• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କଳାହାଣ୍ଡି

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀ ମୁଖ୍ୟ ଗିରଫ

May 17, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) କ୍ଷୁଦ୍ର ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରବିବାର ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଗିରଫ କରିଛି ।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି  । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ତାଙ୍କ ସଂସ୍ଥା ବିରୁଦ୍ଧରେ କିଛି ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା ।

ଭୁବନେଶ୍ଵରରୁ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ରାଜନୀତି Tagged With: କଳାହାଣ୍ଡି, ଗିରଫ, ଚିଟ ଫଣ୍ଡ, ଦେବ କୁମାର ପଣ୍ଡା, ଭିଷ୍ଟା ଅଧ୍ୟକ୍ଷ

ପ୍ରଶାସନିକ ଅଦଳବଦଳ, ନଅ ଜଣ ଜିଲ୍ଲାପାଳଙ୍କ ବଦଳି

April 16, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୬ (ଓଡିଶା ଡଟ କମ) ରାଜ୍ୟ ସରକାର ଗୁରୁବାର ଆଇ ଏ ଏସ ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ କରି ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ।

Jamini Sarangiସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଯାଜପୁର ଜିଲ୍ଲାପାଳ ଅନୀଲ ସାମଲଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ ମଲ୍ଲିକଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।

ଯାମିନି ଷଡଙ୍ଗୀ କନ୍ଧମାଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ କୁମାର ଉପାଧ୍ୟାୟ ଜଗତସିଂହପୁର ର ନୂଆଁ ଜିଲ୍ଲାପାଳ ହେବେ । ଭି ଜୟା କୁମାର, ଏନ ଥିରୁମାଲା ନାୟକ, ରସ୍ମିତା ପଣ୍ଡା, ଡି ବୃନ୍ଦା, ଓ ସାଦିକ ଆଲମଙ୍କୁ ଯଥାକ୍ରମେ କୋରାପୁଟ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଓ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ରାଜ୍ୟ ପ୍ରଶାସନିକ ସେବାର ପ୍ରମୋଦ କୁମାର ଦାସଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ, ଦେବରଞ୍ଜନ ସେନାପତିଙ୍କୁ କେନ୍ଦ୍ରାପଡା ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅଦଳବଦଳ, କଳାହାଣ୍ଡି, କେଉଁଝର, କୋରାପୁଟ, ଜିଲ୍ଲାପାଳ, ନବରଙ୍ଗପୁର, ନୂଆପଡ଼ା, ପ୍ରଶାସକ

ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା

February 27, 2013 by ଓଡିଶା ଡଟ କମ Leave a Comment

ପ୍ରଫୁଲ ଦାଶ

ଭୁବନେଶ୍ୱର, ଫେବୃଆରୀ ୨୭ (ଓଡ଼ିଶା ଡ଼ଟ୍ କମ୍), ମଙ୍ଗଳବାର ରେଳ ମନ୍ତ୍ରୀ ପୱନ କୁମାର ବଂଶଲ ଲୋକସଭାରେ ଉପସ୍ଥାପନ କରିଥିବା ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।

କଂଗ୍ରେସ ଏହାକୁ ଏକ ଲୋକାଭିମୁଖୀ ଓ ସମତୁଲ ବଜେଟ୍ କହୁଥିବା ବେଳେ ବିରୋଧି ଦଳମାନେ ଏହାକୁ ସମାଲୋଚନା କରିଛନ୍ତି ।

ଏହି ବଜେଟ୍ ରେ ଓଡ଼ିଶାରେ ୬ଟି ନୂଆ ଏକ୍ସପ୍ରେସ ଟ୍ରେନ ଯାତାୟାତ କରିବ । ସେଗୁଡ଼ିକ ହେଲା ଭୁବନେଶ୍ୱର-ନିଜାମୁଦ୍ଧିନ ଭାୟା ସମ୍ବଲପୁର(ସାପ୍ତାହିକ),ପୁରୀ-ଶିରିଡ଼ି ଭାୟା
ସମ୍ବଲପୁର-ଟିଟିଲାଗଡ଼(ସାପ୍ତାହିକ),ତିରୁପତି-ଭୁବନେଶ୍ୱର(ସାପ୍ତାହିକ),ବିଶାଖାପାଟଣା-ଯୋଧପୁର ଭାୟା କେସିଙ୍ଗା-ଟିଟିଲାଗଡ଼,ପୁରୀ-ଆଜମିର ଏକ୍ସପ୍ରେସ,ହାଓଡ଼ା-ଚେନ୍ନାଇ ଏସି ଏକ୍ସପ୍ରେସ(ସପ୍ତାହରେ ଦୁଇଦିନ) ।

