• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋଇଲା

ଆନ୍ଦୋଳନ ପ୍ରତ୍ୟାହାର ପରେ ତାଳଚେର ଖଣି କାର୍ଯ୍ୟ ସ୍ଵାଭାବିକ

May 7, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୭ (ଓଡିଶା ଡଟ କମ) ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ଲୋକ ଆନ୍ଦୋଳନ ପ୍ରତ୍ୟାହାର କରିବାରୁ ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ )ର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୁଧବାର ଠାରୁ ବନ୍ଦ ଥିବା ସବୁ କୋଇଲା ଖଣିରେ ଗୁରୁବାର ଅପରାହ୍ନରୁ କାର୍ଯ୍ୟ ସ୍ଵାଭାବିକ ହୋଇଛି ।

coal-talabiraକମ୍ପାନୀରେ ଚାକିରି ଦାବିକରି ଭାଲୁଗାଡିଆ ଗାଁର ବାସିନ୍ଦା ତିନି ସପ୍ତାହରୁ ଉର୍ଦ୍ଧ୍ଵ ଧରି କରିଥିବା ରାସ୍ତା ଅବରୋଧକୁ ସମର୍ଥନ କରି ସ୍ଥାନୀୟ ଲୋକେ କୋଇଲା ଖଣି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡକରା ଦେଇଥିଲେ ।

କମ୍ପାନୀ କତ୍ତୃପକ୍ଷ, ଆନ୍ଦୋଳନ କଋ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ମଧ୍ୟରେ ଘଣ୍ଟା ବ୍ୟାପୀ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । କମ୍ପାନୀ ଆସନ୍ତା ଏକ ମାସ ମଧ୍ୟରେ ଭାଲୁଗାଡିଆ ଗାଁର ୬୨ ପରିବାରର ଜଣକୁ ଲେଖା ଚାକିରି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ ।

ପ୍ରାପ୍ତ ସୂଚନା ଅନୁସାରେ ହିଙ୍ଗୁଳା ଅଞ୍ଚଳରେ ଥିବା ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା । ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, ଧର୍ମଘଟ, ମହାନଦୀ କୋଲ ଫିଲଡ

ବିରୋଧ ଯୋଗୁଁ ତାଳଚେର ଅଞ୍ଚଳରେ ସବୁ କୋଇଲା ଖଣି ବନ୍ଦ

May 6, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୬ (ଓଡିଶା ଡଟ କମ) କମ୍ପାନୀରେ ଚାକିରି ଦାବିକରି ଶତାଧିକ ଗ୍ରାମବାସୀ କରିଥିବା ରାସ୍ତା ଅବରୋଧକୁ ସମର୍ଥନ କରି ସ୍ଥାନୀୟ ଲୋକେ ବୁଧବାର ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ ) ର ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଥିବା ସବୁ କୋଇଲା ଖଣିକୁ ବନ୍ଦ କରି ଦେଇଛନ୍ତି ।

ଉକ୍ତ ଅଞ୍ଚଳରେ ହିଙ୍ଗୁଳା କୋଇଲା ଖଣି ଗତ ଏକୋଇଶ ଦିନ ଧରି ପ୍ରାୟ ଅଚଳ ରହି ଥିବା ବେଳେ ବର୍ତ୍ତମାନ ଅନ୍ୟ ସବୁ ଖଣି ବନ୍ଦ ହେଇଯିବାରୁ ବିଦ୍ୟୁତ ଉତ୍ପାଦନ କମ୍ପାନୀ ମାନଙ୍କୁ ମହାନଦୀ କୋଲ ଫିଲଡସ ଲିମିଟେଡ ଦ୍ଵାରା କୋଇଲା ଯୋଗାଣ ନେଇ ସମସ୍ୟା ସୃଷ୍ଟି ହୋଇଥିବା କମ୍ପାନୀର ଜଣେ ମୁଖପାତ୍ର ବିନାୟକ ଜମୱାଲ ଓଡିଶା ଡଟ କମକୁ କହିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ହିଙ୍ଗୁଳା ଅଞ୍ଚଳରେ ଥିବା ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା । ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଛନ୍ତି ।

ଗ୍ରାମବାସୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ସ୍ଥାନୀୟ ଲୋକେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କଳା ପାଇଁ ଉକ୍ତ ଅଞ୍ଚଳରେ ବନ୍ଦ ଡାକରା ଦେଇଛନ୍ତି । ଫଳରେ ତାଳଚେର ଅଞ୍ଚଳରେ ଏମସିଏଲର ସାବୁ କୋଇଲା ଖଣି ବନ୍ଦ ରହିଛି ।

ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ମୁଖ୍ୟ କାର୍ଯ୍ୟ।ଳୟ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ ତାଳଚେର କୋଇଲା ଖଣିରୁ ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷ ଟନ କୋଇଲା ଉତ୍ପାଦନ କରିଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, ତାଳଚେର, ମହାନଦୀ କୋଲ ଫିଲଡସ

ବିରୋଧ ଯୋଗୁଁ ହିଙ୍ଗୁଳା ଖଣିରେ କୋଇଲା ଉତ୍ପାଦନ ବାଧାପ୍ରାପ୍ତ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଅନୁଗୁଳ, ମଇ ୫ (ଓଡିଶା ଡଟ କମ) କମ୍ପାନୀରେ ଚାକିରି ଦାବିକରି ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାରୁ ଅନୁଗୁଳ ଜିଲ୍ଲାରେ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ (ଏମସିଏଲ ) ର ହିଙ୍ଗୁଳା କୋଇଲା ଖଣି ଗତ ଏକୋଇଶ ଦିନ ହେଲା ପ୍ରାୟ ଅଚଳ ରହି ଥିବା, ଏମସିଏଲ ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

mclheaderଫଳରେ ଉକ୍ତ ଖଣିରୁ ଦୈନିକ ପ୍ରାୟ ଦଶ ହଜାର ଟନ କୋଇଲା ଉତ୍ପାଦନ ହୋଇପାରୁନଥିବାବେଳେ ଖଣିକାର୍ଯ୍ୟରେ ଲାଗିଥିବା ମେସିନ ଓ ଶ୍ରମିକ ବିନା କାମରେ ବସିରହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଭାଲୁଗାଡିଆ ଗାଁର ୧୨୮ ହେକ୍ଟର ଜମି ଏମସିଏଲ ପୂର୍ବରୁ ଅଧିଗ୍ରହଣ କରିଥିଲା ।

ତେବେ ୨୦୦୫ରେ ଏହି ଜମିକୁ ସରକାର ଉତ୍କଳ କୋଲ ବ୍ଲକ ଅଧିନକୁ ନେଇଆସି ବିଭିନ୍ନ କମ୍ପାନୀ ମାନଙ୍କୁ ନେଇ ଗଠିତ ଏକ ଯୌଥ ଉଦ୍ୟୋଗକୁ ଆବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆବଣ୍ଟନକୁ ରଦ୍ଦ କରିଦିଆ ଯାଇଥିଲା ।

ଏମସିଏଲ ତାଙ୍କ ଜମି ଅଧିଗ୍ରହଣ କରିଥିବାରୁ ତାଙ୍କୁ ଚାକିରି ଦେଉ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ, ଜମି ଆଇନତଃ ଏମସିଏଲ ହାତରେ ନ ଥିବାରୁ ଚାକିରି ଦେଇହେବ ନାହିଁ ବୋଲି ଏମସିଏଲ କତ୍ତୃପକ୍ଷ ଯୁକ୍ତି ବାଢି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକାରଣ ମାଗିଛନ୍ତି ।

ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ମୁଖ୍ୟ କାର୍ଯ୍ୟ।ଳୟ ଥିବା ମହାନଦୀ କୋଲ ଫିଲଡସ ଲିମିଟେଡ ହିଙ୍ଗୁଳା ଖଣିରୁ କୋଇଲା ନାଲକୋ ସମେତ ବିଭିନ୍ନ ବିଦ୍ୟୁତ ଉତ୍ପାଦନ କାରୀ କମ୍ପାନୀକୁ ଯୋଗାଇ ଦେଇଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଉତ୍କଳ କୋଲ ବ୍ଲକ, କୋଇଲା, ମହାନଦୀ କୋଲ ଫିଲଡସ

