• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୁଜଙ୍ଗ ବାଣ

କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁବାସ ରାଉତକୁ ପୋଲିସ ଗୁରୁବାର ଗିରଫ କରିଛି ।

ଜଗତସିଂହପୁର ପୋଲିସର ସ୍ୱତନ୍ତ୍ର ଦଳ ସୁବାସକୁ ପୁଡ଼ୁଚେରୀରୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବାଣ ବିସ୍ଫୋରଣ ପରେ ସେ ଫେରାର୍ ଥିଲା ।

ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶକୁ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠଜଣ ଆହତ ହୋଇଥିଲେ ।

ପରେ ଚିକିତ୍ସିତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଚାରି ଜଣ ଚିକିତ୍ସାଧିନ ଅଛନ୍ତି ।

ଏହି ବିସ୍ଫୋରଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଶାସକ ଦଳ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ବାଣ, ଜଗତସିଂହପୁର ଜିଲ୍ଲା

ବାଣ ବିସ୍ଫୋରଣ: ଜିଲ୍ଲାପାଳ,ଏସ୍ପିଙ୍କୁ ହାଜର ପାଇଁ ନିର୍ଦ୍ଦେଶ

December 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ବ୍ୟକ୍ତିଗତ ହାଜର ହେବାକୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୭ରେ ନୂଆଦିଲ୍ଲୀ ଠାରେ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି
ବିସ୍ଫୋରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି ।

ଦଳିତ ସଂଗଠନର ଜାତୀୟ ସଭାପତି ଅଶୋକ ମଲ୍ଲିକଙ୍କ ଦ୍ୱାରାଆଗତ ଏକ ପିଟିସନ୍କୁ ଆଧାର କରି କମିଶନ ଅଧ୍ୟକ୍ଷ ପନ୍ନା ଲାଲ ପୁନିଆ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିଜେଡ଼ିର କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଶ୍ରମିକ ସଂଗଠନ ଦ୍ୱାରାଗତ ନଭେମ୍ବର ୧୬ରେ ଆୟୋଜିତ ସମାବେଶକୁ ଯିବା ବେଳେ ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ
ହେବାସହ ଛଅ ଜଣ ଆହତ ହୋଇଥିବା ମଲ୍ଲିକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

“”୨୭ ତାରିଖରେ ଆମକୁ ମଧ୍ୟ ହାଜର ହେବାକୁ କମିଶନ କହିଛନ୍ତି” ମଲ୍ଲିକ ନୂଆଦିଲ୍ଲୀରୁ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଏହି ଘଟଣାରେ ସଂପୃକ୍ତ ଶାସକ ଦଳର ଦୁଇ ବିଧାୟକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିବାରେ ବିଫଳ ହୋଇଛି ବୋଲି ସେ କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ମଲ୍ଲିକ କହିଛନ୍ତି ।

ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୋଲିସ ବିଧାୟକ ସାମନ୍ତରାୟ ଏବଂ ଅନ୍ୟ ମାନଙ୍କ ନାଁରେ ମାମଲା ରୁଜୁ କରିଛି, କୁଜଙ୍ଗ ଥାନା ଅଧିକାରୀ ଜି.ଭୋଇ କହିଛନ୍ତି ।

ଗତ ନଭେମ୍ବର ୧୬ରେ ପାରାଦୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା  ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ବାଣ, ଜଗତସିଂହପୁର ଜିଲ୍ଲା

ପାରାଦୀପ: ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣରେ ମୃତ୍ୟୁବରଣ
କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶୁକ୍ରବାର ବନ୍ଦ ପାଳନ ଯୋଗୁଁ ପାରାଦୀପରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ମିଳିତ ଗଣ ସଂଗଠନ ପକ୍ଷରୁ ପାରାଦୀପ, କୁଜଙ୍ଗ ଏବଂ ଏର୍ସମାରେ ଦିଆଯାଇଥିବା ଏହି ବନ୍ଦ
ଡ଼ାକରାକୁ ସବୁ ବର୍ଗର ଲୋକମାନେ ସମର୍ଥନ କରିଥିଲେ ।

