• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୃଷକ

ଜମି ଅଧ୍ୟାଦେଶକୁ ବିରୋଧ କର, ବିଜେଡିକୁ କହିଲେ ରମେଶ

April 6, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୬ (ଓଡିଶା ଡଟ କମ) ସଂଶୋଧିତ ଜମି ଅଧିଗ୍ରହଣ ଅଧ୍ୟାଦେଶକୁ ଚାଷୀ ବିରୋଧୀ ଦର୍ଶାଇ ରାଜ୍ୟସଭାରେ ଏହାର ବିରୋଧ କରିବାକୁ ପୂର୍ବତନ ପରିବେଶ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓଡିଶାର ଶାସକ ବିଜୁ ଜନତା ଦଳକୁ ଆହ୍ଵାନ ଦେଇଛନ୍ତି ।

Jairam_rameshଯଦି ବିଜେଡି କୃଷକ ଓ ଆଦିବାସୀଙ୍କ ସ୍ଵାର୍ଥ ରକ୍ଷା ସପକ୍ଷରେ ତେବେ ସେ ଏହି ଅଧ୍ୟାଦେଶର ନିଶ୍ଚିତ ବିରୋଧ କରିବା ଉଚିତ, ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ରମେଶ କହିଛନ୍ତି। ଲୋକସଭାରେ ବିଜେଡ଼ିର ଅଧ୍ୟାଦେଶ ପ୍ରତି ମନୋଭାବକୁ ଉଲ୍ଲେଖକରି ସେ ଉଭୟ ପାର୍ଟି ମଧ୍ୟରେ ଗୋପନ ବୁଝ।ମଣ। ହୋଇଥିବା ଅଭିଯୋଗ କରିଥିଲେ।

ବିଜେଡି ଓ ବିଜେପିକୁ ଗୋଟିଏ ମୁଦ୍ରାର ଏ ପାଖ ଓ ସେପାଖ ଦର୍ଶାଇ ପୂର୍ବତନ ମନ୍ତ୍ରୀ କହିଥିଲେ ଦୁଇ ପାର୍ଟି ମଧ୍ୟରେ ଥିବା ବୁଝାମଣା ଆଉ ଗୋପନ ହୋଇ ରହିନି । ପରସ୍ପରକୁ ସାହାଯ୍ୟ କରିବା ପାଇଁ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇ ଥାଇପାରେ ।

ଚିଟଫଣ୍ଡ ଦୁର୍ନୀତିରେ ନିଜକୁ ବଞ୍ଚାଇବା ପାଇଁ ବିଜେଡି ବିଜେପିର ଖଣି ବିଲ ଓ ଜମି ଅଧ୍ୟାଦେଶକୁ ସମର୍ଥନ କରୁଥାଇପାରେ, ସେ କହିଛନ୍ତି। ବର୍ତମାନ ନବୀନ ପଟନାୟକଙ୍କ ପାଖରେ କୃଷକ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ ଅଧ୍ୟାଦେଶକୁ ବିରୋଧ କରିବାର ସୁଯୋଗ ରହିଛି।

ମୁଖମନ୍ତ୍ରୀ ପଟନାୟକ ନିଜକୁ ଚାଷୀଙ୍କ ସ୍ଵାର୍ଥପାଇଁ କାର୍ଯ୍ୟକରୁଥିବା ଦାବି କରୁଥିବାବେଳେ  ବାସ୍ତବରେ ଏ ସମ୍ପର୍କରେ ସେ କେତେ ଗମ୍ଭୀର ତାହା ପ୍ରଦର୍ଶିତ କରିବାର ସମୟ ଆସିଛି, ରମେଶ କହିଥିଲେ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଆଦିବାସୀ, କୃଷକ, ଜମି ଅଧ୍ୟାଦେଶ, ବିଜେଡ଼ି, ବିରୋଧ

ଅସମାପ୍ତ ରହିଲା ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

December 3, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୩(ଓଡିଶା ଡଟ୍ କମ୍)-ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ସୋମବାର ଦିନ ବାଚସ୍ପତି ପ୍ରଦୀପ କୁମାର ଅମାତ ଯେଉଁ ସର୍ବଦଳୀୟ ବୈଠକ ଡାକିଥିଲେ ତାହା ଅସମାପ୍ତ ରହିଛିି ।

ମଙ୍ଗଳବାର ଦିନ ପୁଣିଥରେ ବୈଠକ ବସିପାରେ ବୋଲି ବାଚସ୍ପତି କହିଥିବା ବେଳେ କଂଗ୍ରେସ ଓ ବିଜେପି ଦଳର ନେତାମାନେ କହିଛନ୍ତି ଆଜିର ଏହି ବୈଠକରେ କୌଣସି ନିସ୍ପତି ହୋଇପାରି ନାହିଁ ।

