• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କେନ୍ଦ୍ର

ସୂଚନା, ପ୍ରଯୁକ୍ତି କ୍ଷେତ୍ର ପାଇଁ କେନ୍ଦ୍ରର ଅନୁଦାନ, ଜୁଏଲଙ୍କ ସ୍ଵାଗତ

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଏପ୍ରିଲ ୧୦ (ଓଡିଶା ଡଟକମ) ଓଡ଼ିଶାକୁ ସୂଚନା ଏବଂ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର କରିଥିବା ଘୋଷଣାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ଵାଗତ କରିଛନ୍ତି ।

ଭୁବନେଶ୍ୱର ଠାରେ ଏହି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୭ଶହ କୋଟି ଟଙ୍କାର ଅନୁଦାନ ତଥା ରାଜ୍ୟର ୧୬ ଟି ଜିଲ୍ଲାକୁ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଦ୍ୱାରା ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିବା ରବିଶଙ୍କର ପ୍ରସାଦ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆଲୋଚନା ସମୟରେ କହିଛନ୍ତି।

ଏହା କାର୍ଯ୍ୟକାରୀ ହେଲେ ସଂପୃକ୍ତ ଜିଲ୍ଲାର ପଂଚାୟତ ଗୁଡ଼ିକରେ ମଧ୍ୟ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଉପଲବ୍ଧ ହେବ । ସେହିପରି ସମ୍ବଲପୁର, ଅନୁଗୁଳ ଏବଂ ଯାଜପୁର ଠାରେ ସଫ୍ଟୱେର ପାର୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଯାତ୍ରା ପାଇଁ ସ୍ୱତନ୍ତ୍ର ୱେବ ସାଇଟ ତିଆରି କରାଯାଇ ଯାତ୍ରାର ସିଧା ପ୍ରସାରଣ ସହ ବିଶ୍ଵବାସୀଙ୍କ ଅବଗତି ନିମନ୍ତେ ସମସ୍ତ ତଥ୍ୟ ଉପଲବ୍ଧ କରାଯିବ ବୋଲି ପ୍ରସାଦ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଡ଼ିଜିଟାଲ ଇଣ୍ଡିଆକୁ ସାକାର କରିବା ପାଇଁ ଯାହା ଦରକାର ସେସବୁ କେନ୍ଦ୍ର ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରସାଦ ଦୃଢ଼ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶାବାସୀଙ୍କ ଜନହିତ କାର୍ଯ୍ୟପାଇଁ କେନ୍ଦ୍ର ସରକାର ଏ ସମସ୍ତ ନିଷ୍ପତି ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସାଧୁବାଦ ଜଣାଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦ୍ର, ଜୁଏଲ ଓରାମ, ପ୍ରଯୁକ୍ତି, ସୂଚନା

ବିଧାନସଭାରେ ଏଫ୍ଡିଆଇ ତାତି

December 5, 2012 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,ଡିସେମ୍ବର ୫(ଓଡିଶା ଡଟ୍ କମ୍)-ଖାଉଟି କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରସଙ୍ଗକୁ ନେଇ ଲୋକସଭାରେ ଉପା ସରକାର ବିଜୟ ହୋଇଥିବା ବେଳେ ବୁଧବାର ଦିନ ବିଧାନସଭାରେ ଜୋରଦାର ଆଲୋଚନା ହୋଇଛି ।

ଏହି ପ୍ରସଙ୍ଗକୁ ନେଇ ବିଜେଡି,ବିଜେପି ଓ ସିପିଆଇ ସଦସ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଏଫଡିଆଇ ସମର୍ଥନରେ ଦୃଢ ଯୁକ୍ତି ବାଢିଛି ।

ଶୂନ୍ୟକାଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ ଘଡାଇ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ସେ କହିଲେ ଏଫ୍ଡିଆଇକୁ ବିଜେଡି ସମେତ ବହୁ ଦଳ ବିରୋଧ କରୁଛନ୍ତି ।

ବିଧାନସଭାରେ ମଧ୍ୟ ଏହା ବିରୋଧରେ ପ୍ରସ୍ତାବ ଗ୍ରହଣ କରାଯିବା ଦରକାର । ଓଡିଶାବାସୀ କଦାପି କଂଗ୍ରେସ ସରକାରର ଏହି ନିଷ୍ପତିକୁ ଗ୍ରହଣ କରିବେ ନାହିଁ ।

ଯେଉଁ ମନମୋହନ ସିଂହ ରାଜ୍ୟ ସଭାରେ ବିରୋଧିଦଳର ନେତା ଥିବାବେଳେ ଏଫିଡିଆଇକୁ ବିରୋଧ କରୁଥିଲେ,ସେ ଏବେ ପ୍ରଧାନମନ୍ତ୍ରୀ ଭାବେ ଏହାକୁ ସ୍ୱାଗତ କରୁଛନ୍ତି ।

ଏହା କାର୍ଯ୍ୟକାରୀ ହେଲେ ୧୨ କୋଟି ଲୋକ ବେକାର ହୋଇଯିବେ । ଦେଶର ଗରିବ ଲୋକ ଅଧିକ ଗରିବ ହେବେ । କ୍ଷୁଦ୍ର ବ୍ୟବସାୟୀଙ୍କ ବେଉସା ବୁଡିଯିବ ।

