ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ଶତକରେ ଶତକ ହାସଲ କରି ଇତିହାସ ସୃଷ୍ଟି
କରିଥିବା ଭାରତୀୟ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।
ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ ଏକ ୧୫ ଫୁଟ୍ ଲମ୍ବର ବ୍ୟାଟ ତିଆରି କରିବା ସହ ସେଥିରେ
“”ଶହେ ତମ ଶତକ ପାଇଁ ଶୁଭେଚ୍ଛା” ବାର୍ତା ଲେଖିଛନ୍ତି ।
“”ସଚିନ ଶତକ କରିବା ବେଳେ ମୁ ଟିଭିରେ କ୍ରିକେଟ୍ ମ୍ୟାଚ ଦେଖୁଥିଲି । ଏହି ସଫଳତା ଯୋଗୁଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ୩୦ ମିନିଟ୍ ମଧ୍ୟରେ ଦଶ ଟନ୍ ବାଲି ବ୍ୟବହାର କରି କଳାକୃତି କରିଥିଲି” ସୁଦର୍ଶନ କହିଛନ୍ତି ।
କଳାକୃତିର ଏକ ଫଟୋ ଚିତ୍ର ସଚିନଙ୍କ ପାଖକୁ ପଠାଇବି, ସେ କହିଛନ୍ତି । ସୁଦର୍ଶନ ପୂର୍ବରୁ କ୍ରିକେଟ୍ ଏବଂ ସଚିନଙ୍କ ପାଇଁ ବିଭିନ୍ନ କଳାକୃତି ତିଆରି କରିଛନ୍ତି ।
ଢାକା ସ୍ଥିତ ଦେଶର ଇ ବାଙ୍ଗଲା ଷ୍ଟାଡ଼ିୟମରେ ଶୁକ୍ରବାର ଅନୁଷ୍ଠିତ ଏସିଆ କପ୍ ମ୍ୟାଚରେ ବାଙ୍ଗଲାଦେଶ ବିପକ୍ଷରେ ସଚିନ ନିଜ କ୍ୟାରିୟରର ଶହେ ତମ ଶତକ ହାସଲ କରିଛନ୍ତି ।
ଏହି ବିରଳ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଚିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତା ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ମାଇଲ ଖୁଂଟ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