ବୈଠକରେ ବିରୋଧିଦଳର ନେତା ଭୂପିନ୍ଦର ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ, ଆଇନମନ୍ତ୍ରୀ ରଘୁନାଥ ମହାନ୍ତି, ସରକାରୀ ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ, ବିରୋଧିଦଳ ମୁଖ୍ୟସଚେତକ ପ୍ରସାଦ ହରିଚନ୍ଦନ, ସରକାରୀ ଉପମୁଖ୍ୟ ସଚେତକ ସଂଜୟ ଦାସବର୍ମା, ବିଜେପିର କରେନ୍ଦ୍ର ମାଝି, ସିପିଆଇର ଆଦିକନ୍ଦ ସେଠୀ ଏବଂ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ ।

ବୈଠକ ଦୀର୍ଘ ସମୟ ଚାଲିଥିଲେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରିନାହିଁ । ବୈଠକ ଶେଷରେ ବିରୋଧିଦଳ ନେତା ଶ୍ରୀ ସିଂ କହିଛନ୍ତି ପ୍ରଥମେ ଚାଷୀଙ୍କ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଉ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଏହି ମୁଲତବୀ ପ୍ରସ୍ତାବ ୩ଟି ବିଭାଗର ବିଷୟ ହୋଇଥିବାରୁ ଏହାକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା କରାଯିବା ସମ୍ଭବ ନୁହେଁ । ଆମେ ଚାଷୀ ସମସ୍ୟା ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ । ମାନ୍ୟବର ବାଚସ୍ପତି ଯେଉଁ ଫୋରମରେ ଆଲୋଚନା କରିବାକୁ ଚାହିଁବେ ଆମେ ସେହିବାଟରେ ଆଲୋଚନା କରିବାକୁ ରାଜି ଅଛୁ ।

ବିଜେପିର କରେନ୍ଦ୍ର ମାଝିଙ୍କ ମତରେ ଗୃହକାର୍ଯ୍ୟ ଠିକ୍ ଠାକ ଭାବରେ ଚାଲୁ । କୃଷକମାନଙ୍କର ଯେଉଁ ସମସ୍ୟା ଅଛି ତାହା ମଧ୍ୟ ବିଧାନସଭାରେ ଆଲୋଚନା କରାଯାଉ । ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ବିରୋଧିଦଳ ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ଦାବିରେ ବିଧାନସଭାକୁ ଅଚଳ କରି ରଖିଛି ।

ପ୍ରଥମ ଦିନରୁ ଚାଷୀଙ୍କ ଧାନ ବିକ୍ରି ନହେବା, ଚାଷୀଙ୍କୁ ବିହନ ଦିଆନଯିବା,ବୋନସ ପ୍ରଦାନ କରାନଯିବା ଆଦି ପ୍ରସଙ୍ଗ ନେଇ ବିରୋଧିଦଳ ମୁଲତବୀ ନୋଟିସ ଦେଇଥିଲେ । ତେବେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରୁ ସେବେଠାରୁ ବିରୋଧିଦଳ ଗୃହକୁ ଅଚଳ କରିଛି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ସବୁଦଳର ନେତୃବୃନ୍ଦକୁ ଡାକି ଆଲୋଚନା କରିବେ ବୋଲି କହିଥିଲେ ।

ଫଳରେ କଂଗ୍ରେସ ବିଧାୟକମାନେ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନିର୍ଦ୍ଧାରିତ ସମୟରେ ମାତ୍ର ୨ଟି ପ୍ରଶ୍ନ ଆଲୋଚନା ହୋଇ ପାରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ରଘୁନାଥ ମହାନ୍ତି ଓ କୃଷିମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଉତର ରଖିଥିଲେ ।

ଶୂନ୍ୟକାଳ ଆରମ୍ଭ ହେବାପରେ ବାଚସ୍ପତି ଅନ୍ୟ କୌଣସି କାର୍ଯ୍ୟକ୍ରମ ନନେଇ ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିପାଇଁ ଗୃହକୁ ପ୍ରଥମେ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

୧୨ଟାରୁ ୧୨.୩୦ ଓ ଏହାପରେ ଅପରାହ୍ନ ୩ଟା ପର୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ୩ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଫ୍ଲାକାର୍ଡ ଧରି ଗୃହମଧ୍ୟରେ ହୋହାଲ୍ଲା କରିବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ମଙ୍ଗଳବାର ପର୍ଯନ୍ତ ମୁଲତବୀ ରଖିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଚାଷୀ, ଧାନ ବିକ୍ରି, ବାଚସ୍ପତି, ବିଜେପି, ବିଧାନସଭା, ମୁଖ୍ୟମନ୍ତ୍ରୀ

