• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋର୍ଟ

ଚିଟ ଫଣ୍ଡ ମାମଲାରେ ସାଫେକ୍ସର ସମ୍ପତ୍ତି ନିଲାମ ପାଇଁ ନିର୍ଦ୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ, ମଇ ୧୮ (ଓଡିଶା ଡଟ କମ) ବହୁଚର୍ଚିତ ଚିଟ ଫଣ୍ଡ ଠକେଇ ମାମଲାରେ କଟକର ଏକ ସ୍ଵତନ୍ତ୍ର ଅଦାଲତ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ କମ୍ପାନୀର ଜବତ ସମ୍ପତ୍ତିକୁ ନିଲାମ କରି ନିବେଶକାରୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଓକିଲ ସୋମବାର
କହିଛନ୍ତି ।

ବାରମ୍ବାର ତାଗିଦ ସତ୍ଵେ ଅଦାଲତରେ କମ୍ପାନୀ ତରଫରୁ କେହି ହାଜର ନ ହେବାରୁ କୋର୍ଟ ଏକ ପାଖିଆ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଏହି କମ୍ପାନୀ ବ୍ୟାପକ ଅର୍ଥ ସଂଗ୍ରହ କରି ଫେରାଇ ନ ଥିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲେ ।

ଏହି ଶାଖାର ଅଫିସର ମାନେ ପ୍ରାୟ ପଚାଶ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟାଙ୍କରେ ସଞ୍ଚିତ ଧନ ରାଶି, କମ୍ପାନୀର ବିଭିନ୍ନ ଜିଲ୍ଲାରେ ଥିବା ଜମି ଇତ୍ୟାଦି ଦୁଇବର୍ଷ ତଳେ ଜବତ କରିଥିଲେ ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ରାଜନୀତି Tagged With: ଅର୍ଥନୈତିକ ଅପରାଧ ଶାଖା, କୋର୍ଟ, କ୍ରାଇମ ବ୍ରାଞ୍ଚ, ଚିଟଫଣ୍ଡ, ଜବତ, ସାଫେକ୍ସ

ଦ୍ୱିତୀୟ ଦିନରେ ଓକିଲ ଧର୍ମଘଟ

November 9, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ଆଇନଜୀବୀ କଲ୍ୟାଣପାଣ୍ଠିକୁ ମ୍ୟାଚିଙ୍ଗ ଗ୍ରାଣ୍ଟଦେବା ଲାଗି ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ନିଖିଳ ଓଡ଼ିଶା ଓକିଲ ସଂଘ ପକ୍ଷରୁ ରାଜ୍ୟବ୍ୟାପି ଚାଲିଥିବା ଧର୍ମଘଟର ଆଜି ହେଉଛି ଦ୍ୱିତୀୟ ଦିନ ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଏବଂ ନିଖିଳ ଓଡ଼ିଶା ଓକିଲ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟରେ ବାଧାପ୍ରାପ୍ତ ହୋଇଛି ।

ଧର୍ମଘଟ ଯୋଗୁଁ ଉଭୟ ବିଚାରବିଭାଗୀୟ ଓ ତତସମ୍ବନ୍ଧୀୟ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।ଏହି ଆନ୍ଦୋଳନରେ ରାଜ୍ୟର ସମସ୍ତ କୋର୍ଟର ଓକିଲ ସଂଘ ସାମିଲ ହୋଇଛନ୍ତି । ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଜଜଙ୍କ କୋର୍ଟ ସାମନାରେ ଆଇନଜୀବୀମାନେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇଥିଲେ ।

ଗୁରୁବାର ଦିନ ମଧ୍ୟାହ୍ନରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ, ଓଡ଼ିଶା ରାଜ୍ୟ ଓକିଲ ପରିଷଦ, ହାଇକୋର୍ଟ ଓକିଲ ସଂଘ, ଭୁବନେଶ୍ୱର ଓକିଲ ସଂଘର ସଦସ୍ୟମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରଙ୍କୁ ସାକ୍ଷାତ କରି ୫ ପୃଷ୍ଠା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ଆଇନଜୀବୀମାନଙ୍କର କୌଣସି ସାମାଜିକ ନିରାପତା ନାହିଁ । ବୃଦ୍ଧା ଅବସ୍ଥା, ରୋଗାଗ୍ରସ୍ତ ଓ ଅକାଳ ବିୟୋଗ ସମୟରେ ସେମାନଙ୍କ ପରିବାର ବେସାହାରା ହୋଇପଡୁଛି ।

ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୧ ଆଇନଜୀବୀ କଲ୍ୟାଣ ପାଣ୍ଠି,୨୦୦୧କୁ କାର୍ଯ୍ୟକାରୀ କରିବା ଲାଗି ଏହାକୁ ଆଇନରେ ପରିଣତ କରିଥିଲେ ମଧ୍ୟ ଏହି କେନ୍ଦ୍ରୀୟ ଆଇନକୁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।

ଏଥିରୁ ରାଜ୍ୟ ସରକାରଙ୍କର ଓକିଲମାନଙ୍କ ପ୍ରତି ରହିଖିବା ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଛି । ଅନ୍ୟ ୧୬ଟି ରାଜ୍ୟରେ ଏହି କଲ୍ୟାଣ ପାଣ୍ଠି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ସାରିଲାଣି । ବିଗତ ୩୦ ବର୍ଷ ଧିର ରାଜ୍ୟ ସରକାର ଏହାକୁ ଟାଳି ଆସୁଛନ୍ତି । ଏନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓକିଲ ଧର୍ମଘଟ, କେନ୍ଦ୍ର ସରକାର, କୋର୍ଟ, ରାଜ୍ୟ ସରକାର, ରାଜ୍ୟପାଳ

ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯରେ ବାଧା

November 8, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-ଆଇନଜୀବି କଲ୍ୟାଣ ପାଣ୍ଠିକୁ ଅନୁଦାନ ଦେବାରେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ରାଜ୍ୟ ଓକିଲ ସଂଘ ଡାକରାରେ ଆଇନଜୀବିମାନେ ଆଜିଠାରୁ ଦୁଇ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିଯୋଗୁଁ ସାରା ରାଜ୍ୟରେ କୋର୍ଟ କାର୍ଯ ବାଧାପ୍ରାପ୍ତ ହୋଇଛି ।

ବାର କାଉନ୍ସିଲ ଅଫ ଓଡିଶାର ଅଧ୍ୟକ୍ଷ ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ସେମାନଙ୍କ ଦାବୀ ପ୍ରତି ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ କେହିବି ଧ୍ୟାନ ଦେଉନାହାଁନ୍ତି । ବିଭିନ୍ନ ସମୟରେ ଆମେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରିଛୁ କିନ୍ତୁ କିଛି ଫଳ ହେଉନାହିଁ । ସରକାର ଶୀଘ୍ର ନିସ୍ପତି ନନେଲେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ସଂଘ ।

ପ୍ରଥମ ଦିନରେ କଟକର ସମସ୍ତ ବାରରେ ଓକିଲମାନେ ଅନୁପସ୍ଥିତ ରହିବା ସହ କ୍ରୀମିନାଲ ବାର ଆସୋସିଏସନ ଆଗରେ ଆନ୍ଦୋଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓକିଲଙ୍କ କାର୍ଯବନ୍ଦ, କୋର୍ଟ, ବିଧାନସଭା, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର

ପ୍ରଶ୍ନପତ୍ର ଚୋରି ଘଟଣାରେ ପିଅନ, ରାତ୍ର ଜଗୁଆଳି ଗିରଫ

October 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କାକଟପୁର,ଅକ୍ଟୋବର ୧୩ (ଓଡିଶା ଡଟ୍ କମ୍ )- ବହୁଚର୍ଚ୍ଚିତ ହାଇସ୍କୁଲ ସାର୍ଟିଫିକେଟ ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ଚୋରି ଘଟଣାରେ ଦୁଇଜଣ ଅଭିଯୁକ୍ତ ପୁରୀ ଜିଲା କାକଟପୁର ନିକଟସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠର ପିଅନ ରୋହିତ ଭୋଇ ଓ ରାତ୍ର ଜଗୁଆଳି ପତିତପାବନ ଚାନ୍ଦଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ କରିଛି ।

ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବାଜପୁର ଭଗବତୀ ବିଦ୍ୟାପୀଠରୁ ଚୋରି ହୋଇଯିବାରୁ ସମଗ୍ର ରାଜ୍ୟରେ ୨୫ଦିନ ପରେ ଆଉଥରେ ପରୀକ୍ଷା କରାଇବାକୁ ପଡିଥିଲା ।

ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ଆଇଜି ବିଜୟ ଶର୍ମାଙ୍କ ପ୍ରତ୍ୟକ୍ଷ ତଦାରଖରେ ମାମଲାର ତଦନ୍ତ ଚାଲିଛି ।

କ୍ରାଇମବ୍ରାଞ୍ଚ ଡିଏସପି ବି.ପି. ଚକ୍ରବର୍ତୀଙ୍କ ନେତୃତ୍ୱରେ ଏକ ଦଳ ଶୁକ୍ରବାର ଦିନ ଏ ଦୁଇଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି ।

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ର ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

କ୍ରାଇମବ୍ରାଞ୍ଚ ଡିଏସପି ଶ୍ରୀ ଚକ୍ରବର୍ତୀ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ଖୁବଶୀଘ୍ର ସେ ଗିରଫ ହେବେ ବୋଲି ଆଶା କରାଯାଉଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୋର୍ଟ, କ୍ରାଇମବ୍ରାଞ୍ଚ, ପ୍ରଶ୍ନପତ୍ର ଚୋରି

କୋର୍ଟର ରାୟ ପରେ ପ୍ରମିଳାଙ୍କ ସଂପର୍କରେ ନିଷ୍ପତି ନିଆଯିବ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ବିଜୁ ମହିଳା ଜନତା ଦଳର ମୟୂରଭଂଜ ଜିଲା ଶାଖାର ସଭାନେତ୍ରୀ ପ୍ରମିଳା ଗିରିଙ୍କୁ ସଭାପତି ପଦରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ହଟାଇ ଦିଆଯାଇଛି ।

ଜାଲ ଜାତିଗତ ସାର୍ଟିଫିକେଟ ଅଭିଯୋଗରେ ଗିରଫ ହୋଇଥିବା ପ୍ରମିଳା ଗିରିଙ୍କ ଘଟଣା କୋର୍ଟରେ ବିଚାର ପରିସରଭୁକ୍ତ ଥିବାରୁ କୋର୍ଟର ରାୟ ପରେ ହିଁ ଦଳର ସଦସ୍ୟା ରହିବା ସଂପର୍କରେ ନିଷ୍ପତି ନିଆଯିବ ବୋଲି ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୪ ବିଧାନସଭା ନିର୍ବାଚନରେ ଆଦିବାସୀ ବୋଲି ମିଥ୍ୟା ଜାତିଗତ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଗତକାଲି ମୟୂରଭଂଜ ପୁଲିସ ଦ୍ୱାରାଗିରଫ ହେବା ସହ ତାଙ୍କର ଜାମିନ ଆବେନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ଦିନ ପାଇଁ ବାରିପଦା ମଣ୍ଡଳ କାରାଗାର ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପ୍ରକାଶ ଥାଉକି ଗିରଫ ପ୍ରମିଳା ଗିରି ମୟୂରଭଂଜ ଜିଲା ବିଜୁ ଜତନା ଦଳର ମଧ୍ୟ ଉପସଭାନେତ୍ରୀ ରହିଥିବା ସହ ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀର ମଧ୍ୟ ଦଳୀୟ ପର୍ଯ୍ୟବେକ୍ଷକ ରହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋର୍ଟ, ବିଧାନସଭା, ମୁଖ୍ୟମନ୍ତ୍ରୀ

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଜେଲରୁ ଖଲାସ

May 18, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ କୋଷ୍ଟାଲ ରୋଡ଼ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଦୀର୍ଘ ଛଅ ମାସ ଜେଲରେ ରହିବା ପରେ ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀ ଶୁକ୍ରବାର ଖଲାସ ହୋଇଛନ୍ତି ।

