• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋରାପୁଟ ଜିଲ୍ଲା

ଆମେରିକାରେ ଓଡ଼ିଆ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ୟୟନ କରୁଥିବା କୋରାପୁଟ ଜିଲ୍ଲାର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଜୟପୁର ଅଂଚଳର କେ.ଶେଷ୍ରାଦି ରାଓଙ୍କୁ ଆଲଷ୍ଟୋନ ସହରରରେ ଗତ ଗୁରୁବାର ଦୁର୍ବୃତମାନେ ଗୁଳି କରି ହତ୍ୟା କରିଛନ୍ତି ।

ଶେଷ୍ରାଦି ବୋଷ୍ଟନ ୟୁନିଭରସିଟିରେ ଟ୍ରେଜେରି ଆଣ୍ଡ ଇନ୍ଭେଷ୍ଟମେଂଟରେ ମାଷ୍ଟର ଡ଼ିଗ୍ରି କରୁଥିଲେ ବୋଲି ଆମେରିକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଭରସିଟି ପରିସରରେ ତାଙ୍କୁ ଗୁଳି କରାଯାଇଥିଲା ।

ବର୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ସେଠାକାର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଜୟପୁରରେ ରହୁଥିବା ପାରାବେଢାର କେ.ସୁଧାକର ରାଓଙ୍କ ପୁଅ ଶେଷ୍ରାଦି ଗତ ବର୍ଷ ଅଗଷ୍ଟରେ ଆମେରିକାକୁ ପାଠ ପଢିବାକୁ ଯାଇଥିଲେ ।

ତେବେ ପୁଅ ଭଲ ପାଠ ପଢୁଥିବାରୁ ତାକୁ ହତ୍ୟା କରାଯାଇଛି ବୋଲି କେ.ସୁଧାକର ଗଣମାଧ୍ୟମକୁ
କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ ଜିଲ୍ଲା, ଯୁକ୍ତରାଷ୍ଟ୍ର ଆମେରିକା

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଂଳରେ ମାଓବାଦୀଙ୍କ ଦ୍ୱାରାଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିବା ବେଳେ ଏହା ବିସ୍ଫୋରଣ ହୋଇ ରବିବାର ଦୁଇ ଜଣ ଯବାନ ସହିତ ହୋଇଥିବା ପୋଲିସ କହିଛି ।

ଏହି ବିସ୍ଫୋରଣରେ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲା ପୋଲିସ ଓ ବିଏସ୍ଏଫ୍ ଯବାନମାନେ ସଂପୃକ୍ତ ଅଂଳକୁ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ କଲଭର୍ଟତଳେ ଲ୍ୟାଣ୍ଡମାଇନ ଥିବା ଖବର ପାଇଥିଲେ ।

ଉକ୍ତ ଲ୍ୟାଣ୍ଡ୍ମାଇନକୁ ବୋମା ନିଷ୍କ୍ରିୟକାରୀ ଦଳ ନିଷ୍କ୍ରିୟ କରୁଥିବା ସମୟରେ ପାଖରେ ଥିବା ଅନ୍ୟ ଏକଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳର ଶଶିଭୂଷଣ ରାଉତ ଓ ସୁନୀଲ ସିଂହ ସହି୍ଦଙ୍କ ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍
ଲ୍ୟାଣ୍ଡମାଇନ ନିଷ୍କ୍ରିୟ ବେଳେ ବିସ୍ଫୋରଣ, ଦୁଇ ଯବାନ ସହିଦ

admin
admin

https://www.odisha.com/2012/03/18/fyuscua-oaaod-uauk-aoucuey-ea-au-ijo/

Filed Under: ମୁଖ୍ୟ ଖବର Tagged With: କୋରାପୁଟ ଜିଲ୍ଲା, ମାଓବାଦୀ

କୋରାପୁଟ: ଲ୍ୟାଣ୍ଡମାଇନ ଉଦ୍ଧାର

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲମତାପୁଟ ମାଛକୁଣ୍ଡ ରାସ୍ତାର ଏକ ପୋଲ ନିକଟରୁ ସୋମବାର ଲ୍ୟାଣ୍ଡମାଇନ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିବା ପୋଲିସ କହିଛି ।

