• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କେନ୍ଦ୍ରାପଡ଼ା

ପୌରନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

November 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୨୧ଟି ୱାର୍ଡ଼ରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ୩୧ ହଜାର ୧୫୭ ଜଣ ଭୋଟର୍ ୬୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ପରିଚାଳନା ପାଇଁ ୧୪୨ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଭୋଟିଙ୍ଗ ମେସିନ ସାହାଯ୍ୟରେ ଭୋଟ୍ ଗ୍ରହଣ ଚାଲିଛି ।

ଏକ ହଜାରରୁ ଉଦ୍ଧ୍ୱର୍ ଭୋଟର୍ ଥିବା ସ୍ଥାନରେ ୫ ଜଣ ଅଧିକାରୀ ଏବଂ ଏକ ହଜାରରୁ କମ୍ ଭୋଟର୍ ଥିବା ସ୍ଥାନରେ ଚାରି ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

୩୨ଟି ବୁଥ୍ ମଧ୍ୟରୁ ୧୯ଟିକୁ ସମ୍ବେନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ବାଚନ ପୂର୍ବରୁ ସୋମବାର ସଂଧ୍ୟାରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଭୋଟ୍ ଗ୍ରହଣ କେନ୍ଦ୍ରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ପୌର ନିର୍ବାଚନ

ଅଗରବତୀ ଉ୍ୟାଦେଗ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଆଶିଷ ସେନାପତି

କେନ୍ଦ୍ରାପଡ଼ା,ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗ୍ରାମର କେତେକ ମହିଳା ଅଗରବତୀ କ୍ଷୁଦ୍ର ଶିଳ୍ପ ଉ୍ୟାଦେଗ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

୩୪ ବର୍ଷ ବୟସ୍କା ନଳୀନି ମହାନ୍ତି କୌଣସି ପ୍ରଶିକ୍ଷଣ ନନେଇ ଅଗରବତୀ ଉ୍ୟାଦେଗ କରି ତାଙ୍କ ଗାଁ ସହିତ ଆଖପାଖ ଗାଁ ମାନଙ୍କର ପ୍ରାୟ ୮୦୦ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ।

ନଳୀନି ପ୍ରଥମେ ୨୦୦୭ରେ ୧୫ଜଣ ମହିଳାଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଟା କରି ବ୍ୟବସାୟ ଆରମ୍ଭ କରିଥିଲେ । ବର୍ତମାନ ଏହା ବୃଦ୍ଧି ପାଇ ୮୦୦ ମହିଳାଙ୍କ ଦ୍ୱାରା୫୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଛି ।

ନଳୀନିଙ୍କ ଭାଇ ଅଗରବତୀ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ମିଶ୍ରଣର ଭାଗମାପ ଜାଣିଥିଲେ । ଏହା ଜାଣି ତାଙ୍କ ଭଉଣୀ ତାଙ୍କୁ ଏକ ଉ୍ୟାଦେଗ ଆରମ୍ଭ କରିବାପାଇଁ କହିଥିଲେ । ଉଭୟ ବ୍ୟାଙ୍କରୁ ଋଣ ନେଇରିଜିଓନାଲ କୋ-ଅପରେଟିଭ୍ ମାର୍କେଟିଙ୍ଗ୍ ସୋସାଇଟି ଏକ ଗେ।ଦ।ମ ଘରକୁ ଭଡ଼ା ସୂତ୍ରରେ ନେଇ ସେଠାରେ ଏହି ଉ୍ୟାଦେଗ ଆରମ୍ଭ କରିଥିଲେ ।

ଏହି ବ୍ରାଣ୍ଡ ଅଗରବତୀର ନା “ଭକ୍ତି’ ରଖାଯାଇଛି । କଳା,ନାଲି ଓ ଧୂସର ରଙ୍ଗରେ ଏହାକୁ ତିଆରି କରାଯାଉଛି । ଏଥିରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁଗନ୍ଧିତ ବାସ୍ନା ଦିଆଯାଇ ସୁନ୍ଦର ଭାବରେ ପ୍ୟାକେଟ୍ କରାଯାଇ ବଜାରରେ ବିକ୍ରି କରାଯାଉଛି ।

ତାଙ୍କ ସଂସ୍ଥା ଏବେ ମାସିକ ପ୍ରାୟ ୨୦ ହଜାର ଟଙ୍କା ଲାଭ କରୁଛି । ଯାହାକି ଏଥିରେ ସଂପୃକ୍ତ ଥିବା ମହିଳାଙ୍କୁ ମାସିକ ୧୫୦୦ ଟଙ୍କାରୁ ୨୦୦୦ ଟଙ୍କା ଯାଏଁ ରୋଜଗାରର ପନ୍ଥା ହୋଇଛି । ମହିଳାମାନେ ନିଜର ଗୃହକାର୍ଯ୍ୟ ବ୍ୟତୀତ ଦୈନିକ ୪ରୁ ୬ଘଣ୍ଟା ସମୟ ଏହି ଉ୍ୟାଦେଗରେ ଦେଇଥାନ୍ତି ।

