• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କେନ୍ଦୁଝର

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

April 23, 2015 by admin Leave a Comment

ଭୁବନେଶ୍ୱର, ଏପ୍ରିଲ ୨୩ (ଓଡିଶା ଡଟ କମ) ହଜାରେରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ବୁଧବାର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

???????????????????????????????ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପ୍ରୋତ୍ସାହନରେ ଗଠିତ ଇକୋସେଭରସ ୟୁଥ ନେଟୱର୍କର ଭୁବନେଶ୍ୱର, ବାଲିଅନ୍ତା ଏବଂ କେନ୍ଦୁଝର ଶାଖାର ୧୦୦୦ ରୁ ଉଦ୍ଧ୍ୱର୍ ସଭ୍ୟ ଏବଂ ସଭ୍ୟା ଏକାଠି ହୋଇ ଏସ୍.ଓ.ଏସ୍. ଭିଲେଜ ଖଣ୍ଡଗିରି ଠାରେ ବିଭିନ୍ନ ଗଛ ଲଗାଇବା, ବାଲିଅନ୍ତାର ଏରକଣ୍ଟାଠାରେ ଗାଁ ସଫେଇ, ଗଛଲଗାଇବା, ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା ଏବଂ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ବ୍ଲକ୍ ର ୧୦ ଟି ରୁ ଊର୍ଦ୍ଧ୍ଵ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏପ୍ରିଲ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇକୋସେଭ୍ରସ ୟୁଥ ନେଟୱର୍କର ଭୁବନେଶ୍ୱର ଶାଖାର ଏସ୍.ଓ.ଏସ୍. ର ଭିଲେଜର ଜାନଭି ଧଳ, ଦିପାଞ୍ଜଳୀ ମାଝି, ବାଲିଅନ୍ତା ଶାଖାର ଲିପା ପଟ୍ଟନାୟକ, କେନ୍ଦୁଝରର ମାନସ ମହନ୍ତ, ହିମାଂସୁ ମହନ୍ତ ଓ ଟିକି ମହନ୍ତ ଆଦି ଅଶଂଗ୍ରହଣ କରି ଥିଲେ ।

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ମାଟି ଓ ପାଣି ଦୂଷିତ ନକରିବା, ପାର୍କ, ରାସ୍ତା ଇତ୍ୟାଦି ସ୍ଥାନରୁ ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା, ଗାଡିର କମ ବ୍ୟବହାର କରିବା ଇତ୍ୟାଦି ଅନେକ ପଦକ୍ଷେପ ଆମେ ନେଇପାରିବା ସେମାନେ କହିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପ୍ରକୃତି ବନ୍ଧୁ ହେବା ପାଇଁ ଶପଥ ନେଇଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: କେନ୍ଦୁଝର, ଖୋର୍ଦ୍ଧା, ପରିବେଶ, ପିକକ୍, ସ୍ଵେଚ୍ଛାସେବୀ

ଭଲ କାମ କରିବାରୁ ୩୪୭ ଏସପିଓ ହେଲେ କନେଷ୍ଟବଳ

April 23, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୩ (ଓଡିଶା ଡଟ କମ ) ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସନ୍ତୋଷଜନକ କାର୍ଯ୍ୟ କରିଆସିଥିବାରୁ ରାଜ୍ୟସରକାର ବୁଧବାର ୩୪୭ ଜଣ ସ୍ପେଶିଆଲ ପୁଲିସ ଅଫିସରଙ୍କୁ କନେଷ୍ଟବଲ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟର ନଅ ଟି ଜିଲା ସୁନ୍ଦରଗଡ, ରାୟଗଡା, ଦେବଗଡ, ଗଞ୍ଜାମ, ଯାଜପୁର, କେନ୍ଦୁଝର, କୋରାପୁଟ, ନୂଆପଡା ଓ ରାଉରକେଲାରେ କାମ କରୁଥିବା ଏହି ସ୍ପେଶିଆଲ ପୁଲିସ ଅଫିସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ତିନିବର୍ଷ ଧରି ଏହି ଯୁବକମାନେ କ୍ରମାଗତ ସ୍ପେଶିଆଲ ପୁଲିସ ଅଫିସରଭାବେ କାର୍ଯ୍ୟକରି ସ୍ଥାନୀୟ ପୁଲିସ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ଜିଲୱାରୀ କନେଷ୍ଟବଲ ନିଯୁକ୍ତି ପାଇଥିବା ଏହି ଏସପିଓ ମାନଙ୍କ ସଂଖ୍ୟା ହେଉଛି ସୁନ୍ଦରଗଡରୁ ୨ ଜଣ, ରାୟଗଡାରୁ ୧୯୬, ଦେବଗଡରୁ ୩୫, ଗଞ୍ଜାମରୁ ୧୨, ଯାଜପୁରରୁ ୨୦ , କେନ୍ଦୁଝରରୁ ୮ , କୋରାପୁଟରୁ ୬୭ ନୂଆପଡାରୁ ୧ ଓ ରାଉରକେଲାରୁ ଛଅ ଜଣ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କନେଷ୍ଟବଳ, କେନ୍ଦୁଝର, ଗଞ୍ଜାମ, ଦେବଗଡ, ନକ୍ସଲ ଉପଦ୍ରୁତ, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼

ଖଣି କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବ ବିଶ୍ୱବ୍ୟାଙ୍କ

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୧(ଓଡିଶା ଡଟ୍ କମ୍ )-ରାଜ୍ୟରେ ଖଣି ପରିଚାଳନା କ୍ଷେତ୍ରରେ ବିଶ୍ୱବ୍ୟାଙ୍କ ରାଜ୍ୟ ସରକାରଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବ । ଆସନ୍ତା ୧୫ ଦିନ ମଧ୍ୟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏଥିନେଇ ଏକ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ।

ବିଶ୍ୱବ୍ୟାଙ୍କର ୪ଜଣିଆ ପ୍ରତିନିଧି ଦଳ ସଂପ୍ରତି ଓଡିଶା ଗସ୍ତରେ ଆସି କେନ୍ଦୁଝର,ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଖଣିଅଂଚଳ ପରିଦର୍ଶନ କରିଥିଲେ । ପରେ ଆଜି ସେମାନେ ସଚିବାଳୟଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନ ଯୁଗଳ କିଶୋର ମହାପାତ୍ରଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ବୈଠକରେ ଖଣି ବିଭାଗର ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ଏ ସଂପର୍କରେ ସୂଚନା ଦେଇ କହିଲେ ଯେ,ଖଣିଜ ରିହାତି ଚୁକ୍ତିନାମା,ଖଣି ଲିଜ ପ୍ରଦାନ,ଖଣି କ୍ଷେତ୍ରର ସାମାଜିକ ଓ ପରିବେଶଗତ ପ୍ରଭାବ ସଂପର୍କରେ ଆକଳନ,ଖଣି ରାଜସ୍ୱ ଆଦାୟ,ଖଣି ଅଂଚଳର ବିକାଶ ଆଦି କ୍ଷେତ୍ରରେ ଏହି ସହାୟତା ଗ୍ରହଣ କରାଯିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦୁଝର, ଖଣି, ବିଶ୍ୱବ୍ୟାଙ୍କ, ବୈଷୟିକ, ଯାଜପୁର, ସୁନ୍ଦରଗଡ଼

କେନ୍ଦୁଝର: ଅନଶନରତ ଟ୍ରକ ମାଲିକଙ୍କ ମୃତ୍ୟୁ, ଲଙ୍କାକାଣ୍ଡ

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

କେନ୍ଦୁଝର, ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଟ୍ରକ ଯୋଗେ ଲୁହାପଥର ପରିବହନକୁ ଦାବି କରି ଆମରଣ ଅନଶନରେ ବସିଥିବା ପ୍ରେମ ରଞ୍ଜନ ବେହେରା ନାମକ ଜଣେ ଟ୍ରକ ମାଲିକଙ୍କ ମୃତ୍ୟୁକୁ ନେଇ କେନ୍ଦୁଝରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ବୁଧବାର ଏହି ଅଭାବନୀୟ ଘଟଣା ପ୍ରଘଟ ହେବାପରେ ଶହଶହ ଟ୍ରକ ମାଲିକ ଉତ୍ତେଜିତ ହୋଇ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା କରିଛନ୍ତି ।

ଉତ୍ୟକ୍ତ ଟ୍ରକ ମାଲିକମାନେ ଜିଲ୍ଲାପାଳଙ୍କ ଗାଡି ଭାଙ୍ଗି ଦେଇଥିଲେ । ଏ ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିଲେ । ପରିସ୍ଥିତି ଅଣାୟତ ହେବାରୁ ମାଓଦମନ ପାଇଁ ଆସିଥିବା ସିଆରପିଏଫ୍ ଜବାନମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟତ ହେବାରୁ ଟ୍ରକ ମାଲିକଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ ।

