• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କିମ୍ସ

କିସ୍ ଭଳି ଅନୁଷ୍ଠାନ ବିଶ୍ୱରେ ବିରଳ: ଗୁଲାମନବୀ

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଭାରତ ସମେତ ବିଶ୍ୱରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କିତ ବହୁ ଅନୁଷ୍ଠାନ ପରିଦର୍ଶନରେ ଯାଇଥିଲେ ମଧ୍ୟ କିସ୍ ଭଳି ଅନୁଷ୍ଠାନ କେଉଁଠି ଦେଖିନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି ।

ଶନିବାର ଆଜାଙ୍କ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ସ୍ଥିତ କିଟ୍, କିମ୍ସ ଓ କିସ୍ ଦୁଇ ଘଣ୍ଟା ପରିଦର୍ଶନ କରିବା ସହ ସମସ୍ତ କ୍ୟାମ୍ପସ୍ ବୁଲିଥିଲେ ।

ସମଗ୍ର ବିଶ୍ୱରେ କିସ୍ ଏକ ବିରଳ ଅନୁଷ୍ଠାନ । ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ବିରଳ । କିସ୍ ରେ ୧୬,୫୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କ ସେ ଦୀର୍ଘ ସମୟ ଅତିବାହିତ କରିବା ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଥିଲେ ।

ଯେଉଁ ବୟସରେ ଜଣେ ସୁଖ ସମୃଦ୍ଧି ମଧ୍ୟରେ ବୁଡ଼ି ରହି ନିଜ ସ୍ୱାର୍ଥକୁ ଦୃଷ୍ଟି ଦେବା କଥା ସେ ବୟସରେ ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସାମନ୍ତ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିପାରିଥିବା ଦର୍ଶାଇ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

କିସ୍ ରେ ସମସ୍ତ ଛାତ୍ରଛାତ୍ରୀ ସାମନ୍ତଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜଣେ ଜଣେ ଅଚ୍ୟୁତ ସାମନ୍ତ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ଗାନ୍ଧି ଗ୍ଲୋବାଲ୍ ଫ୍ୟାମିଲି ପକ୍ଷରୁ କିସ୍ ପରିସରରେ ସ୍ଥାପନା କରାଯାଇଥିବା ଗାନ୍ଧୀଙ୍କ ଏକ ପ୍ରତିମୂର୍ତୀକୁ ଆଜା ଉନ୍ମୋଚନ କରିଥିଲେ ।

ଏହି ଅବସରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜଗଦୀଶ ଟାଇଟଲର, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କିଟ୍, କିମ୍ସ, କିସ୍, ଗୁଲାମନବୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