ପ୍ରତିଶୃତି ନରଖିଲେ ନେତାଙ୍କୁ ଭୋଟ ଦିଅନାହିଁ- ଆନ୍ନା

December 1, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧(ଓଡିଶା ଡଟ୍ କମ୍)-ଲୋକପାଳ ବିଲ୍ ଆଣିବା ପାଇଁ ପ୍ରତିଶୃତି ଦେଇ ପାଳନ ନକଲେ ନେତାଙ୍କୁ ଆଉ ଭୋଟ ଦିଅନାହିଁ କି କ୍ଷମତାକୁ ଆଣନାହିଁ ବୋଲି କହିଛନ୍ତି ଆନ୍ନା ହଜାରେ ।

ଶନିବାର ଦିନ ରାଜ୍ୟ ଅତିଥିଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହଜାରେ କହିଛନ୍ତି ଯେ,ତାଙ୍କ ଲଢ଼େଇ କେବଳ ଜନ ଲୋକପାଳ ବିଲରେ ସୀମିତ ତାହା ନୁହେଁ ।

ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ପର୍ଯ୍ୟନ୍ତ ସେ ଲଢ଼ିବେ । ଦେଶର ଉନ୍ନତି କରିବାକୁ ହେବ । କେନ୍ଦ୍ର ସରକାର ଯେଉଁ ଜନଲୋକପାଳ ବିଲ ଆଣିଛନ୍ତି ତାହା ଅସଂପୂର୍ଣ । ଯଦି ପୂର୍ଣ୍ଣ ଜନ ଲୋକପାଳ ବିଲ ଆସେ ତେବେ ଦେଶରୁ ୬୫ ପ୍ରତିଶତ ଭ୍ରଷ୍ଟାଚାର ହଟିଯିବ ।

ସେ କହିଲେ ବାହାର ଦେଶରୁ ଯେତେ କଂପାନୀ ଆସୁଛନ୍ତି ସମସ୍ତେ ପରିବେଶକୁ ନଷ୍ଟ କରୁଛନ୍ତି । ଦେଶର ଖଣିଜ ସମ୍ପଦକୁ ଲୁୁୁୁଟୁ କରିବାକୁ ବହୁ ବିଦେଶୀ କମ୍ପାନୀ ଏ ଦେଶକୁ ଆସୁଛନ୍ତି । ସରକାର ସେହି କମ୍ପାନୀମାନଙ୍କ ପାଇଁ କୃଷକଙ୍କଠାରୁ ଜମି ଲୁଟୁଛନ୍ତି । ବିଦେଶୀ କମ୍ପାନୀମାନେ ଆମ ଖଣି, ଆମ ପାଣି ବ୍ୟବହାର କରି ଆମ ପାଣିପବନକୁ ପ୍ରଦୂଷିତ କରି କୋଟିକୋଟି ଟଙ୍କା ନେଇ ଯାଉଛନ୍ତି ।

ଏଫ୍ଡିଆଇକୁ ଚାଷୀମାନେ ବିରୋଧ କରିବା ଉଚିତ୍ । ବିଦେଶୀ କଂପାନୀମାନେ ଏ ଦେଶର ଅର୍ଥନୀତିକୁ ଶୋଷଣ କରିବେ । ଆମରି ଜିନିଷରୁ ଫାଇଦା ହାସଲ କରିବେ ।

ଦୁର୍ନୀତି ଯୋଗୁ ଦେଶର ଉନ୍ନତି ହେଉ ନାହିଁ । ଏହା ଯୋଗୁ ଦରଦାମ ବଢି ଯାଉଛି । ସାଧାରଣ ଜନତା ଚଳିବା ଅସମ୍ଭବ ହୋଇ ପଡିଛି । ଏହି ଦୁର୍ନୀତିକୁ ହଟାଇବାପାଇଁ ପ୍ରଥମେ ଜନ ଲୋକପାଳ ବିଲ ଆଣିବା ଦରକାର ବୋଲି ଆନ୍ନା ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ନା ହଜାରେ, କୃଷକ, ଲୋକପାଳ ବିଲ, ସାମ୍ବାଦିକ ସମ୍ମିଳନୀ

ଭ୍ରଷ୍ଟାଚାରମୁକ୍ତ ଭାରତ ଗଠନ ପାଇଁ ଆନ୍ନାଙ୍କ ଆହ୍ୱାନ

November 29, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୯(ଓଡିଶା ଡଟ୍ କମ୍)-ଅରବିନ୍ଦ କେଜିରୱାଲଙ୍କୁ ଆନ୍ନାଙ୍କ ସର୍ତ ମୂଳକ ସମର୍ଥନ । କେଜିରୱାଲାଙ୍କ ପାର୍ଟିରେ ଭଲ ପ୍ରାର୍ଥୀଥିଲେ ସେ ପ୍ରଚାର କରିବାକୁ ଯିବେ । ଦୁର୍ନୀତି ପାଇଁ ସଦାସର୍ବଦା ଲଢେଇ କରିବା ସହିତ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ଲକ୍ଷ ବୋଲି ଓଡିଶାକୁ ତିନି ଦିନିଆ ଗସ୍ତରେ ଆସି ଆଜି ଏହା କହିଛନ୍ତି ସମାଜସେବୀ ଆନ୍ନା ହଜାରେ ।

