ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ପ୍ରିମିୟର ଲିଗ୍ (କେପିଏଲ୍) ସର୍ବଭାରତୀୟ ବିଶ୍ୱ ବ୍ୟିାଳୟସ୍ତରୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣର ଫାଇନାଲରେ ଶନିବାର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ ହୋଇଛି ।
ଉ୍ୟାପନୀ ଫାଇନାଲ୍ରେ ଗ୍ରୁପ୍ ଏ’ର ଏସ୍ଆର୍ଏମ୍ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ମୁକାବିଲା ହୋଇଥିଲା ।
ମାର୍ଚ୍ଚ ୧ରେ ହୋଇଥିବା ପ୍ରଥମ ସେମିଫାଇନାଲ୍ ଦିଲ୍ଲୀ ଓ ରେଭେନ୍ସା ଆୟୋଜିତ ହୋଇଥିଲା । ଏଥିରେ ରେଭେନ୍ସା ଦିଲ୍ଲୀ ଠାରୁ ୩ ୱିକେଟ୍ରେ ହାରିଯାଇ ଫାଇନାଲ୍ ଖେଳିବାର ସୁଯୋଗ ହରାଇଥିଲା ।
ସେହିପରି ୨ତାରିଖରେ କିଟ୍ ଓ ଚେନ୍ନାଇର ଏସ୍ଆର୍ଏମ୍ ମଧ୍ୟରେ ଆୟୋଜିତ ସେମିଫାଇନାଲ୍ ମ୍ୟାଚ୍ରେ କିଟ୍କୁ ଏସ୍ଆରଏମ୍ ୮ ରନ୍ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଥିଲା । ଫାଇନାଲ୍ରେ ପ୍ରଥମେ ଟସ୍ ଜିଣି ଏସ୍ଆର୍ଏମ୍ ବ୍ୟାଟିଂ କରିବାକୁ ମନସ୍ଥ କରି ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା ।
ଏହାକୁ ପିଛା କରି ଦୀଲ୍ଲୀ ଦଳ ୧୮.୪ ଓଭରରେ ୫ଟି ୱିକେଟ୍ ହରାଇ ୧୧୫ ରନ୍ କରି ଟ୍ରଫି ହାସଲ୍ କରିଥିଲା । ଏସ୍ଆର୍ଏମ୍ର ଅଶ୍ୱିନୀ କୁମାର ଳ ପକ୍ଷରୁ ୩୮ ବଲ୍ରେ ୭ଟି ଚୌକା ଜରିଆରେ ସର୍ବାଧିକ ୪୬ ରନ୍ କରିଥିଲେ ।
ସେହିପରି ଦିଲ୍ଲୀର ରବି ଶଙ୍କର ୨୮ ବଲ୍ରେ ୩୭ ରନ୍ କରିଥିବା ବେଳେ ସୁରିନ୍ଦର୍ ଡହିଆ ୨୨ ବଲ୍ରେ ୨୫ ରନ୍ କରିଥିଲେ ।
ଦୀଲ୍ଲୀର ଜାଭେ୍ କାନ୍ ୪ ଓଭର ବୋଲିଂ କରି ୧୪ ରନ୍ ବିନିମୟରେ ୨ୱିକେଟ୍ ଅକ୍ତିଆର କରିଥିବା ବେଳେ ଏସ୍ଆର୍ଏମ୍ର ଔସିକ୍ ଶ୍ରୀନିବାସ ୪ ଓଭରରେ ୧୫ରନ୍ ବ୍ୟୟରେ ୨ୱିକେଟ୍ ଓ ଅଶ୍ୱିନୀ କୁମାର ୪ ଓଭରରେ ୧୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ ।
ଏହି ପରିପ୍ରେକ୍ଷୀରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଲ୍ଲୀର ପ୍ରଦୀପ ପରାଶରଙ୍କୁ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ରେଭେନ୍ସାର ଶେଷ ଦୀପ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା ।
ସେହିପରି ଶ୍ରେଷ୍ଠ ବୋଲର୍ ଭାବେ ଦିଲ୍ଲୀର ପ୍ରଦୀପ ପରାଶର, ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍ ଭାବ କିଟ୍ର ସମରେଶ ରାଉତରାୟ, ଶ୍ରେଷ୍ଠ କିପର୍ ଭାବେ ଏସ୍ଆର୍ଏମ୍ର ଏସ୍. କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିଲା ।
୨୦୦୮ରୁ ଆଇପିଏଲ୍ ଢ଼ାଞ୍ଚାରେ ଆରମ୍ଭ ହୋଇଥିବା କେପିଏଲ୍ ଭାରତର ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରିକେଟ୍ ଖେଳାଳିଙ୍କୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଟୁର୍ଣ୍ଣାମେଣ୍ଟ୍ରେ ଦେଶର ନାମୀଦାମୀ ୧୪ଟି ବିଶ୍ୱ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଚାମ୍ପିଅନ୍ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଦଳକୁ ୫୦ହଜାର ଟଙ୍କା ।
ପ୍ରତି ସେମିଫାଇନାଲିଷ୍ଟଙ୍କୁ ୧୦ହଜାର, ପ୍ରତି ଲିଗ୍ ମ୍ୟାଚ୍ ବିଜେତାଙ୍କୁ ୫ହଜାର, ଶ୍ରେଷ୍ଠ କ୍ରିକେଟର୍ଙ୍କୁ ୮ହଜାର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ବୋଲର, ୱିକେଟ୍ କିପର୍ ଓ ଫିଲ୍ଡର୍ଙ୍କୁ ୩ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଉଦ୍ୟାପନୀ ଉତ୍ସବରେ ଭାରତୀୟ କ୍ରିକେଟର ସବା କରିମ ଓ ଦେବାଶିଷ ମହାନ୍ତି ଯୋଗ ଦେଇ ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ତଥା ପୁରସ୍କାର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳପତି ଅଶୋକ କୋଲାସ୍କର, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, ଯୁଗ୍ମ କୁଳସଚିବ ସୁଚେତା ପ୍ରିୟବାଦିନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଡ଼ଟ୍ କମ୍