ଗତ ବୁଧବାର ହାଇକୋର୍ଟ ରେ ତାଙ୍କର ଜାମିନ ମଞ୍ଜୁର କରିବା ସହ କୁଜଙ୍ଗ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଆଲତରେ ହାଜର ହୋଇ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦେଶ ଅନୁଯାୟୀ ରେଡ୍ଡୀଙ୍କ ଓକିଲ ଆଜି ଅଦାଲତରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଦେଖାଇବା ପରେ କୋର୍ଟ ତାଙ୍କୁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ ।

ଗତ ୧୪ ଡ଼ିସେମ୍ବରରେ କୋଷ୍ଟାଲ ରୋଡ଼କୁ ନେଇ ହୋଇଥିବା ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସେହିମାସ ୨୪ରେ ରେଡ୍ଡିଙ୍କୁ କୁଜଙ୍ଗ ପୋଲିସ ଗିରଫ କରିଥିଲା ଏବଂ ସେ କୁଜଙ୍ଗ
ସବ୍ଜେଲରେ ଥିଲେ ।

“”ଏହି ଘଟଣାରେ ସଂପୃକ୍ତ ନଥିବା ସତ୍ୱେ ପୋଲିସ ମତେ ଗିରଫ କରିଥିଲା । ପ୍ରସ୍ତାବିତ ଅଞ୍ଚଳରୁ
ପୋସ୍କୋ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ””ଜେଲରୁ ମୁକ୍ତ ପରେ ସେ ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋର୍ଟ, ପୋସ୍କୋ, ବିଧାୟକ

ବିରଞ୍ଚି ହତ୍ୟା ମାମଲା: ରାଜା, ଚଗଲାକୁ ଆଜୀବନ କାରାଦଣ୍ଡ

December 17, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ସ୍ଥାନୀୟ ଏକ ଆଲତ ଶୁକ୍ରବାର ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଓ ତାର ସହଯୋଗୀ ଚଗଲାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଭୁବନେଶ୍ୱର ଫାଷ୍ଟ ଟ୍ରାକ୍ କୋର୍ଟ-୩ ବିଚାରପତି ବିବେକାନନ୍ଦ ଦାସ ଉଭୟଙ୍କୁ ଏହି ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।

ସରକାରୀ ଓକିଲ ଉଭୟଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଯୁକ୍ତି ବାଢିଥିବା ବେଳେ ରାଜାର ଓକିଲ ଦଣ୍ଡ କୋହଳ କରିବାକୁ ଯୁକ୍ତି ବାଢିଥିଲେ । ଉଭୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ଏହି ଦଣ୍ଡାଦେଶ କରିଛନ୍ତି ।

ଏହି ମାମଲାର ବିଚାର କରି ବିଚିାରପତି ଗତ ୧୩ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଗତ ୨୦୦୮ ଅପ୍ରେଲ ୧୩ରେ ପଣା ସଂକ୍ରାନ୍ତି ସଂଧ୍ୟାରେ କଳ୍ପନା ଛକ ସ୍ଥିତ ଜୁଡ଼ୋ ହଲରେ ବିରଞ୍ଚିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ହତ୍ୟାକାଣ୍ଡ ପରେ ଉଭୟେ ଫେରାର୍ ହୋଇଯାଇଥିଲେ । ପରେ ଚଗଲା ଓରଫ୍ ଅକ୍ଷୟ ବେହେରା ଅପ୍ରେଲ ୨୨ ତାରିଖରେ ଭୋପାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।

ସେହିପରି ମଇ ୫ ତାରିଖରେ ରାଜା ଆଚାର୍ଯ୍ୟ ଗୋଆର ପାନାଜି ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଭୁବନେଶ୍ୱର ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨୦୦୯ ଜାନୁୟାରୀ ୧ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା । ମୋଟ୍ ୨୯ ଜଣ ସାକ୍ଷୀ ଓ ପାଞ୍ଚ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।

ଦଣ୍ଡାଦେଶ ପରିପ୍ରେକ୍ଷୀରେ କୋର୍ଟ ପରିସର, ବାହାରେ ଏବଂ ଜୁଡ଼ୋହଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୋର୍ଟ, ଜୁଡ଼ୋ, ବିଚାରପତି, ବିରଞ୍ଚି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