“”ଏହି ଉ୍ୟଦେଗ ଦ୍ୱାରାଏତେ ସଂଖ୍ୟାରେ ମହିଳା ଉପକୃତ ହେଉଥିଲେ ମଧ୍ୟ କଞ୍ଚାମାଲର ଅଭାବ ଓ ନୂତନ ଭାବେ ଗଢି ଉଠିଥିବା ଅନ୍ୟାନ୍ୟ ଉ୍ୟାଦେଗର ପ୍ରତିଦ୍ୱନ୍ଦିତା ଆରମ୍ଭ ହେଲାଣି । ତେଣୁ ଆମକୁ ଯଦି କୌଣସି ପ୍ରକାର ଆର୍ଥିକ ସହାୟତା ମିଳେ,ତାହା ଏହି ଉ୍ୟାଦେଗକୁ ଆଗକୁ ବଢାଇବାରେ ସହାୟକ ହେବ ” ନଳୀନି କହିଛନ୍ତି ।

“”ଏହି କାର୍ଯ୍ୟ କରି ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପରିଥିବାରୁ ସେମାନଙ୍କୁ ଦୈନନ୍ଦିନ ଘରଖର୍ଚ୍ଚ ପାଇଁ ଆଉ ସ୍ୱାମୀଙ୍କ ନିକଟରେ ହାତ ପତାଇବାକୁ ପଡ଼ୁନାହିଁ ”ସେ କହିଛନ୍ତି ।

“”ସେମାନଙ୍କୁ ଋଣ ଯୋଗାଇ ଦେବା ଦ୍ୱାରାସେମାନେ ଏହିଭଳି କ୍ଷୁଦ୍ର ଶିଳ୍ପ ଉ୍ୟାଦେଗ ପ୍ରତିଷ୍ଟା କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି’ବଡ଼ବାରଙ୍ଗ ଗ୍ରାମର ମା ଶାରଙ୍ଗ ଏସ୍.ଏଚ୍.ଜି.ର ସେକ୍ରେଟାରୀ ଟିକିନା ସେଠୀ କହିଛନ୍ତି ।

“”ଆମର ଏସ୍.ଏଚ୍.ଜି.ମୋଟ୧୫ଜଣ ମହିଳାଙ୍କୁ ନେଇ ଗଠିତ । ଏଠାରେ ଅଗରବତୀ ପ୍ରସ୍ତୁତି ହେବାଠରୁ ଆରମ୍ଭ କରି ଏହାର ପ୍ୟାକେଜିଂ ଓ ବିକ୍ରୟ ସମସ୍ତ କାର୍ଯ୍ୟ ମହିଳାମାନେ ତୁଲାଇଥାଆନ୍ତି । ଏହାଦ୍ୱାରାସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି”ବୋଲି ଜଗନ୍ନାଥପୁର ଗ୍ରାମର ଜୀଯାବାଇ ଏସ୍.ଏଚ୍.ଜି. ର ସେକ୍ରେଟାରୀ ସସ୍ମିତା ମହାନ୍ତି କହିଛନ୍ତି ।

ଏହି ଏସ୍.ଏଚ୍.ଜି.ଗୁଡ଼ିକ ଗାଁ ସ୍ତରରେ କାର୍ଯ୍ୟ କରୁଥିଲେ ମଧ୍ୟ ଏହା ଦାରିଦ୍ର ଦୁରୀକରଣରେ ସହାୟକ ହେବାସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସହାୟକ ହେଉଛି । ଯେଉଁ ମହିଳାମାନେ ଏକା କେବଳ ଘର ଜଞ୍ଜାଳରେ ବୁଡ଼ି ରହୁଥିଲେ,ସେମାନେ ଏବେ ଘରର ଏରୁଣ୍ଡିବନ୍ଧ ଡ଼େଇଁ ବାହାରକୁ ବାହାରିଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଘରର ଦୈନନ୍ଦିନ ଖର୍ଚ୍ଚରେ ଆର୍ଥିକ ସହାୟକ ହୋଇପାରୁଛନ୍ତି ।

“”ଯେଉଁ ଦିନଠାରୁ ମୁଁ ଏହି ଉ୍ୟାଦେଗରେ ଯୋଗେଇ ଆମ ଘରକୁ କିଛି ଆର୍ଥିକ ସାହାର୍ଯ୍ୟ କରିପାରୁଛି,ମୋ ପ୍ରତି ମୋ ସ୍ୱାମୀ ତଥା ପିଲାମାନଙ୍କର ଦୃଷ୍ଟିକୋଣ ବଦଳିବାରେ ଲାଗିଛି । ଆମେ ଏବେ ଘରର ସମସ୍ତ ଖର୍ଚ୍ଚ ଯାଇ ମାସିକ ପ୍ରାୟ ୧୫୦୦ଟଙ୍କା ସଞ୍ଚୟ କରିପାରୁଛୁ । ଯାହାକି ଭବିଷ୍ୟତଃରେ ପିଲାମାନଙ୍କର ପାଠପଢାରେ ସହାୟକ ହେବ” ବୋଲିଦୁଇତାଳ ଗ୍ରାମର ଏସ୍.ଏଚ୍.ଜି.ର ସେକ୍ରେଟାରୀ ସାଗରୀକା ଜେନା କହିଛନ୍ତି ।