ଏଥିସହ ୩ଟି ଟ୍ରେନ କୁ ସଂପ୍ରସାରିତ କରାଯାଇଛି । ସେଗୁଡ଼ିକ ହେଲା ଭୁବନେଶ୍ୱର-ଭବାନୀପାଟଣାରୁ ଜୁନାଗଡ଼,ଏଲଟିଟି-ଭୁବନେଶ୍ୱରରୁ ପୁରୀ,ପୁରୀ-ଦରଭଙ୍ଗାରୁ ଜୟନଗର ପର୍ଯ୍ୟନ୍ତ ସଂପ୍ରସାରିିତ କରାଯାଇଛି ।

ଏଥିସହିତ ଗଞ୍ଜାମ ରେ ୱାଗନ କାରଖାନା, କଳାହାଣ୍ଡିରେ ମାଲଗାଡ଼ି କୋଚ୍ ମରାମତି କେନ୍ଦ୍ର, ନିରାକାରପୁର-ତାପଙ୍ଗ ନୂଆ ବାଇପାସ୍ ଲାଇନ୍, କୋରାପୁଟରେ ଖୋଲିବ ଯୁବଗୋଷ୍ଠୀ ତାଲିମ କେନ୍ଦ୍ର ଏବଂ ରାୟପୁର-ଝାରସୁଗୁଡ଼ା ନୂଆ ଲାଇନ୍ ନିର୍ମାଣ ହେବ । ସମ୍ବଲପୁର-ହଜୁର ସାହାବ ନନେ୍ଦଦ ଏକ୍ସପ୍ରେସ୍ ଚଳାଚଳ ସପ୍ତାହରେ ତିନିଦିନକୁ ବୃଦ୍ଧି କରାଯାଇଛି ।

ରେଳ ବଜେଟ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଓଡ଼ିଶା ରେଳ ମନ୍ତ୍ରଣାଳୟ ନିକଟରେ ୩୦୫୦କୋଟି ଟଙ୍କା ଦାବି ରଖିଥିବା ବେଳେ ବଜେଟ୍ ରେ ମାତ୍ର ୮୬୯କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଓଡ଼ିଶା ବର୍ଷକୁ ରେଳବାଇକୁ ପ୍ରାୟ ୧୪୦୦୦କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ପୁଣି ଥରେ କେନ୍ଦ୍ର ଓଡ଼ିଶାକୁ ନିରାଶ କରିଛି ବୋଲି ସେ କହିଛନ୍ତି ।

ରେଳମନ୍ତ୍ରୀ ଓଡ଼ିଶାକୁ ଭଣ୍ଡାଇଛନ୍ତି ବୋଲି ବିଜେପି ନେତା ଜୁଏଲ ଓରାମ କହିଛନ୍ତି । ଭୁବନେଶ୍ୱରକୁ ଅନ୍ତର୍ଜାତିକ ସ୍ତରର ରେଳ ଷ୍ଟେସନ କରାଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଥର ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ପାଇଁ ଏହା ସବୁଠୁ ଭଲ ରେଳ ବଜେଟ୍ ବୋଲି କଂଗ୍ରେସ ସାଂସଦ ଭକ୍ତଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ରେ ଅନେକ ପ୍ରକଳ୍ପ ଓଡ଼ିଶା ପାଇଁ ରହିଛି ଓ ଗୁଡ଼ାଏ ନୂଆ ଟ୍ରେନ ଓଡ଼ିଶା ଦେଇ ଯିବ । ଏଥିରେ କଳାହାଣ୍ଡିରେ ୱାର୍କସପ ପାଇଁ ଘୋଷଣା ରହିଛି । ଯାହାଦ୍ୱାରା ୧୨୦୦ରୁ ୧୫୦୦କର୍ମଚାରୀ ଏଥିରେ ନିଯୁକ୍ତି ପାଇବେ ।

ଏହା ଏକ ନିର୍ବାଚନମୁଖୀ ବଜେଟ୍ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି । ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଛେଷ୍ଟା କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସ୍ୱାର୍ଥ ପାଇଁ ଏହି ବଜେଟ୍ ପ୍ରସ୍ତୁତ କରିଛି ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି । ଅଣକଂଗ୍ରେସ ଶାସିତ ରାଜ୍ୟମାନଙ୍କ ପାଇଁ ରେଳ ବଜେଟ୍ ରେ ବିଶେଷ କିଛି ନାହିଁ ।

