• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୁପୋଷଣ

କେନ୍ଦ୍ର , ରାଜ୍ୟ ବଜେଟ୍ ନିର୍ବାଚନୀମୂଳକ: ଆଲୋଚନାଚକ୍ର

March 7, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୬ (ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ‘ପରିଚର୍ଚ୍ଚା : ବଜେଟ୍ ୨୦୧୩-୧୪’ ଶୀର୍ଷକ ଏକ ଆଲୋଚନାଚକ୍ର ପ୍ରାନ୍ତ ବି·ର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚର ରାଷ୍ଟ୍ର୍ରୀୟ ସଂଯୋଜକ ଅର୍ଥନୀତିଜ୍ଞ ଅରୁଣ ଓଝା ବେଦପାଠ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବା ପରେ ଅଧ୍ୟକ୍ଷ ଡଃ ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହ ବକ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ପ୍ରାରମ୍ଭରେ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ସହପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମର ପ୍ରସ୍ତାବନା ରଖି କହିଲେ ଏ ବର୍ଷର ବଜେଟରେ ସରକାର କୃଷି, କୃଷକ, ମହିଳା, ଗରିବ, ଯୁବକ ଭଳି କେବଳ କେତେଗୁଡିଏ ଶବ୍ଦ ଗୁଡିକୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବାରମ୍ବାର ପ୍ରୟୋଗ କରିଛନ୍ତି ।

ମଞ୍ଚ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିବା ସ୍ୱତନ୍ତ୍ର କୃଷି ବଜେଟ୍ କୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବାରୁ ସରକାରଙ୍କୁ ସେ ସାଧୁବାଦ ଜଣାଇଥିଲେ । ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ କୃଷି ଅର୍ଥନୀତିଜ୍ଞ ଡଃ.ଦିବାକର ନାୟକ କହିଲେ, ସରକାରଙ୍କ କୃଷି ବଜେଟରେ ସେଭଳି କିଛି ସ୍ୱତନ୍ତ୍ର ନୂତନତା ନାହିଁ ।

ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷିକ୍ଷେତ୍ର ଏବଂ କୃଷକ ମାନଙ୍କର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ମଧ୍ୟ ତାଙ୍କ ବଜେଟ୍ ରେ କୃଷି କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନ ଦେବା ଉଚିତ୍ ବୋଲି ସେ ମତ ଦେଇଥିଲେ ।

ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ ତାଙ୍କ ବକ୍ତବ୍ୟରେ କହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବଜେଟ୍ ହେଉଛି କାଳ୍ପନିକ ଏବଂ ରାଜନୈତିକ ଅଭିସନ୍ଧି ମୂଳକ ।

ନିର୍ବାଚନୀ ବର୍ଷରେ କୌଣସି ସରକାରଙ୍କ ବଜେଟ୍ ଅର୍ଥନୀତିଜ୍ଞ ବା ରାଷ୍ଟ୍ରନାୟକମାନେ କରନ୍ତି ନାହିଁ । ଏହି ବଜେଟରେ ଗଣିତ, ବ୍ୟାକରଣ ଏବଂ କୌଣସି ଦର୍ଶନ ମଧ୍ୟ କାମ କରେନି ବୋଲି ସେ ବହୁ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ ।

ରାଜ୍ୟ ସରକାରଙ୍କର ‘ସ୍ୱତନ୍ତ୍ର କୃଷି ବଜେଟ୍’ ପୂର୍ବଭଳି ସେହି ୯% ରେ ସୀମିତ ଥିଲେ ମଧ୍ୟ ଏହାକୁ ନାମକୁ ମାତ୍ର ‘ସ୍ୱତନ୍ତ୍ର କୃଷି ବଜେଟ୍’ ଭାବରେ ଘୋଷଣା କରିଛନ୍ତି । ମାତ୍ର ୯%ର ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ତାଙ୍କ ଭାଷଣର ମୋଟ ସମୟର ୬୪% ସମୟ ନେବା ଏକ ହାସ୍ୟାଷ୍ପଦ କଥା ।

ସେ ପୁଣି କହିଲେ ଦେଶର ୫୭% ଲୋକଙ୍କର ଦିନକୁ ୧୯ଟଙ୍କା ଖର୍ଚ୍ଚ କରିବାର ଦକ୍ଷତା ନଥିବା ବେଳେ ସରକାର ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପରିବର୍ତ୍ତେ ଏକ ଟଙ୍କିଆ ଚାଉଳ ନାମରେ କେଜି ପ୍ରତି ୩୪ଟଙ୍କା ସବ୍ସିଡ଼ି ଦେବା ଅତ୍ୟନ୍ତ ଦୁଃଖର ବିଷୟ ।

ଏହାଦ୍ୱାରା ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଷୁଡ଼ି ପଡ଼ିବ । ମୁଖ୍ୟବକ୍ତା ଭାବରେ ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓଝା କେନ୍ଦ୍ର ବଜେଟ୍ କୁ ସମାଲୋଚନା କରି କହିଲେ ସରକାର ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଆମ୍ ଆଦମୀ ବୁଝି ନପାରିବା ଭଳି ଏକ ଅପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ କେବଳ ଏକ ହିସାବ ଦେଇଛନ୍ତି ।

