• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କାର୍ତିକ ପୂର୍ଣ୍ଣିମା

କାର୍ତିକ ପୂର୍ଣ୍ଣିମା ଅବସରେ ନଦୀ, ପୁଷ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

November 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୮(ଓଡିଶା ଡଟ୍ କମ୍)-କାର୍ତିକ ପୂର୍ଣ୍ଣିମା ଧର୍ମମାସର ଶେଷ ଦିନ । ଏହି ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହ ବିଭିନ୍ନ ଦେବାଦେବୀଙ୍କୁ ମନ୍ଦିରରେ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପୁରୀ ସମୁଦ୍ରରେ ବୁଡ ପକାଇଛନ୍ତି ଲକ୍ଷାଧିକ ଭକ୍ତ ।

ଭୁବନେଶ୍ୱରରେ ହଜାର ହଜାର ଭକ୍ତମାନେ ବୁଧବାର ଦିନ ପ୍ରତ୍ୟୁଷରୁ ବିନ୍ଦୁସାଗର, ଗୌରୀକୁଣ୍ଡ, ଗଙ୍ଗାଯମୁନା, ପାପାନାଶିନୀ, ମୁକ୍ତେଶ୍ୱର ଆଦି ପୁଷ୍କରିଣୀ ସହ ଦୟା ଓ ଗଙ୍ଗୁଆରେ ଡଙ୍ଗା ଭସାଇ ବୁଡ ପକାଇଥିଲେ । ଲିଙ୍ଗରାଜ ସମେତ ଅନେକ ମନ୍ଦିରରେ ରାତ୍ରି ସାଢେ ତିନିଟାରୁ ଖୋଲିଥିଲା ।

ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବାଦେବୀ ମନ୍ଦିର ଯଥା ଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ବାସୁଦେବ, କପିଳନାଥ ଆଦି ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ,ସ୍ନେହୀ ସମାଜ ଆଦି ୫ଟି ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସେହିପରି ଶେଷ ସୋମବାର ଓ ବଡ଼ଓଷା ଯୋଗୁଁ ଧବଳେଶ୍ୱର ଜନଗହଳି ହୋଇଥିଲା । ପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ପ୍ରାୟ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡ ଏଭଳି ହୋଇଛି ଯେ ଶ୍ରଦ୍ଧାଳୁମାନେ ଝୁଲାପୋଲଠାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବାଧାଡିରେ ଛିଡ଼ାହୋଇଥିଲେ ।

ପ୍ରଭୁଙ୍କ ବଡଓଷାରେ ବଡସିଂହାର ବେଶ କରାଯାଇଅଛି । ରାତି ୨ଟାରୁ ମନ୍ଦିର ଖୋଲାଯାଇ ପ୍ରଭୁଙ୍କ ନୀତି ଯଥା ସଙ୍କୁଡିଭୋଗ, ଆଳତି, ଖେଚୁଡ଼ିଭୋଗ ପ୍ରଭୃତି ସମାପନ ପରେ ମନ୍ଦିର ପହଡ ପଡ଼ିଥିଲା । ଭୋର ୩ଟାରୁ ମନ୍ଦିର ଖୋଲାଯାଇ ପ୍ରଭୁଙ୍କ ବଡସିଂହାର ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା ।

ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଝୁଲାପୋଲ ପାର୍ଶ୍ଵ ଲିଙ୍ଗାପଦା ଏବଂ ପାଇକରାପୁର ପାଶ୍ୱର୍ରୁ ତାପଣ୍ଡା ପୋଲ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାରେ ଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କାର୍ତିକ ପୂର୍ଣ୍ଣିମା, ଝୁଲାପୋଲ, ବଡ଼ଓଷା, ଲିଙ୍ଗରାଜ ମନ୍ଦିର