ରାୟବରେଲି ଭଳି ଆସନ ପାଇଁ ୪ଟି ବଡ଼ ପ୍ରକଳ୍ପ ଘୋଷଣା ପଛରେ ଗାନ୍ଧୀ ପରିବାରର ସ୍ୱାର୍ଥକୁ ଦେଖାଯାଇଛି । ଏହା ପୱନ ଏକ୍ସପ୍ରେସରେ ହାୱା ମିଠାଇ ବୋଲି ଓଡ଼ିଶା ଜନମୋର୍ଚା ତରଫରୁ
କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ ସାଂସଦ, କଳାହାଣ୍ଡି, ଜୁଏଲ ଓରାମ, ଭବାନୀପାଟଣା

ବୁଧବାର ଠାରୁ ବେଦାନ୍ତର ଆଲୁମିନା ପ୍ଳାଣ୍ଟ ବନ୍ଦ

December 4, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଳାହାଣ୍ଡି,ଡିସେମ୍ବର ୪ (ଓଡିଶା ଡଟ୍ କମ୍)-ଆସନ୍ତା କାଲି ବୁଧବାର ଦିନଠାରୁ କଳାହାଣ୍ଡିରେ ଥିବା ବେଦାନ୍ତର ଲାଞ୍ଜିଗଡ ଆଲୁମିନା କାରଖାନାରୁ ଉତ୍ପାଦନ ବନ୍ଦ ରଖାଯିବ ବୋଲି ବେଦାନ୍ତ ଆଲୁମିନାର ସିଓଓ ମୁକେଶ କୁମାର ଓଡିଶା ଡଟ୍ କମ୍ କୁ କହିଛନ୍ତି ।

ସେ କହିଛନ୍ତି ଗତମାସରେ ବେଦାନ୍ତ କତୃପକ୍ଷ ଛତିଶଗଡ ଓ ଗୁଜୁରାଟରୁ ଯେଉଁ ୯୦ ହଜାର ଟନ୍ ବକସାଇଟ୍ ଆଣିଥିଲେ ତାହା ଗତ ୨୮ ତାରିଖରେ ସରିଯାଇଛି । କଞ୍ଚାମାଲ ଯୋଗାଡ କରିବା ସମ୍ଭବ ହୋଇ ନପାରିବାରୁ ଲାଞ୍ଜିଗଡ କାରଖାନାରୁ ଆସନ୍ତା କାଲିଠାରୁ ଉତ୍ପାଦନ ବନ୍ଦ ରଖାଯିବ ।

ସିଓଓ କହିଛନ୍ତି କଞ୍ଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କଂପାନୀ ପୂର୍ବରୁ ଅନୁରୋଧ କରିଥିଲେ କିନ୍ତୁ ସରକାରଙ୍କ ତରଫରୁ କୌଣସି ସକରାତ୍ମକ ଆଶ୍ୱାସନା ମିଳିନାହିଁ । ଆଜି ବସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀଗୋଷ୍ଠୀଙ୍କର ବୈଠକରୁ ମଧ୍ୟ କୌଣସି ରାସ୍ତା ବାହାରି ପାରିନାହିଁ ।

ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ମନ୍ତ୍ରୀଗୋଷ୍ଠୀ ବୈଠକ ଆଗକୁ ମଧ୍ୟ ବସିବ । ଯେପର୍ଯ୍ୟନ୍ତ ସରକାର କୌଣସି ଚୁଡାନ୍ତ ନିସ୍ପତି ନେଇ ନାହାଁନ୍ତି ସେ ସଂପର୍କରେ ବେଦାନ୍ତକୁ ନେଇ କିଛି କହିହେବନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଳାହାଣ୍ଡି, ବେଦାନ୍ତ ପ୍ଳାଣ୍ଟ, ଲାଞ୍ଜିଗଡ

ଆଇଏଏସ୍ ଅଦଳବଦଳ: ମୁରଲୀଧର ବାରିକ ନୟାଗଡ ଜିଲ୍ଲାପାଳ

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ନିର୍ବାଚନ କମିଶନଙ୍କ ସଚିବ ମୁରଲୀଧର ବାରିକ ନୟାଗଡର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଥିବା ଦୁଃଖୀଶ୍ୟାମ ଶତପଥୀଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଭାବେ ଅବସ୍ଥାପିତ କରାଯାଇଛି ।

