• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କିଟ୍ ଓ କିସ୍

କିଟ୍ ଓ କିସ୍ ସଂପାଦକ ପଦରୁ ଅଚ୍ୟୁତ ସାମନ୍ତଙ୍କ ଅବ୍ୟାହତି

August 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) କିଟ୍ ଓ କିସ୍ ଅନୁଷ୍ଠାନର ସଂପାଦକ ପଦରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅବ୍ୟାହତି ନେଇଥିବା ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ସେ ଏହି ଅନୁଷ୍ଠାନ ଦ୍ଵୟର ବିକାଶ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ । ସଂପାଦକ ପଦରୁ ଅବ୍ୟାହତି ନେବାକୁ ସେ ଗତ ଜାନୁୟାରୀ ୨୦୧୧ରୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ୯୯ତମ ବିଜ୍ଞାନ କଂଗ୍ରେସ ପର୍ଯ୍ୟନ୍ତ ରହିବାକୁ କିଟ୍ ଓ କିସ୍ ପକ୍ଷରୁ ତାଙ୍କୁ ଅନୁରୋଧ କରାଯାଇଥିଲା ।

ତେବେ ବିଜ୍ଞାନ କଂଗ୍ରେସ ଶେଷ ହେବା ପରେ ଗତ ମାର୍ଚ୍ଚ ମାସରେ ସେ ତାଙ୍କ ପରୁ ଇସ୍ତଫା ଦେଇଥିଲେ । ଉକ୍ତଦୁଇଟି ସଂସ୍ଥା ପ୍ରତିଷ୍ଠା ହେବାଦିନ ଠାରୁ ସାମନ୍ତ ଗତ ୨୦ ବର୍ଷଧରି ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟ ଲୋକଙ୍କୁ ଏହି ପଦ ନିମନ୍ତେ ସୁଯୋଗ ଦେବାକୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।

ଏହି ସଂସ୍ଥା ଦ୍ଵୟ ତାଙ୍କ ପାଇଁ ରକ୍ତ ଏବଂ ଅମ୍ଳଜାନ ହୋଇଥିବାରୁ ଏହାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସାମନ୍ତ କହିଛନ୍ତି । ବିଭିନ୍ନ ରାଜ୍ୟର ଅନୁରୋଧ କ୍ରମେ ସେ ଜାତୀୟ ସ୍ତରରେ ସାମାଜିକ କାର୍ଯ୍ୟ କରିବେ ।

ଏହି ସଂସ୍ଥାରୁ ପାସ୍ କରିଥିବା ଏବଂ ପଢୁଥିବା ଦଶ ଜଣ ଛାତ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ସାସ୍ୱତୀ ବଳ ସଭାପତି ଭାବେ ଦାୟିତ୍ୱ ତୁଳାଇବେ ଓ ରବିନ୍ଦ୍ରନାଥ ଦାଶ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