କାର୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

November 10, 2011 by ଓଡିଶା ଡଟ କମ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦ (ଓଡିଶା ଡଟ୍ କମ୍) ଗୁରୁବାର ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ସମୁଦ୍ରରେ ଡ଼ଙ୍ଗା ଭସାଇବା ତଥା ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ସକାଳୁ ସମୁଦ୍ରରେ ବହୁ ଲୋକ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇଛନ୍ତି । କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜ ରାଜେଶ୍ୱରବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି ।

ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଭକ୍ତମାନେ ଶାନ୍ତିଶୃଙ୍ଖଳାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ କରାଯାଇଥିବା ବେଳେ ପ୍ରବଳ ଜନ ସମାଗମ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀ ବ୍ୟତୀତ ଭୁବନେଶ୍ୱର ସ୍ଥିତ ବିନ୍ଦୁସାଗର, ଦୟାନଦୀ , କୁଆଖାଇ, କଟକର କାଠଯୋଡି, ପାରାୀଦିପ, ଓ ଅନ୍ୟାନ୍ୟ ନଦୀ ଗୁଡିକରେ ପୁରୁଷ, ମହିଳା ଓ ଶିଶୁମାନେ ଡଙ୍ଗା ଭସାଇଛନ୍ତି ।

ଦେବାଦେବୀ ଙ୍କୁ ପୂଜା କରିବା ପାଇଁ ଶ୍ରୀମନ୍ଦିର ସମେତ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର ଓ ଅନ୍ୟ ଶୈବପୀଠ ଗୁଡ଼ିକରେ ବହୁ ଭକ୍ତଙ୍କ ସମାଗମ ହୋଇଛି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସେହିପରି କଟକ, ପାରାୀପ, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, କୋଣାର୍କର ଚନ୍ଦ୍ରଭାଗା ଓ ବ୍ରହ୍ମପୁରରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କାର୍ତିକ ପୂର୍ଣ୍ଣିମା, ଡଙ୍ଗା, ସମୁଦ୍ର

ସୋଲ ତିଆରି ଡ଼ଙ୍ଗାର ମୂଲ୍ୟବୃଦ୍ଧି ଯୋଗୁଁ ଭକ୍ତ ନିରାଶ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂଂପୁର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କାର୍ତିକ ପୂର୍ଣ୍ଣିମା ଅବସରରେ ଡ଼ଙ୍ଗା ଭସାଣୀର ପରମ୍ପରା ରହିଥିବା ବେଳେ ସୋଲ ତିଆରି ଡ଼ଙ୍ଗାର ମୂଲ୍ୟ ବୃଦ୍ଧି ଯୋଗୁଁ ଭକ୍ତମାନେ ନିରାଶ ହୋଇଥିବା ବେଳେ ଏହାକୁ ତିଆରି କରି ଗୁଜୁରାଣ ମେଂଟାଉଥିବା ପରିବାରରେ ସଙ୍କଟ ଖୋେଇଛି ।

ଜଗତସିଂହପୁର ଜିଲ୍ଲାର ଗ୍ରମାଂଚଳରେ ସୋଲର ଅଭାବ ଯୋଗୁଁ ଏହି କାର୍ଯ୍ୟକରି ନିଜର ପରିବାର ଚଳାଉଥିବା ହଜାର ହଜାର ବ୍ୟବସାୟୀ ଦୁର୍ଦ୍ଦିନ ସମ୍ମୁଖିନ ହେଉଛନ୍ତି ।

ପୂର୍ବରୁ ସୋଲ ବହୁ ପରିମାଣରେ ମିଳୁଥିବା ବେଳେ ବର୍ତମାନ ଏହା ଆବଶ୍ୟକ ପରିମାଣରେ ଉପଲବ୍ଧ ହେଉନାହିଁ ।