ଫଟୋ : ଅରବିନ୍ଦ ମହାପାତ୍ର

ଓଡିଶାକୁ ତିନିଦିନିଆ ଗସ୍ତରେ ଆସି ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ସମାଜସେବୀ ଆନ୍ନା ହଜାରେ । ଆନ୍ନାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଦିନ ୧.୩୦ ମିନିଟି ସମୟରେ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ଆନ୍ନାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା ରାଷ୍ଟ୍ରଭାଷା ପ୍ରଚାର ସମିତି ପଡିଆକୁ ।

ଏଠାରେ ଅନୁଷ୍ଠିତ ସାଧାରଣ ସଭାରେ ଆନ୍ନା କହିଲେ କେଜିରୱାଲା ଓ ତାଙ୍କ ରାସ୍ତା ଅଲଗା । କିନ୍ତୁ ଲକ୍ଷ୍ୟ ଏକ । କୃଷକମାନେ ଏଠାରେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି । ତାଙ୍କର କିଛି ପରିବର୍ତନ ହେଉନାହିଁ । ଚାଷୀଙ୍କ ସମସ୍ତ ପରିଶ୍ରମର ଫାଇଦା ଦଲାଲ ନେଉଛନ୍ତି ।

ବଡବଡ ବିଲଡିଙ୍ଗକରି ଆଜି ସେମାନେ ବସିଛନ୍ତି ବୋଲି ଆନ୍ନା କହିଛନ୍ତି । ଶିକ୍ଷାକ୍ଷେତ୍ରରେ ଆଜି ଗରିବ ପିଲା ଉଚ୍ଚଶିକ୍ଷା ନେଇ ପାରୁନାହିଁ । ଉଚ୍ଚଶିକ୍ଷାରେ ନିଆଯାଉଥିବା ଡୋନେସନ ନିନ୍ଦନୀୟ ବୋଲି ସେ ପ୍ରକାଶ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅରବିନ୍ଦ କେଜିରୱାଲ, ଆନ୍ନା ହାଜାରେ, କୃଷକ, ଭ୍ରଷ୍ଟାଚାର

ଓଡିଆଙ୍କର ଉନ୍ନତି ପାଇଁ ନବୀନଙ୍କ ଆନ୍ତରିକତା ନାହିଁ :ପ୍ୟାରୀ

November 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ନଭେମ୍ବର ୨୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କୃତ ହେବାପରେ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରଥମ ଶକ୍ତି ପଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରାନ୍ତି ସମାବେଶରେ ଜନମୋର୍ଚ୍ଚାର ଅନ୍ୟତମ ପ୍ରତିଷ୍ଠା ସଦସ୍ୟ ତଥା ପୂର୍ବତନ ସାଂସଦ ରବି ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।

ଭୁବନେଶ୍ୱର କ୍ରାନ୍ତି ସମାବେଶ ପରେ ରାଜଧାନୀ ବାହାରେ ପ୍ରଥମ କରି କେବିକେ ଜିଲ୍ଲାରେ ହୋଇଥିବା ଏହି ସମାବେଶରେ କଳାହାଣ୍ଡିର ୫ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ୧୩ଟି ବ୍ଲକ ଏବଂ ଭବାନୀପାଟଣା, ଜୁନାଗଡ ଏବଂ କେସିଙ୍ଗା ପୌରପରିଷଦ ସହ ପଡ଼ୋଶୀ ଜିଲ୍ଲା ନୂଆପଡ଼ା,ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ହଜାର ଜନମୋର୍ଚ୍ଚାର ସମର୍ଥକ ଯୋଗ ଦେଇଥିଲେ ।

ସମାବେଶ ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ର, ସାଧାରଣ ସଂପାଦକ ଯଜେ୍ଞଶ୍ୱର ବାବୁ, ଅନ୍ୟତମ ସାଧାରଣ ସଂପାଦକ ସୁନୀଲ ନାଏକ ଏବଂ ପୂର୍ବତନ ବିଧାୟକ ରାଜୁ ସିଂହ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଆସି ନଡିଆ ଫଟାଇ ପୂଜା କରିଥିଲେ ।

ପରେ ସେଠାରୁ ଘୁମୁରା ଏବଂ ଗଉଡ ବାଡି ନାଚର ତାଳେ ତାଳେ ଏକ ଶୋଭାଯାତ୍ରାରେ କଲେଜ ପଡିଆକୁ ଆସିଥିଲେ । ଭବାନୀପାଟଣା ସ୍ଥିତ କଲେଜ ପଡିଆରେ ଅନୁଷ୍ଠିତ ଜନମୋର୍ଚ୍ଚାର ବିଶାଳ ସମାବେଶକୁ ଉଦ୍ବୋଧନ ଦେଇ ଜନମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରୀରରେ ପଞ୍ଜାବୀ, ବଙ୍ଗାଳିର ରକ୍ତ ଶତକଡା ୭୫ ପ୍ରତିଶତ ବହୁଥିବା ବେଳେ ୨୫ ଭାଗ ମାତ୍ର ଓଡିଆ ରକ୍ତ ରହିଛି ।

