• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଳିଙ୍ଗ ଚେୟାର ପୁରସ୍କାର

୨୦୦୯ ପାଇଁ ପ୍ରଫେସର ଥୁଆନ୍ଙ୍କୁ କଳିଙ୍ଗ ଚେୟାର ପୁରସ୍କାର

January 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ବିଜ୍ଞାନକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୨୦୦୯ ପାଇଁ ଭିଏତନାମର ବୈଜ୍ଞାନିକ ପ୍ରଫେସର ଟି.ଏକ୍ସ.ଥୁଆନଙ୍କୁ ବୁଧବାର କଳିଙ୍ଗ ଚେୟାର ପୁରସ୍କାର ପ୍ରଦାନ କରାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରାଆରମ୍ଭ ଏହି ପୁରସ୍କାରର ୬୦ ବର୍ଷ ପୂର୍ତି ଅବସରରେ କିଟ୍ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଅର୍ନ୍ତଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୨୦୧୧ ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ମେକ୍ସିକୋର ବୈଜ୍ଞାନିକ ଡ଼. ରେନେ ରାଉର ଡ଼୍ରକର ଅନୁପସ୍ଥିତ ଥିବାରୁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇପାରି ନାହିଁ ।

ଏହି ଅବସରରେ ପୂର୍ବରୁ କଳିଙ୍ଗ ପୁରସ୍କାର ପାଇଥିବା ୧୧ ଜଣ ବୈଜ୍ଞାନିକ ଏବଂ ଜୁରୀ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ୟୁନେସ୍କୋର ଉପ ମହାନିର୍ଦ୍ଦେଶକ ଜି.କାଲୋନ୍ଜି, ସାଂସଦ  ପ୍ୟାରୀମୋହନ ମହାପାତ୍ର ଏବଂ କଳିଙ୍ଗ ପାଉଣ୍ଡେସନ ଟ୍ରଷ୍ଟର ସଭାପତି ଭବାନୀ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

୧୯୫୧ରେ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ଆରମ୍ଭ କରିଥିଲେ ଏବଂ ଏହା ବର୍ତମାନ ୟୁନେସ୍କୋ-କଳିଙ୍ଗ ପୁରସ୍କାର ନାମରେ ନାମିତ ହୋଇଛି।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଳିଙ୍ଗ ଚେୟାର ପୁରସ୍କାର, ବିଜ୍ଞାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