• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

କେନ୍ଦ୍ରୀୟ ଯୋଜନା

କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅର୍ଥକୁ ନେଇ ଅନିଶ୍ଚିତତା

April 27, 2015 by News Bureau Leave a Comment

ବିଶେଷ ସଂବାଦଦାତା

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ) କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଓଡିଶାକୁ ଦେଉଥିବା ଅର୍ଥର ପରିମାଣ ଉପରେ କୌଣସି ସ୍ପଷ୍ଟ ଚିତ୍ର ଏ ପର୍ଯ୍ୟନ୍ତ ଦେଇନଥିବାରୁ ଏହାକୁ ନେଇ ପ୍ରଶାସନିକ ମହଲରେ ରାଜ୍ୟରେ ଅନିଶ୍ଚିତତା ସ୍ତୃଷ୍ଟି ହୋଇଛି ।

କେନ୍ଦ୍ର ସରକାର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆଠୋଟି କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରି ତା ପାଇଁ ଆଉ ଅର୍ଥ ଦେବେ ନାହିଁ ବୋଲି କହିଥିବା ବେଳେ, ପ୍ରାୟ ୨୪ ଟି ଅନ୍ୟ କେନ୍ଦ୍ରୀୟ ଯୋଜନାର ଅର୍ଥ ଆବଣ୍ଟନ ପ୍ରକ୍ରିୟାରେ ପରିବର୍ତନ କରିବାର ସୂଚନା ଦେଇଛନ୍ତି ।

ଯେଉଁ ଆଠୋଟି ଯୋଜନା ପାଇଁ ସରକାର ଅର୍ଥ ଦେବେ ନାହିଁ ସେଗୁଡିକ ମଧ୍ୟରେ ରହିଛି ପଛୁଆ ଅଞ୍ଚଳ ବିକାଶ ଅନୁଦାନ, ଜାତୀୟ ଇ-ଗଭରନେସ ଯୋଜନା, ପୁଲିସ ଫୋର୍ସ ଆଧୂନିକୀକରଣ ଯୋଜନା, ରାଜୀବ ଗାନ୍ଧୀ ପଞ୍ଚାଯତ ସଶକ୍ତିକରଣ ଯୋଜନା, ରାଜ୍ୟରେ ରପ୍ତାନି ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ ଯୋଜନା, ଛଅ ହଜାର ମଡେଲ ସ୍କୁଲ ସ୍ଥାପନ ଯୋଜନା ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଯୋଜନା ।

କେନ୍ଦ୍ର ସରକାର ଆଉ ଅର୍ଥ ଦେବେ ନାହିଁ ସୂଚନା ଦେବା ପରେ ଏହି ଯୋଜନା ରାଜ୍ୟ ସରକାର ନିଜ ଅର୍ଥରେ ଚାଲୁ ରଖିବେ କି ବନ୍ଦ କରିବେ ସେ ନେଇ ଅନିଶ୍ଚିତତାର ବାତାବରଣ ସ୍ତୃଷ୍ଟି ହୋଇଛି ।

୨୪ ଟି ଅନ୍ୟ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ତାଙ୍କର ଅନୁଦାନର ପରିମାଣ କମାଉଥିବାରୁ ରାଜ୍ୟ ସରକାର ସେଇ ଯୋଜନା ଗୁଡିକ କିଭଳି ଚଳାଇବେ ସେ ନେଇ ସଂଶୟ ସ୍ତୃଷ୍ଟି ହୋଇଛି ।

କେନ୍ଦ୍ର ସରକାର ଯୋଜନା ଆୟୋଗ କୁ ପରିବର୍ତନ କରି ନୀତି ଆୟୋଗ ଗଠନ କରିଥିବା ବେଳେ ରାଜ୍ୟ ମାନଙ୍କୁ ବିଭିନ୍ନ ଟିକସ ବାବଦରେ ଅଧିକ ଅର୍ଥ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଜର ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର ଏହା ଦ୍ଵାରା ଅଧିକ ଅର୍ଥ ଖର୍ଚ କରି ପାରିବେ ।

ତେବେ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ସମସ୍ତ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ରାଜ୍ୟର ପ୍ରଶାସନିକ ମହଲରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସଂଶୟ ସ୍ତୃଷ୍ଟି ହୋଇଛି ।

ଗ୍ରାମ ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବ ଅନୁଯାୟୀ ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାରେ ରାଜ୍ୟକୁ କେନ୍ଦ୍ର ସରକାର ପଚାଶ ଭାଗ ଅନୁଦାନ ଦେଇଥାଏ । ପ୍ରତିବର୍ଷ କେନ୍ଦ୍ର ସରକାର ଠାରୁ ରାଜ୍ୟ ପ୍ରାୟ ୨୫୦ କୋଟି ଟଙ୍କା ଏହି ଯୋଜନା ବାବଦରେ ପାଉଥିବା ବେଳେ, ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟକୁ ମାତ୍ର ୧୦୦ କୋଟି ଟଙ୍କା ମିଳିବ ବୋଲି ଆଶଙ୍କା କରାଯାଉଛି ।

ଏହି ଯୋଜନାରେ ରାଜ୍ୟ ସରକାର ନଳକୂପ ମରାମତି, ନୂଆ ନଳ କୂପ ଖନନ, ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ଆଦିର ବ୍ୟବସ୍ଥା କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୩୩,୦୦୦ ନଳ କୂପ ମରାମତି ଆଦିକାମ ଜାରି ରହିଥିବା ବେଳେ ଯଦି କେନ୍ଦ୍ରସରକାର ସମ୍ପୂର୍ଣ ଅନୁଦାନ ପ୍ରଦାନ ନ କରନ୍ତି ରାଜ୍ୟକୁ ନିଜ ଯୋଜନା ଅର୍ଥରୁ ଖର୍ଛ କରିବାକୁ ପଡିବ ।

ଓଡିଶାରେ ରାଜ୍ୟର ବଜେଟ କେନ୍ଦ୍ରୀୟ ବଜେଟ ପୂର୍ବରୁ ଆଗତ ହେଉଥିବା ବେଳେ, ସରକାରଙ୍କ ପାଇଁ ଏହା ଆହୁରି ଅସୁବିଧା ସ୍ତୃଷ୍ଟି କରିଛି । ତେବେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ସମ୍ପର୍କିତ ନିର୍ଦେଶକୁ ଅପେକ୍ଷା ନକରି ଏହି ଯୋଜନା ଚାଲୁରଖିବା ସହ ଅର୍ଥ ବିଭାଗକୁ ଦୁଇଶହ କୋଟି ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ବିଶେଷ ଖବର, ରାଜନୀତି Tagged With: ଓଡିଶା, କେନ୍ଦ୍ରୀୟ ଯୋଜନା, ଗ୍ରାମ୍ୟ ଉନ୍ନୟନ, ରାଜ୍ୟ

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)