ବିଜେଡିର ପ୍ରଦୀପ ମହାରଥୀ କହିଥିଲେ ଯେ, କଂଗ୍ରେସ ଏବେ ବିଦେଶୀ ହାତରେ ବନ୍ଧା ପଡିଛି । ସୋନିଆ ଗାନ୍ଧୀ ବିଦେଶରୁ ଆସି ସୁଇସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭାରତର ଗରିବ ଲୋକଙ୍କୁ ପଙ୍ଗୁ କରି ଦେଉଛି । ଲୋକେ କିନ୍ତୁ କଂଗ୍ରେସିଆଙ୍କ ବଦନ ଚିହ୍ନିଗଲେଣି ।

ଏମାନେ ଲୁଟପାଇଁ ଚନ୍ଦନମାରି ଲୋକଙ୍କୁ ଏଫ୍ଡିଆଇ ଲଣ୍ଠନ ଦେଖାଉଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧିଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ, ବୈଦେଶିକ ପୁଞ୍ଜି କ୍ଷେତ୍ରରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି । ରାଜ୍ୟ ସରକାର ସବୁ କ୍ଷେତ୍ରରେ ବୈଦେଶିକ ପୁଞ୍ଜି ଖଟାଉଛନ୍ତି ।

କେବଳ ବଡ ଶିଳ୍ପ ନୁହେଁ,ଚାଷ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବୈଦେଶିକ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରୁଛନ୍ତି । ବିଦେଶୀ ସହରରେ ମେଳା କରାଯାଇ ବିଦେଶୀ କଂପାନୀକୁ ଡାକି ଅଣାଯାଉଛି । ଏପଟେ କିନ୍ତୁ ବିରୋଧ କରାଯାଉଛି ।

କଂଗ୍ରେସର ସନ୍ତୋଷ ସିଂ ସାଲୁଜା, ନବକିଶୋର ଦାସ କହିଥିଲେ ଏଫ୍ଡିଆଇକୁ ବିରୋଧ କରାଯିବା ଠିକ୍ ନୁହେଁ । ଏହା ସ୍ୱାଗତ ଯୋଗ୍ୟ । ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ,ଡା ପ୍ରଫୁଲ ମାଝି ଏହାକୁ ସମର୍ଥନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏଫ୍ଡିଆଇ, କେନ୍ଦ୍ର, ବିଜେଡ଼ି, ବିଜେପି, ବିଧାନସଭା, ଲୋକସଭା, ସିପିଆଇ, ସୁଇସ ବ୍ୟାଙ୍କ

ରେଭେନ୍ସା ଅବ୍ୟବସ୍ଥା ନେଇ ରାଜ୍ୟସଭାରେ ଆଲୋଚନା

December 6, 2010 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ନିକଟରେ ରେଭେନ୍ସା ବିଶ୍ୱବ୍ୟିାଳୟରେ ଦେଖା ଦେଇଥିବା ଅପ୍ରୀତିକର ପରିସ୍ଥିତି ନେଇ ରାଜ୍ୟସଭାରେ ଆଲୋଚନା ହୋଇଛି ।

ଶୁକ୍ରବାର ଓଡ଼ିଶାର ରାଜ୍ୟସଭା ସାଂସଦ ର୍ରୁ ନାରାୟଣ ପାଣି ବିଶ୍ୱବ୍ୟିାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ଓ ପରିଚାଳନାଗତ ତୃଟି ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ ।

ଏହା ରାଜ୍ୟ ବିଧାନସଭାରେ ପ୍ରଣୀତ ଆଇନଦ୍ଵାରା ପ୍ରତିଷ୍ଠିତ ବିଶ୍ୱବ୍ୟିାଳୟ ହୋଇଥିବାରୁ ଭାରତ ସରକାର ପ୍ରଶାସନିକପରିସରର ବାହାରେ ଅବସ୍ଥିତ ବୋଲି ମନ୍ତ୍ରୀ ଡ଼ି.ପୁରନ୍ଦେଶ୍ୱରୀ ତାଙ୍କ ଉତ୍ତରରେ କହିଥିଲେ ।

ତେବେ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟ ମର୍ଯ୍ୟାଦା ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି କି ବୋଲି ପାଣି କରିଥିବା ଏକପ୍ରଶ୍ନକୁ ମନ୍ତ୍ରୀ ପ୍ରତ୍ୟାଖାନ କରିଦେଇଥିଲେ ।

ସଂପ୍ରତି ବିଶ୍ୱବ୍ୟିାଳୟରେ ଦେଖାଦେଇଥିବା ଅପ୍ରୀତକର ପରିସ୍ଥିତ ପରିପ୍ରେକ୍ଷୀରେ ରାଜ୍ୟର ବୁଦ୍ଧିଜୀବୀ ବିଶ୍ୱବ୍ୟିାଳୟକୁ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟ ଭାବରେ
ରୂପାନ୍ତରିତ କରିବା ସକାଶେ ଆଗ୍ରହୀ ହେବେ ତେବେ କେନ୍ଦ୍ର ନିକଟରେ ଏହି ଦାବିକୁ ବ୍ୟାପକ ଭାବରେ ଉପସ୍ଥାପନ କରାଯିବ ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର, ପ୍ରଶାସନିକ, ମନ୍ତ୍ରୀ, ମୁଖ୍ୟ ଖବର, ରେଭେନ୍ସା ବିଶ୍ୱବ୍ୟିାଳୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