• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କେନ୍ଦ୍ରାପଡ଼ା

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

April 30, 2015 by News Bureau Leave a Comment

ଭୁବନେଶ୍ୱର ଏପ୍ରିଲ ୩୦ (ଓଡିଶା ଡଟ କମ) ଗୁରୁବାର ସକାଳ ଓ ଦିନ ୧୨.୩୦ ମଧ୍ୟରେ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ଓ ଝଡ ତୋଫାନ ହେବାର ସମ୍ଭାବନା ଥିବା ଭୁବନେଶ୍ଵର ପାଣିପାଗ କାର୍ଯ୍ୟ।ଳୟ କହିଛି ।

ଉପଗ୍ରହ ମାଧ୍ୟମରେ ଉତ୍ତୋଳିତ ଚିତ୍ରରୁ ଏହାର ସଂକେତ ମିଳିଛି ।

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: କେନ୍ଦ୍ରାପଡ଼ା, ଜଗତସିଂପୁର, ଝଡ ତୋଫାନ, ପାଣିପାଗ କାର୍ଯ୍ୟ।ଳୟ, ବାଲେଶ୍ଵର, ଭଦ୍ରକ, ଯାଜପୁର

ତନ୍ତ୍ର ସିଦ୍ଧି ପାଇଁ ନାବାଳକକୁ ବଳି, ଦୁଇ ଗିରଫ

April 16, 2015 by ନିଉଜ ଡେସ୍କ Leave a Comment

କେନ୍ଦ୍ରାପଡା, ଏପ୍ରିଲ ୧୬ (ଓଡିଶା ଡଟ କମ) ତନ୍ତ୍ର ସିଦ୍ଧି ହାସଲ ପାଇଁ ଜଣେ ନାବାଳକକୁ ଦେବୀଙ୍କ ନିକଟରେ ବଳି ଦେଇ ହତ୍ୟାକରିଥିବା ଅଭିଯୋଗରେ ପୁଲିସ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରିଛି ।

ଗୋଖାପଡା ଗ୍ରାମର ଏହି ଆଠବର୍ଷର ବାଳକ ସୋମବାର ଠାରୁ ନିଖୋଜ ଥିଲା । ପାଖ ଆଖରେ ଖୋଜିବା ପରେ ପୁଅକୁ ନପାଇ ପ୍ରଦୀପ ନାୟକ ପରଦିନ ପୋଲିସକୁ ସୂଚନା ଦେଇଥିଲେ ।

ଗ୍ରାମର କିଛି ଲୋକ ବାଳକର ମୃତଦେହ ନିକଟସ୍ଥ ଲୁଣା ନଦୀ ପଠାରେ ଠାବ କରି ପୁଲିସକୁ ଖବର ଦେଇଥିଲେ । ବେକରେ କ୍ଷତ ଥିବାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାଳକର ବେକକୁ କଟାଯାଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରି ତଦନ୍ତ ବ୍ୟାପକ କରିଥିଲା ।

ଏହି ମାମଲାରେ ପୁଲିସ ଚୌଧୁରୀ ଅବିନାଶ ଦାସ ଓରଫ ମୁନ୍ନା ଓ ବୈକୁଣ୍ଠ ଦାସ ନାମକ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି। ଦୁହେଁ ତନ୍ତ୍ରସାଧନ ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ଵୀକାର କରିଛନ୍ତି ।

ଚୌଧୁରୀ ଅବିନାଶ ଦାସ ଲୁଣା ନଦୀ ନିକଟରେ ଏକ ଆଶ୍ରମ ସ୍ଥାପନ କରି ଗତ ଦଶ ବର୍ଷ ଧରି ତନ୍ତ୍ର ସାଧନ କରୁଥିଲା । ବୈକୁଣ୍ଠ ଏହି ତନ୍ତ୍ର ସାଧନାରେ ତାକୁ ସାହାଯ୍ୟ କରୁଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କେନ୍ଦ୍ରାପଡ଼ା, ନାବାଳକ, ବଳି