ଫଳରେ ଜବାନମାନେ କ୍ଷମାମାଗି ଫେରି ଯାଇଥିଲେ । ଗତ ୮ ଦିନଧରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘସିପୁରା ଅଞ୍ଚଳର ଗାଡିମାଲିକ ପ୍ରେମରଞ୍ଜନ ବେହେରା ଅନଶନରେ ବସିଥିଲେ ।

ମଙ୍ଗଳବାର ତାଙ୍କ ହେ ଖରାପ ହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ମାତ୍ର କଟକ ଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ଦୀର୍ଘ ୯ ଦିନହେଲା ଶହଶହ ଟ୍ରକମାଲିକ ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କୌଣସି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ମାଲିକମାନଙ୍କ ମଧ୍ୟରେ କ୍ଷୋଭ, ଦୁଃଖ ଓ ଉତେଜନା ପ୍ରକାଶ ପାଇଛି ।

ଏ ଘଟଣା ନେଇ ବଡବିଲ ଟ୍ରକ ମାଲିକ ସଂଘ ଆସନ୍ତା କାଲି ୧୨ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି । ଏ ଘଟଣା ନେଇ ବ୍ୟାବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ଟ୍ରକ ମାଲିକ

ହୋଟେଲରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ମୃତ୍ୟୁ

August 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଡ଼ବିଲ, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଶନିବାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ସଂପୃକ୍ତ ବ୍ୟକ୍ତିମାନେ ଲକି ଇଣ୍ଡିଆ ନାମକ ହୋଟେଲରେ ଶୋଇଥିବା ବେଳେ ଭୋର ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଆହତ ବ୍ୟକ୍ତି ଜଣଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ବଡବିଲ

ଟ୍ରାକ୍ଟର ଓଲଟି ୩ ମହିଳା ଶ୍ରମିକଙ୍କ ମୃତ୍ୟୁ, ୭ ଆହତ

July 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜୁଲାଇ ୧୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଗଳା ଡ୍ୟାମ୍ ରେଲୱେ ଓଭରବ୍ରିଜ୍ ନିକଟରେ ଶନିବାର ଟ୍ରାକ୍ଟର ଓଲଟି ୩ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ସହ ୭ଜଣ ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ଟ୍ରାକ୍ଟରଟି ଗଡୁଆଟୋପା ଗ୍ରାମରୁ ୧୦ ଜଣ ମହିଳା ଶ୍ରମିକଙ୍କୁ ନେଇ ଆସୁଥିବାବେଳେ ଜଗଳା ଡ୍ୟାମ୍ ରେଲୱେ ଓଭରବ୍ରିଜ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଡ଼ମ୍ପରଏହାକୁ ଧକ୍କା ଦେବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।

ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବିନତି ମୁଣ୍ଡା, ଟୁରି ମୁଣ୍ଡା ଓ ଶନିବାରି ମୁଣ୍ଡା । ଦୁର୍ଘଟଣାରେ ଆହତ ହୋଇଥିବା ମହିଳାମାନେ ହେଲେ କେତେ ମୁଣ୍ଡା, ସାନିକା ମୁଣ୍ଡା, ସମୋବାରୀ ମୁଣ୍ଡା, ମିଜାରି ମୁଣ୍ଡା, ମଞ୍ଜୁ ମୁଣ୍ଡା, ସାପାନି ମୁଣ୍ଡା ଓ ବାସନ୍ତି ମୁଣ୍ଡ ।

ଆହତ ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମହିଳା ଶ୍ରମିକ

ଦୁଇ ମହିଳା ମାଓବାଦୀ ସହ ଚାରି ଜଣଙ୍କ ଆତ୍ମସମର୍ପଣ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଦୁଇ ମହିଳା ମାଓବାଦୀଙ୍କ ସହ ଚାରି ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ପଶ୍ଚିମାଞ୍ଚଳ ଡ଼ିଆଇଜି ଯଶବନ୍ତ ଜେଠୱାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି । କଳିଙ୍ଗନଗର ଡିଭିଜନର ସଂପୃକ୍ତ ମହିଳା ମାଓବାଦୀ ବନ୍ଧୁକ ଓ ଗୁଳି ସହ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି ।

