• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କାଶ୍ମୀର

କାଶ୍ମୀରରୁ ସ୍ପଷ୍ଟ ବାର୍ତା

April 24, 2017 by ଓଡିଶା ଡଟ କମ Leave a Comment

ଦୀର୍ଘଦିନ ଧରି ଭାରତୀୟମାନଙ୍କ ମନରେ ଏହି ବିଶ୍ୱାସ ଦିଆଯାଇ ଆସିଥିଲା ଯେ କାଶ୍ମୀର ଉପତ୍ୟକାରେ ନିର୍ବାଚନ ଦିନ ଭାରି ସଂଖ୍ୟାରେ ଯେଉଁ ଲୋକମାନେ ଆସନ୍ତି ତାହା ସେମାନଙ୍କ ମନର ସ୍ଥିତିକୁ ସଠିକ ମାପିବା ପାଇଁ ଏକ ସୂଚକାଙ୍କ ।

ଆମେ କେତେ ସଂଖ୍ୟକ ଲୋକ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ହିସାବ ନକରି କେବଳ ଭୋଟରମାନେ ନିର୍ବାଚନରେ ଭାଗ ନେବା କଥାଟିକୁ ଅଧିକ ଗୁରୁତ୍ୱ ଦେଲେ । ଏ ବିଶ୍ୱାସ ବି ଆମ ଭିତରେ ସୃଷ୍ଟି କରାଗଲା ଯେ ପାଶବିକ ଶକ୍ତି ପ୍ରୟୋଗ କରି ପଦାଘାତ କରିବା ସତ୍ୱେ କାଶ୍ମୀରବାସୀ ତଥାପି ବି ବାହାରକୁ ଆସି ଭୋଟ ଦେବେ ।

ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୯, ୨୦୧୭ରେ ହେଇଥିବା ଉପନିର୍ବାଚନରେ ଅତି ନଗଣ୍ୟ ଅର୍ଥାତ ଶତକଡ଼ା ୭-୧୪ ଭାଗ ଭୋଟଦାନ ଏବଂ ଠିକ୍ ସେହି ଦିନ ହିଂସାରେ ୮ଜଣ ଯୁବ ବିକ୍ଷୋଭକାରୀଙ୍କ ମୃତ୍ୟୁ ତଥା ୨୦୦ କ୍ଷତବିକ୍ଷତ ହେବା ବାସ୍ତବ କଥାଟି କ’ଣ ଆମକୁ ସୂଚାଇ ଦେଉଛି ।

ଏହା କାଶ୍ମୀରବାସୀଙ୍କର ସ୍ପଷ୍ଟ ବକ୍ତବ୍ୟକୁ ବଳିଷ୍ଠ ଭାବେ ପ୍ରତିପାଦନ କରୁଛି ଯେ ଭାରତୀୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ପ୍ରତି ସେମାନଙ୍କର ମୋହଭଙ୍ଗ ଘଟିଛି । ଆମକୁ ସ୍ୱୀକାର କରିବାର ଆବଶ୍ୟକତା ଅଛି ଯେ କାଶ୍ମୀରରେ ଅନୁଷ୍ଠିତ ନିର୍ବାଚନଗୁଡ଼ିକରେ ଭୋଟରମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ଅଛି ।

ସବୁଠାରୁ ଅଧିକ ଭୋଟର ଅଂଶଗ୍ରହଣ ସ୍ଥାନୀୟ ସ୍ୱଶାସନ ସଂସ୍ଥାମାନଙ୍କ ନିର୍ବାଚନରେ ଦେଖିବାକୁ ମିଳୁଥିବାବେଳେ ସବୁଠାରୁ କମ୍ ଭୋଟ ପଡ଼ିଥାଏ ସଂସଦ ପାଇଁ ହେଉଥିବା ନିର୍ବାଚନ ବେଳେ । ଏଥିରୁ ଜଣାପଡ଼ୁଛି କାଶ୍ମୀରବାସୀଙ୍କର ଏହି ସବୁ ରାଜନୈତିକ ଅନୁଷ୍ଠାନମାନଙ୍କରେ କେଉଁଭଳି ବିଶ୍ୱାସ ରହିଛି ଏବଂ ସେମାନଙ୍କର ରାଜନୈତିକ ପ୍ରାସଙ୍ଗିକତା କ’ଣ ରହିଛି?

