• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କାଦମ୍ବିନୀ

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟ

February 13, 2018 by ଓଡିଶା ଡଟ କମ Leave a Comment

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟକେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।

ଭୁବନେଶ୍ବରରୁ ଗତ ସାତ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପ୍ରତିବର୍ଷ ଜାନୁଆରୀରେ ଆୟୋଜନ କରିଥାଏ କାଦମ୍ବିନୀ ପତ୍ରିକା ହାଟ ।

ଏହି ଅଭିନବ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକା । ଖାଲି ସେତିକି ନୁହେଁ ପତ୍ର ପତ୍ରିକାର ପାଠକ, ଲେଖକ ଏବଂ ତତ୍‍ ସମ୍ପର୍କିତ ବ୍ୟକ୍ତି ମଧ୍ୟ ଏହି ହାଟକୁ ଆସନ୍ତି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଓ କିସ୍‍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍‍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।

ସେଥିସହ ୨୦୧୧ ମସିହା ଜୁଲାଇ ମାସରୁ କାଦମ୍ବିନୀ ମିଡିଆରୁ ପ୍ରକାଶ ପାଉଛି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ । କାଦମ୍ବିନୀ ମିଡିଆ ପ୍ରତିବର୍ଷ ଜୁଲାଇ ମାସ ୨ ତାରିଖରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ପାଳନ କରିଥାଏ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।

ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାରୁ ଏଯାବତ୍‍ ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇଥିବା ଓ ପାଉଥିବା ପତ୍ରିକାକୁ ଗୋଟିଏ ସ୍ଥାନରେ ସଂଗ୍ରହ କରିହେଉଛି ଅଥବା ଦେଖିହେଉଛି ।

ଅଧୁନା ପ୍ରକାଶ ପାଉଥିବା ବା ପୂର୍ବରୁ ପ୍ରକାଶ ପାଇ ବନ୍ଦ ହୋଇଯାଇଥିବା ବହୁ ପତ୍ରିକାର ସମ୍ପାଦକ, ସମ୍ପୃକ୍ତ ବ୍ୟକ୍ତିବିଶେଷ, ପ୍ରକାଶନ ସଂସ୍ଥା ସମେତ ପତ୍ରିକା ସଂଗ୍ରାହକମାନେ ଏଥିରେ ଯୋଗ ଦେଇ ନିଜ ନିଜର ପତ୍ରିକା ପ୍ରଦର୍ଶନ ସହ କିଣାବିକାର ସୁଯୋଗ ଲାଭ କରିଆସୁଛନ୍ତି ।

ସମାଜୋପଯୋଗୀ ବିବିଧ ବିଷୟକ ପତ୍ରିକା ଏହି ହାଟରେ ସାମିଲ୍‍ ହେଉଥିବାରୁ ଖୁବ୍‍ କମ୍‍ ସମୟ ଭିତରେ ଏହା ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି ।

ଏହି ହାଟରେ ସାହିତ୍ୟ, ଶିଶୁ-କିଶୋର, ପାରିବାରିକ, ଶିକ୍ଷା, ଜ୍ଞାନ-ବିଜ୍ଞାନ, ଚଳଚ୍ଚିତ୍ର, କ୍ରୀଡ଼ା, ରାଜନୀତି, ବାଣିଜ୍ୟ, ନିଯୁକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଧର୍ମ-ପୁରାଣ, ଯୋଗ-ଧ୍ୟାନ, ରାଶିଫଳ, ହସ୍ତରେଖା-ଜ୍ୟୋତିଷ ଆଦି ବିଭିନ୍ନ ବିଷୟକ ପତ୍ରିକାକୁ ଏକାଠି ଗୋଟିଏ ମଞ୍ଚରେ ପାଇବା ସହିତ ତତ୍‍ ସମ୍ପର୍କିତ ବ୍ୟକ୍ତିଙ୍କୁ ଭେଟି ହେଉଛି; ଆଉ ପତ୍ରିକାର ଇତିହାସ, ଆନ୍ଦୋଳନ ଓ ସଂଘର୍ଷର କଥା ବି ଜାଣି ହେଉଛି ।

