ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବ୍ୟିାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ କରିଛନ୍ତି ।
ଡ.ବୈଷ୍ଣବ ଚରଣ ତ୍ରିପାଠୀଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଓ ଡ.ବିଜୟ କୁମାର ନନ୍ଦଙ୍କୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବ୍ୟିାଳୟର କୁଳପତି ଭାବେ ଶନିବାର ନିଯୁକ୍ତି ଦିଆଯାଇଛି ।
ନନ୍ଦ ବର୍ତମାନ ରାଉରକେଲା ଏନ୍ଆଇଟିର ମେକାନିକାଲ ଇଂଜିନିୟରିଂରେ ଅଧ୍ୟାପନା କରୁଥିବା ବେଳେ ସେ ଏହି ପଦବୀରେ ତିନିବର୍ଷ କାର୍ଯ୍ୟ କରିବେ ।
ସେହିପରି ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ସ୍କୁଲ୍ ଅଫ୍ ଲାଇଫ୍ ସାଇନ୍ସରେ ପ୍ରଫେସର ଥିବା
ତ୍ରିପାଠୀ ମଧ୍ୟ ତିନିବର୍ଷ ଏହି ଦାୟିତ୍ୱରେ ରହିବେ ।
ଓଡ଼ିଶା ଡ଼ଟ୍ କମ୍