ତେଣୁ ତାଙ୍କର ଓଡିଶା ତଥା ଓଡିଆଙ୍କର ଉନ୍ନତି ଓ ଓଡିଶାର ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ଆନ୍ତରିକତା ନାହିଁ । ୧୨ବର୍ଷ ହୋଇଗଲା ଯିଏ ଭଲକରି ଓଡିଆ ପଦଟିଏ ମଧ୍ୟ କହିପାରୁନାହାନ୍ତି ସେ କିପରି ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ବୁଝି ପାରିବେ ?

ଯଦି ଆଗାମୀ ସାଧାରଣ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚା ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଓଡିଶାର ଦାରିଦ୍ର୍ୟ ଦୂର ହେବା ସହିତ ରାଜ୍ୟରେ ଏକ ସୁଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

ବିଜେଡ଼ିରେ କେହି ସଭାପତି ନାହାଁନ୍ତି । ଏଥିରେ ଗଣତନ୍ତ୍ର ବୋଲି କିଛି ନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶୃତି ତୁରନ୍ତ ପୂରଣ କରିବା ଆଦି କେତେକ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ମତାନ୍ତର ସୃଷ୍ଟି ହୋଇଛି ।

ମୋର ଉଦ୍ୟମରେ ଓଡିଶାରେ ସର୍ବାଧିକ ୧୦୨ ବିଧାୟକ ବିଜୟ ହୋଇଥିଲେ । ସେଥିରେ ମୋର ନିଜର ୯୨ରୁ ଉର୍ଦ୍ଧ ବିଧାୟକ ରହିଛନ୍ତି । ସେହି ସମୟରେ ମୁଁ ନବୀନ ବାବୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ହୋଇ ପାରିଥାନ୍ତି । କିନ୍ତୁ ମୁଁ ପଦ ପଦବୀ ଲୋଭୀ ନୁହେଁ । ମୁଁ ଚାହେଁ ଓଡିଶା ଏବଂ ଓଡିଆର ଉନ୍ନତି ।

ବିଜେଡି ଦଳରେ କିଛି ଅପାରଗ ଓ ଅବାଞ୍ଛିତ ନେତାମାନଙ୍କୁ ସାବାଡ କରିବା ପାଇଁ ଗଠିତ ହୋଇଛି ଓଡିଶା ଜନମୋର୍ଚ୍ଚା । ନବୀନ ପଟ୍ଟନାୟକ ୧୨ ବର୍ଷ ଶାସନ ମଧ୍ୟରେ ଓଡିଶାରେ ଦାରିଦ୍ର୍ୟ ଯେତିକି ବଢିଛି ତାହାଠାରୁ ଅଧିକ କୃଷକମାନେ ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ।

ନବୀନବାବୁଙ୍କ ପାଇଁ ଦେଇଥିବା ୧୨ ବର୍ଷ ସମୟ ଶୁଖୁଆ ଝୋଳରେ ଯାଇଛି । ଏହି ୧୨ବର୍ଷ ମଧ୍ୟରେ ନବୀନ ବାବୁଙ୍କ ସବୁ ଅପକର୍ମର ପାପ ମୁଁ ନିଜେ ମୋ ମୁଣ୍ଡରେ ନେଇଛି । ସବୁ ପ୍ରଶଂସା ନବୀନବାବୁଙ୍କ ମୁଣ୍ଡରେ ଲଦି ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆଙ୍କର ଉନ୍ନତ୍ତି, କୃଷକ, ଗଣତନ୍ତ୍ର, ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଆଦିବାସୀଙ୍କ ସ୍ୱାସ୍ଥ୍ୟ, କୃଷି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

November 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଜାତି-ଜନଜାତି କଲ୍ୟାଣ ପରିଷଦ,ଓଡିଶା ତରଫରୁ ‘ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଓ କୃଷି’ ଶୀର୍ଷକ ଆଜି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁନିଟ-୫ ସ୍ଥିତ ସଚିବାଳୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜାତି ଜନଜାତି ମାନଙ୍କର ସ୍ୱାସ୍ଥ୍ୟହାନି ଓ ନୂଆ ନୂଆ ରୋଗର ପିଡୀତ ହେବା ସେମାନଙ୍କ ପ୍ରଗତିର ମୂଖ୍ୟ ସମସ୍ୟା ରୂପେ ଛିଡା ହୋଇଥିବା କଥା ଆଲୋଚିତ ହୋଇଛି । ଏହି ବନ୍ଧୁମାନଙ୍କର ମୁଣ୍ଡପିଛା ଜମି ବର୍ଷକୁ ବର୍ଷ ଖଣି-ଖାଦାନ କାରଖାନା ବନ୍ଧ ଇତ୍ୟାଦି ନିର୍ମାଣ କାରଣରୁ କମି କମି ଯାଉଛି ।