ଅଧିକ ସଂଖ୍ୟାରେ ସ୍ଥାନୀୟ ସଂସ୍ଥାମାନଙ୍କ ନିର୍ବାଚନରେ ଭାଗନେବା କଥାଟି ସେମାନଙ୍କର ଦୈନନ୍ଦିନ ଅସୁବିଧାଗୁଡ଼ିକର ସୁଧାର ପାଇଁ ରହିଥିବା ଇଚ୍ଛାଟିକୁ ପ୍ରତିଫଳିତ କରୁଛି ।

ବିଧାନସଭା ନିର୍ବାଚନରେ ସେମାନେ ଏକଥା ଜାଣିକି ବି ଭାଗ ନିଅନ୍ତି ଯେ, ରାଜନୈତିକ ସଙ୍କଟର ଅବସାନ ନ କରାଇ ଦଶନ୍ଧି ଦଶନ୍ଧି ଧରି ଯେଉଁ ନିର୍ଯାତନା କାଶ୍ମୀରବାସୀଙ୍କ ଉପରେ ଚାଲିଛି, ତା’ର ପରିଣାମଗୁଡ଼ିକୁ ଉପଶମ କରିବା କ୍ଷେତ୍ରରେ ରାଜ୍ୟ ସରକାରଟି କାମ କରିବ ।

ସଂସଦ ପାଇଁ ନିର୍ବାଚନରେ ଭୋଟ ଦେବାଟି ପୁରା ଭିନ୍ନ । ସଂଖ୍ୟାଧିକ କାଶ୍ମୀରବାସୀଙ୍କ ପାଇଁ ଭାରତର ସଂସଦ ସେଇ ଆବେଦନଟି ହରାଇ ବସିଛି ୧୯୯୩ ମସିହାରୁ, ଯେତେବେଳେ ଏକ ସର୍ବସ୧ତ ପ୍ରସ୍ତାବ ଗ୍ରହଣ କରାଗଲା ଯେ ଜା୧ୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ଥାନ ଅଧିକୃତ କାଶ୍ମୀର ଉପରେ ବି ଭାରତର ଅଧିକାର ଅଛି ।

ସେହି ଏକା ସମୟରେ କାଶ୍ମୀରବାସୀଙ୍କ ଉପରେ ଚାଲିଥିବା ଅକଥନୀୟ ସାମରିକ ନିର୍ଯାତନା ଏବଂ ସେମାନଙ୍କର ଗଣତାବିକ ଦାବି ପ୍ରତି ସଂସଦ ଅଣଦେଖା କରିଥିଲେ । ବ ର୍ମାନର ସରକାର ହେଉ ବା ଅତୀତର ସରକାରମାନେ; କେହି ବି ରାଜନୈତିକ ଆଲୋଚନା ମାଧ୍ୟମରେ କାଶ୍ମୀରର ରାଜନୈତିକ ସଙ୍କଟର ସମାଧାନ ପାଇଁ ବ୍ୟଗ୍ରତା ଦେଖାଇ ନାହାନ୍ତି ।

ସମ୍ବିଧାନ ଦ୍ୱାରା ପ୍ରଦତ ସ୍ୱାୟତତାକୁ ଖୋଳତାଡ଼ କରିବା ପରେ ଏବଂ ଏପରି କରିଛନ୍ତି ବୋଲି ୧୯୬୪ରେ ସଂସଦରେ ବାହାବା ନେବା ପରେ, କାଶ୍ମୀରର ସ୍ୱାୟତତା କିଛି ଅଛି ବିଶ୍ୱାସ କରିବା ଲୋକ କାଶ୍ମୀରରେ ଆଉ ନାହାନ୍ତି; ଏକଥା ବି କହିହେବ ଯେ, ଭାରତରେ ବି କେହି ଏକଥାକୁ ବିଶ୍ୱାସ କରନ୍ତି ନାହିଁ ।

ଏମିତିକି ଭାରତ ସରକାର ରଖିଥିବା ଯୁକ୍ତିର ତାର୍କିକ ସୀମା ଭିତରେ ଏକଥା ବି ଦେଖି ହେଉଛି ଯେ ୧୯୯୮ରେ ଶତକଡ଼ା ୭୦ରୁ ୮୦ଭାଗ କାଶ୍ମୀରବାସୀ ନିର୍ବାଚନ ପ୍ରତ୍ୟାଖ୍ୟାନ କରିବା ଦିନଠାରୁ କାଶ୍ମୀର ଉପତ୍ୟକାରେ ହେଉଥିବା ସଂସଦୀୟ ନିର୍ବାଚନଗୁଡ଼ିକରେ ଲୋକଙ୍କର ଆଗ୍ରହ କମି କମି ଯାଉଛି ।

ଏହି ସଂଖ୍ୟାଟି ଆଜି ଶତକଡ଼ା ୯୩ ଭାଗରେ ପହଂଚିଛି, ଯାହା ୨୦୧୪ରେ ଶତକଡ଼ା ୭୪ଭାଗ ଥିଲା । ଜଣାପଡ଼ୁଛି ଯେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଚାଲିଥିବା ସରକାର ଅମଳରେ ଭାରତ ପ୍ରତି ଆସ୍ଥାଥିବା କାଶ୍ମୀରବାସୀଙ୍କ ସଂଖ୍ୟାରେ ଦୃତ ହ୍ରାସ ଘଟିଚାଲିଛି ।

