• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖରିପଡିଆ

ଦାରୁ ଶଗଡି ଦେଖିବାକୁ ଭିଡ, ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା

May 15, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୫ (ଓଡିଶା ଡଟ କମ) ଜଗତସିଂହପୁର ଜିଲ୍ଲାର ଖରିଆପଡାରୁ ଗୁରୁବାର ଯାତ୍ରା ଆରମ୍ଭ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି ଦେଖିବା ପାଇଁ ହୋଇଥିବା ଭିଡକୁ ନିୟନ୍ତ୍ରଣକରିବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିବାରୁ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି ।

DSCN3663 SAM_0687ଦାରୁ ଶଗଡି ଟାଣିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଥିଲେ । ପୁଲିସ ଏହା ଉପରେ କଟକଣା ଲଗାଇବାରୁ କ୍ଷୁବ୍ଧ ହୋଇ କେତେକ ଲୋକ ପୁଲିସ କୁ ଲକ୍ଷ କରି ଟେକା ପଥର ମାଡ କରିଥିଲେ । ତେବେ ତାହା ଯାଇ ଦଇତାପତିଙ୍କ ଦେଖରେ ବାଜିଥିଲା।

ଭିଡ କୁ ନିୟନ୍ତ୍ରଣ କରିବାପାଇଁ ପୁଲିସକୁ କଟକ ପାରାଦୀପ ରାସ୍ତାରେ ଥିବା ଓଡାପଡା ଛକ ନିକଟରେ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା ବୋଲି ଉପ ଜିଲ୍ଲାପାଳ ନରହରି ସେଠୀ ଓଡିଶା ଡଟ କମକୁ କହିଛନ୍ତି ।

ତେବେ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା। ଏହି ମୃଦୁ ଲାଠି ଚାଳନାରେ ପ୍ରାୟ ଅଠର ଜଣ ଭକ୍ତ ସାମାନ୍ୟ ଆହତ ହୋଇଥିବା ଭକ୍ତ ମାନେ ଅଭିଯୋଗ କରିଛନ୍ତି ।

ଖରିଆପଡାରୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି ଗଡିବା ଆରମ୍ଭ ହେବାବେଳେ ଏକ ଭକ୍ତିମୟ ପରିବେଶ ସ୍ତୃଷ୍ଟି ହୋଇଥିଲା । ଭକ୍ତ ମାନଙ୍କ ହୁଳହୁଳି, ହରିବୋଲ ଓ ନାମ ସଙ୍କୀର୍ତ୍ତନ ଧ୍ୱନିରେ ବାତାବରଣ ପ୍ରକମ୍ପିତ ହୋଇଥିଲା ।

ଦାରୁ ଦର୍ଶନ କରିବା ପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶ୍ରଦ୍ଧାଳୁମାନେ ଛିଡା ହୋଇଥିଲେ। ରାଜପଥ ଉପରେ ମହିଳା ମାନେ ଝୋଟି ଓ ମୁରୁଜ ପକାଇ ପରିବେଶକୁ ରଙ୍ଗୀନ କରିଥିଲେ ।

ଖରିଆପଡାରେ ଗ୍ରାମର ସମସ୍ତ ମହିଳା ଏକଜୁଟ ହୋଇ ଦାରୁ ଶଗଡି ଟାଣିଥିଲେ ଓ ଭାବ ବିଭୋର ହୋଇ ମହାପ୍ରଭୁଙ୍କ ଦାରୁକୁ ବିଦାୟ ଦେଇଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ରାଜନୀତି Tagged With: ଖରିପଡିଆ, ଦାରୁ ଶଗଡି, ପୁଲିସ, ଶ୍ରୀ ଜଗନ୍ନାଥ