ଫଳରେ ସେମାନଙ୍କର ମୁଖ୍ୟ କୃଷି ଭିତିକ ଜୀବିକା ନଷ୍ଟ ହୋଇଯାଉଛି । ଆଧୁନିକ କୃଷି ନାମରେ ରାସାୟନିକ ସାର ଔଷଧ ଇତ୍ୟାଦିର ବହୁଳ ପ୍ରୟୋଗ କାରଣରୁ କୃଷକ ସମାଜ ଅଧିକ ଖର୍ଚ୍ଚାନ୍ତ ହୋଇ ମରୁଛନ୍ତି ।

ଜନଜାତି ମାନଙ୍କ ଦ୍ୱାରାଉତ୍ପାଦିତ ଜୈବୀକ କୃଷି ଉତ୍ପାଦିତ ସ୍ଥାନରୁ କମ୍ ମୂଲ୍ୟରେ କ୍ରୟ କରାଯିବା ଯୋଗୁଁ ଉଭୟ ଜନଜାତି ଓ ସମସ୍ତ କୃଷକ ସମାଜକୁ ଉପଯୁକ୍ତ ସହାୟକ ମୂଲ୍ୟ ନାହିଁ ।

ଆଦିବାସୀମାନେ ସବୁ ସମୟରେ ସମାଜ ତଥା ରାଷ୍ଟ୍ର କଲ୍ୟାଣ ପାଇଁ କାମ କରିଆସୁଛନ୍ତି । ବତ ର୍ମାନ ସାମାଜିକ ସମନ୍ୱୟ ନିମନ୍ତେ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଦେବାପାଇଁ ବକ୍ତାମାନେ ମତ ପୋଷଣ କରିଛନ୍ତି ।

ଏହି ଅବସରରେ ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମ୍ୟାଟ୍ରିକୁଲେଟ୍ ଏବଂ ସ୍ନାତକ ଛାତ୍ର ବାୟା ମାଙ୍କିଡିଆ ଏବଂ ବିଶିଷ୍ଟ ରୋଗୀ ସେବକ କୈଳାସ ଚନ୍ଦ୍ର ଷଡଙ୍ଗୀଙ୍କୁ ଅଙ୍ଗବସ୍ତ୍ର, ଶ୍ରୀଫଳ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

ଅର୍ଜ୍ଜୁନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଓଡିଶାର ସଚୀବ ପ୍ରଫେସର ପ୍ରେମାନନ୍ଦ ପଣ୍ଡା ମୁଖ୍ୟ ଅତିଥି , କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଗ୍ରୋନୋମିର ବିଭାଗୀୟ ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ଓ ଡା.ସୂର୍ଯ୍ୟକାନ୍ତ ପାଟଯୋଶୀ ସମ୍ନାନୀତ ଅତିଥି ଏବଂ ଡ. ପରଜିତ୍ ସିଂହ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ସଂଗଠନର ରାଜ୍ୟ ସଂପାଦକ ବିଶ୍ୱାମିତ୍ର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଘୁନାଥ ବେହେରା,ଶରତ ଲେଙ୍କା, ବୁଧରାମ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଦିବାସୀ, କୃଷକ, ଜନଜାତି, ମୁଣ୍ଡପିଛା ଜମି

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି ।

ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା । ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାକସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି । ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି ।

ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ପରିବର୍ତନ ପଦଯାତ୍ରା ଉଦ୍ୟାପିତ

October 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ସାକ୍ଷୀଗୋପାଳ,ଅକ୍ଟୋବର ୧୦ (ଓଡିଶା ଡଟ୍ କମ୍)- ପବିତ୍ର ଗାନ୍ଧି ଜୟନ୍ତୀରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଥିଲେ ପଦଯାତ୍ରା ରାଜନୀତି । ବିଜେଡିର ଜନସଂପର୍କ ପଦଯାତ୍ରାକୁ କଂଗ୍ରେସର ପରିବର୍ତନ ପଦଯାତ୍ରା ।

ବିରୋଧୀ କଂଗ୍ରେସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ‘ପରିବର୍ତନ ଆହ୍ୱାନ’ ଡାକରା ଦିଆଯାଇ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ସୁଆଣ୍ଡୋରେ ଉଦଯାପିତ ହୋଇଛି ।