କେନ୍ଦ୍ରାପଡାରେ ମହିଳା ସରପଞ୍ଚଙ୍କୁ ଅସଦାଚରଣ,୧ ଗିରଫ

December 26, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ଡିସେମ୍ବର ୨୬(ଓଡିଶା ଡଟ୍ କମ୍ )-କେନ୍ଦ୍ରାପଡା ବ୍ଲକ ଘାଗରା ସରପଞ୍ଚ ବନୋଜିନୀ ପରିଡାଙ୍କ ଉପରେ ମଙ୍ଗଳବାର ଅସଦାଚରଣ ଓ ଆକ୍ରମଣ ଅଭିଯୋଗ ହୋଇଛିା

ଆକ୍ରମଣରେ ସରପଞ୍ଚ ବନୋଜିନୀ ପରିଡାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ପାଇ ନିକିରାଇ ଥାନା ଇନିସପେକ୍ଟର ମାନସୀ ପାତ୍ର ଘଟଣାର ଉପଯୁକ୍ତ ତଦନ୍ତ ନକରିବାରୁ ଏହାର ପ୍ରତିବାଦରେ ଘାଗରା, ଚାରିଗାଁ, ଇନ୍ଦୁପୁର ଆଦି ପଂଚାୟତର ଶତାଧିକ ଲୋକ ଥାନାକୁ ଘେରାଉ କରିଥିଲେ ।

ଆନ୍ଦୋଳନକାରୀମାନେ ଇନିସପେକ୍ଟର ଶ୍ରୀମତୀ ପାତ୍ରଙ୍କ ତୁରନ୍ତ ବଦଳି ଦାବି କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅଭିଯୁକ୍ତ ନାରାୟଣ ପରିଡାଙ୍କ ଗିରଫ ଦାବି କରି ଥାନା ଆଗରେ ବସିଥିଲେ ।

ପୀଡିତା ବନୋଜି କହିଛନ୍ତି ଇନ୍ଦିରାଆବାସ ତାଲିକାରେ ଗାଁର କିଛି ପ୍ରଭାବଶାଳୀ ଲୋକଙ୍କର ନାମ ସ୍ଥାନିତ କରିବାକୁ ମନାକରିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି ।

ଘରେ ଥିବାବେଳେ ସେହି ପଞ୍ଚାୟତର ୮ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ନିର୍ଧୁମ ପିଟିଥିଲେ । ଏହା ପୂର୍ବରୁ ସେମାନେ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ଘଟଣାନେଇ ସେହି ଅଞ୍ଚଳରେ ଉତେଜନା ଲାଗି ରହିଛି ।

ଏ ଘଟଣାରେ ନିକିରାଇ ପୋଲିସ ଚନ୍ଦ୍ରଭାନୁ ମଲ୍ଲିକ ନାମକ ଜଣକୁ ଗିରଫ କରିଛ ବୋଲି ନିକିରାଇ ଆଇଆଇସି ମାନସି ପାତ୍ର କହିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ଉଭୟ ପକ୍ଷରୁ ଚାରୋଟି ମାମଲା ରୁଜୁ କରାଯାଇଛି । ବର୍ତମାନ ତଦନ୍ତ ଚାଲିଛି । ତଦନ୍ତ ସରିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଇନ୍ଦିରାଆବାସ, କେନ୍ଦ୍ରାପଡ଼ା, ମହିଳା ସରପଞ୍ଚ

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲାସ୍ତରୀୟ ବିଚାର ବର୍ଗ

September 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସ୍ତରୀୟ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧ ଶତୀ ସମାରୋହ ସମିତିର ଜିଲ୍ଲା ସହସଂଯୋଜକ କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅଭିମନ୍ୟୁ ଗୋଚ୍ଛାୟତ ଉଦ୍ଘାଟନ କରି ଆଜି ଦେଶକୁ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କଠାରେ ଗାନ୍ଧିଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଜାଗ୍ରତ କରାଇବା ଦରକାର ବୋଲି କହିଥିଲେ ।

ମଞ୍ଚର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଅନ୍ନଦା ଶଙ୍କର ପାଣିଗ୍ରାହୀ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ବନ୍ଧରେ ଆଲୋଚନା କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଥିବା କେନ୍ଦ୍ର ସରକାରଙ୍କର କୋଇଲା, ଟୁଜି ସ୍ପେକ୍ଟ୍ରମ୍, ଆଦର୍ଶ ହାଉସିଂ, ରାଜ୍ୟ ଗୋଷ୍ଠୀ କ୍ରୀଡା ଆଦି ଲକ୍ଷ ଲକ୍ଷ କୋଟି ଟଙ୍କାର ମହାଦୁର୍ନୀତି ଯୋଗୁଁ ଆଜି ଦେଶର ଅର୍ଥନୀତି ଦୁର୍ବଳ ହୋଇପଡିଛି ବୋଲି କହି ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ।

ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଡକ୍ଟର ଧିରେନ୍ଦ୍ର ନନ୍ଦ ଯୋଗଦେଇ ଆମ୍ ଆଦମୀଙ୍କ କଥା କହୁଥିବା କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଡିଜେଲ ଦର ୫ଟଙ୍କା ବଢାଇବା ଏବଂ ଏଲପିଜି ସିଲିଣ୍ଡର ଉପରେ ସବସିଡି ବର୍ଷକୁ ୬ଟିରେ ସିମୀତ ରଖିବା ଦୁର୍ଭାଗ୍ୟ ଜନକ ବୋଲି କହି ଏହାଦ୍ୱାରାସରକାର ଦେଶର ସାଧାରଣ ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ଦର୍ଶାଇଥିଲେ ।

ସ୍ଥାନୀୟ ସମାଜସେବୀ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ ଦେଇ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ଦୃଢଭାବରେ ସମାଲୋଚନା କରି କହିଲେ ରିଟେଲ ମାର୍କେଟ ଭଳି ଏକ ଷ୍ପର୍ଶକାତର କ୍ଷେତ୍ରକୁ ବିଦେଶୀ ହାତକୁ ଟେକିଦେବା ଦ୍ୱାରାସ୍ଥାନୀୟ କୃଷକମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେବେ ଏବଂ ସେମାନଙ୍କର ଚାଷ ଅଧିକାର ଲୋପ ପାଇବ ।

ଫାର୍ମ ଚାଷ ପ୍ରତି ବିଦେଶୀମାନଙ୍କର ଆଗ୍ରହ ଥିବା ଯୋଗୁଁ ବହୁ ପରିମାଣର ଚାଷ ଜମି ସେମାନଙ୍କ ହାତକୁ ଚାଲିଯିବ । ସେମାନେ ଏକକାଳୀନ ସମସ୍ତ ସାମଗ୍ରୀ କିଣିନେବା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୁଜୁରାଣ ମେଣ୍ଟାଉଥିବା ଦେଶର ଚାରି କୋଟି ଛୋଟ ଛୋଟ ଓ ନାମକୁ ମାତ୍ର କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇବେ ।

ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ସଡଙ୍ଗୀ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଞ୍ଚର ସାଙ୍ଗଠନିକ କାର୍ଯ୍ୟ କିପରି ବୃଦ୍ଧି କରାଯାଇପାରିବ ଆଲୋଚନା କରିଥିଲେ । ଏହି ବିଚାର ବର୍ଗରେ କଳାଧନ ଓ ଭ୍ରଷ୍ଟାଚାର, କୃଷି ଓ କୃଷକ ସମସ୍ୟା, ଶିକ୍ଷା ଓ ବେରୋଜଗାର ସମସ୍ୟା, ଦରଦାମ୍ ବୃଦ୍ଧି, କୃଷି ଅର୍ଥନୀତି ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବସନ୍ତ କୁମାର ନାୟକ ସଂଯୋଜନା କରିଥିଲେ ଏବଂ ଶେଷରେ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ବିଷ୍ଣୁ ପ୍ରସାଦ ଦାସ, ସୋନାଶିଷ ପ୍ରିୟଦର୍ଶିନୀ ଜେନା, ବୈଲୋଚନ ଦାସ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦ୍ରାପଡ଼ା, ସ୍ୱାମୀ ବିବେକାନନ୍ଦଙ୍କ ସାର୍ଦ୍ଧ

ନିର୍ଯ୍ୟାତିତ ଶ୍ରମିକଙ୍କୁ ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର

May 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଆଫ୍ରିକାର ଆଙ୍ଗୋଲାରେ ନିର୍ଯ୍ୟାତିତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଶନିବାର କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ୍.ଏମ୍ କ୍ରୀଷ୍ଣାଙ୍କୁ ପତ୍ର ଲେଖିଛନ୍ତି ।