ଦିବସବ୍ୟାପୀ ଅନୁଷ୍ଠିତ ଏହି ହାଟରେ ପ୍ରତିବର୍ଷ ଓଡ଼ିଶା ଓ ଓଡ଼ିଶା ବାହାରର ୫୦୦ରୁ ଊଦ୍ଧ୍ୱର୍ ବା ତଦୂଦ୍ଧ୍ୱର୍ ପତ୍ରିକା, ପାଠାଗାର ଓ ସଂଗ୍ରାହକ ଅଂଶଗ୍ରହଣ କରୁଛନ୍ତି ତଥା ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କରିପାରୁଛନ୍ତି । ଉତ୍ସବରେ ଯୋଗ ଦେଉଥିବା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ପତ୍ରିକା ହାଟକୁ ନେଇ ବେଶ୍‍ ଉତ୍ସାହ ପରିଲକ୍ଷିତ ହେଉଛି ।

ଗୋଟିଏ ସ୍ଥାନରେ, ଗୋଟିଏ ଛାତ ତଳେ ଏତେ ସଂଖ୍ୟକ ପତ୍ରିକା ଦେଖି ଅନେକେ ଅଭିଭୂତ ହେଉଛନ୍ତି । ସମସ୍ତଙ୍କ ପାଇଁ ଏହା ଏକ ନିଆରା ଅନୁଭବ ଆଣି ଦେଉଛି ।

ଦଶମ ‘କାଦମ୍ବିନୀ ପତ୍ରିକା ହାଟ’

ଦୁଇ ହଜାର ଅଠର ଇଂରାଜୀ ନୂଆବର୍ଷର ଦ୍ୱିତୀୟ ରବିବାର ଅର୍ଥାତ୍‍ ୧୪ ତାରିଖ । ଭୁବନେଶ୍ୱରସ୍ଥିତ କିଟ୍‍ କନ୍‍ଭେନ୍‍ସନ୍‍ ସେଣ୍ଟରରେ ଆରମ୍ଭ ହୋଇଯାଇଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ସାହିତ୍ୟିକ, ପତ୍ରିକା କର୍ତ୍ତୃପକ୍ଷ, ପାଠକ ଓ ସାହିତ୍ୟାନୁରାଗୀଙ୍କର ଗହଳି ।

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।

ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ ଆସି ପହଞ୍ଚିଯାଇଥାନ୍ତି ଉତ୍ସବ ପରିସରରେ । ଉଦ୍ଦିଷ୍ଟ ସ୍ଥାନରେ ସେମାନେ ନିଜର ପତ୍ରପତ୍ରିକାର ଏକ ସୁନ୍ଦର ପସରା ମେଲାଇ ଦେଇଥାନ୍ତି ।

ତା’ପରେ ଆରମ୍ଭ ହୁଏ ପତ୍ରିକା ହାଟର ବହୁ ପ୍ରତୀକ୍ଷିତ ଉଦ୍‍ଘାଟନ ଉତ୍ସବ । ଏଥର ବି ସେମିତି ହୋଇଥିଲା । ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଏହି ହାଟ ଉଦ୍‍ଘାଟିତ ହୋଇଥିଲା । ପରେ ଅତିଥିମାନେ ପତ୍ରିକା ହାଟ ପରିଦର୍ଶନ କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ । ମଞ୍ଚ ଉପରକୁ ଅତିଥିମାନଙ୍କ ଆଗମନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଆରାଧ୍ୟ ଦେବତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ।

ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ଅଭିନେତ୍ରୀ ଡ. ମାଳବିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍‍ ଓ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ସଇଦା ସାଇଦିନ୍‍ ହମିଦ୍‍; ସମ୍ମାନିତ ଅତିଥି ଥିଲେ ସମାଜସେବୀ, ଲେଖିକା, ଚଳଚ୍ଚିତ୍ର ଅଭିନେତ୍ରୀ ତଥା କିନ୍ନର ସମାଜର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଶ୍ରୀମତୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ; ବିଶିଷ୍ଟ କବୟିତ୍ରୀ ଓ ଆଲୋଚିକା ଶ୍ରୀମତୀ ସୁକ୍ରିତା ପଲ୍‍ କୁମାର ଓ ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକା ଡ. ବନିତା ।

ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ ପ୍ରାରମ୍ଭିକ ସଙ୍ଗୀତ ‘କାଦମ୍ବିନୀ ଗୀତ’ ପରିବେଷଣ ହୋଇଥିଲା । ପରେପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ‘କାଦମ୍ବିନୀ’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ।

ଉତ୍ସବ ଅବସରରେ ବରିଷ୍ଠ କବି ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା । ରୌପ୍ୟ ଫଳକ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ପ୍ରଫେସର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ଅନୁବାଦିକା ତଥା ‘ଶତଭିଷା’ ପତ୍ରିକାର ସମ୍ପାଦକ ଶ୍ରୀମତୀ ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାରଣା, ବରିଷ୍ଠ ସାହିତ୍ୟିକା ଶ୍ରୀମତୀ ଅଳକା ଚାନ୍ଦ, ବରିଷ୍ଠ ସାହତିି୍ୟକ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମଲ ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରସନ୍ନ ହୋତାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ଦ୍ଧନା-୨୦୧୮’ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାନପତ୍ର, ଉତ୍ତରୀୟ ଓ ଦଶହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ଏହି ବରିଷ୍ଠ ସାହିତ୍ୟିକ ଓ ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ସାହିତ୍ୟ ଅକାଦେମି ଓ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସାହିତ୍ୟିକା ଶ୍ରୀମତୀ ଗାୟତ୍ରୀ ସରାଫ୍‍ ଓ ଅନୁବାଦକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟପକ୍ଷରେ ‘କାଦମ୍ବିନୀ’ର ଶୁଭେଚ୍ଛୁ ଶ୍ରୀଯୁକ୍ତ ଦ୍ୱିତୀକୃଷ୍ଣ ଜେନାଙ୍କୁ ମଧ୍ୟ ‘କାଦମ୍ବିନୀ ଶୁଭେଚ୍ଛୁ ସମ୍ବର୍ଦ୍ଧନା-୨୦୧୮’ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ‘କାଦମ୍ବିନୀ’ର ନୂଆବର୍ଷ ସ୍ୱତନ୍ତ୍ର ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଜାନୁଆରୀ ସଂଖ୍ୟାର ଶୁଭ ଉନ୍ମୋଚନ ହେବା ସଙ୍ଗେସଙ୍ଗେ କାଦମ୍ବିନୀ ମିଡିଆ ପ୍ରକାଶିତ ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ ଏବଂ ଫିଚର ସଂକଳନ ‘ପ୍ରସଙ୍ଗ ଗୁଚ୍ଛ’ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସେଥିସହ ଅନ୍ୟ ଅନେକ ପୁସ୍ତକ ଓ ପତ୍ରପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସଞ୍ଚାଳନ କରିଥିଲେ ମଧୁମିତା ମହାନ୍ତି । ଦିବସବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ହଜାରରୁ ଊଦ୍ଧ୍ୱର୍ ସାହିତ୍ୟ ଓ କଳାସଂସ୍କୃତି ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: ଓଡିଶା, କାଦମ୍ବିନୀ, ପତ୍ରିକା ହାଟ, ମହୋତ୍ସବ, ସାହିତ୍ୟ

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

August 9, 2006 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୯ (ଓଡିଶା ଡଟ କମ) “କଥାନ୍ତର’ । ୧୯୯୯ ମହାବାତ୍ୟାରେ ବିଧବା ହୋଇଥିବା କଳ୍ପନାର ମାନସିକ ଅସ୍ଥିରତା, ନାଚାରତା, ଦୃଢ଼ତା, ଏବଂ ତା’ ଆଗରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ଏକ ଚିତ୍ର ମାତ୍ର । କଳ୍ପନାର ଚରିତ୍ର ଚାରିପାଖରେ ଘୁରି ବୁଲିଛି ଏହି ଚଳଚିତ୍ରର କଥା । ତାହାରିମାଧ୍ୟମରେ କାହାଣୀରେ ଫୁଟି ଉଠିଛି ମହାବାତ୍ୟା ପରବର୍ତ୍ତୀ ମଣିଷର ଅଭାବ ବୋଧ ଓ ସଂଘର୍ଷ ।