“”ମହିଳାମାନେ ଅଧିକ ମାତ୍ରାରେ ଏହିଭଳି ଏସ୍.ଏଚ୍.ଜି. ଗଠନ କରି ଅଗରବତୀ ଶିଳ୍ପ ସହ ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ଗଠନ କରିବା ପାଇଁ ପ୍ରଶାସନ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ଉଚିତ୍ ପ୍ରଶିକ୍ଷଣ ଦିଆଯିବା ନେଇ ପ୍ରେତ୍ସାହନ ଦେଉଛି”ବୋଲି କେନ୍ଦ୍ରପଡ଼ାର ଜିଲ୍ଲାପାଳ ପି.କେ.ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅଗରବତୀ, କେନ୍ଦ୍ରାପଡ଼ା, କ୍ଷୁଦ୍ର ଶିଳ୍ପ

କଂଗ୍ରେସ କାର୍ଯ୍ୟାଳୟ ପୋଡ଼ିକୁ ନେଇ ଉତେଜନା

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଠାରେ କଂଗ୍ରେସ ଦଳର ଏକ ନିର୍ବାଚନ କାର୍ଯ୍ୟାଳୟକୁ କେତେକ ଦୁର୍ବୃତ ପୋଡ଼ି ଦେଇଥିବା ବେଳେ ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି ।

ପୌରାଂଚଳର ୨୧ ନମ୍ବର ୱାର୍ଡ଼ରେ ଥିବା କାର୍ଯ୍ୟାଳୟକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତମାନେ ପୋଡ଼ିେଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ନିର୍ବାଚନ ପୋଷ୍ଟର ଆଦି ପୋଡ଼ି ନଷ୍ଟ ହୋଇଯାଇଛି ।

ଶାସକ ଦଳର ସ୍ଥାନୀୟ କର୍ମୀମାନେ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ବୋଲି ଏହି ୱାର୍ଡ଼ର କଂଗ୍ରେସ ପ୍ରାର୍ଥି ଲାଉଡ଼ି ଟୁଟୁ କେନ୍ଦ୍ରାପଡ଼ା ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ମହିପାଳ ଗ୍ରାମ ତଥା ଆଖପାଖ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୋଷୀଙ୍କୁ ଗିରଫ ।ବିରେ ପ୍ରାୟ ତିନି ଶହ କଂଗ୍ରେସ ସମର୍ଥକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଙ୍ଗଳବାର କେନ୍ଦ୍ରାପଡ଼ାରେ ନିର୍ବାଚନ କାର୍ଯ୍ୟାଳୟ ପୋଡ଼ି ଘଟଣାରେ ଶାସକ ବିଜେଡ଼ି ଦଳକୁ ସମାଲୋଚନା କରିଛନ୍ତି ।

୧୪୨ ବର୍ଷର ଏହି ପୌରାଂଚଳ ପାଇଁ ୭୫ ଜଣ ପ୍ରାର୍ଥୀ ନିର୍ବାଚନ ଦୌଡ଼ରେ ଅଛନ୍ତି । ଘଟଣାର ତନ୍ତ ଚାଲିଛି ବୋଲି କେନ୍ଦ୍ରାପଡ଼ା ଥାନା ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ ଦଳ, କେନ୍ଦ୍ରାପଡ଼ା, ରାଜନୀତି

ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ କଟକଣା

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼୍ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ସାତ ମାସ ମାଛ ଧରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଭଦ୍ରକ ଆି ଛଅଟି ଉପକୂଳ ଜିଲ୍ଲାରେ ଏହି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ କଇଁଛମାନେ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି ତେଣୁ କଟକଣା ଯୋଗୁଁ ସେମାନେ ସୁରକ୍ଷିତ ରହିପାରିବେ ବୋଲି ଭିତରକନିକା ଡ଼ିଏଫ୍ଓ ମନୋଜ ମହାପାତ୍ର ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୨୦ କିଲୋମିଟର ମଧ୍ୟରେ ଅସ୍ତରଙ୍ଗରୁ ଧାମରା ପର୍ଯ୍ୟନ୍ତ ଟ୍ରଲର କିମ୍ବା ମାଛଧରା ଡ଼ଙ୍ଗା ନଚଲାଇବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ବେଆଇନ ଭାବେ ମାଛ ଧରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାରେ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ନଭେମ୍ବରରୁ ଡ଼ିସେମ୍ବର ଅଲିଭ ରିଡ଼ଲେଙ୍କ ସଙ୍ଗମ, ଜାନୁୟାରୀ ଫେବୃୟାରୀରେ ଅଣ୍ଡ।ମାନ ଓ ମାର୍ଚ୍ଚରୁ ଅପ୍ରେଲ ଶେଷ ପର୍ଯ୍ୟନ୍ତ ଅଣ୍ଡାରୁ ଛୁଆ ଜନ୍ମନେଇ ସମୁଦ୍ର ଯିବା ପ୍ରକ୍ରିୟା ଚାଲିଥାଏ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଲିଭ ରିଡ଼ଲେ କଇଁଛ, କେନ୍ଦ୍ରାପଡ଼ା, ମୁଖ୍ୟ ଖବର