ସତ୍ୟବାଦୀର ବକୁଳବନଠାରେ କଂଗ୍ରେସର ପରିବର୍ତନ ପଦଯାତ୍ରାର ଉଦ୍ୟାପିତ ସମାବେଶରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେଇ ଦୁର୍ନୀତିଗ୍ରସ୍ତ ନବୀନ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଥିଲେ ।

ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତାକରି କହିଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସରକାର ଅସମର୍ଥ ହୋଇଥିବାରୁ ଆଗାମୀ ଦିନରେ ଓଡିଶାବାସୀ ଏହାର ଜବାବ ଦେବେ ।

ଭ୍ରଷ୍ଟାଚାର, ଅନୀତି ଓ ଦୁର୍ନୀତି ଏ ରାଜ୍ୟର ଆଭୂଷଣ ହୋଇଛି । ଏ ସବୁ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ । କିନ୍ତୁ ସେ ଚତୁରତାର ସହ ଅନ୍ୟମାନଙ୍କ ନାମରେ ଅପଯଶ ବୋଳି ଖସିଯିବାକୁ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ଓଡ଼ିଶାବାସୀଙ୍କ ପାଖରେ ବିଜେଡି ସରକାରଙ୍କ ପ୍ରକୃତ ସ୍ୱରୂପ ଖୋଲିଦେବା ପାଇଁ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ତଥା ଓଡିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସସି କାର୍ଯ୍ୟକାରୀଣୀ ସଭ୍ୟ ଜଗଦୀଶ ଟାଇଟଲର କହିଲେ ରାଜ୍ୟରେ ବେଇମାନ ଶାସନ ଚାଲିଛି ।

ଓଡିଶାର ହଜାର ହଜାର କୋଟି ଟଙ୍କାର ଲୁହାପଥରକୁ ପାରାଦୀପ ବନ୍ଦର ଦେଇ ଚୀନ ଓ ଜାପାନକୁ ଚୋରା ଚାଲାଣ କରା ଯାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହାତ ଥିବା ଅଭିଯୋଗକରି ଖୁବ୍ଶୀଘ୍ର ଏ ସଂପକରେ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିରୋଧିଦଳ ନେତା ଭୂପିନ୍ଦର ସିଂହ, କିଶୋରଚନ୍ଦ୍ର ପଟେଲ,ସୁରେଶ କୁମାର ରାଉତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶ ଯୁବକଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଚିରଞ୍ଜିବୀ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ କୋଇଲା ଦୁର୍ନୀତିଠାରୁ ଆରମ୍ଭକରି ଖଣି, ପାଣି, ଡାଲି ସବୁଥିରେ ଦୁର୍ନୀତି ହୋଇଛି ବେଲି ପ୍ରକାଶ କରିଥିଲେ ।

ସେମାନଙ୍କ ମତରେ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଉଛନ୍ତି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କୁ ସରକାର ପୁରସ୍କୃତ କରୁଛନ୍ତି । ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରୁଛନ୍ତି ବା ଦୁର୍ନୀତି ଲୋକଲୋଚନକୁ ଆଣୁଛନ୍ତି, ମିଥ୍ୟା ମାମଲା ଲଗାଇ ସେମାନଙ୍କୁ ଜେଲରେ ଭର୍ତି କରାଯାଉଛି ।

ବର୍ତମାନ ରାଜ୍ୟରେ ଗଣତନ୍ତ୍ର ନୁହେଁ, ଜଣତନ୍ତ୍ର ଚାଲିଛି । ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବା ପାଇଁ କଂଗ୍ରେସ ସଂଗ୍ରାମ ଆରମ୍ଭ କରିଛି । ଏହି ସଂଗ୍ରାମରେ ଓଡ଼ିଶାବାସୀ ସାମିଲ ହୋଇ ରାଜ୍ୟ ବିରୋଧୀ ନବୀନ ସରକାରକୁ କବର ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।

ଶେଷରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶରତ ରଥ ଧନ୍ୟବାଦ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ କେନ୍ଦ୍ରର ଉପା ସରକାରର ବୈମାତୃକ ମନୋଭାବ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚାଲିଥିବା ଜନସମ୍ପର୍କ ଯାତ୍ରା ଜୟପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, କୃଷକ, ଗାନ୍ଧି ଜୟନ୍ତୀ, ପାରାଦୀପ ବନ୍ଦର, ବିଜେଡି ସରକାର, ସାମ୍ବାଦିକ ସମ୍ମିଳନୀ

କୃଷକଙ୍କ ସମସ୍ୟା ନେଇ ରାଷ୍ଟ୍ରପତିଙ୍କୁ ଜଣାଇଲେ ଚାଷୀ

February 23, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କୃଷି ଏବଂ କୃଷକଙ୍କ ସମସ୍ୟା ସଂପର୍କରେ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କୁ ଅବଗତ କରାଇଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ଡ଼ୋଲାମଣି ସାହୁ ।