ନରେନ୍ଦ୍ର ମୋଦୀ ଭାରତରେ ଥିବା ଧର୍ମାନ୍ଧ ଓ ଅନ୍ଧ ରାଷ୍ଟ୍ରବାଦୀମାନଙ୍କୁ ମୋହିତ କରିବା ପାଇଁ ‘ଆତଙ୍କବାଦ ଅବା ପର୍ଯ୍ୟଟନ’ ଭଳି କିଛି ଶବ୍ଦ ଜାଲର ପ୍ରୟୋଗ କରିପାରନ୍ତି, କିନ୍ତୁ କାଶ୍ମୀରରେ ଏହାର କୌଣସି ପ୍ରଭାବ ରହିବ ନାହିଁ ।

ଦୁଃଖ ଲାଗେ ଯେତେବେଳେ ସରକାରଟି ନିଜ ରଚିତ ପ୍ରହେଳିକାକୁ ନିଜେ ବିଶ୍ୱାସ କରି ପ୍ରଚାର କରିବସେ ଯେ, କାଶ୍ମୀରରେ ଯାହା ସବୁ ଭୁଲ୍ ଘଟିଚାଲିଛି ସେଥିପାଇଁ ପାକିସ୍ଥାନ ଦାୟୀ ଏବଂ କାଶ୍ମୀରରେ ପର୍ଯ୍ୟଟନର ଚକ ଗଡ଼ି ଚାଲିଲେ ଓ ଯୁବକମାନଙ୍କୁ ନିଯୁକ୍ତି ମିଳିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଏଭଳି ଏକ ଅବଧାରଣା ସରକାରଙ୍କ ସହ ଦୃଢ଼ ଭାବେ ରହିଆସିଥିବା ସ୧ାନଷ୍ପଦ ବ୍ୟକ୍ତିମାନେ ପ୍ରଶ୍ନ କରି ଆସିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି କ୍ୟାବିନେଟ୍ ମବୀଗଣ, ଭାରତୀୟ ସେନାଧ୍ୟକ୍ଷଗଣ ଓ ଜଣେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

ସେମାନେ ସମଗ୍ର ଉଗ୍ରବାଦୀମାନଙ୍କର ଦେଶୀ ଚରିତ୍ର ଉପରେ ଧ୍ୟାନ ଆକର୍ଷଣ କରିଛନ୍ତି ଏବଂ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଆପୋଷ ଆଲୋଚନା ଆରମ୍ଭ କରିବା ପାଇଁ ଯୁକ୍ତି ରଖିଥିଲେ । ଦୁର୍ଭାଗ୍ୟବଶତଃ ଦିଲ୍ଲୀରେ ଥିବା ସରକାରଟି କାଶ୍ମୀର ନୀତିରେ ନିଜର ବିଜ୍ଞତାର ଅଭାବ ଦେଖାଇ ଆସିଛନ୍ତି ।

ନୀତି ଓ ମତାମତ ନିର୍ଦ୍ଧାରକମାନେ ଯେଉଁମାନେ ପାକିସ୍ଥାନର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କାଶ୍ମୀରବାସୀଙ୍କୁ ଦ୍ୱାହି ଦିଅନ୍ତି ଏବଂ ‘ମୁସ୍ଲିମ ଅସ୍ମିତା’ ସେମାନେ ପ୍ରତିପାଦନ କରିବା ପାଇଁ ତତ୍ପର ରହୁଥିବା କଥାରେ ଭୁଲ୍ ଦେଖନ୍ତି, ଏକଥାଟିକୁ ଦେଖିବାରେ ବିଫଳ ହୋଇଥାନ୍ତି ଯେ ଭାରତୀୟ ରାଷ୍ଟ୍ର ନିର୍ଣ୍ଣାୟକ ଭାବେ ଭାରତରେ ମୁସଲମାନମାନଙ୍କ ବିରୁଦ୍ଧରେ ଯାଉଛି ।

ନିକଟରେ ଜା୧ୁର ବାଣିଜ୍ୟ ଓ ଶିଳ୍ପ ସଂଘର ସଭାପତି ରାକେଶ ଗୁପ୍ତା ଲୋକମାନଙ୍କୁ ଯେଉଁଭଳି ଡାକରା ଦେଇଛନ୍ତି ଯେ, ‘ରୋହିଙ୍ଗା ଓ ବାଂଲାଦେଶୀ ମୁସଲମାନମାନଙ୍କୁ ଚିହ୍ନଟ କର ଓ ମାର’-ଏଭଳି ଏକ ବକ୍ତବ୍ୟକୁ ବିଚାରକୁ ନିଆଯାଉ ।