ମହାବାତ୍ୟା ୧୨ ବର୍ଷ ପରର ଜୀବନ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି/ ଅମରନାଥ ପରିଡ଼ା

କେନ୍ଦ୍ରାପଡ଼ା/ଜଗତସିଂହପୁର, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ମହାବାତ୍ୟାର ୧୨ ବର୍ଷ ପରେ ମଧ୍ୟ ଉପକୂଳବର୍ତୀ  କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଲୋକମାନଙ୍କ ମନରୁ ସେିନର ଭୟଙ୍କର ରୂପ ଲିଭି ନଥିବା ବେଳେ ବର୍ତ୍ତମାନ ବି ସେମାନେ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ଏହିଦୁଇଟି ଜିଲ୍ଲା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଜିଲ୍ଲାର ପ୍ରାୟ ବାର ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ବାର ବର୍ଷ ମଧ୍ୟରେ ଅଧିକ କ୍ଷତିଗ୍ରସ୍ତ ଏର୍ସମା ଅଞ୍ଚଳରେ ବର୍ତ୍ତମାନ ନୂଆ ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଆି ଖୋଲିଯାଇଛି ।

ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଏକ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରିଛି । ଗତ ୧୨ ବର୍ଷ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ବହୁତ ପରିବର୍ତ୍ତନ ହୋଇଛି, ଏର୍ସମା ଅଞ୍ଚଳରେ ଜଣେ ଶିକ୍ଷକ ବସନ୍ତ ଜେନା କହିଛନ୍ତି ।

୧୯୯୯ ଅକ୍ଟୋବର ୨୯ ରାତିରେ ସମୁଦ୍ରକୂଳିଆ ଝଟିବରି ଗ୍ରାମର ସମୀର ମଣ୍ଡଳ ଖାଇବାକୁ ଯାଉଥିବା ବେଳେ ସମୁଦ୍ରର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ସେ ସେଠାକୁ ଯାଇ ଦେଖିଥିଲେ ଏବଂ ପରିବାର ସହ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ ।

ତେବେ ସେ ତାଙ୍କର ବାପା, ମାଆ, ଭାଇ ଏବଂ ଭଉଣୀଙ୍କୁ ହରାଇଥିଲେ । ପରେ ପ୍ରଶାସନ ପକ୍ଷରୁ ସେ ତିନି
ଲକ୍ଷ ଟଙ୍କାର ସହାୟତା ପାଇଥିଲେ । ସେ ବର୍ତ୍ତମାନ ଗାଁରେ ଏକ ଧାନକଳ କରିଥିବା ବେଳେ ତିନି କୋଠରୀ ବିଶିଷ୍ଟ ଏକ ପକ୍କା ଘର ତିଆରି କରିଛନ୍ତି ।

ମହାବାତ୍ୟା ଲୋକଙ୍କ ମଧ୍ୟରେ ପରିବେଶ ପାଇଁ ଅଧିକ ସଚେତନତା ସୃଷ୍ଟି କରିଛି । ତେବେ ଝାଉଁବଣ ଥିବା ଅଞ୍ଚଳରେ ମହାବାତ୍ୟାର କୌଣସି ପ୍ରଭାବ ପଡ଼ିନଥିଲା । ତେଣୁ ଆମେ ବର୍ତ୍ତମାନ ଝାଉଁବଣର ସୁରକ୍ଷା କରୁଛୁ, ଏର୍ସମା ଅଞ୍ଚଳର ସବ୍ୟସାଚୀ ମହାକୁଡ଼ କହିଛନ୍ତି ।

ସେହିପରି ହିବର ଗ୍ରାମର ୨୧ ବର୍ଷ ବୟସ୍କ ସଂଜୟ ମଣ୍ଡଳ ତାଙ୍କ ପରିବାର ସହ ରହୁଥିବା ବେଳେ ମହାବାତ୍ୟା ତାଙ୍କ ଠାରୁ ମାଙ୍କୁ ଛଡ଼ାଇ ନେବା ସହ ଘର ଦ୍ୱରା ସବୁ ନଷ୍ଟ କରିଦେଇଥିଲା ।

“”ବେଳେବେଳେ ରାତିରେ ଶୋଇବା ସମୟରେ ମୁଁ ମା’ଙ୍କ କଥା ଭାବେ, ବର୍ତ୍ତମାନ ବି ଏହା ମତେ କଷ୍ଟ ଦିଏ କିନ୍ତୁ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି” ସଂଜୟ କହିଛନ୍ତି ।

ମହାବାତ୍ୟା ପରେ ସଂପୃକ୍ତ ଅଞ୍ଚଳରେ ଶକ୍ତିଶାଳୀ ସମାଜ ଗଠନ ହୋଇପାରିଛି । ପୂର୍ବରୁ ଲୋକମାନେ ପରସ୍ପର ମଧ୍ୟ କ୍ୱଚିତ କଥାବାର୍ତ୍ତା ହେଉଥିଲେ କିନ୍ତୁ ବର୍ତ୍ତମାନ କେତେକ ଗ୍ରାମରେ ଲୋକମାନେ ଆଲୋଚନା କକ୍ଷ ତିଆରି କରିଛନ୍ତି ଓ ସେଠାରେ ଲୋକମାନେ ନିଜର ସମସ୍ୟା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି,ଜପ ଗ୍ରାମର ମାନସ ହଳଧର କହିଛନ୍ତି ।

