍ଡା, ସ୍ୱଦେଶ ରାଉତ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଓଡିଶା ଡଟ କମ