ଗତ କିଛିଦିନ ତଳେ କେତେକ ଭାରତୀୟ ଶ୍ରମିକ ସିମେଣ୍ଟ କାରଖାନାରେ କାମ କରିବାକୁ ଦଲାଲ
ସାହାଯ୍ୟରେ ସେଠାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୧୨୦ ଜଣ ଥିବା ବେଳେ କେବଳ
କେନ୍ଦ୍ରାପଡ଼ାର ଜିଲ୍ଲା ୩୦ ଜଣ ଥିଲେ ।

କୌଶଳକ୍ରମେ ସେଠାରୁ ଦୁଇ ଜଣ ଶ୍ରମିକ ଘରକୁ ଫେରି ଆସି ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା କହିବା ପରେ ଘଟଣା ସଂପର୍କରେ ଜଣାପଡ଼ିଛି ।

ସେଠାରେ ଥିବା ଶ୍ରମିକମାନେ ଆବଶ୍ୟକତା ଠାରୁ ଅଧିକ କାମ କରୁଥିଲେ ମଧ୍ୟ କମ୍ପାନୀ ମାଲିକ
ସେମାନଙ୍କୁ ଦରମା ଦେଉନଥିବାରୁ ଗତ ଅପ୍ରେଲ ମାସରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।

ତେବେ ମାଲିକ ଦରମା ଦେବା ବଦଳରେ ପୋଲିସ ଦ୍ୱାରା ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଗୁଳି ଚଳାଇଥିଲା । ତେଣୁ ଏହି ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଏହି ଘଟଣା ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଶ୍ରମିକମାନଙ୍କୁ ଶୀଘ୍ର ଫେରାଇ ଆଣିବାକୁ କ୍ରୀଷ୍ଣାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏଭଳି ଅମାନବୀୟ କାର୍ଯ୍ୟକୁ ସେ ନିନ୍ଦା କରିବା ସହ ଉକ୍ତ ସିମେଣ୍ଟ କାରଖାନାର ମାଲିକଙ୍କ ବିରୁଦ୍ଧରେ
ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଙ୍ଗୋଲା, କେନ୍ଦ୍ରାପଡ଼ା

ଗୁଳିମାଡ଼ ଘଟଣାରେ ଦୁଇ ଠିକାଦାରଙ୍କ ସହ ଆଠ ଗିରଫ

May 7, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଗତ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣାରେ ସୋମବାର ଦୁଇ ଜଣ ଠିକାଦାରଙ୍କ ସହ ଆଠ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

କୁସୁନାପୁର ଗ୍ରାମରୁ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ତିନୋଟି ପିସ୍ତଲ, ୧୮ଟି ଗୁଳି, ଛଅଟି ମାଗାଜିନ୍, ପାଞ୍ଚଟି ମୋବାଇଲ, ଗୋଟିଏ କାର, ମଟର ସାଇକେଲ ଏବଂ ସିଡ଼ି ଜବତ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ନରସିଂହ ଭୋଳ କହିଛନ୍ତି ।

ଦୁଇ ଠିକାଦାରଙ୍କ ବ୍ୟତୀତ ଅନ୍ୟ ଛଅ ଜଣ ଗତ ଗୁରୁବାର ବଡ଼ପଲା ଛକ ଠାରେ ପ୍ରଭାତ ନାୟକ ଓ ନରେଶ ସେଠୀଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହି ଘଟଣା ପରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ବେଳେ ବଡ଼ପାଲଗଡ଼ ଗ୍ରାମକୁ ସେମାନେ ଆସିଥିବା ପୋଲିସ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ଗୁଳିମାଡ଼, ପୋଲିସ

ନଦୀରେ ଭାସିଯାଇ ଛାତ୍ରୀ ମୃତ, ଦୁଇ ନିଖୋଜ

May 6, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମଇ ୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ବ୍ରାହ୍ମଣୀ ନଦୀରେ ରବିବାର ଗାଧୋଉ ଥିବା ବେଳେ ଭାସିଯାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି ।

ତିନି ଜଣ ଛାତ୍ରୀ ଗାଧୋଉ ଥିବା ବେଳେ ଗୋଡ଼ ଖସିଯିବାରୁ ସେମାନେ ନଦୀ ସ୍ରୋତରେ ଭାସିଯାଇଥିଲେ ବୋଲି ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ କହିଛନ୍ତି ।