“”ମହାବାତ୍ୟାରୁ ମୁଁ ବହୁତ କିଛି ଶିକ୍ଷାଲାଭ କରିଛି  । କେତେବେଳେ ଆମର ମୃତ୍ୟୁ ହେବ ଆମେ ଜାଣିନାହୁଁ କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେିନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଓ ସମାଜକୁ ଉନ୍ନତି ପଥରେ ନେବା” ମାନସ କହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ପୁନଃନିର୍ମାଣ ହୋଇଯାଇଛି, ଲୋକଙ୍କ ଜୀବନ ଜୀବୀକା ଫେରିଆସିଛି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି, ଏର୍ସମା ବିଧାୟକ ପ୍ରଶାନ୍ତ ମୁୁଲି କହିଛନ୍ତି ।

ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଜଗତସିଂହପୁ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରି ନାହାନ୍ତି ।

ପ୍ରାୟ ୧୮୫୦ କ୍ଷତିଗ୍ରସ୍ତ ପରିବାର କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜଗତସିଂହପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୭ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ଏହି ପାଣ୍ଠିରୁ ଆହୁରି ସାତ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ମିଳିବାକୁ ଅଛି ।

ଏର୍ସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଦେବରାଜ ବେଜ ମହାବାତ୍ୟାରେ ଦୁଇ ଭାଇଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସହାୟତା ରାଶି ପାଇନାହାନ୍ତି । ତେଣୁ ସହାୟତା ରାଶି ପାଇବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେବରାଜଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଗ୍ରାମର ଲୋକମାନେ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ମହାବାତ୍ୟାରେ ଏହି ପଞ୍ଚାୟତର ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୮ ଜଣ ସହାୟତା ରାଶି ପାଇଛନ୍ତି ।

ବାତ୍ୟାରେ ପତ୍ନୀଙ୍କ ମୃତ୍ୟୁ ପରେ ବହୁତ ଦୁଃଖରେ ଅଛନ୍ତି ୭୮ ବର୍ଷ ବୟସ୍କ ହାଡ଼ିବନ୍ଧୁ ପ୍ରଧାନ । ସେ ବର୍ତ୍ତମାନ ଚାଲି ପାରୁନାହାନ୍ତି କି ଛିଡ଼ା ମଧ୍ୟ ହୋଇପାରୁ ନାହାନ୍ତି, ଦ।ର୍ରି୍ୟ ଯୋଗୁଁ ସେ ମୃତ୍ୟୁ ଅପେକ୍ଷାରେ ଥିବା କହିଛନ୍ତି ।

ବାତ୍ୟା ପରେ ୬୯୮୫ ଜଣ ମୃତ ବ୍ୟକ୍ତିଙ୍କ ପରିବାର ତାଲିକା ପ୍ରଶାସନର ହସ୍ତଗତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୪୦୦ ଜଣଙ୍କ ପରିବାରକୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ମହାବାତ୍ୟା, ମୁଖ୍ୟ ଖବର

ମଦ ବିକ୍ରିକୁ ବିରୋଧ କରି ଦୋକାନ ଭାଙ୍ଗିଲେ ମହିଳା

April 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ମଦ ବିକ୍ରିକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଗାଁରେ ଥିବା ମଦ ଦୋକାନକୁ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ସୋମବାର ଭାଙ୍ଗି ଦେଇଛନ୍ତି ।

ପ୍ରାୟ ଦୁଇ ଶହରୁ ଉଦ୍ଧ୍ୱର୍ ମହିଳା ବରୁଆ ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ଭାଙ୍ଗି ସେଠାରେ ଥିବା ମଦ ବୋତଲ ଗୁଡ଼ିକରେ ନିଅାଁ ଲଗାଇ ଦେବା ସହ ପ୍ରାୟ ତିନି ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।

ଏହି ଗ୍ରାମରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ମଦ ବିକ୍ରି ନକରିବାକୁ ବହୁବାର ଜିଲ୍ଲାପାଳ, ଏସ୍ପି ଏବଂ ଅବକାରୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆମେ ଦୋକାନକୁ ଭାଙ୍ଗି ମଦ ବୋତଲ ଗୁଡ଼ିକୁ ପୋଡ଼ି ଦେଇଛୁ, ଏହି ଗ୍ରାମର ମଞ୍ଜୁଶ୍ରୀ ଦାସ କହିଛନ୍ତି ।

ମହିଳାମାନେ ଦୋକାନ ଭାଙ୍ଗିବାକୁ ଆସିବା ପୂର୍ବରୁ ଏହାର ମାଲିକ ଓଅନ୍ୟ କର୍ମଚରୀ ତାଲା ପକାଇ ଫେରାର୍ ହୋଇଯାଇଥିଲେ ।

