• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୁଇସମାଜ

ଫୁଲବାଣୀ: ଲମ୍ବୋଦର କହଁର ଗିରଫ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଅନ୍ୟ ଜିଲ୍ଲାରୁ ଆସିଥିବା କେତେକ ଆବେଦନକାରୀଙ୍କ ଉପରେ ମଙ୍ଗଳବାର ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର କଦୁଇ ସମାଜ ସମନ୍ୱୟ ସମିତି ଆବାହକ ଲମ୍ବୋଦର କହଁରଙ୍କୁ ଗିରଫ ଗିରଫ କରିଥିବା କହିଛି ।

ସ୍ଥାନୀୟ ଅଦାଲତରେ କହଁରଙ୍କର ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ କୁ ପଠାଇଦିଆଯାଇଥିବା ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ପିଲାଙ୍କୁ ଚାକିରୀ ମିଳୁନଥିବା ଅଭିଯୋଗ କରି କୁଇସମାଜର କର୍ମକର୍ତ୍ତାମାନେ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ କରିବାର ସୁଯୋଗ ଦେଇନଥିଲେ ।

ଏହାର କର୍ମକର୍ତ୍ତାମାନେ କେତେକ ଆବେଦନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ଦେଖାଯାଇଥିଲା । ଏପରିକି ଜଣେ ଆବେଦନକାରୀଙ୍କୁ କହଁର ଏକ ବାଡ଼ିରେ ପିଟୁଥିବାର ଦୃଶ୍ୟ କେତେକ ଟିଭି ଚ୍ୟାନେଲ ପ୍ରଦର୍ଶିତ କରିଥିଲେ ।

କେତେକ ଆବେଦନକାରୀଙ୍କ ଅଭିଯୋଗ ପରେ ଏହି ଘଟଣାରେ ପୋଲିସ ତିନୋଟି ମାମଲା ରୁଜୁ କରିଥିଲା ।ଗିରଫ ହେବାପରେ କଦୁଇ ସମାଜ ସମନ୍ୱୟ ସମିତି ଆବାହକ ଲମ୍ବୋଦର କହଁର କହିଛନ୍ତି ତାଙ୍କୁ ଅନ୍ୟାୟ ଭାବରେ ଗିରଫ କରା ଯାଇଛି । ତାଙ୍କ ନାମରେ ମିଥ୍ୟାମାମଲା ରୁଜୁ କରା ଯାଇଛି ।

ସେ ଯାହା କରିଛନ୍ତି ସମଗ୍ର କନ୍ଧମାଳବାସୀ ପାଇଁ କରିଛନ୍ତି । ତାଙ୍କ ଗିରଫରେ ଯଦି ଜିଲାବାସୀ ଉପକୃତ ହୁଅନ୍ତି ତେବେ ସେ ଏ ଗିରଫକୁ ସ୍ୱାଗତ କରିବେ । ଜିଲ୍ଲାବାସୀ ଉପକୃତ ପାଇଁ ସେ ବାରମ୍ବାର ଗିରଫହେଲେ ମଧ୍ୟ ତାଙ୍କ ମନରେ ଦୁଃଖନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କନ୍ଧମାଳବାସୀ, କୁଇସମାଜ, ଫୁଲବାଣୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