ଦାରୁ ଛେଦନପରେ ଖରିଆପଡା ଗାଁ ବାସୀ ଅସହାୟ

May 11, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୧(ଓଡିଶା ଡଟ୍ କମ୍) ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ପରେ ସେଠାରେ ଥିବା ୩୫ଟି ଦଳିତ ପରିବାରଙ୍କ ପାଇଁ ଏବେ ଶୋକର ବାତାବରଣ ସ୍ତୃଷ୍ଟି ହୋଇଥିବା ବେଳେ ସେମାନେ ଅସହାୟ ଅନୁଭବ କରୁଥିବା କହିଛନ୍ତି ।

after daru grounded Arakhita Mallickଅରକ୍ଷିତ ମଲ୍ଲିକ ନାମକ ଗ୍ରାମର ଜଣେ ଦଳିତ ଭକ୍ତଙ୍କ କହିବା ଅନୁଯାୟୀ ୧୯୬୬ ରେ ବନଯାଗ ଯାତ୍ରୀ ଦଳ ଏହି ବୃକ୍ଷକୁ ଶ୍ରୀ ଜଗନ୍ନାଥଙ୍କର ଦାରୁ ବୋଲି ଚିହ୍ନଟ କରି ପରେ ଖାରଜ କରିଥିଲେ । ସେବେଠାରୁ ସେ ଓ ତାଙ୍କ ସ୍ତ୍ରୀ ଗାଁର ଅନ୍ୟ ଦଳିତ ପରିବାରଙ୍କ ସହାୟତାରେ ଏହି ବୃକ୍ଷକୁ ପୂଜା କରି ଆସୁଛନ୍ତି ।

ଏହି ଦାରୁବୃକ୍ଷ ସହ ତାଙ୍କର ଓ ଗାଁ ଲୋକଙ୍କର ବିଶ୍ଵାସ ଯୋଡି ହୋଇ ରହିଛି । ଅରକ୍ଷିତ ଆହୁରି ବି କହିଥିଲେ ଯେ ଦାରୁ ଥିବା ସ୍ଥାନଟି ହେଉଛି ତାଙ୍କ ବାପାଙ୍କର । ତାଙ୍କ ବାପା ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମଲିକ ଏହାକୁ ଗାଁ ଲୋକଙ୍କ ପୂଜା ନିମନ୍ତେ ଦାନ କରିଦେଇଥିଲେ। ଅରକ୍ଷିତ କହିଛନ୍ତି ପ୍ରଶାସନ ତାଙ୍କ ପୁଅକୁ ହୋମଗାର୍ଡ ଚାକିରି ଦେବାସହ ତାଙ୍କୁ ଇନ୍ଦିରା ଆୱାସ ଯୋଜନାର ଅନ୍ତ୍ରଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଉ ।

ଦାରୁ ଛେଦନ ବେଳେ କିଛି ସମୟ ପାଇଁ ବେହୋସ ହୋଇଯାଇଥିବା ଅରକ୍ଷିତଙ୍କ ସ୍ତ୍ରୀଙ୍କ କହିଥିଲେ ଯେ ଏହି ଦାରୁ ଆମପାଇଁ ସାକ୍ଷାତ ଶ୍ରୀ ଜଗନ୍ନାଥ ଥିଲେ ।

ଗାଁର ସବୁ ସୁବିଧା ଅସୁବିଧା ଆମେ ତାଙ୍କୁ ଜଣାଉ ଥିଲୁ । ଏବେ ଦାରୁ ଛେଦନ ପରେ ଆମେ ସେଥିରୁ ବଞ୍ଚିତ ହେବୁ । ଗାଁ ଲୋକଙ୍କ କହିବ ଅନୁଯାୟୀ ସେମାନେ ଏହି ବୃକ୍ଷ ତଳେ ବସି ନିଜର ଓ ଗାଁର ସବୁ ସୁବିଧା ଅସୁବିଧା ଆଲୋଚନା କରନ୍ତି । କେତେ ପୂଜା ପର୍ବାଣି ମଧ୍ୟ ଆୟୋଜନ କରନ୍ତି । ହେଲେ ଦାରୁ ଛେଦନ ପରେ ନା ଏଠି କିଛି ପୂଜା ପର୍ବାଣି ହେଇପାରିବ ନା ଆମେ ଆମ ପ୍ରଭୁଙ୍କୁ ପାଖରେ ପାଇପାରିବୁ, ସେମାନେ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଦଳିତ, ଦାରୁ, ଶ୍ରୀ ଜଗନ୍ନାଥ