ଏଠାରେ ମଦ ଦୋକାନ ଥିବାରୁ ଲୋକମାନେ ରାତିରେ ମଦ ପିଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଅଶାନ୍ତି ସୃଷ୍ଟି କରୁଛନ୍ତି । ତେବେ ସ୍ଥାନୀୟ ପୋଲିସ ଏ ବିଷୟରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମଦ ଯୋଗୁଁ ଗ୍ରାମର ଗରିବ ଲୋକମାନେ ସର୍ବସ୍ୱାନ୍ତ ହୋଇଯାଉଛନ୍ତି ତେଣୁ ମଦ ବିରୋଧରେ ଏହି ଆନ୍ଦୋଳନ କରାଯାଇଛି । ଏହି ମଦ ଦୋକାନକୁ ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ, ବରୁଆ ମଦ ବିରୋଧୀ ଅଭିଯାନର ସଭାପତି ସଂପଦ ପରିଡ଼ା କହିଛନ୍ତି ।

ଆଇନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କୁ ଏହି ଗ୍ରାମରେ ବିଦେଶୀ ମଦ ଖୋଲିବା ପାଇଁ ଅନୁମତି ଦିଆଇଛି ବୋଲି ଉପ ଜିଲ୍ଲାପାଳ ରଂଜନ ଦାସ କହିଛନ୍ତି ।

ଘଟଣା ପରେ ଉକ୍ତ ଗ୍ରାମରେ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମଦ ଦୋକାନ ମାଲିକ କେତେକ ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ମୁଖ୍ୟ ଖବର, ସ୍ୱୟଂସହାୟକ ଗୋଷ୍ଠୀ

ପୂର୍ବତନ ଯବାନଙ୍କ ଅତର୍କିତ ଗୁଳି ମାଡ଼ରେ ୧୫ ଆହତ

February 12, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଜମି ଗଣ୍ଡଗୋଳକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ବରତୁଙ୍ଗା ଗ୍ରାମରେ ଜଣେ ପୂର୍ବତନ ଯବାନଙ୍କ ଗୁଳି ମାଡ଼ରେ ୧୫ ଜଣ ଆହତ ହୋଇଥିବା ପୋଲିସ ଗୁରୁବାର କହିଛି ।

ଏକ ସରକାରୀ ଜମିକୁ ନେଇ ବରତୁଙ୍ଗା ଗ୍ରାମବାସୀଙ୍କ ସହ ଅବସରପ୍ରାପ୍ତ ବିଏସ୍ଏଫ୍ ଯବାନ ମନ ମୋହନ ବେହେରାଙ୍କ ବିବାଦ ଲାଗିରହିଥିଲା । ଏହାକୁ ନେଇ ପୂର୍ବରୁ ବହୁବାର ଗଣ୍ଡଗୋଳ ଘଟିଥିଲା ।

ବୁଧବାର ଉକ୍ତ ସରକାରୀ ଜମିରେ ବେହେରା ଘର କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ଫଳରେ ମନ ମୋହନ ଉତ୍ତ୍ୟକ୍ତ ହୋଇ ଲୋକଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ,ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଆହତ ବ୍ୟକ୍ତି ମାନଙ୍କୁ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଘଟଣା ସଂପର୍କରେ ଖବର ପାଇ ପୋଲିସ ବେହେରା ଓ ତାଙ୍କର ଦୁଇ ଭାଇଙ୍କୁ ଗିରଫ କରିବାକୁ ଆସିଥିବା ବେଳେ ସେମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ଆକ୍ରମଣକାରୀକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଦ।ବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ଜମି ଗଣ୍ଡଗୋଳ, ମୁଖ୍ୟ ଖବର

୭୫ ବର୍ଷ ବୟସରେ ସ୍କୁଲରେ ପାଠ ପଢାଉଛନ୍ତି ବୃଦ୍ଧା

January 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲର ଏକ ସ୍କୁଲରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧା ।

ପାର୍ବତୀ ମହାନ୍ତି ଆଳି ବ୍ଲକ ଅନ୍ତର୍ଗତ ପାଟପୁର ପ୍ରାଥମିକ ସ୍କୁଲରେ ୧୯୬୦ ମସିହାରୁ ଓଡ଼ିଆ ଓ ଗଣିତ ବିଷୟ ପଢାଇ ଆସୁଛନ୍ତି । ନିଜର ଆତ୍ମ ବିଶ୍ୱାସ ଓ ପରିଶ୍ରମ ଯୋଗୁଁ ସେ ନାତି ବୟସର ପିଲା ମାନଙ୍କୁ ପଢାଉଛନ୍ତି ।

“”ସେ ପଢାଉଥିବା ବେଳେ ଆପଣ ତାଙ୍କୁ ବାଧା ଦେଇ ପାରିବେ ନାହିଁ” ସ୍କୁଲ ପ୍ରଧାନଶିକ୍ଷକ ପିତାମ୍ବର ଦ।ସ କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ପାର୍ବତୀ ନାତି ନାତୁଣି ବୋଲି ଡ଼ାକିଥାନ୍ତି ।