ଅନକାଡେଲି ଠାରେ ମାଓବାଦୀମାନେ ଶନିବାର ମୋବାଇଲ ଟାୱାର ଓ ଏକ୍ସଚେଞ୍ଜ ପୋଡ଼ିବା ପରେ
ସଂପୃକ୍ତ ଅଂଳକୁ କୁମ୍ବିଂ ଅପରେଶନରେ ଯାଇଥିବା ବିଏସ୍ଏଫ୍ ଯବାନମାନେ ଏହି ଲ୍ୟାଣ୍ଡମାଇନ,
ଡ଼ିଟୋନେଟର, ଜିଲୋଟିନ୍ ଓ ତାର ଠାବ କରିଛନ୍ତି ।

ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ଏଗୁଡ଼ିକ ଉଦ୍ଧାର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ ଜିଲ୍ଲା, ମାଛକୁଣ୍ଡ

ନାରାୟଣପାଟଣା: ବିପୁଳ ପରିମାଣର ବିସ୍ଫୋରକ ଜବତ

November 25, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା କିଶନଜୀଙ୍କ ହତ୍ୟାର ଦିନକ ପରେ ଶୁକ୍ରବାର କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପୋଲିସ କହିଛି ।

ରାଜିନଗୁଡ଼ା ଜଂଗଲରୁ ବିଏସ୍ଏଫ୍ ଯବାନମାନେ ୪୫ କିଗ୍ରା ବିସ୍ଫୋରକ ଜେଲ, ୪୫ କିଗ୍ରା ଜେଲ ଆଇଇଡ଼ି, ୭.୫ କିଗ୍ରା ଗନ୍ ପାଉଡ଼ର, ୧୫ କିଗ୍ରା ୟୁରିଅ ଏବଂଦୁଇଶହ ମିଟର ତାର ଜବତ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଅନୂପ କୁମାର ସାହୁ କହିଛନ୍ତି ।

ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏଭଳି ବିସ୍ଫୋରକ ରଖିଥିବା ପୋଲିସ କହିଛି ।

ପୋଲିସ ଉପରେ ଆକ୍ରମଣର ଯୋଜନା କରୁଥିବା ବେଳେ ପେ।ଦ।ରପର ଗ୍ରାମରୁ ମାଓବାଦୀ ନାର୍ସୁକୁ ଆଜି ପୋଲିସ ଗିରଫ କରିବା ସହ ତା’ଠାରୁ ବନ୍ଧୁକ ଜବତ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋରାପୁଟ ଜିଲ୍ଲା, ମାଓବାଦୀ

କୋରାପୁଟ: ଦୁର୍ଘଟଣାରେ ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ଗୁରୁବାର କହିଛି ।

ଏହି ହୋମଗାର୍ଡ଼ମାନେ ମଟର ସାଇକେଲରେ ଗତକାଲି ରାତିରେ ସିପାଇପୁଟରୁ ଶେମିଳିଗୁଡ଼ା ଯାଉଥିବା ବେଳେ ମଟର ସାଇକେଲଟି ଏକ କାନ୍ଥରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା ।

ମୃତକମାନେ ହେଲେ ଚନ୍ଦ୍ର ଖେମୁଣ୍ଡି, ରାମଚନ୍ଦ୍ର ଜାନି ଓ ସନ୍ୟାସୀ ଗୁଟନ ଓ ଏମାନେ ନିକଟସ୍ଥ ରୋଷେଇପୁଟ ଗ୍ରାମର ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋରାପୁଟ, କୋରାପୁଟ ଜିଲ୍ଲା, ଦୁର୍ଘଟଣା, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