ସରକାର ଆଇଏଏସ୍ ଓ ଏଏସ୍ ଅଫିସର ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ।

ଖଣି ଓ ଇସ୍ପାତ ବିଭାଗର ଯୁଗ୍ମ ସଚିବ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ, ଝାରସୁଗଡା ଜିଲ୍ଲାପାଳ ଗୁରୁ ପ୍ରସାଦ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଯୁଗ୍ମ ସଚିବ ବିଷ୍ଣୁ ପ୍ରସାଦ ସାହୁଙ୍କୁ ଝାରସୁଗଡାର ନୂତନ ଜିଲ୍ଲାପାଳ ଇଷ୍ଟେଟ ନିର୍ଦ୍ଦେଶକ ଥିବା ପ୍ରଦୀପ କୁମାର ରଥଙ୍କୁ ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ନୟାଗଡ ଜିଲ୍ଲାପାଳ ସରୋଜକାନ୍ତ ଚୌଧୁରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇଏଏସ୍ ଅଦଳବଦଳ, କଳାହାଣ୍ଡି, ନୟାଗଡ

ଏସ୍ଆର୍ଇରେ ୪ଜିଲ୍ଲା ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

January 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ସୁରକ୍ଷା ଖର୍ଚ୍ଚ ସମ୍ବନ୍ଧିତ ଯୋଜନା (ଏସ୍ଆରଇ)ରେ ବରଗଡ, ନୂଆପଡା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁଣି ଥରେ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ବାରମ୍ବାର ଉପସ୍ଥାପନ କରାଯାଉଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେ ଉଦ୍ଦବେଗ ପ୍ରକାଶ କରିଛନ୍ତି ।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ୨୦୧୦ ସେପ୍ଟେମ୍ବର ୨୦ ତାରିଖ, ଡିସେମ୍ବର ୨୩ ତାରିଖ, ୨୦୧୧ ମଇ ୧୩ ତାରିଖ ଓ ମେ’ ୩୦ ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ।

ମାଓ ପ୍ରଭାବିତ ୪ଟି ଜିଲ୍ଲାକୁ ଏସ୍ଆରଇ ଯୋଜନାରେ ସାମିଲ କରିବା ଦ୍ୱାରାସେହି ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ ଏବଂ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଏସ୍ଆରଇ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର

ଜାନୁୟାରୀ ୯ରେ କଳାହାଣ୍ଡି ଉତ୍ସବ ‘ଘୁମୁରା’

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଜଗିଶ ନାୟକ

କର୍ଲାମୁଣ୍ଡା,ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ଜାନୁୟାରୀ ୯ରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୨ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି ।

ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଳନ ପାଇଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପବିତ୍ର ଭୋଇଙ୍କ ଅଧ୍ୟକ୍ଷତା ତଥା ଏବିଡିଓ ଦେବେନ୍ଦ୍ର ସାମଲଙ୍କ ଆୟୋଜନ କ୍ରମେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ବୈଠକରେ ବ୍ଲକର ଶିକ୍ଷାବିତ୍, ବୁଦ୍ଧିଜିବୀ, ସମାଜସେବୀ, ସରକାରୀ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଉତ୍ସବ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳାହାଣ୍ଡି, ଘୁମୁରା ଉତ୍ସବ

ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ମାମଲା ହାଇକୋର୍ଟରେ ଖାରଜ

July 19, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଆଲୁମିନିୟମ ରିଫାଇନାରୀ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସଂପ୍ରସାରଣ ପାଇଁ ବେଦାନ୍ତ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି ।

ପ୍ରକଳ୍ପ ସଂପ୍ରସାରଣ ପାଇଁ ଦିଆଯାଇଥିବା ଅନୁମତିକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରଦ୍ଦ କରିବା ସହ କାମ ବନ୍ଦ ବନ୍ଦ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଏବଂ ବିଚାରପତି ବି.ଏନ୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

ବେଦାନ୍ତ ଲାଞ୍ଜିଗଡ଼ ଠାରେ ପ୍ରତିଷ୍ଠା କରିଥିବା ଆଲୁମିନିୟମ ବିଶୋଧନାଗାରର ବାର୍ଷିକ ଉତ୍ପାଦନ କ୍ଷମତା ଏକ ନିୟୁତ ଟନ୍ ରହିଥିବା ବେଳେ ଏହାକୁ ଛଅ ନିୟୁତ ଟନ୍କୁ ବୃଦ୍ଧି ଓ ଶକ୍ତି ପ୍ରକଳ୍ପକୁ ୭୫ରୁ ତିନି ଶହ ମେଗାୱାଟକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲା ।

ମନ୍ତ୍ରଣାଳୟ ଗତ ୨୦୧୦ ଅକ୍ଟୋବର ୨୧ରେ ପ୍ରକଳ୍ପ ସଂପ୍ରସାରଣ ଅନୁମତିକୁ ରଦ୍ଦ କରିଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳାହାଣ୍ଡି, ବେଦାନ୍ତ, ମୁଖ୍ୟ ଖବର

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)