ପ୍ରାୟତଃ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ତେଣୁ ସେ ଏମାନଙ୍କୁ କ୍ଷ୍ୟୁଦ୍ର ଗଳ୍ପ ଓ ଗପ କହି ବୁଝାଇଥାନ୍ତି । ସେ ଜିଲ୍ଲାର ସବୁଠୁ ବୟସ୍କ ଶିକ୍ଷୟତ୍ରୀ|

ସେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସ୍କୁଲରେ ଭୋଜନ କରିଥାନ୍ତି । ବେଳେବେଳେ ସ୍କୁଲ ଶିକ୍ଷକ ଓ ଅଭିଭାବକମାନେ ତାଙ୍କୁ ଖାଦ୍ୟ ଓ ପୋଷାକ ପତ୍ର ଦେଇଥାନ୍ତି, ଦାସ କହିଛନ୍ତି ।

ରାଜ୍ୟରେ ଥିବା ହଜାର ହଜାର ଶିକ୍ଷକଙ୍କ ଠାରୁ ସେ ବୟସରେ ବଡ଼ ହେଲେ ମଧ୍ୟ ବିନା ପାରିଶ୍ରମିକରେ ସ୍କୁଲରେ ପାଠ ପଢାଉଛନ୍ତି । କାରଣ ତାଙ୍କର ପଦବୀ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦନ ହୋଇପାରିବ ନାହିଁ, ସେ କହିଛନ୍ତି ।

୭୫ ବର୍ଷ ବୟସ ସତ୍ତ୍ୱେ ତାଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ, ପାର୍ବତୀଙ୍କୁ ସମ୍ବୋଧନ କରୁଥିବା ଉକ୍ତ ସ୍କୁଲର ପୂର୍ବତନ ଛାତ୍ର ନାରାୟଣ ଲେଙ୍କା, ୫୬ କହିଛନ୍ତି । ତାଙ୍କର ମସ୍ତିଷ୍କ ଏତେ ପ୍ରଖର ଯେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ମଧ୍ୟ ଏହି ବୟସରେ ପିଲା ମାନଙ୍କୁ ଶିକ୍ଷ।ଦାନ କରୁଛନ୍ତି, ସ୍କୁଲର ଶିକ୍ଷୟତ୍ରୀ ସଂଯୁକ୍ତା ରାଉତ କହିଛନ୍ତି ।

ପାର୍ବତୀ ୧୯୬୦ରେ ଏକ ଘରୋଇ ସ୍କୁଲ(ଚାଟଶାଳି)ରେ ପାଠ ପଢାଇବା ଆରମ୍ଭ କରିଥିଲେ । ସେହି ଗ୍ରାମରେ ସରକାର ୧୯୬୪ରେ ଏକ ସ୍କୁଲ ସ୍ଥାପନ କରିଥିଲେ ଓ ଜଣେ ନିୟମିତ ଶିକ୍ଷକ ହେବା ପାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନଥିବାରୁ ସ୍ୱେଚ୍ଛାକୃତ ଶିକ୍ଷକ ଭାବେ ସେ ଏଠାରେ କାର୍ଯ୍ୟ କରିଥିଲେ ।

ସେହି ଦି ନ ଠାରୁ ସେ ଏହି ସ୍କୁଲରେ ଅଛନ୍ତି ବୋଲି ଉକ୍ତ ଗ୍ରାମର ସରପଞ୍ଚ ସନାତନ ସାହୁ କହିଛନ୍ତି ।

ବୟସାଧିକ ସତ୍ତ୍ୱେ ସ୍କୁଲ ଶିକ୍ଷକମାନେ ଯଦି ମୋ ପାଠପଢାରେ ସନ୍ତୁଷ୍ଟ ଅଛନ୍ତି ତେବେ ମୁଁ ସ୍କୁଲ ଛାଡ଼ିବାକୁ ସେମାନେ ଚାହିଁବେ ନାହିଁ ବୋଲି ପାର୍ବତୀ କହିଛନ୍ତି ।

“”ସେ ମତେ ଏବଂ ମୋ ବାପାଙ୍କୁ ପାଠ ପଢାଇଛନ୍ତି । ସେ ବହୁତ କଡ଼ା କିନ୍ତୁ ତାଙ୍କ ପାଠପଢା ଶୈଳୀ ଆମକୁ ଭଲ ଲାଗେ । ସ୍କୁଲ ପ୍ରଧାନଶିକ୍ଷକଙ୍କ ସମେତ ଏକାଧିକ ଶିକ୍ଷକ ତାଙ୍କର ଛାତ୍ର” ୧୯୭୬ରେ ପାସ୍ କରିଥିବା ଏହି ସ୍କୁଲର ରମେଶ ଜେନା କହିଛନ୍ତି ।

ଗ୍ରାମବାସୀମାନେ ପାର୍ବତୀଙ୍କୁ ବହୁତ ସମ୍ମାନ ଦିଅନ୍ତି । “”ମୁଁ ଯେବେ ଥକି ଯିବି ସେତେବେଳେ ପଢାଇବା ବନ୍ଦ କରିବି, ବର୍ତ୍ତମାନ ଥକିଯାଇ ନାହିଁ, ଛୋଟ ପିଲାଠାରୁ ମୋର ଶକ୍ତି ଅଧିକପାର୍ବତୀ କହନ୍ତି ।

