• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋଇଲା ବ୍ଲକ ଆବଣ୍ଟନ

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)–କୋଇଲା ବ୍ଲକ ଆବଣ୍ଟନର ସିଏଜି ରିପୋର୍ଟ ଉପରେ ଅନୁଧ୍ୟାନ କରିବାକୁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ଶୁକ୍ରବାର ଓଡ଼ିଶା ପହଞ୍ଚିଛନ୍ତି ।

ଏଥିରେ ବିଜେଡିର ସାଂସଦ ଭତୃହରି ମହତାବଙ୍କ ସମେତ ୭ ଜଣ ସଦସ୍ୟ ଅଛନ୍ତି ।

କୋଇଲା ବ୍ଲକ ଆବଣ୍ଟନ କ୍ଷେତ୍ରରେ ହୋଇଥିବା ଅନିୟମିତତା ଉପରେ କାଗ ଦେଇଥିବା ରିପୋର୍ଟ ଉପରେ ପିଏସି ଅନୁଧ୍ୟାନ କରୁଛି । ଏଥିପାଇଁ କୋଇଲା ବ୍ଲକ ଆବଣ୍ଟନ ପାଇଁ ଓଡ଼ିଶା ସରକାରଙ୍କ ସୁପାରିଶର ସ୍ୱଚ୍ଛତା ଯାଞ୍ଚ କରିବ ପିଏସି ।

୨୦୦୪ରୁ ୨୦୦୯ ମଧ୍ୟରେ କୋଇଲା ବ୍ଲକ ଆବଣ୍ଟନର ନିରପେକ୍ଷତା ଉପରେ କାଗ ପୂର୍ବରୁ ପ୍ରଶ୍ନ ଉଠାଇଛି । ରାଜ୍ୟରେ ୧୦୮ଟି କମ୍ପାନୀ କୋଇଲା ଖଣି ପାଇଁ ଆବେଦନ କରିଥିବାବେଳେ ୨୫ଟି କମ୍ପାନୀକୁ କେଉଁ ଆଧାରରେ ଖଣି ଦିଆଗଲା ସେସମ୍ପର୍କରେ ମଧ୍ୟ କାଗ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେଥିମଧ୍ୟରୁ ଓଡ଼ିଶାର ୬ଟି କମ୍ପାନୀ ଅନ୍ତର୍ଭୁକ୍ତ । କେଉଁ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କମ୍ପାନୀ ପାଇଁ କୋଇଲା ବ୍ଲକ ସୁପାରିଶ କରିଛନ୍ତି ତାହାର ଯାଞ୍ଚ କରାଯିବ ।

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି, ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ଏଣୁ ଏ ସବୁ ଯାଞ୍ଚ ଘଟଣାକୁ ନେଇ କିପରି କମିଶନମାନଙ୍କୁ ସମ୍ମୁଖୀନ କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଛି । ଏହି ପ୍ରତିନିଧି ଦଳ କୋଇଲା ଦୁର୍ନୀତି ଯାଞ୍ଚ ସହ ପରିବେଶ ସମସ୍ୟାର ଅନୁଧ୍ୟାନ କରିବେ ।

ଅସୁସ୍ଥତା କାରଣରୁ ପିଏସି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଆସିନାହାଁନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡ଼ିଶା ସରକାର, କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଣ୍ଟନ, ବିଜେଡ଼ି, ଭୁବନେଶ୍ୱର, ସିଏଜି ରିପୋର୍ଟ

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ହାତ: କଂଗ୍ରେସ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- କୋଇଲା ମହାୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷଭାବେ ଜଡିତ । କୋଇଲା ବ୍ଲକ ଆବଣ୍ଟନରେ ଓଡ଼ିଶା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରତକ୍ଷ ହାତ ଥିବା ବିଷୟ ଖୋଲାଖୋଲି ଭାବେ ଜଣାପଡିଛି ।

ସେ ଯେତେ ଲୁଚାଇବାକୁ ଚେଷ୍ଟାକଲେ ମଧ୍ୟ ଲୁଚିପାରିବ ନାହିଁବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତିକୋଇଲା ବ୍ଲକ ଆବଂଟନରେ ପ୍ରତିଟି ସ୍ତରରେ ରାଜ୍ୟ ସରକାରଙ୍କ ହାତ ରହିଥିବାବେଳେ ସରକାରଙ୍କ ସ୍ୱୀକୃତିରେ ସବୁ କାର୍ଯ୍ୟ ହୋଇଛି । ୩୯ଟି ଘରୋଇ ସଂସ୍ଥାକୁ ଓଡ଼ିଶାରେ କୋଇଲା ଆବଣ୍ଟନ ହୋଇଛି ।

ଓଡ଼ିଶାର କୋଇଲା ବ୍ଲକ ଅନ୍ୟ ରାଜ୍ୟର ସଂସ୍ଥାଗୁଡ଼ିକୁ ମଧ୍ୟ ଦିଆଯାଇଛି । ସବୁ କ୍ଷେତ୍ରରେ ସ୍କି୍ରନିଂ କମିଟି ଉପସ୍ଥିତ ଥିବା ଓଡ଼ିଶା ପ୍ରଶାସକମାନେ ଆଖିବୁଜି ସମର୍ଥନ କରିଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ କୋଇଲା ଦୁର୍ନୀତିରୁ ଖସିଯିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ,ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କୋଇଲା ଦୁର୍ନୀତି, କୋଇଲା ବ୍ଲକ ଆବଣ୍ଟନ, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