ଅମୃତମଣୋହୀ ଗ୍ରାମର ଏହି ଛାତ୍ରୀମାନେ ସମସ୍ତେ ସପ୍ତମ ଶ୍ରେଣୀର । ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକମାନେ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ତେବେ ଅନ୍ୟ ଦୁଇ ଜଣ ଛାତ୍ରୀ ବର୍ତମାନ ମଧ୍ୟ ନିଖୋଜ ଅଛନ୍ତି । ଅଗ୍ନିଶମ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ବ୍ରାହ୍ମଣୀ ନଦୀ

କେନ୍ଦ୍ରାପଡ଼ା: ଟେଣ୍ଡର ଫିକ୍ସିଂ ଅଭିଯୋଗରେ କ୍ୟାସିଅର ଗିରଫ

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଅପରାଧିଙ୍କ ସହ ସଂପର୍କ ରଖି ଟେଣ୍ଡର ଫିକ୍ସିଂ କରୁଥିବା ଅଭିଯୋଗରେ ପୋଲିସ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କ୍ୟାସିଅରକୁ ଗୁରୁବାର ଗିରଫ କରିଛି ।

ସଂପୃକ୍ତ କ୍ୟାସିଅର ବଟକୃଷ୍ଣ ଜେନା ମାଫିଆ ତଥା ଅପରାଧୀଙ୍କୁ ଟେଣ୍ଡର ସଂପର୍କରେ ସୂଚନା ଦେଉଥିବା ଜଣେ ଅଧିକାରୀ କହିଛନ୍ତି । ଗିରଫ ପରେ ତାଙ୍କୁ ବିଚାର ବିଭାଗୀୟ ଆଲତରେ ହାଜର କରାଯାଇଛି । ଜାମିନ ଆବେଦନ ଖାର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇିଆଯାଇଛି ।

“”ଦୁଇ ମାସ ତଳେ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ଭାଇଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ
ଏକ ଡ଼ାଏରୀ ଜବତ କରିଥିଲା । ଏହି ଡ଼ାଏରୀରେ କେତେକ ଠିକ।ଦାର ଏବଂ ସଂପୃକ୍ତ ବିଭାଗର
କର୍ମଚାରୀଙ୍କ ନାମ ଉଲ୍ଲେଖ ଥିଲା” କେନ୍ଦ୍ରାପଡ଼ା ଥାନା ଅଧିକାରୀ କହିଛନ୍ତି ।

ସେହିପରି ପୂର୍ବରୁ ଟେଣ୍ଡର ଫିକ୍ସିଂ କରିବା ପାଇଁ ମାଫିଆ ଏବଂ ଅପରାଧୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ପୋଲିସ ପାଂଚ ଜଣ ଠିକ।ଦାରଙ୍କୁ ଗିରଫ କରିଥିଲା । ଏହି ସମାନ ଅଭିଯୋଗରେ ପୂର୍ବରୁ ମଧ୍ୟ ବିଭାଗର ଜଣେ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା ।

ରାସ୍ତା କାମ ପାଇଁ ବିଭିନ୍ନ ଠିକ।ଦାର ବର୍ତମାନ ଟେଣ୍ଡର ଦାଖଲ କରିଥିବା ବେଳେ ସେହି କାମ ପାଇବା ପାଇଁ ଏମାନେ ମାଫିଆ ତଥା ଅପରାଧୀଙ୍କୁ ନିୟୋଜିତ କରିଥିବା ପୋଲିସ ସନ୍ଦେହ କରୁଛି।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅପରାଧି, କେନ୍ଦ୍ରାପଡ଼ା

‘ଶୀତୁଆ ସକାଳରେ ଜୀବନ’ ଫଟୋ ପ୍ରଦର୍ଶନୀ

January 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍:ଆଶିଷ ସେନାପତି

କେନ୍ଦ୍ରାପଡ଼ା,ଜାନୁୟାରୀ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ସହରରେ ଇଭେଣ୍ଟ୍ ମ୍ୟାନେଜରଙ୍କ ଦ୍ୱାରାଟାଉନ ହଲ୍ଠାରେ ଏକଦୁଇିନିଆ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ।

