• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କ୍ୟାବିନେଟ ମନ୍ତ୍ରୀ

ବିଧାୟକ, ମନ୍ତ୍ରୀଙ୍କ ଦରମା ତିନି ଗୁଣ ବୃଦ୍ଧି

February 12, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଦରମା ଭତ୍ତା ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ତିନି ଗୁଣ ବୃଦ୍ଧି କରିଛନ୍ତି ।

ବର୍ଦ୍ଧିତ ଦରମା ଓ ଭତ୍ତା ୨୦୧୦ ଅପ୍ରେଲ ପହିଲାରୁ ଲାଗୁ ହେବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯାଇଛି ।

ବର୍ତ୍ତମାନ ବିଧାୟକମାନେ ଦରମା ଓ ଭତ୍ତା ମିଶି ୨୧,୯୫୦ ଟଙ୍କା ପାଉଥିବା ବେଳେ ଏହା ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଦରମା ବାବଦରେ ୧୬ ହଜାର ଟଙ୍କା, ନିର୍ବାଚନମଣ୍ଡଳୀ ଖର୍ଚ୍ଚ ବାବଦରେ ୧୩ ହଜାର ଟଙ୍କା, ଔଷଧ ପାଇଁ ୫ ହଜାର
ଟଙ୍କା, ଯାତାୟାତ ପାଇଁ ୭ ହଜାର, ଭତ୍ତା ୮ ହଜାର, ଖବରକାଗଜ ବାବକୁ ୧ ହଜାର, ବିଦ୍ୟୁତ ପାଇଁ ୨ ହଜାର ଟଙ୍କା ଓ ଟେଲିଫୋନ ବାବଦରେ ୮ ହଜାର ଟଙ୍କା ମିଳିବ ।

ସେହିପରି ପୂର୍ବତନ ବିଧାୟକମାନେ ପୂର୍ବରୁ ପାଉଥିବା ୬ ହଜାର ଟଙ୍କା ପେନ୍ସନକୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କା କରାଯାଇଛି । ତେବେ ସେମାନେ ବର୍ତ୍ତମାନ ୩୫ ହଜାର ଟଙ୍କା ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ ଦରମା ୨୦ ହଜାର ରୁ ୫୯ ହଜାର, କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ୧୮ ହଜାରରୁ ୫୮ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀଙ୍କ ଦରମା ୧୬ ହଜାରରୁ ୫୭ ହଜାର ଟଙ୍କା, ବାଚସ୍ପତିଙ୍କ ଦରମା ୧୯ ହଜାରରୁ ୫୮, ୫୦୦ ଟଙ୍କା ।

ଉପବାଚସ୍ପତିଙ୍କ ଦରମା ୧୬ ହଜାରରୁ ୫୭ ହଜାର ଟଙ୍କା, ସରକାରୀ ମୁଖ୍ୟ ସଚେତକ ୧୮ ହଜାରରୁ ୫୮ ହଜାର, ବିରୋଧୀ ଦଳ ନେତାଙ୍କ ଦରମା ୧୮ ହଜାରରୁ ୫୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ୟାବିନେଟ ମନ୍ତ୍ରୀ, ବିଧାୟକ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