ଶ୍ରଦ୍ଧାଳୁଙ୍କ ହରିବୋଲ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଦାରୁ ଛେଦନ କାର୍ଯ୍ୟ ସଂପନ୍ନ

May 10, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୧୦ (ଓଡିଶା ଡଟ କମ) ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ବୃକ୍ଷ ଛେଦନ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ଶନିବାର ସଂପନ୍ନ ହୋଇଛି ।

DSCN3576ସୂର୍ଯ୍ୟ ଉଦୟ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ଦେବା ଦେବୀଙ୍କ ପୂଜା କରଯାଇଥିଲା । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବନ ଜାଗ ଯଜ୍ଞ ର ପୂର୍ଣାହୁତି ପରେ ଅପରାହ୍ନରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିଦ୍ୟାପତି ଓ ବିଶ୍ଵାବସୁ ଦାରୁ ଚାରିପାଖରେ ପ୍ରଦକ୍ଷିଣ କରିବା ସହ ସଂସ୍କାର କରାଯାଇଥିବା ସୁନା ଓ ରୂପା କୁରାଢିରେ ଦାରୁ ମୂଳ ସ୍ପର୍ଶ କରିଥିଲେ ।

ପରେ ବିଶ୍ଵକର୍ମା ମାନେ ଲୁହା କୁରାଢୀରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦାରୁ ଛେଦନ କାର୍ଯ୍ୟରେ ସାତଜଣ ବିଶ୍ଵକର୍ମା ଓ ପ୍ରାୟ ପଚାଶରୁ ଊର୍ଦ୍ଧ୍ଵ ମହାରଣା ଯୋଗଦେଇଥିଲେ ।

ଚାରିଘଣ୍ଟାରେ ରାତି ପ୍ରାୟ ଆଠଟା ପନ୍ଦର ସମୟରେ ମହାଦାରୁ ଭୂମିସ୍ପର୍ଶ କରିଥିଲା । ଦାରୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଖରିପଡିଆରେ ଏକତ୍ରିତ ହୋଇ ଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଜଗତସିଂହପୁର, ଦାରୁ, ନବ କଳେବର, ଶ୍ରୀ ଜଗନ୍ନାଥ

ଦାରୁ ବୃକ୍ଷଥିବା ଗାଁରେ ପୁଲିସ କଟକଣା ଯୋଗୁଁ ବାସିନ୍ଦାଙ୍କ ଦହଗଞ୍ଜ

May 7, 2015 by News Bureau Leave a Comment

ଓଡିଶା ଡଟକମ: ଅମରନାଥ ପରିଡା

ଜଗତସିଂହପୁର,ମଇ ୭ (ଓଡିଶା ଡଟ୍ କମ୍), ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଚିହ୍ନଟ ହେବାପରେ ବ୍ୟାପକ ପୁଲିସ କଟକଣା ଯୋଗୁଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ପିଇବା ପାଣି ମୁନ୍ଦାଏ ପାଇଁ ସେମାନେ ବ୍ୟାପକ ଦହଗଞ୍ଜର ସାମ୍ନା କରୁଥିବା ଗ୍ରାମବାସୀ ଗୁରୁବାର କହିଛନ୍ତି ।

ଦାରୁ ବୃକ୍ଷ ଚିହ୍ନଟ ହେବା ପରେ ଗାଁରେ ଥିବା ଏକମାତ୍ର ନଳକୂପକୁ ସ୍ଥାନୀୟ ପ୍ରଶାସନ ହଟାଇ ଦେଇଛି । ଦାରୁ ଚାରିକଡେ ବାଉଁଶ ଓ ଲୁହା ବ୍ୟାରୀକେଡ ନିର୍ମାଣ କରାଯାଇଛି ଓ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କୁ ପାଖ ଗାଁରୁ ବ୍ୟାରିକେଡ଼ ଅତିକ୍ରମ କରି ପାଣି ଆଣିବା ପାଇଁ ଅନୁମତି ଦେଉନାହିଁ ।