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ’ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ଓଡ଼ିଶାର ମହିଳା ପତ୍ରିକା “କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତଙ୍କ ପ୍ରଯୋଜନାରେ ମାତ୍ର ୩୦ ଦିନର ସୁଟିଂରେ ପ୍ରସ୍ତୁତ ହୋଇପାରିଥିବା ବ୍ୟାବସାୟିକ ଦୃଷ୍ଟି କୋଣ ସହ ୧ ଘଣ୍ଟା ୧୬ ମିନିଟର ଏକ କଳାତ୍ମକ ଚଳଚ୍ଚିତ୍ର “କଥାନ୍ତର’ ଖୁବ୍ ଶୀଘ୍ର ଆଞ୍ଚଳିକ ସ୍ତରରେ ମୁକ୍ତିଲାଭ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ଯୋଜନା ମଧ୍ୟ ଚାଲିଛି ।

୧୯୯୯ର ମହାବାତ୍ୟା ବିଗତ ଶତାବ୍ଦୀରେ ସର୍ବାଧିକ ଭୟଙ୍କର ଦୈବୀ ଦଣ୍ଡ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ଖିନଭିନ୍ କରିବା ସହ ସହସ୍ରାଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକଙ୍କୁ ଗୃହହୀନ କରି ଏହା ସବୁ ଦିନ ପାଇଁ ଏକ ଆତଙ୍କର ପରିଚିତି ପାଇଥିଲା ।

ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବାଂଲାଦେଶୀ ଶରଣାର୍ଥୀ । ପ୍ରଭାବିତ ଅଞ୍ଚଳକୁ ସ୍ୱେଛାସେବୀ ସଂସ୍ଥା, ଗଣମାଧ୍ୟମ, ରାଜନେତା ଓ ସ୍ୱାର୍ଥାନ୍ୱେଷୀଙ୍କ ସୁଅ ଛୁଟିଥିଲା ।

ଅତ୍ୟଧିକ ବାହ୍ୟ ହସ୍ତକ୍ଷେପ ସ୍ଥାନୀୟ ଲୋକଙ୍କ ନୈତିକ ମୂଲ୍ୟବୋଧରେ କ୍ରମ ଅବନତି ଆଣି ଖେଲାଇଥିଲା ଦୁର୍ନୀତି ଓ ନୈତିକ ଅଧପତନ । ପ୍ରାରମ୍ଭରେ ଏହି କଥାବସ୍ତୁକୁ ଅତୀତର ପ୍ରତ୍ୟାବର୍ତ୍ତନ ଭାବେ ନିଆଯାଇ ମହାବାତ୍ୟା ବର୍ଷପୂର୍ତ୍ତିରୁ ହିଁ ଅୟମାରମ୍ଭ ହୋଇଛି କାହାଣୀ “କଥାନ୍ତର’ ।

ଏକ ସ୍ୱେଛାସେବୀ ସଂସ୍ଥା ସାହାଯ୍ୟରେ ବାତ୍ୟା ପରବର୍ତ୍ତୀ ଲୋକଙ୍କ ସ୍ଥିତିକୁ ପ୍ରାମାଣିକ ଚତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରିଛନ୍ତି ବଙ୍ଗଳା ଦେଶର ଟିଭି ସାମ୍ବାଦିକ ଦୀପଙ୍କର । ପରିସ୍ଥିତି କ୍ରମରେ ସେ ବାତ୍ୟା ବିଧବା କଳ୍ପନା ସଂସ୍ପର୍ଶରେ ଆସି ତାକୁ ହିଁ ଏକ ସ୍ୱତନ୍ତ୍ର ରିପୋର୍ଟର ମୁଖ୍ୟ କଥାବସ୍ତୁ କରିବାକୁ ଇଛା ପ୍ରକାଶ କରିଛନ୍ତି ।

