• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଳାକାର

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି 

October 22, 2017 by ନିଉଜ ଡେସ୍କ 5 Comments

2
କେଦାର ମିଶ୍ର

ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ ।

ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ ।

ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ ।

ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ।

ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା –

୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର ।

4୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।

୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ।

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି ।

୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି ।

ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ ।

ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି ।

୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ ।

ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା ।

3୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।

୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ ।

୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ ।

୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା ।

ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କଳାକାର, ଗୁରୁବାରୀ ମିର୍ଧା, ଛନ୍ଦ, ଜୀବନ, ନୃତ୍ୟ, ପଶ୍ଚିମ ଓଡ଼ିଶା, ମଂଚ, ଲୋକ ପରମ୍ପରା, ଲୋକନୃତ୍ୟ, ଶ୍ରଦ୍ଧାଂଜଳି, ସମ୍ବଲପୁରୀ ନାଚ

ନୂଆ ଓଡ଼ିଆ ସିନେମା: ଜହ୍ନ ରାଇଜରେ ଘର କରିଛି

March 25, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୨୫,(ଓଡ଼ିଶା ଡ଼ଟ୍ କମ୍)- ନିକଟରେ ଏକ ନୂଆ ଓଡ଼ିଆ ସିନେମା ମହୁରତ୍ ସାରି ସୁଟିଂ ଫ୍ଲୋର୍ କୁ ଆସୁଛି । ଯାହାର ନାମ ରହିଛି ଜହ୍ନ ରାଇଜରେ ଘର କରିଛି । ଏହି ସିନେମାଟିର ଦାଇତ୍ୱ ତିନିଜଣ ନବାଗତଙ୍କ ଉପରେ ନିର୍ଭର କରୁଛି ଯାହାକୁ କହନ୍ତି ତ୍ରିମୁର୍ତ୍ତି । ସେ ହେଉଛନ୍ତି ପ୍ରଯୋଜକ ଅକ୍ଷୟ ଦାଶ, ନିର୍ଦ୍ଦେଶକ ଚେତନ ଦିପ୍ତ ଓ ନାୟକ ମାନସ ।

ତେବେ ପ୍ରେମ କାହାଣୀ ଉପରେ ଆଧାରିତ ଉକ୍ତ ସିନେମାକୁ ସଫଳ କରିବା ପାଇଁ ଏହି ନବାଗତ ମାନେ ଅନେକ ଚିନ୍ତା କରି ଶେଷରେ ଏହି ନିଷ୍ପତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ଉତମ ବୁଝାବଣା ସହିତ ଖୁବ୍ ସହଯୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି ।

ତେବେ ଏହି ତ୍ରିମୂର୍ତ୍ତିଙ୍କ ପ୍ରୟାସ ନିଶ୍ଚିତ ସଫଳ ହେବ ବୋଲି ଆଶା କରାଯାଉଛି । ଉକ୍ତ ସିନେମାରେ ସଂଗୀତ ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖିଛନ୍ତି ଡ଼. ରଜନୀରଂଜନ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ନବାଗତ ନାୟକ ମାନସ , ନବାଗତା ନାୟୀକା ମୋନାଲିସା , ବିଜୟ ମହାନ୍ତି , ଅସିତ ପତି, ସମରେସ, କେ.କେ, କୁମାର ଏବଂ କେତେକ ନୂଆ କଳାକାର ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଆ ସିନେମା, କଳାକାର, ଡ଼. ରଜନୀରଂଜନ, ପ୍ରେମ୍ ଆନନ୍ଦ

ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ୧୧ ଡ଼ିସେମ୍ବର ରବିବାର ନୂଅାଁଖାଇ ଭେଟଘାଟରେ କଳାକାରଙ୍କ ନୃତ୍ୟ ପରିବେଷଣ ।

December 11, 2011 by ଓଡିଶା ଡଟ କମ

ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ୧୧ ଡ଼ିସେମ୍ବର ରବିବାର ନୂଅାଁଖାଇ ଭେଟଘାଟରେ କଳାକାରଙ୍କ ନୃତ୍ୟ ପରିବେଷଣ ।

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଦିବାସୀ ନୃତ୍ୟ, କଳାକାର

ବରଗଡ଼ରେ ୧୪ରୁ ବହୁଭାଷୀ ନାଟକ ମହୋତ୍ସବ

December 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ୧୪ ତାରିଖରୁ ବରଗଡ଼ରେ ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ।

ସୌଖିନ କଳାକାର ସଂଘ ପକ୍ଷରୁ ଆୟୋଜିତ ମହୋତ୍ସବରେ ଓଡ଼ିଆ ନାଟକ “ଶୁଗ ପରୀକ୍ଷ
ଦଣ୍ଡଧାରୀ’, କଳ୍ପନା ସଂଗୀତ ଓ ଥିଏଟର ସଂସ୍ଥା ବିକାନିର ରାଜସ୍ଥାନର ମାରୱାଡ଼ି ନାଟକ “ଖେଲା
ପଳମପୁର’ ମାଙ୍ଗଲିକ କଲିକତା ପ୍ରସ୍ତୁତ ବାଙ୍ଗଲା ନାଟକ “ମାନୁଷ ଭୂତ’ ।

ଖଣ୍ଡୱା ମଧ୍ୟପ୍ରଦେଶର ହିନ୍ଦୀ “ସୈୟା ଭୟେ କୋଚୱାଲା’, ମୁମ୍ବାଇର ଅଭିଷେକ ସଂସ୍ଥାର ମୈଥିଲୀ
ଭାଷାର ନାଟକ “ବିମ୍ବ ପ୍ରତିବିମ୍ବ’, ସାଗର ଏକାଡ଼େମୀ ଗୁଜୁରାଟର”ମାରେପନ ନିଭୂଛେ’ ମଂଚସ୍ଥ ହେବ ।

ସେହିପରି ବିହାର ମଗୁଲ ସରାଇର ଅଙ୍ଗିକା ଭାଷାରେ ନାଟକ “ଅମଲ’ ପ୍ରଦର୍ଶୀତ ହେବା ସହ ଓଡ଼ିଆ
ଭାଷାରେ ନାଟ୍ୟ ଚେତନା ଭୁବନେଶ୍ୱର ପକ୍ଷରୁ “ଶୋଷ’ ମଂଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।

ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟକ ମହୋତ୍ସବ ପାଇଁ ନାଟକପ୍ରେମୀ ମହଲରେ ଆନନ୍ଦ
ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳାକାର, ନାଟକ ମହୋତ୍ସବ

କଳାକାରଙ୍କୁ ନେଇ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଚାରି ମୃତ

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ସମ୍ବଲପୁର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାର ଏକ ସ୍ଥାନରେ ଯାତ୍ରାପାର୍ଟି କଳାକାରଙ୍କୁ ନେଇ ଯାଉଥିବା ଟ୍ରକ୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ବିଜେପୁର ନିକଟସ୍ଥ ସାଧୁପାଲିରୁ ଟ୍ରକ୍ଟି କୁଚିଣ୍ଡା ଯାଉଥିବା ବେଳେ ଏକ ମଟର ସାଇକେଲକୁ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳାକାର, ଦୁର୍ଘଟଣାଗ୍ରସ୍ତ, ମୁଖ୍ୟ ଖବର, ସମ୍ବଲପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