ଏଇଟା କେବଳ ଏକ ପୃଥକ ଘଟଣା ନୁହେଁ, ଦେଶର ଅଧିକାଂଶ ଭାଗରେ ଯେଉଁଭଳି ମୁସଲମାନବିରୋଧୀ ନଗ୍ନ ନାରାବାଜି ବଢ଼ିଚାଲିଛି ଏହି ଘଟଣାଟି ତା’ର ଏକ ପ୍ରତିଫଳନ ମାତ୍ର । ଏକଥା ମନେ ରଖିଥିବା ଉଚିତ ଯେ କାଶ୍ମୀରର ସଡ଼କମାନଙ୍କରେ ଏବେ ଯେଉଁ ମାନସିକ ସ୍ଥିତି ଦେଖାଯାଉଛି ସେଥିରେ ଭରି ରହିଛି କ୍ରୋଧ ଓ ଅବମାନନା ।

ଯେତେବେଳେ କି ଗୁଳି ଓ ରବର ଗୁଳିରେ କ୍ଷତ ସହୁଥିବା ଲୋକଙ୍କ ସଂଖ୍ୟା ପାହାଡ଼ ଆକାରରେ ଠୁଳ ହେଲାଣି, କାଶ୍ମୀର ଜନସଂଖ୍ୟାର ଗୋଟିଏ ବଡ଼ ଭାଗ ବିଶେଷକରି ଯୁବକମାନଙ୍କର ହୃଦ୍ବୋଧ ହେଲାଣି ଯେ, ଭାରତ ସରକାର କେବଳ ସଶସ୍ତ୍ର ବିରୋଧର ଭାଷା ହିଁ ବୁଝିପାରୁଛନ୍ତି ।

ମୁକାବିଲା ଚାଲିଥିବା ସ୍ଥାନରେ ଭାରି ସଂଖ୍ୟାରେ ଲୋକେ ଠୁଳ ହେବା, ପୁଣି ଯେତେବେଳେ କି କାର୍ଯ୍ୟାନୁଷ୍ଠାନ ଚାଲିଛି, କେବଳ ବନ୍ଧୁକଧାରୀ ନିଜ ଲୋକମାନଙ୍କୁ ସହାୟତା କରିବା ପାଇଁ ବା ବଂଚାଇବା ପାଇଁ, କାଶ୍ମୀରବାସୀଙ୍କ ଏଭଳି ଏକ ବିଶ୍ୱାସ ପ୍ରତି ଇଙ୍ଗିତ କରୁଛି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠଙ୍କ ନେତୃତ୍ୱର ଖୋଲାଖୋଲି ଚାଲିଥିବା ଭାରତ ସେମାନଙ୍କର ବଂଚିରହିବା ପାଇଁ ଏକ ପ୍ରତିବନ୍ଧକ ସାଜିଛି ।

ପ୍ରଚାର ଚଳାଇ ଆସିଥିବା ଲୋକଙ୍କ ତତ୍ୱ ଯେ କେତୋଟି ଟଙ୍କା ପାଇଁ କାଶ୍ମୀର ଯୁବକ ବନ୍ଧୁକ ଧରୁଛନ୍ତି, ତାହା ଗ୍ରହଣଯୋଗ୍ୟ ଯୁକ୍ତି ନୁହେଁ । କେତୋଟି ଟଙ୍କା ପାଇଁ ଜଣେ ମୃତ୍ୟୁବରଣ କରିବା ବା ସାରା ଜୀବନ ପଙ୍ଗୁ ହୋଇଯିବ! କାଶ୍ମୀର ଯୁବକଙ୍କ ପାଖରେ ନିଜର ଆଜାଦୀ ଦାବି ଉପସ୍ଥାପନ ପାଇଁ ଆଉ କୌଣସି ଉନ୍ମୁକ୍ତ କ୍ଷେତ୍ର ନାହିଁ ।