କଳ୍ପନାର ବାଲ୍ୟାନୁଭୂତି ସମସ୍ତ ବାଂଲାଦେଶୀ ଶରଣାର୍ଥୀଙ୍କ ଭଳି କଷ୍ଟ ଦାୟକ । ଦେଶ ବିଭାଜନ ବେଳେ ବହୁ ଶରଣାର୍ଥୀଙ୍କ ଭଳି କଳ୍ପନାର ପିତା ମଧ୍ୟ ପୂର୍ବ ବଙ୍ଗରୁ ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । ଆଶ୍ରୟ ନେଇଥିବା ଦେଶର ନାଗରିକ ହୋଇ ମଧ୍ୟ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ଲଢ଼େଇ କରିବାକୁ ପଡ଼ୁଥିଲା ।

ଓଡ଼ିଶାରେ ଜନ୍ମିତ କଳ୍ପନା ଅନଟନର ବାଲ୍ୟକାଳ ଛାଡ଼ି ମତ୍ସ୍ୟଜୀବୀ ସ୍ୱାମୀ ସହ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖୁଥିବା ବେଳେ ୧୯୯୯ର ମହାବାତ୍ୟା ତାକୁ ଧୂଳିସାତ୍ କରିଥିଲା ।

ମହାବାତ୍ୟାରେ ପରିବାରକୁ ହରାଇ ସୌଭାଗ୍ୟରେ ବଞ୍ଚି ରହିଥିବା କଳ୍ପନାକୁ ବାଲ୍ୟବନ୍ଧୁ ଅକ୍ଷୟଠାରୁ ଦୃଢ଼ ମାନସିକତାର ପ୍ରୋତ୍ସାହନ ମିଳିଥିଲେ ବି ଜନ୍ମଭୂମିରେ ତାକୁ କିପରି ଏକ ଶୂନ୍ୟତା ଗ୍ରାସିଥିଲା ।

“ଏକଲା ଚଲୋ’ ନୀତିରେ ଜୀବନର ଲଢ଼େଇରେ ହାରି ଯାଇଥିବା କଳ୍ପନା କୌଣସି ପ୍ରଚାରର ମାଧ୍ୟମ ନହେବା ପାଇଁ ସାମ୍ବାଦିକ ଦୀପଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରିଦେଇଛି । ନିରାଶ ଦୀପଙ୍କର ଅସମ୍ପୂର୍ଣ୍ଣ କାହାଣୀ ସହ ଫେରି ଯାଇଛନ୍ତି ନିଜ କର୍ମଭୂମିକୁ ।

ଅନିଶ୍ଚିତ ଭବିଷ୍ୟତ ଲକ୍ଷ୍ୟରେ ଏକାକୀ ଜୀବନ କାଟୁଥିବା କଳ୍ପନା ସ୍ୱେଛାସେବୀ ସଂସ୍ଥାରେ ଛୋଟ ଚାକିରି କରି ଏହି ଲୋଲୁପ ସମାଜରେ ନିଜର ପରିଚୟ ସୁରକ୍ଷା ଚେଷ୍ଟାରେ ଥିଲା । ପରିବାର ସଦସ୍ୟଙ୍କ ମୃତୁ୍ୟ କ୍ଷତିପୂରଣ ପାଇବାକୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅବିରାମ ଦୌଡ଼ରେ ତାର ସମୟ ସୀମିତ ଥିଲା ।

କଳ୍ପନାର ଲଢ଼େଇରେ ସାଥ୍ ଦେଇଥିଲା ସମ୍ପର୍କୀୟ ରୂପା । ମହାବାତ୍ୟା ରୂପାଠାରୁ ସ୍ୱାମୀ ଓ ପିଲାଙ୍କୁ ଛଡ଼ାଇ ନେଇଥିଲେ ବି ଆଶାବାଦୀ ଜୀବନ ଲକ୍ଷ୍ୟରେ ସେ ଆଦରିଥିଲା ଜଣେ ନାମକୁ ମାତ୍ର ସ୍ୱାମୀକୁ ।

