ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) କୋଲକାତା ବନ୍ଦର ସଂପ୍ରସାରଣ ପାଇଁ ବନ୍ଦର କର୍ତୃପକ୍ଷ ଏବଂ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦଇଛନ୍ତି ।
କେନ୍ଦୁଝର ନବ ନିର୍ମାଣ ସମିତି ସଂପାକ ଦିଲୀପ କୁମାର ମହାପାତ୍ରଙ୍କ ଦ୍ୱାରାଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଏନ୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
ଉକ୍ତ ବିଜ୍ଞପ୍ତି ତୃଟିପୂର୍ଣ୍ଣ ଏବଂ ଏହା ସମ୍ବିଧାନର ଧାରା ୧୪ ଉଲଂଘନ କରୁଥିବା ଦର୍ଶାଇ କୋର୍ଟ ଏହାକୁ ରଦ୍ଦ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।
ଅନ୍ୟ ରାଜ୍ୟ ସୀମାରେ ଥିବା ଅଂଚଳକୁ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସହ ଯୋଗାଯୋଗ ନକରି କୌଣସି ବନ୍ଦର ପାଇଁ ଜମି ବଳପୂର୍ବକ ଅଧିଗ୍ରହଣ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।
ହଳିଆ ବନ୍ଦରର ୨୦୦ କିମି କ୍ଷିଣକୁ ସଂପ୍ରସାରଣ ପାଇଁ କଲିକତା ବନ୍ଦର କର୍ତୃପକ୍ଷ ଗତ ୧୦ ନଭେମ୍ବର ୨୦୧୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ଏହାଦ୍ୱାରାଓଡ଼ିଶାର ଧାମରା, ଚୁଡ଼ାମଣି, ଚାନ୍ଦିପୁର, ଇଂଚୁଡ଼ି, ଦକ୍ଷିଣ ସୁବର୍ଣ୍ଣରେଖା, ବିଚିତ୍ରପୁର ଏବଂ ବାହାବଲପୁର ଆଦି ସାତଟି ବନ୍ଦର କଲିକତା ବନ୍ଦର କର୍ତୃପକ୍ଷଙ୍କ ନିୟନ୍ତ୍ରଣରେ ରହିବ ଓ ରାଜ୍ୟର ରାଜସ୍ୱ କ୍ଷତି ହେବା ଦର୍ଶାଇ ସାଧାରଣ ଲୋକ ଓ ଓଡ଼ିଶା ସରକାର ଏହାକୁ ବିରୋଧ କରୁଥିଲେ ।
ଏହି ବିଜ୍ଞପ୍ତି ବିରୋଧରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇବା ସହ ରାଜ୍ୟ କଂଗ୍ରେସ ନେତାଙ୍କ ଏକ ଦଳ ବିଜ୍ଞପ୍ତି ପ୍ରତ୍ୟାହାର ଦ।ବିରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସାକ୍ଷାତ କରି ଜଣାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