“”ଚାଷୀ ହେଉଛି ଦେଶର ମେରୁଦଣ୍ଡ ଏବଂ ମେରୁଦଣ୍ଡ ଦୁର୍ବଳ ହେଲେ ଶରୀର ଯେମିତି ଦୁର୍ବଳ ହୋଇଯାଏ ସେହିପରି ଚାଷୀକୂଳର ଆର୍ଥିକ ସମସ୍ୟା ବଢିଲେ ତାହା ଦେଶ ପାଇଁ କ୍ଷତିକାରକ” ସାହୁ ଗତ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ।

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଓଡ଼ିଶା ତଥା ସମଗ୍ର ଦେଶରୁ ଜିଲ୍ଲାର ମାଲିପାଲି ଗ୍ରାମର ସାହୁ ଜଣେ ମାତ୍ର ଚାଷୀ ତାଙ୍କର ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ।

ସରକାରୀ କର୍ମଚାରୀ, ବିଧାୟକ ତଥା ସାଂସଦଙ୍କ ଭଳି ଚାଷୀଙ୍କୁ ମଧ୍ୟ ପେନ୍ସନ୍ ପ୍ରାନ କରାଯିବା ଉପରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଜାତୀୟ କୃଷି ଯୋଜନା ସମସ୍ତ ରାଜ୍ୟର କୃଷକ ମାନଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ସମାନ କରାଯିବା, ରାଜ୍ୟର ସମସ୍ତ ରାଜସ୍ୱ ପଂଚାୟତ ଗୁଡ଼ିକୁ ସର୍ବେକ୍ଷଣ କରାଯାଇ କୃଷୀବୀମା ଯୋଜନାର ଏକକ ନିର୍ଦ୍ଧାରଣ କରାଯିବା ଉଚିତ୍ ବୋଲି ସେ କହିଥିଲେ ।

ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଚାଷୀମାନେ ପାଉ ନାହାନ୍ତି । ତେଣୁ ତାକୁ ମଧ୍ୟ ନୀତି ନିର୍ଦ୍ଧାରକମାନେ ବିଚାରକୁ ନେବା ଉଚିତ, ସେ କହିଛନ୍ତି ।

ଆଗାମୀଦିନରେ ଯୁବପୀଢିଙ୍କୁ କୃଷି ପ୍ରତି ଆକର୍ଷିତ କରାଯିବା ସହ କିପରି କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ହୋଇପାରିବ ସେ ସଂପର୍କରେ ପ୍ରଶିକ୍ଷଣ କିମ୍ବା ଗବେଷଣା ନିମନ୍ତେ ପ୍ରତି ରାଜ୍ୟରେ ଗବେଷଣା କେନ୍ଦ୍ର ଖୋଲିବା ଉପରେ ସେ ଆଲୋକପାତ କରିଥିଲେ ।

ଅଧିବେଶନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୃଷକ, କୃଷିସମସ୍ୟା

ପଣ୍ୟଗାର ଉନ୍ନୟନ ସଂପର୍କିତ ସଚେତନତା କର୍ମଶାଳା

December 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ପଣ୍ୟଗାର ‘ଉନ୍ନୟନ ଏବଂ ଅଧିନିୟମ’ ଆଇନ-୨୦୦୭ ସମ୍ପର୍କିତ ଏକଦୁଇିନିଆ କୃଷକ ସଚେତନତା କର୍ମଶାଳା ଭଦ୍ରକ ଠାରେ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ ପକ୍ଷରୁ ଶନିବାର ଆୟୋଜିତ ଏହି କର୍ମଶାଳାରେ ସମସ୍ତ ବ୍ଲକର ୩୫ଜଣ ଚାଷୀ
ଯୋଗେଇଥିଲେ ।

ଏହି ଅବସରରେ କେନ୍ଦ୍ରୀୟ ପଣ୍ୟାଗାର ନିଗମର ବରିଷ୍ଠ ସହାୟକ ମ୍ୟାନେଜର କ୍ଷୀରୋଦ କୁମାର ପଣ୍ଡା
ପଣ୍ୟଗାର ‘ଉନ୍ନୟନ ଏବଂ ଅଧିନିୟମ’ ଆଇନ-୨୦୦୭ ବିଷୟରେ ଚାଷୀମାନଙ୍କୁ କହିଥିଲେ ।

ଗ୍ରାମାଂଚଳରେ ଗେ।ଦାମ ନିର୍ମାଣ କରି ଚାଷୀଭାଇମାନେ କିପରି ଅଭାବି ବିକ୍ରୀରୁ ମୁକ୍ତି ଏବଂ ବ୍ୟାଙ୍କ ଗୁଡ଼ିକରୁ ସହଜରେ ଋଣ ପାଇପାରିବେ ସେ ସଂପର୍କରେ ପଣ୍ଡା ସୂଚନା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୃଷକ, ପଣ୍ୟଗାର

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