• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖାଲ ଢିପ ଜମି

ସରକାରୀ ଜମି ସମତୁଲ କରିବାରୁ ବିପିଏଲ ହୀତାଧିକାରୀଙ୍କୁ ଜରିମାନା

April 29, 2015 by News Bureau Leave a Comment

ଓଡିଶା ଡଟ କମ: ପ୍ରମୋଦ ରାୟ

ଭଦ୍ରକ, ଏପ୍ରିଲ ୨୯ (ଓଡିଶା ଡଟ କମ)ନିଜ ଘର ପାଖ ସରକାରୀ ଖାଲ ଢିପ ଜମି ସମତୁଲ କରିଥିବା ଅଭିଯୋଗ କରି ସ୍ଥାନୀୟ ରାଜସ୍ଵବିଭାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଭଦ୍ରକ ଜିଲ୍ଲାର ଏକ ଗାଁରେ ଜଣେ ୭୧ ବର୍ଷୀୟ ମହିଳାଙ୍କୁ ଚାଳିଶ ହଜାର ଟଙ୍କାର ଏକ ଜରିମାନା ନୋଟିସ ଦେଇଥିବା ଉକ୍ତ ମହିଳା ବୁଧବାର ଅଭିଯୋଗ କରିଛନ୍ତି ।

Bidhaba Gehlamaniଚଣ୍ଡିଗାଁ ପଞ୍ଚାୟତ କୋଡଗମ୍ଭିର ଗ୍ରାମର ବିପିଏଲ ହୀତାଧିକାରୀ ସ୍ୱର୍ଗତଃ ସୋମନାଥ ମିଶ୍ରଙ୍କ ସ୍ତ୍ରୀ ଗେହ୍ଲାମଣୀ ମିଶ୍ର ଘରବାଡିରେ ପନି ପରିବା ଚାଷ କରି ଯାହା ଦି ପଇସା ମିଳୁଥିଲା ସେତକରେ ନିଜ ପରିବାରକୁ ବହୁ ଦୁଃଖ କଷ୍ଠରେ ଚଳାଇ ଆସୁଛନ୍ତି ।

ତିନି ପୁଅ ବାହାର ରାଜ୍ୟକୁ ଗୋତି ଶ୍ରମିକ ଭାବେ ଚାଲିଯିବାପରେ ସେ ଅନ୍ୟ ଦୁଇ ପୁଅଙ୍କୁ ନେଇ ଘରବାଡିକୁ ଲାଗି ଥିବା ଖାଲଢିପ ଜମିକୁ ସମତୁଲ କରି ସେଥିରେ ପରିବା ଚାଷ କରିବା ପାଇଁ ଯୋଜନା କରିଥିଲେ, ହେଲେ ଏବେ ଏହି ଜୋରିମାନା ନୋଟିସ ତାଙ୍କୁ ଚିନ୍ତାରେ ପକାଇଛି ।

ଏହାକୁ ନେଇ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ କେହି ଶୁଣିବା ପରିବର୍ତ୍ତେ ଟଙ୍କା ପଇଠ ନକଲେ ଟଙ୍କାର ଯାହା ବି ଅଛି ତାହା ନିଲାମ କରିନେବେ ବୋଲି କହି ଜଣେ ସରକାରୀ ତାଙ୍କ ଘରେ ଲାଲନୋଟିସ ଲଗାଇଦେଇଥିବା ଗେହ୍ଲାମଣୀ ଓଡିଶା ଡଟ କମ କୁ କହିଛନ୍ତି ।

ବିଭିନ୍ନ ସ୍ଥାନରେ ବଡ ବଡ ଲୋକ ସରକାରୀ ଜମି ମାଡି ବସିଥିବା ବେଳେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଥଚ ନିଜର ପରିବାର ଚଳାଇବା ପାଇଁ ଜଣେ ବୃଦ୍ଧା ଖାଳ ଢିପ ଜମିକୁ ସମତଳ କରିବାରୁ ତାଙ୍କ ଉପରେ ପ୍ରଶାସନ କୋପଦ୍ରୁଷ୍ଟି ପକାଇଛି, ଜଣେ ସ୍ଥାନୀୟ ସ୍ଵେଚ୍ଛାସେବୀ କହିଛନ୍ତି ।

ସ୍ଥାନୀୟ ପ୍ରଶାସନ ଗେହ୍ଲାମଣୀଙ୍କୁ ୧୯୯୭ ମସିହାରେ ଜଣେ ବିପିଏଲ ହୀତାଧିକାରୀ ଭାବେ ପଞ୍ଜୀକୃତ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖରେ ତାଙ୍କୁ ମୋ କୁଡିଆ ଯୋଜନାଭୁକ୍ତ କରି, ପ୍ରଶାସନ ତାଙ୍କୁ ଏ ବାବଦକୁ ୧୫ହଜାର ଟଙ୍କା ଦେଇଥିବା କୁହାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଖାଲ ଢିପ ଜମି, ଦାରିଦ୍ର୍ୟ ସୀମାରେଖା, ସରକାରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