• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କେନ୍ଦୁଝର ଜିଲ୍ଲା

କେନ୍ଦୁଝର: ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ, ପୋଡ଼ାଜଳା

April 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଅପ୍ରେଲ ୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଂଚଳର ଜଣେ ପୂର୍ବତନ ସରପଂଚଙ୍କୁ ସୋମବାର ହତ୍ୟା କରାଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକମାନେ ପୋଡ଼ାଜଳା କରିଥିବା ପୋଲିସ କହିଛି ।

ସମଣା ପଂଚାୟତର ବୈଷ୍ଣବ ବିଶ୍ୱାଳଙ୍କୁ ସକାଳୁ କେତେକ ଲୋକ ହତ୍ୟା କରିବା ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଗାଁରେ ବ୍ୟାପକ ପୋଡ଼ାଜଳା କରିବା ସହ ଏକ ମୋବାଇଲ ଟାୱାର, ୫ଟି ମୋଟର ସାଇକେଲ, ୨ଟି କାର ଏବଂ ୭ଟି ଘର ପୋଡ଼ି ଦେଇଛନ୍ତି ।

ତେବେ ଘଟଣାର ଦୀର୍ଘ ସମୟ ପରେ ମଧ୍ୟ ପୋଲିସ ଓ ମକଳ ବାହିନୀ ପହଂଚିନଥିବାରୁ ଗ୍ରାମବାସୀମାନେ ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ସଂପୃକ୍ତ ଗ୍ରାମରେ ଉତ୍ତେଜନା ଲାଗିରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ସରପଂଚ

କେନ୍ଦୁଝର: ହତ୍ୟା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ମାମଲାର ବିଚାର କରି ସ୍ଥାନୀୟ ଅଦାଲତ ଶନିବାର ଜଣେ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

କେନ୍ଦୁଝର ନୟାକୋଟ ଥାନା ଅନ୍ତର୍ଗତ ଭାଣ୍ଡିଆଡିହି ଗ୍ରାମର ଶୁକବେ ପଲେଇ ନାମକ ଜଣେ ବ୍ୟକ୍ତି
ଗୁଣିଗାରେଡି ସନ୍ଦେହରେ ଗତ ୨୦୦୯ ଡିସେମ୍ବର ୧୦ରେ ସେହି ଗ୍ରାମର ତିନି ଜଣଙ୍କୁ ଅତି ନିର୍ମମ
ଭାବେ ହତ୍ୟା କରିଥିଲା ।

ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: \, କେନ୍ଦୁଝର ଜିଲ୍ଲା, ଗୁଣିଗାରେଡି

ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଗିରଫ,ସାମଗ୍ରୀ ଜବତ

February 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ପୋଲିସ ଶନିବାର ଏକ ଆନ୍ତଃ ରାଜ୍ୟ ଟ୍ରକ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ବ୍ୟାପକ ସାମଗ୍ରୀ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ଜାତୀୟରାଜପଥ ୨୧୫ ଦେଇ ଆନନ୍ଦପୁର ଅଂଚଳକୁ ଆସୁଥିବା ମାଲ ବୋଝେଇ ଏବଂ ଖାଲି ଟ୍ରକ୍, ଟିପର, ଦଶ ଚକିଆ ଏବଂ ବାର ଚକିଆ ଟ୍ରକ୍ ଲୁଟ୍ କରିଥାନ୍ତି ବୋଲି ପୋଲିସ କହିଛି ।

ଏମାନେ ଅଣଓସାରିଆ ବ୍ରିଜ କିମ୍ବା ହମ୍ବସ୍ ଠାରେ ବୋଲେରୋ ଏବଂ ଅନ୍ୟାନ୍ୟ ଗାଡ଼ି ଗୁଡ଼ିକୁ ଅଟକାଇ ଡ଼୍ରାଇଭର ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ କାବୁ କରିଥାନ୍ତି ଓ ଗାଡ଼ି ଲୁଟ୍ କରି ଫେରାର୍ ହୋଇଯାଆନ୍ତି, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଏହାପରେ ସେମାନେ ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ିଗୁଡ଼ିକରେ ଥିବା ସାମଗ୍ରୀ ଏବଂ ଗାଡ଼ିକୁ ବିକ୍ରି କରିଥାନ୍ତି । କେନ୍ଦୁଝରରୁ ପାଣିକୋଇଲି ମଧ୍ୟରେ ସେମାନେ ଏଭଳି କାର୍ଯ୍ୟ କରୁଥିବା ବେଳେ ବର୍ତମାନ ଏହା ଦେବଗଡ଼ ଜିଲ୍ଲା ବାରକୋଟ୍ ଏବଂ ଅନୁଗୁଳ ଜିଲ୍ଲାକୁ ସଂପ୍ରସାରିତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଯୀତେନ୍ଦ୍ର କୁମାର ପାତ୍ର, ତପନ କୁମାର ସେଠୀ, ରଂଜନ ଦିପକ ପଲେଇ, ଚିନ୍ମୟ ଜେନା, ଅଶ୍ୱିନ ଗୁହା, ସେଖ୍ ସୁଲେମାନ, ସେଖ ଏହସାନ୍, ପ୍ରଫୁଲ୍ଲ  ଏବଂ ରଙ୍ଗାଧର ହେୁରୀ ।

ପୋଲିସ ଏମାନଙ୍କ ଠାରୁଦୁଇଟି ଛଅ ଚକିଆ ଟ୍ରକ୍, ନଅଟି ଦଶ ଚକିଆ ଟ୍ରକ୍, ଗୋଟିଏ ବାର ଚକିଆ ଟ୍ରକ୍, ତିନୋଟି ବୋଲେରୋ, ଗୋଟିଏ ସ୍କର୍ପିଓ, ୪୧ ଟନ୍ ଲୁହା ଛଡ଼, ଲୁହା ଏଙ୍ଗଲ ଦଶ ଟନ୍, ୧୬ଟି ମୋବାଇଲ, ଏଟିଏମ୍, ଭୋଟ୍ ପରିଚୟ ପତ୍ର ଇତ୍ୟାଦି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ଲୁଟେରା ଗ୍ୟାଙ୍ଗ

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

December 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଡ଼ବିଲ,ଡ଼ିସେମ୍ବର୨୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦା ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦଂ ପତିଙ୍କୁ ହତ୍ୟା କରାଯାଇଥିବା ପୋଲିସ ଗୁରୁବାର କହିଛି ।

ଗତ ସୋମାବର ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ବେଳେ ଗୁରୁବାର ଏମାନଙ୍କ ମୃତ ଦେହ ଉଦ୍ଧାର
କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଗିରଫ ଦୁଇ ଅଭିଯୁକ୍ତଙ୍କ କନ୍ୟା ଓ ପାଂଚବର୍ଷର ପୁଅର ଗତ କିଛିି ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ ପଡ଼ୋଶୀ ଦମ୍ପତି ଜୁମାଲ ମୁଣ୍ଡା ଓ ନମିକା ମୁଣ୍ଡା ଗୁଣିଗାରେଡ଼ି କରି ଏମାନଙ୍କୁ ହତ୍ୟା କରିଥିବା ସେମାନେ ସନ୍ଦେହ କରି ଘରୁ ଡ଼ାକି ନେଇ ହତ୍ୟା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ହତ୍ୟା

ଡ଼ମ୍ପରକୁ ଧକ୍କା ଦେଲା ଟ୍ରେନ୍, ଡ଼୍ରାଇଭର ଗୁରୁତର

December 15, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର. ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ଗୁରୁବାର
କେନ୍ଦୁଝର-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ ଡ଼ମ୍ପରକୁ ଧକ୍କା ଦେଇଥିବା ବେଳେ ଏଥିରେ ଡ଼ମ୍ପର
ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ବାଘୁଆପାଳ ନିକଟସ୍ଥ ରଣାମୁଣ୍ଡି ଠାରେ ଥିବା ଲେଭଳକ୍ରସିଂ ଠାରେ ଟ୍ରେନଟି ଡ଼ମ୍ପରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଟ୍ରେନ୍ର ଇଂଜିନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ଼ମ୍ପରଟି ଭାଙ୍ଗି ନଷ୍ଟ ହୋଇଯାଇଛି ।

ଗୁରୁତର ଆହତ ଡ଼୍ରାଇଭରଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ଡ଼ମ୍ପର

ଯାତ୍ରୀବାହୀ ବୋଲେରୋକୁ ଧକ୍କା ଦେଲା ଡ଼ମ୍ପର, ୧୧ ମୃତ

November 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ନଭେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ମଙ୍ଗଳବାର  ଯାତ୍ରୀବାହୀ ବୋଲେରୋକୁ ଡ଼ମ୍ପର ଧକ୍କା ଦେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

କେତେଜଣ ଯାତ୍ରୀଙ୍କୁ ନେଇ ବୋଲେରୋଟି ବଡ଼ବିଲରୁ କେନ୍ଦୁଝର ଯାଉଥିବା ବେଳେ ୨୧୫ ନମ୍ବର ଜାତୀୟ ରାଜପଥର ପଳାସପଙ୍ଗା ଠାରେ ବିପରୀତ ଦିଗରୁ ଆସୁଥିବା ଡ଼ମ୍ପରଟି ଏହାକୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ  ହୋଇଛି । ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଓ ଛଅଜଣ ପୁରୁଷ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ଡ଼ମ୍ପର ଧକ୍କା

ଲୁହାପଥର ଚୋରି ଉଦ୍ୟମ ବେଳେ ସାତ ଗିରଫ

November 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି ଉଦ୍ୟମ କରୁଥିବା ବେଳେ ଶନିବାର ପୋଲିସ ସାତ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ଚାରୋଟି ଡ଼ମ୍ପର ଏବଂ ୨୦ ଟନ୍ ଲୁହାପଥର ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଜବତ ଡ଼ମ୍ପର ଗୁଡ଼ିକର ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର ଜିଲ୍ଲା, ବଡବିଲ, ଲୁହାପଥର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