ପାରାଦୀପ ବନ୍ଦରରେ ମାଲ ପରିବହନ ବାଧାପ୍ରାପ୍ତ ହେବା ସହ ବନ୍ଦରର ସମସ୍ତ କାର୍ଯ୍ୟାଳୟ, ଇଫ୍କୋ, ଏସାର ଷ୍ଟିଲ ପ୍ରକଳ୍ପ ଏବଂ ବ୍ୟାଙ୍କ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା ।

ସେହିପରି କୁଜଙ୍ଗ ଏବଂ ଏର୍ସମା ଅଞ୍ଚଳରେ ମଧ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ
ଗୁଡ଼ିକ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ନିଜ ଘରକୁ ଫେରିନପାରି ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ସଂଗଠନର କର୍ମକର୍ତା ଓ ସ୍ଥାନୀୟ ଲୋକମାନେ ଏହି ଅଂଚଳରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ସଂପୃକ୍ତ ଅଂଚଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା ।
କଟକ-ପାରାଦୀପ ଲାଇନରେ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା ଫଳରେ ଯାତ୍ରୀବାହୀ ଓ ମାଲବାହୀ
ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା ।

ବାଣ ବିସ୍ଫୋରଣ ଘଟଣାର ବିଚାର ବିଭାଗୀୟ ତଦନ୍ତ, ମୃତକ ତଥା ଆହତ ବ୍ୟକ୍ତିଙ୍କ ପରିବାରକୁ
କ୍ଷତିପୂରଣ, କୁଜଙ୍ଗ ଡ଼ାକ୍ତରଖାନାକୁ ଅତ୍ୟାଧୁନିକ କରିବା, ପାରାଦୀପକୁ ଜିଲ୍ଲା ଘୋଷଣା ଏବଂ ସ୍ୱତନ୍ତ୍ରପୋଲିସ ଜିଲ୍ଲା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ସଂଗଠନ ପକ୍ଷରୁ ଦିଆଯାଇଥିବା ଆଠ ଦାବି ପୂରଣ ନହେଲେ ଆଗାମୀଦିନରେ ଆନ୍ଦୋଳନକୁ
ତୀବ୍ରତର କରାଯିବ ବୋଲି ଏହାର ନେତା ଗୋବିନ୍ଦ ତରାଇ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୬ ତାରିଖରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ
ସମାବେଶକୁ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା
ଏବଂ ଏଥିରେ ଆଠଜଣ ଆହତ ହୋଇଥିଲେ ।

ପରେ ଚିକିତ୍ସିତ ଅବସ୍ଥାରେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ଅନ୍ୟ ଚାରି ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ବାଣ, ପାରାୀଦୀପ

କୁଜଙ୍ଗ ବାଣ ବିସ୍ଫୋରଣରେ ଅଭିଯୁକ୍ତ ଗିରଫ ନହେବାରୁ ଅସନ୍ତୋଷ

December 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର୮(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣକୁ ୨୫ଦିନ ହୋଇଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରତାପ ଜେନା,ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଓ
ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସଂପୃକ୍ତ ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବଳରାମପୁର ଗ୍ରାମର ସୁଦାମ ବିଶ୍ୱାଳଙ୍କ ସମେତଦୁଇଜଣ ଏମାନଙ୍କ ବିରୁଦ୍ଧରେ ଥାନାରେ ଏତଲା
ଦାଏର କରିଛନ୍ତି । ତେବେ ପୋଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ବାଣ ତିଆରି କାରଖାନର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦାବି କରାଯାଇଛି । ବିଜେଡ଼ି ନେତା ଦାମୋର ରାଉତଙ୍କ ସମେତ ଜନ ସଂଗଠନ ଭଳି ବିଭିନ୍ନ ସଂଗଠନ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

୧୨ତାରିଖରେ କୁଜଙ୍ଗ, ପାରାଦୀପ ଓ ବାଲିତୁଠ ଆଦି ଅଂଚଳରେ ବନ୍ଦ ଡ଼ାକରା ଦେବା ସହ ରେଳରୋକ ଓ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ପାଇଁ ଜନ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି |

ତେବେ ଏତଲା ପରେ ପୋଲିସ ବିଜୁ ଶ୍ରମିକ ସଂଗଠନ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ
କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ବେବ୍ରତ ସିଂ କହିଛନ୍ତି ।

ଗତ ନଭେମ୍ବର ୧୬ରେ ପାରାୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା
ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: କୁଜଙ୍ଗ ବାଣ, ବିଶେଷ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