ଭାରତୀୟ ରାଷ୍ଟ୍ରପ୍ରତି ଲୋକଙ୍କର କ୍ରୋଧ ଏବଂ ମୋହଭଙ୍ଗ ହେବାର କାରଣଗୁଡ଼ିକ ଅତୀତର ଏହି କେତୋଟି ଘଟଣା ଦେଖିଲେ ଜଣାପଡ଼ିଯାଏ; ଜା୧ୁରେ ଗୋ-ରକ୍ଷକମାନଙ୍କ କାର୍ଯ୍ୟକଳାପ, ଗୋଟିଏ ଉପଦ୍ରୁତ ଅ ଳ ବୋଲି ଘୋଷଣା କରାଯାଇଥିବା ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ଅସ୍ତ୍ର ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଅନୁମତି ଦେବା, ସେପ୍ଟେମ୍ବର ୨୦୧୪ର ପ୍ରଳୟଙ୍କାରୀ ବନ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଜାଣିଶୁଣି ରିଲିଫ ଓ ଥଇଥାନ ସେବା ଯୋଗାଇବାରେ ବିଳମ୍ବ କରିବା ଏବଂ ଜୁଲାଇ ୮, ୨୦୧୬ରେ ବୁରହାନ୍ ୱାନୀଙ୍କ ହତ୍ୟା ପରେ ସାଧାରଣ ନାଗରିକମାନେ ଯେଉଁଭଳି କ୍ଷତି ସହି ଆସିଛନ୍ତି ଇତ୍ୟାଦି ।

ସମୟ ଆସିଛି, ଭାରତୀୟମାନେ ବୁଝିବା ଦରକାର ଯେ କାଶ୍ମୀର ସମସ୍ୟାଟି ଆମ ଭିତରେ ଅଛି, ପାକିସ୍ଥାନରେ ନୁହେଁ ।

ଏକଥା ବି ବୁଝିବା ଦରକାର ଯେ, ଭାରତ ଏବଂ ଭାରତର ନାଗରିକ ସମାଜ ସହ କାଶ୍ମୀରବାସୀଙ୍କର ଗଭୀରଭାବେ ମୋହଭଙ୍ଗ ହେଇଥିବା ଭଳି ସରଳ ସତ୍ୟଟିକୁ ସ୍ୱୀକାର କରିବା ପାଇଁ ଆମେ ସାମୂହିକ ଭାବେ ପ୍ରସ୍ତୁତ ନୁହନ୍ତି ଏହା ହେଉଛି ସେମାନଙ୍କର ଆମପାଇଁ ବାର୍ତା ଯେଉଁ ଶତକଡ଼ା ୯୩ଭାଗ ଲୋକ ଶ୍ରୀନଗର ଉପନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

April 15, 2017 VOL L II NO 15 (Clear Message from Kashmir)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କାଶ୍ମୀର, ସରକାର

ଆଜାଦୀ- ଭାରତୀୟ ନିର୍ଯାତନାରୁ ମୁକ୍ତି

February 22, 2017 by ଓଡିଶା ଡଟ କମ Leave a Comment

କାଶ୍ମୀର ଉପତ୍ୟକାର ହାଡ଼ଭଙ୍ଗା ଶୀତ ସେଠାକାର ଲୋକମାନଙ୍କ ଉତ୍ସାହକୁ ଭାଙ୍ଗିପାରିନି । ସେଭଳି ଏକ ଶୀତ ସମୟରେ ଭାରତର ନିରାପତ୍ତାବାହିନୀର ଶହ ଶହ ଯବାନ ଗୋଟିଏ ଘରେ ଆଶ୍ରୟ ନେଇଥିବା କିଛି ଉଗ୍ରବାଦୀଙ୍କୁ ମାରିବା ପାଇଁ ଯେତେବେଳେ ଆସି ପହଂଚୁଛନ୍ତି, ସ୍ଥାନୀୟ ଲୋକେ ସାମ୍ନାକୁ ଆସି ସେହି ସମସ୍ତ ଉଗ୍ରବାଦୀଙ୍କୁ ସାହାଯ୍ୟ କରନ୍ତି ଏବଂ ନିରାପତ୍ତାବାହିନୀଙ୍କ ଆଗରେ ପ୍ରତିବନ୍ଧକ ଛିଡ଼ା କରନ୍ତି ।

ବେଳେବେଳେ ସେହି ଉଗ୍ରବାଦୀଙ୍କୁ ଖସି ପଳାଇବା ପାଇଁ ମଧ୍ୟ ସାହାଯ୍ୟ କରନ୍ତି । ନିରାପତ୍ତାବାହିନୀଙ୍କ ପାଇଁ ଏହି ସ୍ଥାନୀୟ ଲୋକେ ଦେଶଦ୍ରୋହୀ ଏବଂ ସେମାନଙ୍କୁ ନିଷ୍ଠୁର ଭାବେ ମୁକାବିଲା କରିବା ପାଇଁ ସେମାନଙ୍କର କିଛି ଦ୍ୱିଧା ନାହିଁ ।