କୁଜଙ୍ଗ, ଏରସମା, ଜଗତସିଂହପୁର, ବିରିଡ଼ି, ରଘୁନାଥପୁର, ତିର୍ତୋଲ, ବାଲିକୁା ଏବଂ ନୂଆଗାଁ ଆଦି ପ୍ରାୟ ୧୨୦୮ ଗ୍ରାମର ଲୋକମାନେ ବିଭିନ୍ନ ପ୍ରକାର ଡ଼ଙ୍ଗା ତିଆରି କରି ଜୀବୀକା ନିର୍ବାହ କରିଥାନ୍ତି ।

ସନ୍ତସନ୍ତିଆ ତଥା ନିମ୍ନ ଅଂଚଳରୁ ଲୋକମାନେ ଏହାକୁ ବିନା ମୂଲ୍ୟରେ ସଂଗ୍ରହ କରିଥାନ୍ତି । ପରେ ଘରର ମହିଳାମାନେ ଏହାକୁ ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର ଡ଼ଙ୍ଗା ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଏହାକୁ ସେମାନେ ବିକ୍ରି କରିଥାନ୍ତି କିମ୍ବା ଚାଉଳ ବଦଳରେ ଦେଇଥାନ୍ତି ।

ସ୍ଥାନୀୟ ଠିକ।ଦ।ରମାନେ ରାସ୍ତା ତିଆରି ପାଇଁ ସନ୍ତସନ୍ତିଆ ସ୍ଥାନ ଏବଂ ବୁଦା ଗୁଡ଼ିକ ନଷ୍ଟ କରିଦେଉଥିବାରୁ ବର୍ତମାନ ୱାଇଲ୍ଡ ଥର୍ମକୁଲ ମିଳୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ବିଭିନ୍ନ ପ୍ରକାର ରାସାୟନିକ ସାରର ପ୍ରୟୋଗ ଯୋଗୁଁ ଏଗୁଡ଼ିକ ନଷ୍ଟ ହୋଇ ଯାଉଥିବାରୁ ଆଉ ମିଳୁ ନାହିଁ ବୋଲି ପ୍ଲାନ୍ଟ ପ୍ରୋଟେକ୍ସନ ଅଫିସର ବିଜୟ କୁମାର ପ୍ରଧାନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କାର୍ତିକ ପୂର୍ଣ୍ଣିମା, ଗୁଜୁରାଣ, ସୋଲ ତିଆରି ଡ଼ଙ୍ଗା

କାର୍ତିକ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ଟ୍ରେନ୍

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କାର୍ତିକ ପୂର୍ଣ୍ଣିମା, ପଂଚୁକ ତଥା ଛାଡ଼ଖାଇ ପାଇଁ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଏବଂ ବ୍ରହ୍ମପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।

ବ୍ରହ୍ମପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁରରୁ ୯ ତାରିଖଦିନ ୧ଟାରେ ବାହାରି ସେହିଦିନ ୭.୩୦ରେ ପୁରୀରେ ପହଂଚିବ । ଫେରିବା ବେଳେ ଟ୍ରେନ୍ଟି ପୁରୀରୁ ୧୦ ତାରିଖ କାର୍ତିକ ପୂର୍ଣ୍ଣିମାଦିନ ୧୧ଟାରେ ବାହାରି ୧୧ ତାରିଖ ଭୋର ୫ଟାରେ ବ୍ରହ୍ମପୁରରେ ପହଂଚିବ ।

ସେହିପରି ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍ ୧୧ ତାରିଖ ଛାଡ଼ଖାଇଦିନ ୯ଟାରେ ପୁରୀରୁ ବାହାରି ସେହିିଦିନ ୨ଟା ୩୦ରେ ବ୍ରହ୍ମପୁରରେ ପହଂଚିବ । ଏହି ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ପୁରୀ-ବ୍ରହ୍ମପୁର ମଧ୍ୟରେ ସମସ୍ତ ଷ୍ଟେସନରେ ରହିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କାର୍ତିକ ପୂର୍ଣ୍ଣିମା, ପୁରୀ, ପୂର୍ବତଟ ରେଳବାଇ, ବ୍ରହ୍ମପୁର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