ସରକାରୀ କ୍ଷତିପୂରଣ ଅନୁଦାନକୁ ଭୋଗ କରିବା ଆଶାରେ ଆଗେଇ ଆସିଥିବା ତଥାକଥିତ ସ୍ୱାମୀକୁ ନେଇ ରୂପାର ସଂସାର ଅସୁଖୀ ଥିଲା । ତଥାପି ମନପସନ୍ଦର କାହାକୁ ବାଛିବା ପାଇଁ ସେ କଳ୍ପନାକୁ ପ୍ରବର୍ତ୍ତାଇବାରେ ଲାଗିଥିଲା ।

କଳ୍ପନାର ନିରୀହତା, ସୌନ୍ଦର୍ଯ୍ୟ ଏବଂ ଦୃଢ଼ତାରେ ବେଶ୍ ପ୍ରଭାବିତ ହୋଇଥିବା ଦୀପଙ୍କର କେବଳ ତାକୁ ସାକ୍ଷାତର ଅଭୀପ୍ସା ନେଇ ବିନା କ୍ୟାମେରା ୟୁନିଟ୍ରେ ପୁଣି ଦୌଡ଼ି ଆସିଛି ବଙ୍ଗଳା ଦେଶରୁ । ଢ଼ାକାର ଜୀବନ, ପରିବେଶକୁ କଳ୍ପନା ଆଗରେ ବର୍ଣ୍ଣନା କରିବା ସହ ଦୀପଙ୍କର ତାର ଦୁଃଖରେ ଅବସାନ ଘଟାଇ ହାତ ଧରିବାକୁ ଇଛା ପ୍ରକାଶ କରିଛି ।

ଜଣେ ଅଜଣା ଲୋକର ହାତ ଧରିବା ଥିଲା କଳ୍ପନା ପକ୍ଷେ ଅତୀବ କଷ୍ଟକର । କିନ୍ତୁ କ୍ଷତିପୂରଣ ଅର୍ଥ ପାଇଁ ଅବିରାମ ଦୌଡ଼, ଗ୍ରାମ୍ୟ ଯୁବକଙ୍କ ଆଖିରେ ତାର ଚରିତ୍ରର ପ୍ରଶ୍ନ ଏବଂ ସମ୍ପର୍କୀୟା ରୂପାର ସ୍ୱାମୀର ତା’ ପ୍ରତି ଲୋଲୁପ ଦୃଷ୍ଟି ଏ ସବୁକୁ ମନେ ପକାଇ କଳ୍ପନା ନିଜକୁ ଅସହାୟ ମଣିବା ସହ ବୀତସ୍ପୃହ ହୋଇ ଉଠୁଥିଲା ।

ବାଲ୍ୟକାଳ କଟିଥିବା ପରିବେଶରେ ଜଣେ ସୁନ୍ଦରୀ ଅସହାୟା ବିଧବା ଏକାକୀ ଦିନ କାଟିବା କେତେ କଷ୍ଟ ତାହା ରୂପା ଅନୁଭବ କରିପାରି ଦୀପଙ୍କର ପୂର୍ବଜଙ୍କ ଦେଶକୁ ପଳାଇବାକୁ ସେ କଳ୍ପନାକୁ ପ୍ରବର୍ତ୍ତାଇଥିଲା ।

କିନ୍ତୁ ବାଂଲାଦେଶକୁ ଯିବା ପୂର୍ବରୁ କୋଲକାତାର ସଂକ୍ଷିପ୍ତ ରହଣିରେ କଳ୍ପନା ଅନୁଭବ କରିପାରିଛି ଢ଼ାକାର ସହର ସଭ୍ୟତାରେ ସେ ଅଧିକ ଅଣ ନିଃଶ୍ୱାସୀ ହୋଇଯିବ । ବାଲ୍ୟକାଳର ଖୁସି ମୁହୁର୍ତ୍ତ ତାକୁ ସାରା ଜୀବନ ଅସ୍ତବ୍ୟସ୍ତ କରିବ ।