Photo0133ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ତାଲ୍ଲି କହିଛନ୍ତି ନଳକୂପକୁ ସାମୟିକ ହଟା ଯାଇଛି ଓ ଟ୍ୟାଙ୍କର ସାହାଯ୍ୟରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଦାରୁ ଛେଦନ ପରେ ପୁନଶ୍ଚ ନଳକୂପର ବ୍ୟବସ୍ଥା କରି ଦିଆଯିବ ।

ତେବେ ଗ୍ରାମର ବୁଲେଇ ମଲ୍ଲିକ କହିଛନ୍ତି ଯୋଗାଇ ଦିଆ ଯାଉଥିବା ପାଣି ତାଙ୍କୁ ନିଅଣ୍ଟ ହେଉଛି ଓ ଦାରୁ ବୃକ୍ଷ ଚାରିପଟେ ବେରିକେଡ଼ ନିର୍ମାଣ କରାଯାଇଥିବାରୁ ପୁଲିସ କଟକଣା ଯୋଗୁଁ ତାକୁ ଅତିକ୍ରମ କରି ଅନ୍ୟ ଗାଁରୁ ପିଇବା ପାଣି ସଂଗ୍ରହ କରିବା ସମ୍ଭବପର ହେଉନାହିଁ ।

ଗ୍ରାମ ମୁଖିଆ କୃଷ୍ଣ ମଲ୍ଲିକ କହିଛନ୍ତି ଗାଁର ପ୍ରାୟ ଷାଠିଏଟି ଦଳିତ ପରିବାର ଶ୍ରୀ ଜଗନ୍ନାଥଙ୍କ ପାଇଁ ଚିହ୍ନଟ ହୋଇଥିବା ପବିତ୍ର ଦାରୁ ବୃକ୍ଷଙ୍କୁ ଗତ ଅଣେଇଶ ବର୍ଷ ହେବ ପୂଜା କରିଆସୁଛନ୍ତି । ଦାରୁଗଛ ଚିହ୍ନଟ ହେଲା ପରେ ସମସ୍ତ ଗ୍ରାମବାସୀ ଖୁସି ଅନୁଭବ କରୁଛନ୍ତି ।

ବନଯାଗ ଯାତ୍ରୀ ଦଳ ଯେତେବେଳେ ଗ୍ରାମରେ ପ୍ରବେଶ କଲେ ସେତେବେଳେ ନା ପୁଲିସ ଥିଲା ନା ପ୍ରଶାସନ । ଦାରୁବୃକ୍ଷ ଦେଖିବାପାଇଁ ଲୋକଙ୍କର ସୁଅ ଛୁଟିବାରୁ ଗାଁରେ ସ୍ଥାନୀୟ ବାସିନ୍ଦା ହିଁ ଟ୍ରାଫିକ ନିୟନ୍ତ୍ରଣ କରିବା , ପାର୍କିଂ ପାଇଁ ସ୍ଥାନ ଯୋଗାଇବା ଆଦି କାମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପୁଲିସ କି ପ୍ରଶାସନ ତାଙ୍କୁ ଠିକ ଭାବେ ପଚାରୁ ନ ଥିବା ସେ ଅଭିଯୋଗ କହିଛନ୍ତି ।

ଗାଁରେ ଏକ ପ୍ରକାର ମେଳା ଲାଗିଛି ଓ ବହୁ ସ୍ଵେଚ୍ଛାସେବୀ ସଂଗଠନ, କ୍ଷୁଦ୍ର ବ୍ୟବସାୟୀ, ଫେରିବାଲା, ବରା ପିଆଜି, ଜଳଖିଆ ଓ ବାରମଜା ବିକାଳି ନିଜର ଆସ୍ଥାନ ଜମାଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁଲୋକ ପଲିଥିନ, ରଦି କାଗଜ ଇତଃସ୍ତତଃ ଫୋପାଡୁ ଥିବାରୁ ପରିବେଶ ଦୂଷିତ ହୋଇଛି ।