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ତାଳଚେର, ଏପ୍ରିଲ ୧୦ (ଓଡିଶା ଡଟ କମ) ଚାକିରି ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିକରି ଗ୍ରାମବାସୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଗତ ବୁଧବାର ଠାରୁ ମହାନଦୀ କୋଲଫିଲଡର ତାଳଚେର କୋଇଲାଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସ୍ତୃଷ୍ଟି ହୋଇଛି।

coal-talabiraଖଣି ଦ୍ଵାରା ପ୍ରଭାବିତ ହୋଇଥିବା ଡେରା ଗ୍ରାମର ବାସିନ୍ଦା ରାସ୍ତା ଅବରୋଧ କରିବା ସହ ମହାନଦୀ କୋଲ ଫିଲଡ ର ସ୍ଥାନୀୟ କାର୍ଯ୍ୟ।ଳୟରେ ଭଙ୍ଗାରୁଜା କରିଛନ୍ତି । ଏହା ଫଳରେ ଜଗନ୍ନାଥ, ଭୁବନେଶ୍ଵରୀ ଓ ଅନନ୍ତ ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଅବ୍ୟାହତ ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ପ୍ରଭାବିତ ହୋଇଥିବା ଏହି ଖଣିଗୁଡ଼ିକ ଗତ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲଡ ଉତ୍ପାଦନ କରିଥିବା ସମୁଦାୟ ୧୨୧ ମିଲିୟନ କୋଇଲାର ୩୫ ଭାଗ ଯୋଗାଇ ଦେଇଥିଲା । ଗତ ତିନି ଦିନ ହେଲା ଏହି ଖଣିମାନଙ୍କର ଉତ୍ପାଦନ ଦୈନିକ ପ୍ରାୟ ପଚାଶ ପ୍ରତିଶତ ହ୍ରାସ ପାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, କୋଇଲାଖଣି, କୋଲଫିଲଡ, ଗ୍ରାମବାସୀ, ତାଳଚେର, ମହାନଦୀ

କୋଇଲା ଦୂର୍ନୀତି: ନବୀନଙ୍କୁ ଅନ୍ତର୍ଭୂକ୍ତ କରିବା ପାଇଁ ମାମଲା

April 2, 2015 by ନିଉଜ ଡେସ୍କ Leave a Comment

ନୂଆଦିଲ୍ଲୀ, ଏପ୍ରିଲ ୨ (ଓଡିଶା ଡଟକମ) ବହୁ ଚର୍ଚିତ ତଲାବିରା କୋଇଲା ଖଣି ଦୁର୍ନୀତିରେ ନବୀନ ପଟନାୟକଙ୍କୁ ଏକ ଅଭିଯୁକ୍ତ ଭାବେ ଅନ୍ତର୍ଭୂକ୍ତ କରିବାକୁ ଦାବିକରି ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଏକ ଜନସ୍ଵାର୍ଥ ମାମଲା ରୁଜୁ କରିଛନ୍ତି ।

coal-talabiraଆବେଦନକାରୀ ପୂର୍ଣଚନ୍ଦ୍ର ସାହୁ ନିଜ ଆବେଦନ ରେ ଦର୍ଶାଇଛନ୍ତି ଯେ ପଟନାୟକ ହିଣ୍ଡ।ଲକୋ ସପକ୍ଷରେ ଅନଗୁଳରେ ଥିବା ଏହି ଖଣି ସୁପାରିଶ କରି ଉକ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ।

ଯେହେତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରାଯାଇଛି ପଟନାୟକଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଅନୁରୂପ ମାମଲା ଦାୟର କରିବାର ଆବଶ୍ୟକତା  ରହିଛି ବୋଲି ସେ ଦର୍ଶାଇଛନ୍ତି । ଏହି ଖଣି ପାଇଁ ସୁପାରିଶ କରିଥିବାରୁ ପଟନାୟକ ମଧ୍ୟ ଏହି ମାମଲାରେ ସମଭାବରେ ଦାୟୀ , ସେ ଦର୍ଶାଇଛନ୍ତି।

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ଆସନ୍ତା ସୋମବାରକୁ କୋର୍ଟ ତିଥି ସ୍ଥିର କରିଥିବା ସାହୁଙ୍କ ଓକିଲ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କୋଇଲା, ଖଣି, ତଲାବିରା, ଦୁର୍ନୀତି

ଭୁବନେଶ୍ୱର: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

January 20, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ନିକଟରେ ଶୁକ୍ରବାର ସକାଳେ ଏକ କୋଇଲା ବୋଝେଇ ଟ୍ରେନରେ ନିଅାଁ ଲାଗିଯିବାରୁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ।

ଟ୍ରେନଟି ସ୍ଥାନୀୟ କଳ୍ପନା ଛକ ପୋଲ ଦେଇ ଯାଉଥିବା ବେଳେ ତିନୋଟି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଂଚି ନିଆଁ ଲିଭାଇଥିଲେ ।

ନିଅାଁ ଲିଭାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା । ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସଂହେହ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଳ୍ପନା ଛକ, କୋଇଲା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