ସେ ଗାଁରେ ଏକ କୁଡ଼ିଆ ଘରେ ରହୁଥିବା ବେଳେ ପାଞ୍ଚ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଦୁଇ ଝିଅ ଗାଁ ଠାରୁ କିଛି ଦୂରରେ ଶ୍ୱଶୂର ଘରେ ରହୁଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ମୁଖ୍ୟ ଖବର

ଭାରତୀୟ ଅର୍ଥସେବା ପରୀକ୍ଷା ଷଷ୍ଟ ସ୍ଥାନରେ ପ୍ରଜ୍ଞାସ୍ମିତା

September 3, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ସେପ୍ଟେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଅର୍ଥ ସେବା ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଜ୍ଞାସ୍ମିତା ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳରେ କିରାଣୀ ଭାବେ କାର୍ଯ୍ୟ କରୁଥିବା କପଳେଶ୍ୱରପୁରର ନାରାୟଣ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ।

ସେ ପ୍ରଥମେ କେନ୍ଦ୍ରାପଡ଼ା ସହରରେ ଥିବା ଫ୍ରେଜର ବାଳିକା ବିଦ୍ୟାଳୟ ଓ ପରେ ସେଠାରେ ଥିବା କଲେଜରେ ପାଠ ପଢିଥିଲେ । ଉକ୍ତ କଲେଜରୁ ବିଏ ପାସ୍ କରିବା ପରେ ସେ ୨୦୦୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍ଏ ପାସ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୦୯ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ପାଇଥିଲେ ।

“ମୁଁ ଜଣେ କିରାଣୀ ଭାବେ କାର୍ଯ୍ୟ କରେ କିନ୍ତୁ ପ୍ରଜ୍ଞାସ୍ମିତା ସମେତ ଚାରି ଜଣ ପିଲାଙ୍କ ପାଠ ପଢାରେ କେବେ ମଧ୍ୟ ଅବହେଳା କରିନାହିଁ” ।

ମାତ୍ର ୨୬ ବର୍ଷ ବୟସରେ ସେ ଏହି ସଫଳତା ପାଇଛି । ବୁଦ୍ଧି ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଇଂରାଜି ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଦେଇଛି, ଫ୍ରେଜର ସ୍କୁଲ ଶିକ୍ଷୟତ୍ରୀ ସବିତା ପତି କହିଛନ୍ତି ।

ସେ ତା’ର କଠିନ ପରିଶ୍ରମର ଫଳ ପାଇଛି । ଆଜିକାଲି ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କୋଚିଙ୍ଗ କ୍ଲାସର ସହାୟତା ନେଉଥିବା ବେଳେ ସେ କୌଣସି କୋଚିଙ୍ଗ କ୍ଲାସରେ ଯୋଗ ଦେଇନାହିଁ, ନାରାୟଣ କହିଛନ୍ତି ।

ସେ ପ୍ରତ୍ୟେକ ଦିନ ଛଅରୁ ସାତ ଘଣ୍ଟା ପରିଶ୍ରମ କରୁଥିଲା । ଗତକାଲି ରାତିରେ ଫୋନ କରି ଏବିଷୟରେ ମୋତେ ଜଣାଇଥିଲା, ପ୍ରଜ୍ଞାସ୍ମିତାଙ୍କ ମା ଶାନ୍ତିଲତା କହିଛନ୍ତି । ପ୍ରଜ୍ଞାସ୍ମିତାଙ୍କ ସଫଳତା ଖବର ପହଞ୍ଚିବା ପରେ ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି ।

ତାଙ୍କ ସଫଳତାରେ ଶୁକ୍ରବାର ଗ୍ରାମବାସୀମାନେ ଖୁସି ମନାଇଛନ୍ତି । କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ମୁଖ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି । ପରବର୍ତ୍ତୀ ସମୟରେ ଆଇଏଏସ୍ ପାଇଁ ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱରରେ ପିଏଚଡ଼ି କରୁଥିବା ପ୍ରଜ୍ଞାସ୍ମିତା କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ନାରୀ, ଭାରତୀୟ ଅର୍ଥ ସେବା ପରୀକ୍ଷା, ମୁଖ୍ୟ ଖବର, ଶିକ୍ଷା

  • « Go to Previous Page
  • Go to page 1
  • Go to page 2

Primary Sidebar

RSS LATEST

  • MO school to promote scientific learning
  • ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
  • ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ
  • ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ
  • ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା
  • ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ସମନ୍ଵୟ ବୈଠକ
  • ନାବାଳିକା ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ
  • ଖୋର୍ଦ୍ଧାରେ ଆଜିକାର ତାପମାତ୍ରା ୩୫ ଡିଗ୍ରୀ
  • ଗୋପାଳପୁରରେ ଆଜିକାର ତାପମାତ୍ରା ୩୩.୨ ଡିଗ୍ରୀ
  • ପାରାଦୀପରେ ଆଜିକାର ତାପମାତ୍ରା ୩୪.୪ ଡିଗ୍ରୀ