ପ୍ରକୃତରେ ଅନେକ ସ୍ଥାନୀୟ ଜନସମୁଦାୟ ଉଗ୍ରବାଦୀମାନଙ୍କୁ ବଂଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଳଗାଇ ଦିଅନ୍ତି । ପ୍ରତିଟି ଉଗ୍ରବାଦୀର ହତ୍ୟାକୁ ସେଠି ତୀବ୍ର ବିରୋଧ କରାଯାଉଛି; ସେମାନେ ସମସ୍ତେ କାଶ୍ମୀରବାସୀ ମୁଖ୍ୟତଃ ଭାରତର ଦଖଲରେ ଥିବା ପୂର୍ବ କାଶ୍ମୀର ଏବଂ ବହୁତ କମ୍ ପାକିସ୍ଥାନ ଦଖଲରେ ଥିବା ପଶ୍ଚିମ କାଶ୍ମୀରର ବାସିନ୍ଦା ।

ବାହାରେ ପ୍ରବଳ ଥଣ୍ଡା ଥିବାସତ୍ୱେ ପ୍ରତ୍ୟେକଟି ବା ସବୁ ଉଗ୍ରବାଦୀଙ୍କ ‘ମୁକାବିଲା’ଜନିତ ହତ୍ୟା ଏବଂ ସାଧାରଣ ନାଗରିକଙ୍କ ସେଥିରେ ହତ୍ୟାକୁ କାଶ୍ମୀର ଜନସାଧାରଣ ବିରୋଧ କରିଆସିଛନ୍ତି । ଯେତେବେଳେ ଏଭଳି ପ୍ରତିବାଦ ବିରାଟ ରୂପ ନିଏ, ନିରାପତ୍ତାବାହିନୀ ସେ ଭିତରେ ପଶି ପୁଣି ଗୁଳିଚଳାନ୍ତି ଫଳରେ ପୁଣି ପ୍ରତିବାଦର ଢେଉ ବ୍ୟାପକ ହୁଏ ।

୨୭ବର୍ଷ ଧରି କାଶ୍ମୀରର ଲୋକେ ଯାହା କୁହାଯାଉଛି ଏକ ସାମରିକ ଶାସନ ତା’ର ସାମ୍ନା କରି ଆସୁଛନ୍ତି । କହିବାକୁ ଗଲେ ପ୍ରାୟତଃ ସମଗ୍ର କାଶ୍ମୀର ରାଜ୍ୟଟି ‘ଅଶାନ୍ତ ଅଂଚଳ’ ଘୋଷଣା କରାଯାଇଛି । ଫଳରେ, ଧର୍ଷଣ, ନିର୍ଯାତନା, ନାଗରିକଙ୍କୁ ଅପହରଣ କରିବା ବା ହତ୍ୟା କରିବା ଇତ୍ୟାଦି ଯାହା ଅପରାଧ କଲେ ବି ସାମରିକ ବାହିନୀର ବିଚାର କରାଯିବ ନାହିଁ ।

ଏ.ପି.ଡି.ପି (ଉଭାନ ହୋଇଯାଇଥିବା ଲୋକମାନଙ୍କର ପିତାମାତାଙ୍କ ସଂଘ)ର ୧୦ ଜାନୁଆରୀ ୨୦୧୭ର ଏକ ବକ୍ତବ୍ୟ ମୁତାବକ ଗତବର୍ଷ ଜୁଲାଇ ୮ରୁ ଆରମ୍ଭ ହୋଇଥିବା ଜନଜାଗରଣରେ ଏଯାବତ୍ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି ।

ଏକ ହଜାରରୁ ଅଧିକ ଲୋକେ କ୍ଷତବିକ୍ଷତ ହୋଇଛନ୍ତି ଅବା ଅନ୍ଧ ହୋଇଯାଇଛନ୍ତି ମୁଖ୍ୟତଃ ନିରାପତାବାହିନୀ ଯେତେବେଳେ ସେମାନଙ୍କ ଉପରେ ରବର ଗୁଳିମାଡ଼ କରିଛନ୍ତି ।

ସାଧାରଣ ନିରାପତ୍ତାଆଇନ, ୧୯୭୮ ଭଳି ଭୟଙ୍କର ଆଇନର ପ୍ରୟୋଗ କରି ଗଣ ଗିରଫଦାରୀ ଚାଲିଛି । ବିଭିନ୍ନ ଅପରାଧ ଯୋଗୁଁ ଗିରଫ ହୋଇଥିବା ଲୋକମାନଙ୍କ ସଂଖ୍ୟା ୮ହଜାର ହେବ ବୋଲି ସରକାରୀ ଆକଳନ କହୁଛି ।