ପୁଲିସ ଷାଠିଏ ଯାକ ପରିବାରଙ୍କୁ ଦାରୁ ଦର୍ଶନ ପାଇଁ ଷାଠିଏଟି ପାସ ଇସୁ କରିଥିଲା କିନ୍ତୁ ସେମାନେ ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଜଣ ପିଛା ଗୋଟିଏ ଲେଖାଏଁ ପାସ ଦାବି କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ବିଶୃଙ୍ଖଳା ଆଶଙ୍କାରେ ସମସ୍ତଙ୍କୁ ପାସ ଦିଆ ଯାଇନଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଦାରୁ, ନବ କଳେବର, ନଳକୂପ, ଶ୍ରୀ ଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷରେ ଥିବା ପେଚାଙ୍କୁ ନେଇ ବିବାଦ

May 7, 2015 by News Bureau Leave a Comment

ଓଡିଶା ଡଟ କମ: ଅମରନାଥ ପରିଡା

ଜଗତସିଂହପୁର, ମଇ ୭ (ଓଡିଶା ଡଟ କମ) ଚଳିତ ବର୍ଷ ପୁରୀରେ ହେବାକୁ ଥିବା ନବ କଳେବର ପାଇଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ଚିହ୍ନଟ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷରେ ରହିଥିବା ଏକ ପେଚା ପରିବାରକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।

SAM_0542ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, SAM_0534ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।

ଓଡିଶା ବନ୍ୟଜନ୍ତୁ ସମାଜର ସମ୍ପାଦକ ବିଶ୍ଵଜିତ ମହାନ୍ତି ମଇ ଚାରି ତାରିଖ ଦିନ ସରକାରଙ୍କୁ ବୃକ୍ଷ ଛେଦନ ପୂର୍ବରୁ ଏହି ପେଚା ପରିବାରକୁ ଉଦ୍ଧାର କରିବା ପାଇଁ ଏକ ଚିଠି ଲେଖିବା ପରେ ରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଜଗତସିଂହପୁର ଜିଲ୍ଲାପାଳଙ୍କୁ ତାଙ୍କର ଉଦ୍ଧାର ପାଇଁ ଦିନ ଓ ସମୟ ନିର୍ଘଣ୍ଟ କରିବାପାଇଁ ଲେଖିଥିଲେ ।

ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବୁଧବାର ବନ୍ୟ ପ୍ରାଣୀ ବିଭାଗର ଏକ ଚାରି ଜଣିଆ ପ୍ରତିନିଧି ଦଳ SAM_0543ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ । ତେବେ ପେଚାଙ୍କୁ ନଧରିବା ପାଇଁ ଦଇତାପତି ମାନେ ଜିଦ ଧରିବାରୁ ସେମାନେ ଏହି ଅଭିଯାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ।

SAM_0535ସ୍ଥାନୀୟ ଜଙ୍ଗଲ ଅଧିକାରୀ ପେଚାଙ୍କୁ ଧରିବାର ଆବଶ୍ୟକ ନାହିଁ ଓ ସେମାନେ ବୃକ୍ଷ ଛେଦନ ସମୟରେ କିମ୍ବା ପୂର୍ବରୁ ଉଡିଯିବେ ବୋଲି କହୁଥିବା ବେଳେ, ଶାବକ ପେଚା ଉଡିବାରେ ସକ୍ଷମ ନୁହନ୍ତି ଓ ସେମାନଙ୍କୁ ଉଦ୍ଧାର କରାଯିବା ଉଚିତ ବୋଲି ବିଶ୍ଵଜିତ ମହାନ୍ତି କହିଛନ୍ତି ।

ପେଚା ଦେବୀ ଲକ୍ଷ୍ମୀଙ୍କ ବାହନ ହୋଇଥିବାରୁ ଖରିପଡିଆରେ ଶ୍ରୀଜଗନ୍ନାଥଙ୍କ ଦାରୁ ବୃକ୍ଷ ଓ ପେଚାଙ୍କୁ ଦେଖିବା ପାଇଁ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ Tagged With: ଖରିପଡିଆ, ଜଗତସିଂହପୁର, ଜଗନ୍ନାଥଙ୍କ ଦାରୁ ବୃକ୍ଷ, ଧର୍ମଗ୍ରନ୍ଥ, ନବ କଳେବର, ପେଚା, ଶ୍ରୀ ଜଗନ୍ନାଥ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