ସେ ବୁଝି ପାରିଛି ତାକୁ ବିବାହ କରିବା ପଛରେ ଅଛି ଦୀପଙ୍କରର ଉଚ୍ଚକାଂକ୍ଷା । କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୀପଙ୍କର କେବେ ତାର ଦୁଃଖଦ ଅନୁଭୂତିକୁ ଦୂରେଇବାରେ ସଫଳ ହେବନାହିଁ ।

ଏହି ଚିନ୍ତାଧାରାକୁ ପାଥେୟ କରି କଳ୍ପନା ଫେରି ଆସିଛି ଜନ୍ମଭୂମିକୁ । ତେବେ ଆସିବା ପୂର୍ବରୁ ଦୀପଙ୍କରର ସ୍ୱତନ୍ତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ କାହାଣୀକୁ କଳ୍ପନା ଏକ ରେକର୍ଡ଼ିଂ କରି ରଖି ଆସିଛି ।

କିନ୍ତୁ କଳ୍ପନା ପ୍ରତି ଥିଲା ଭାଗ୍ୟର ବିଦ୍ରୁପ । ଜନ୍ମସ୍ଥାନକୁ ଫେରିବା ବେଳକୁ ସ୍ଥିତିରେ ଓଲଟ ପାଲଟ ହୋଇ ସାରିଥିଲା । ବାଂଲାଦେଶୀ ଶରଣାର୍ଥୀଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୩୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ଅଧିକାର ସାବ୍ୟସ୍ତକରିବାକୁ ଚାଲିଥିଲା ବିକ୍ଷୋଭ ପ୍ରତିବାଦ । ଗ୍ରାମରେ ପହଞ୍ଚିବା ମାତ୍ରେ ତାକୁ ମଧ୍ୟ ନୋଟିସ ମିଳିଥିଲା ।

ତଥାପି କଳ୍ପନା ସମସ୍ତ ପ୍ରତିକୂଳ ସ୍ଥିତିରେ ନିଜ ଅଧିକାର ପାଇଁ ଲଢ଼େଇ କରି ବଞ୍ଚିବାର ଲକ୍ଷ୍ୟରେ ଜନ୍ମଭୂମିକୁ ଆଦରି ନେଇଛି । ଏହିଠାରେ ହିଁ ଶେଷ ହୋଇଛି “କଥାନ୍ତର’ର କଥା….. । ଆରମ୍ଭ ହୋଇଛି ଅନ୍ୟ ଏକ କାହାଣୀ…. ।

ଚଳଚ୍ଚିତ୍ରର ଏକମାତ୍ର ସଙ୍ଗୀତ “ନଦୀରେ ନଦୀରେ…’କୁ ଗାଇଛନ୍ତି ସ୍ୱରୂପ ନାୟକ । ଚଳଚ୍ଚିତ୍ରର ବିତରଣ ଦାୟିତ୍ୱରେ ଅଛନ୍ତି କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ।

ଜଗତସିଂହପୁର ଜିଲ୍ଲାର ଏରସମା ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମହାକାଳପଡ଼ା ତଥା ନିକଟବର୍ତ୍ତୀ ଗ୍ରାମ, କୋଲକାତା ଏବଂ ଭୁବନେଶ୍ୱରରେ “କଥାନ୍ତର’ର ସୁଟିଂ କରାଯାଇଛି ।

ଏହାର ବିଭିନ୍ନ ଭୂମିକାରେ ଅଛନ୍ତି, ଅନୁ ଚୌଧୁରୀ (କଳ୍ପନା), ଭାସ୍ୱତୀ ବାସୁ (ରୂପା), ରାଶେଷ ମହାନ୍ତି (ଅକ୍ଷୟ), ଦେବପ୍ରସାଦ ଦାଶ (ଦୀପଙ୍କର), ଚୌଧୁରୀ ବିକାଶ ଦାସ (ବିକାଶ ମଣ୍ଡଳ), ମିହିର ସ୍ୱାଇଁ (ମିହିର) ଏବଂ ରଞ୍ଜିତ(ରଞ୍ଜିତ) ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତି ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମାଂଶୁ ଖଟୁଆ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