ଏହି ପ୍ରଦର୍ଶନୀରେ ଦଶଜଣ ଫଟୋଗ୍ରାଫର୍ ସେମାନଙ୍କର ବିଭିନ୍ନ ଫଟୋ ପ୍ରଦର୍ଶିତ କରିଛନ୍ତି । ଏହି ପ୍ରଦର୍ଶନୀର ବିଷୟବସ୍ତୁ””ଆନ୍ ଆସ୍ପେକ୍ଟଟ୍ ଅଫ୍ ଲାଇଫ୍ ଇନ୍ ୱିନ୍ଟର୍” ରଖାଯାଇଛି । ଏଠାରେ ଉଭୟ ରଙ୍ଗୀନ ଓ କଳାଧଳା ପ୍ରାୟ ୨୩୦ଟି ଫଟୋ ପ୍ରଦର୍ଶିତ କରାଯାଇଛି ।

ସେଗୁଡ଼ିକର ବିଷୟବସ୍ତୁ ମୁଖ୍ୟତଃ ଶୀତୁଆ ସକାଳରେ ଗ୍ରାମାଂଚଳର ଦୃଶ୍ୟ,ସୂର୍ଯ୍ୟ ଉଦୟ ଓ ଅସ୍ତ
ସମୟର ଫଟୋ,ଗୋଧୂଳି ସମୟରେ ଗାଇମାନଙ୍କର ଗୋଠକୁ ଫେରିବା ସମୟର ଫଟୋ,ଭିତର
କନିକାର କୁମ୍ଭୀର,ହରିଣ,ହେନ୍ତାଳ ବଣ ଫଟୋ ଇତ୍ୟାଦି ସ୍ଥାନିତ କରାଯାଇଛି ।

ପ୍ରତ୍ୟେକ ଫଟୋ ତଳେ ଫଟୋଗ୍ରାପରଙ୍କ ନାମ ଉଲ୍ଲେଖ କରାଯାଇଛି । ଏହି ପ୍ରଦର୍ଶନୀକୁ ବି.କେ.କଲେଜ ଅଫ୍ ଆର୍ଟସର ଅଧ୍ୟକ୍ଷ ବଳଦେବ ମହାରଥୀ,ଶିଳ୍ପୀ ସୁରେଶ ବଳବନ୍ତରାୟ,ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜିର ଡ଼.ବିନୟ କୁମର ଜେନା ପ୍ରମୂଖ ବୁଲି ଦେଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ଫଟୋ ପ୍ରଦର୍ଶନୀ

୩୧ରୁ ଭିତରକନିକାରେ ପକ୍ଷୀ ଗଣନା

December 29, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉ୍ୟାନରେ ଆସନ୍ତା ୩୧ ତାରିଖ ଠାରୁ ପକ୍ଷୀ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ ।

ଏହା ଦୁଇଦିନ ଧରି ଚାଲିବ ଓ ଏଥିପାଇଁ ୧୨ଟି ଦଳ ଗଠନ କରାଯାଇଥିବା ଜଣେ ଅଧିକାରୀ
ଶୁକ୍ରବାର କହିଛନ୍ତି ।

ଭିତରକନିକା ଜାତୀୟ ଉଦ୍ୟାନ, ସାତଭାୟା, ବରୁଣେଇ ମୁହାଣ, ହିଂସିଣା ଚଟକା, ମହାକାଳପଡ଼ା ଓ କୁଜଙ୍ଗ ପ୍ରଭୃତି ଅଂଚଳରେ ବିଦେଶାଗତ ପକ୍ଷୀଙ୍କୁ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି ।

ରାଜନଗର ଡ଼ିଏଫ୍ଓଙ୍କ ତତ୍ୱାବଧାନରେ ବିଶିଷ୍ଟ ପକ୍ଷୀ ବିଶାର ସୁନୀଲ ଦତ , ହେମନ୍ତ ସାହୁ,
ଶିବପ୍ରସାଦ ପରିଡ଼ା ପ୍ରମୁଖ ଏହି ଦଳରେ ରହିବେ ।

ଚଳିତ ବର୍ଷ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଋଷ, ଶ୍ରୀଲଙ୍କା ଓ ହିମାଳୟରୁ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ପକ୍ଷୀ ଭିତରକନିକାରେ ପହଂଚିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ଭିତରକନିକା

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