ବିକାଶର ମାନଦଣ୍ଡ କେବଳ ଉପଭୋକ୍ତାବାଦରେ ସୀମିତ ରହିଯାଇଛି । ଦେଶର ୪୦% ପିଲା କୁପୋଷଣର ଶୀକାର ହେଉଥିବାବେଳେ ସେଥିପାଇଁ ସରକାର ଆଖିବୁଜି ଦେଇଛନ୍ତି । ୧୯୯୧ରେ ଦେଶର ଅବସ୍ଥା ଯାହା ଥିଲା ଏବେ ୨୦୧୩ରେ ମଧ୍ୟ ଦେଶରେ ସେଭଳି ଅବସ୍ଥା ଲାଗିରହିଛି ।

ଏହି ବଜେଟ୍ ସଂପୂର୍ଣ୍ଣ ମନଗଢ଼ା ଏବଂ କାଳ୍ପନିକ ହୋଇଥିବାରୁ ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳ ହେବେ ଏବଂ ଏହାଦ୍ୱାରା ଟଙ୍କାର ଅବମୂଲ୍ୟାୟନ ହେବା ସହିତ ବେରୋଜଗାରୀ ମଧ୍ୟ ବଢ଼ିବ ।

ସାମ୍ପ୍ରଦାୟିକତା ନାମରେ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ପାଇଁ ପୂର୍ବ ବଜେଟ୍ ତୁଳନାରେ ୬୦% ବ୍ୟୟ ବୃଦ୍ଧି କରିବା ଦର୍ଶାଉଛି ଯେ ଏହି ବଜେଟ୍ ଭୋଟ୍ବ୍ୟାଙ୍କ ରାଜନୀତି ପାଇଁ କରାଯାଇଛି ।

ରେଳ ବଜେଟ୍ ସମ୍ବନ୍ଧରେ ସେ କହିଲେ ସରକାର ‘କ୍ୟାନ୍ସର ଟ୍ରେନ୍’ ନାମରେ ଟ୍ରେନ୍ ପ୍ରଚଳନ କରିବା ଅତ୍ୟନ୍ତ ନିନ୍ଦନୀୟ କଥା ।

ଶ୍ରୀ ଓଝା ଉଦ୍ଦବେଗ ପ୍ରକାଶ କରି କହିଲେ ଦେଶରେ କୃଷି ଓ କୃଷକର ସମସ୍ୟାକୁ ଦୂର କରାଯିବାର ରାସ୍ତା ବାହାର ନକରି ବିଦେଶୀ ପୁଞ୍ଜିକୁ ଗୁରୁତ୍ୱ ଦେଇ ପ୍ରୋତ୍ସାହନ ଦେବା ଏବଂ ଜିଏମ୍ ଫୁଡ଼୍କୁ ପ୍ରୋତ୍ସାହନ ଦେଇ ବିଦେଶୀ ବିହନ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିବାଦ୍ୱାରା ଦେଶର ଖାଦ୍ୟ ସୁରକ୍ଷା ଉପରେ ବିପଦ ଦେଖାଦେଇଛି ।

ଏହି ଆଲୋଚନା ଚକ୍ରରେ ସ୍ତମ୍ଭ ଲେଖକ ନଟବର ଖୁଣ୍ଟିଆ, ଅର୍ଥନୀତିଜ୍ଞ ସୁବାସ ଦାଶ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍ ଅଖିଳ ପାଢ଼ୀ, ଭାରତୀୟ ମଜଦୁର୍ ସଂଘର ମୁକ୍ତିକାନ୍ତ ଶତପଥୀ, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ କୃଷକ ପଞ୍ଚାୟତ ପ୍ରମୁଖ ବିରଞ୍ଚି ନାରାୟଣ ପଣ୍ଡା ଓ ନୀଳାଦ୍ରୀ ନାଥ ଜଗଦେବ ପ୍ରମୁଖ ଭାଗନେଇ କହିଲେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭେଳିକି ଦେଖାଉଛନ୍ତି ।

ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ହୋଇପାରିବ ନାହିଁ କାରଣ ଏହି ବଜେଟ୍ ଫିସିକାଲ ଡ଼େଫିସିଟ୍, କରେଣ୍ଟ ଡ଼େଫିସିଟ୍, ବେକାରୀ, ମୁଦ୍ରାଷ୍ପିତି ଆଦି ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ ନାହିଁ ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ପ୍ରସାର ପାଇଁ ବଜେଟ୍ ରେ ସେପରି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାର ସୂଚନା ଦେଇ ଅଧ୍ୟକ୍ଷ ଡ଼କ୍ଟର ନନ୍ଦ କହିଲେ ଏହାଦ୍ୱାରା ଦେଶରେ ଅରାଜକତା, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ବଢ଼ି ଚାଲିବ ।

ପରିଶେଷରେ ମଞ୍ଚର ପ୍ରାନ୍ତ ସଂପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଦେବାପରେ ମୁକ୍ତିକାନ୍ତ ଶତପଥୀ ବନ୍ଦେ ମାତରମ୍ ଗାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Filed Under: ଓଡିଶା ଖବର Tagged With: ଅରାଜକତା, ଅର୍ଥନୀତିଜ୍ଞ, କୁପୋଷଣ, କୃଷି ବିଶ୍ୱବିଦ୍ୟାଳୟ, କ୍ୟାନ୍ସର ଟ୍ରେନ୍, ଦୁର୍ନୀତି ଓ ଭ୍ରଷ୍ଟାଚାର, ବଜେଟ୍, ସରକାର

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