ଦୀର୍ଘକାଳୀନ ଆଫପ୍ସା ଆଇନ, ଗଣମାଧ୍ୟମ ଓ ଇଂଟରନେଟ୍କୁ ବାରଣ କରିବା, ମୁକ୍ତ ଅଭିବ୍ୟକ୍ତିର ଅଧିକାର ତଥା ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଭଳି ମୌଳିକ ଅଧିକାରଗୁଡ଼ିକୁ ଅକାମୀ କରେଇଦେବା ଆଜିର ଦିନରେ କାଶ୍ମୀର ଉପତ୍ୟକା ପାଇଁ ଏକ ସାଧାରଣ କଥା ହୋଇଯାଇଛି ।

ଅନ୍ତର୍ଦ୍ଧାନ ହୋଇଯାଇଥିବା ଲୋକମାନଙ୍କର ବାପା-ମା ଓ ଆତ୍ମୀୟମାନଙ୍କର କ୍ଷୋଭଟିକୁ ଜଣେ ବୁଝିପାରିବ । ୧୯୮୯ ପରବର୍ତୀ ସମୟକାଳ ଠାରୁ ଅଦ୍ୟାବଧି ୮ ହଜାରରୁ ୧୦ହଜାର କାଶ୍ମୀରବାସୀ ଅନ୍ତର୍ଦ୍ଧାନ ହୋଇଛନ୍ତି ।

ଏହା ପୂର୍ବରୁ ଓମାର୍ ଅବଦୁଲା ମୁଖ୍ୟମନ୍ତ୍ରୀ  ଥିଲାବେଳେ ତାଙ୍କ ସରକାର କାଶ୍ମୀର ବିଧାନସଭାରେ ସ୍ୱୀକାର କରିଥିଲେ ଯେ ଏହି ଅନ୍ତର୍ଦ୍ଧାନ ହୋଇଥିବା ଲୋକଙ୍କ ସଂଖ୍ୟା ୩,୭୪୪ ହେବ, ଯେଉଁମାନଙ୍କୁ ବଳପୂର୍ବକ ଉଠାଇ ନିଆଯାଇଛି ଏବଂ ପରେ ମୁକାବିଲାରେ ହତ୍ୟା କରାଯାଇଛି ।

କିନ୍ତୁ ଭାରତୀୟ ରାଷ୍ଟ୍ର ଓ ବ୍ୟବସ୍ଥା ସବୁବେଳେ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଇବା ଏବଂ ହତ୍ୟା କରିବା କଥାକୁ ଅସ୍ୱୀକାର କରିଆସିଛନ୍ତି । ଓଲଟା ହିଂସାର ଶିକାର ହେଉଥିବା ଲୋକମାନଙ୍କୁ ସେମାନେ ଏଥିପାଇଁ ଦାୟୀ କରିଆସିଛନ୍ତି ।

ପ୍ରତ୍ୟେକ ମାସର ୧୦ ତାରିଖ ଦିନ ଏ ପି.ଡ଼ି.ପି କାଶ୍ମୀର ଧାରଣାରେ ବସୁଛନ୍ତି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାଗୁଡ଼ିକର ପ୍ରତିବାଦ କରିବା ପାଇଁ । ସେମାନଙ୍କ ସ୍ମୃତିରେ ଏକ କ୍ୟାଲେଣ୍ଡର ମଧ୍ୟ ସେମାନେ ବାହାର କରନ୍ତି ।

ସେମାନେ ନିଜ ଉପରେ ଏହି ଦାୟିତ୍ୱ ନେଇଛନ୍ତି ଯେମିତିକି ଅନ୍ତର୍ଦ୍ଧାନ ହେଇଯାଉଥିବା ଲୋକମାନଙ୍କର ପିତାମାତାଙ୍କ ଯବଣା ସହ ଯୋଡ଼ି ହୋଇ ରହିଥିବା ସ୍ମୃତିଗୁଡ଼ିକ ହଜି ନଯାଏ । କ୍ରମାଗତ ଭାବେ ଜାମ୍ମୁ ଓ କାଶ୍ମୀର ସରକାରମାନେ ଏହି ପ୍ରସଙ୍ଗର ଯେଉଁ ଉଦାସୀନତା ଦେଖାଇ ଆସିଛନ୍ତି ତାହାର ପ୍ରତିଫଳନ ଗୋଟିଏ ସତ୍ୟରେ ଦେଖାଯାଏ ।

ଏଯାବତ୍ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାକୁ ବନ୍ଦ କରିବା ପାଇଁ ବିଧେୟକଟିଏ ରାଜ୍ୟ ବିଧାନସଭାରେ ଆସିପାରି ନାହିଁ । ବଳପୂର୍ବକ ଉଠାଇ ନେଇ ଅନ୍ତର୍ଦ୍ଧାନ କରାଯାଉଥିବା ଲୋକମାନଙ୍କର ସୁରକ୍ଷା ପାଇଁ ହେଇଥିବା ଅନ୍ତଃରାଷ୍ଟ୍ରୀୟ ଚୁକ୍ତିନାମାରେ ସ୍ୱାକ୍ଷର ନକରି କେନ୍ଦ୍ରରେ ଥିବା ସରକାରମାନେ ନିଜ ସମ୍ବେଦନହୀନତାର ପରିଚୟ ଦେଇ ଆସିଛନ୍ତି ।

ଗତ ୨୭ବର୍ଷ ଧରି କାଶ୍ମୀର ଲୋକମାନଙ୍କ ବିରୁଦ୍ଧରେ ଭାରତ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି । ସେମାନଙ୍କ ଭିତରୁ ଅନେକ ଭାରତରେ ରହିବାପାଇଁ ଚାହୁଁନାହାନ୍ତି । ନୂଆଦିଲ୍ଲୀର ସରକାର ଏଭଳି ଶକ୍ତି ପ୍ରୟୋଗକୁ ଆମର ‘ଭୌଗୋଳିକ ସଂହତି’ ଏବଂ ‘ଧର୍ମନିରପେକ୍ଷତା’ ନାଁରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ଆସିଛନ୍ତି । ଯାହାକୁ କାଶ୍ମୀର ଉପତ୍ୟକାରେ ହେଉଛି ସେଥିପାଇଁ ପାକିସ୍ଥାନକୁ ଦାୟୀ କରାଯାଉଛି ।

ଯେତେସବୁ ଗଣପ୍ରତିବାଦ ହେଉ ବା ଉଗ୍ରବାଦ, ସବୁ ପାକିସ୍ଥାନ ପ୍ରାୟୋଜିତ ବୋଲି କୁହାଯାଉଛି । ବର୍ତମାନ କେନ୍ଦ୍ର ସରକାର ଯାହାକୁ ଜାତୀୟତାବାଦ କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭାରତୀୟ ନୁହେଁ; ତାହା ସାମ୍ପ୍ରଦାୟିକ ହିନ୍ଦୁତ୍ୱବାଦୀ ଜାତୀୟବାଦକୁ ନିଜସ୍ୱ କରିଥିବା ଭାରତୀୟ ଜନସମୁଦାୟର ଗୋଟିଏ ଅଂଶକୁ ହିଁ ପ୍ରତିନିଧିତ୍ୱ କରୁଛି ।

ଏହା କହିବାର ଆବଶ୍ୟକତା ନାହିଁ ଯେ କଂଗ୍ରେସର ଜାତୀୟବାଦ ବି ଏ ଦିଗରେ କିଛି ଭିନ୍ନ ଥିଲା । ଏମିତି ବି ନୁହେଁ ଯେ ପାକିସ୍ଥାନୀ ଜାତୀୟବାଦ ଏଥିରୁ କିଛି ଭିନ୍ନ । ଭାରତର ଏହି ଜାତୀୟତାବାଦୀମାନେ ସମର୍ଥକ ଖୋଜୁଥିବା ପ୍ରକ୍ରିୟାରେ ବେଲୁଚିସ୍ଥାନ ମୁକ୍ତି ସଂଗ୍ରାମକୁ ସମର୍ଥନ ଘୋଷଣା କରିଛନ୍ତି ।

ଠିକ୍ ଏତିକିବେଳେ କାଶ୍ମୀରକୁ ଭାରତରୁ ମୁକ୍ତ କରିବାପାଇଁ ପାକିସ୍ଥାନ ଜାତୀୟତାବାଦୀମାନେ ଯେଉଁ ପ୍ରୟାସ କରିଆସିଛନ୍ତି ତାହା କାଶ୍ମୀରକୁ ଏକ ଉପନିବେଶର ଅନୁଭବ ଦେଉଛି ।

କିନ୍ତୁ ଯେଉଁଭଳି ଭାବେ ନୂଆଦିଲ୍ଲୀର ଶାସକମାନେ ୨୭ବର୍ଷ ଧରି କାଶ୍ମୀର ଉପତ୍ୟକାରେ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି କାଶ୍ମୀର ଆଜାଦୀ ଏବଂ ଅନ୍ୟାନ୍ୟ ଡାକରା ସବୁ ମୁଖ୍ୟତଃ ସେମାନଙ୍କର ନିଜ ହୃଦୟରୁ ନିର୍ଗତ ଯାହା ଭାରତୀୟ ଦମନରୁ ମୁକ୍ତି ପାଇଁ ଏକ ଡାକରା ମାତ୍ର ।

FEBRUARY 18 ,2017 VOL L11 NO 7 EPW -8 ( Azaadi- Freedom from Indian Oppresion)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କାଶ୍ମୀର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