ଏହି ମାଓବାଦୀମାନେ ହେଲେ ଦୈତାରି ଥାନା ରେବଣା ଗ୍ରାମର ସମ୍ବାରି ମୁଣ୍ଡା, ଘସିପୁରା ଥାନା ଅସନବାହାଳି ଗ୍ରାମର ରମ୍ବାତି ହେମ୍ବ୍ରମ, ତେଲକୋଇ ଥାନା ପଙ୍ଗା ଗ୍ରାମର ଆଇବାନ ଟିଉ ଓରଫ ମୁନା ଓ ଟୁଙ୍ଗୁରୁବାହାଳ ଗ୍ରାମର ସିଂ ଓରଫ ଧରଣୀ ।

ସମ୍ବାରି ୨୦୦୮ରୁ ମାଓ ସଂଗଠନରେ ସାମିଲ ହୋଇ କାର୍ଯ୍ୟ କରିଆସୁଥିବା ବେଳେ ରମ୍ବାତି ୩ ବର୍ଷ
ଓ ଆଇବାନ ଏବଂ ଧରଣୀ ୨ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।

ସମ୍ବାରି ଶିମିଳିପାଳ ଫରେଷ୍ଟ ବିଟ୍ ଆକ୍ରମଣ ଓ ପୋଲିସ ଉପରେ ଚଢ଼ଉ, ସୁନାରାମ ହେମ୍ବ୍ରମ ଆକ୍ରମଣ ଓ ସାଲକୁ ହେମ୍ବ୍ରମ ହତ୍ୟାକାଣ୍ଡ ପରି ଘଟଣାରେ ଜଡିତ ଥିବା ଆତ୍ମସମର୍ପଣ ବେଳେ ପୋଲିସ ନିକଟରେ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମାଓବାଦୀ

କୁମ୍ବିଂ ଅପରେସନ ବେଳେ ଗୁଳିଫୁଟି ଯବାନଙ୍କ ମୃତ୍ୟୁ

May 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାର ଯବାନମାନେ କୁମ୍ବିଂ ଅପରେସନ୍ ରେ ଯାଇଥିବା ବେଳେ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସକାଳୁ ଯବାନମାନେ ନୟାକୋଟ୍ ଜଙ୍ଗଲକୁ କୁମ୍ବିଂ ପାଇଁ ଯାଇଥିବା ବେଳେ ହଠାତ୍ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ପେଟରେ ବାଜିଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ଦୁର୍ଘଟଣା ଜନିତ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସଂପୃକ୍ତ ଯବାନଙ୍କ ନାଁ ଅଜୟ ସାହୁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୁମ୍ବିଂ ଅପରେସନ, କେନ୍ଦୁଝର

ଟ୍ରକ୍ଯୋଗେ ପରିବହନ ବନ୍ଦ ପ୍ରତିବାଦରେ ରେଳରୋକ

May 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଟ୍ରକ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ପ୍ରତିବାଦରେ କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ସୋମବାର ଠାରୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମାଲବାହୀ ଟ୍ରେନ୍ ରୋକ କରାଯାଇଛି ।

କେନ୍ଦୁଝର, ଯୋଡା ଏବଂ ବଡବିଲ ଟ୍ରକ ମାଲିକ ସଂଘର ଆହ୍ୱାନକ୍ରମେ ସକାଳୁ କେନ୍ଦୁଝର ରେଳ ଷ୍ଟେସନରେ, ଦେଓଘର ଏବଂ ବଡବିଲ ରେଳ ଷ୍ଟେସନରେ ଧାରଣା ଦିଆଯାଇଛି । ଫଳରେ ବିଭିନ୍ନ ଷ୍ଟେସନରେ ମାଲବାହୀ ଟ୍ରେନ୍ ଗୁଡ଼ିକ ଅଟକି ରହିଛି ।

ଖଣିଜ ପଦାର୍ଥର ଚୋରି ରୋକିବା ପାଇଁ ସରକାର ଜିଲ୍ଲା ତଥା ରାଜ୍ୟ ବାହାରକୁ ଟ୍ରକ ଯୋଗେ ଖଣିଜ ସଂପଦ ରପ୍ତାନିକୁ ବନ୍ଦ କରିଦେଇଛନ୍ତି ।

ସରକାରଙ୍କ ଏଭଳି ନିଷ୍ପତି ବିରୋଧରେ ଗତ ନଭେମ୍ବର ମାସରେ ଟ୍ରକମାଲିକ ସଂଘ ପକ୍ଷରୁ ୫ଦିନ ବ୍ୟାପୀ ମାଲବାହୀ ରେଳରୋକ କରାଯାଇଥିଲା ।

ତେବେ ସଂଘର ଦାବି ଅନୁଯାୟୀ ଶୀଘ୍ର ଟ୍ରକ ଯୋଗେ ପରିବହନ କରିବା ପାଇଁ ପଦକ୍ଷପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗତ ଅପ୍ରେଲ ୧୬ରେ ଯୋଡା ଡିଡିଏମ୍ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

ଏନେଇ ଚଳିତ ମାସ ୧ ଓ ୩ ତାରିଖରେ ପ୍ରଶାସନ, ଟ୍ରକମାଲିକ ସଂଘ ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇନପାରିବାରୁ ୭ ତାରିଖରୁ ମାଲବାହୀ ରେଳରୋକ କରିବାବୁ ଘୋଷଣା କରାଯାଇଥିଲା ।

ଟ୍ରକ ଯୋଗେ ଖଣିଜ ସାମଗ୍ରୀ ପରିବହନ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲକ୍ଷାଧିକ ପରିବାର ଜୀବିକା ନିର୍ବାହ କରୁଥିବାବେଳେ ଏହା ବନ୍ଦ ହୋଇଯିବାରୁ ବର୍ତମାନ ସେମାନେ କାମଧନ୍ଦା ନପାଇ ଆର୍ଥିକ ଅନାଟନରେ ଗତି କରୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦୁଝର, ବଡବିଲ, ଯୋଡା

ପରୀକ୍ଷାରେ କପିକୁ ନେଇ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାରେ କପି କରିବାକୁ ନେଇ ଶନିବାର ଉତ୍ୟକ୍ତ ଲୋକମାନେ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା କରିଥିବା ପୋଲିସ କହିଛି ।

କପି କରୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷର କେନ୍ଦ୍ରୀୟ ସ୍କ୍ୱାଡ୍ ହାତରେ ଧରାପଡି ୫୧ ଜଣ
ପରୀକ୍ଷାର୍ଥୀ ଦଣ୍ଡିତ ହୋଇଛନ୍ତି ।

ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଭାବକ , ସ୍ଥାନୀୟ ଲୋକ ଓ ପରୀକ୍ଷାର୍ଥୀଙ୍କ ଆକ୍ରମଣରେ ସ୍କ୍ୱାଡ୍ଙ୍କୁ ଆଣିଥିବା କାର୍ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଢେଲାମାଡରେ କାଞ୍ଜିପାଣି ହାଇସ୍କୁଲର ଜଣେ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଫାଟି ଯାଇଛି ।

ପରୀକ୍ଷା ଶେଷ ହେବା ମାତ୍ରେ କପି ଧରାପଡିଥିବା ପରୀକ୍ଷାର୍ଥୀ ମଧ୍ୟ ଏଥିରେ ସାମିଲ ହୋଇ କାର୍କୁ
ଭଙ୍ଗାରୁଜା କରିଥିଲେ ଏବଂ ସ୍କ୍ୱାଡ୍ ଳର ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମଧ୍ୟ ଚିରି ଦେଇଥିଲେ ।

ପରୀକ୍ଷା କେନ୍ଦ୍ରରେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କପି ପ୍ରୋତ୍ସାହନ ଅଭିଯୋଗରେ କୋମନା ବ୍ଳକ୍ ଭେଲା ସ୍ଥିତ ଡ. କାର୍ଟଜୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଦେବରଞ୍ଜନ ପଟେଲଙ୍କୁ ପୋଲିସ ଗିରଫ କରିଛି ।

ସେହିପରି ସିନାପାଲି ବ୍ଲକ ବୋଡ଼ାଲ ହାଇସ୍କୁଲ ଶିକ୍ଷକ ରମେଶ ପଟେଲ ଓ ୨ ଜଣ ଅଭିଭାବକଙ୍କୁ ମଧ୍ୟ
କପି ଯୋଗାଇବା ଅଭିଯୋଗରେ ପୋଲିସ ଗିରଫ କରଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମ୍ୟାଟ୍ରିକ ପରୀକ୍ଷା

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