• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖୋର୍ଦ୍ଧା

ଖୋର୍ଦ୍ଧା ନିକଟରେ ବେଆଇନ ବନ୍ଧୁକ କାରଖାନା ଠାବ , ଚାରି ଗିରଫ

May 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ ) ସ୍ଥାନୀୟ କମିଶନରେଟ ପୁଲିସର କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସର ମିଳିତ ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲାରେ ଶନିବାର ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ କାରଖାନା ଚାଲୁଥିବା ଘରର ମାଲିକ ସମେତ ଚାରିଜଣଙ୍କୁ ଗିରଫ କରାଯାଇଥିବା ଡେପୁଟି କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟ କମକୁ କହିଛନ୍ତି ।

କୁଇକ ଏକସନ ଟିମ ଓ ତମାଣ୍ଡୋ ପୁଲିସ ଦୁଇଜଣ ଯୁବକ ସନାତନ ବଳିଆର ସିଂହ ଓ ରଣେନ୍ଦ୍ର ପ୍ରତାପ ଦାସଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ଧରିଥିଲେ ଓ ତାଙ୍କଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ପିସ୍ତଲ ଓ ପାଞ୍ଚ ରାଉଣ୍ଡ ଗୁଳି  ଜବତ ହୋଇଥିଲା ।

୨୪ ବର୍ଷ ବୟସ୍କ ସନାତନ ଚନ୍ଦକା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ର ବାସିନ୍ଦା ହୋଇଥିବା ବେଳେ ୧୮ ବର୍ଷ ବୟସ୍କ ରଣେନ୍ଦ୍ର ଅନ୍ଧାରୁଆ ଅଞ୍ଚଳର ବୋଲି ସେ କହିଛନ୍ତି । ଜେରା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଥାନା ଅନ୍ତର୍ଗତ ପାଣିଛତ୍ର ଗ୍ରାମର ନାମ ପ୍ରକାଶ କରିବା ସହ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଥିଲା ।

ଏହି ତଥ୍ୟ ଉପରେ ପୁଲିସ ଉକ୍ତ ଗ୍ରାମରେ ବ୍ୟାପକ ଖାନତଲାସ ଚଳାଇ ୬୦ ବର୍ଷ ବୟସ୍କ ବାବୁଲି ମହାରଣା ନାମକ ବ୍ୟକ୍ତିର ଘରେ  ବନ୍ଧୁକ କାରଖାନା ଠାବ କରିଥିଲା । ଉକ୍ତ ଘରୁ ଆଉ ଦୁଇଟି ରିଭଲଭର, କିଛି ଗନ ପାଉଡର, ଲେଦ ମେସିନ, ଏଗାର ରାଉଣ୍ଡ ଗୁଳି ଓ ଗୁଳି ଗୋଳା ତିଆରି କରିବା ସାମଗ୍ରୀ ଆଦି ମିଳିଥିଲା ।

ଘର ମାଲିକ ବାବୁଲି ମହାରଣା ଜଣେ ଲୋହାର ଓ ତାକୁ ମିଶାଇ ଚାରି ଜଣଙ୍କୁ  ଗିରଫ କରଯାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: କାରଖାନା, ଖୋର୍ଦ୍ଧା, ଡେପୁଟି କମିଶନର ସତ୍ୟବ୍ରତ ଭୋଇ, ବେଆଇନ ବନ୍ଧୁକ, ଲୋହାର

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

April 23, 2015 by admin Leave a Comment

ଭୁବନେଶ୍ୱର, ଏପ୍ରିଲ ୨୩ (ଓଡିଶା ଡଟ କମ) ହଜାରେରୁ ଊର୍ଦ୍ଧ୍ଵ ସ୍ଵେଚ୍ଛାସେବୀ ବୁଧବାର ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି ।

???????????????????????????????ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପ୍ରୋତ୍ସାହନରେ ଗଠିତ ଇକୋସେଭରସ ୟୁଥ ନେଟୱର୍କର ଭୁବନେଶ୍ୱର, ବାଲିଅନ୍ତା ଏବଂ କେନ୍ଦୁଝର ଶାଖାର ୧୦୦୦ ରୁ ଉଦ୍ଧ୍ୱର୍ ସଭ୍ୟ ଏବଂ ସଭ୍ୟା ଏକାଠି ହୋଇ ଏସ୍.ଓ.ଏସ୍. ଭିଲେଜ ଖଣ୍ଡଗିରି ଠାରେ ବିଭିନ୍ନ ଗଛ ଲଗାଇବା, ବାଲିଅନ୍ତାର ଏରକଣ୍ଟାଠାରେ ଗାଁ ସଫେଇ, ଗଛଲଗାଇବା, ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା ଏବଂ କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ବ୍ଲକ୍ ର ୧୦ ଟି ରୁ ଊର୍ଦ୍ଧ୍ଵ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏପ୍ରିଲ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଇକୋସେଭ୍ରସ ୟୁଥ ନେଟୱର୍କର ଭୁବନେଶ୍ୱର ଶାଖାର ଏସ୍.ଓ.ଏସ୍. ର ଭିଲେଜର ଜାନଭି ଧଳ, ଦିପାଞ୍ଜଳୀ ମାଝି, ବାଲିଅନ୍ତା ଶାଖାର ଲିପା ପଟ୍ଟନାୟକ, କେନ୍ଦୁଝରର ମାନସ ମହନ୍ତ, ହିମାଂସୁ ମହନ୍ତ ଓ ଟିକି ମହନ୍ତ ଆଦି ଅଶଂଗ୍ରହଣ କରି ଥିଲେ ।

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ମାଟି ଓ ପାଣି ଦୂଷିତ ନକରିବା, ପାର୍କ, ରାସ୍ତା ଇତ୍ୟାଦି ସ୍ଥାନରୁ ବର୍ଯ୍ୟବସ୍ତୁକୁ ଉଠାଇ ତାକୁ ଡଷ୍ଟବିନରେ ପକାଇବା, ଗାଡିର କମ ବ୍ୟବହାର କରିବା ଇତ୍ୟାଦି ଅନେକ ପଦକ୍ଷେପ ଆମେ ନେଇପାରିବା ସେମାନେ କହିଥିଲେ । ଶେଷରେ ଭାଗ ନେଇଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପ୍ରକୃତି ବନ୍ଧୁ ହେବା ପାଇଁ ଶପଥ ନେଇଥିଲେ ।

ଓଡିଶା ଡଟ କମ

admin
admin

Filed Under: ସଭା ସମିତି Tagged With: କେନ୍ଦୁଝର, ଖୋର୍ଦ୍ଧା, ପରିବେଶ, ପିକକ୍, ସ୍ଵେଚ୍ଛାସେବୀ

ତନ୍ତମୁଣ୍ଡିଆ ମହାବୀର ପୀଠରେ ଦଶ ଦିନ ବ୍ୟାପି କାର୍ଯ୍ୟକ୍ରମ

April 16, 2015 by ନିଉଜ ଡେସ୍କ Leave a Comment

ଖୋର୍ଦ୍ଧା, ଏପ୍ରିଲ ୧୬ ( ଓଡିଶା ଡଟ କମ) ଖୋର୍ଦ୍ଧା ଜିଲ୍ଲାର ଜରିପୁଟ ତନ୍ତମୁଣ୍ଡିଆସ୍ଥିତ ସଙ୍କଟ ମୋଚନ ମହାବୀର ଦେବଙ୍କ ପଞ୍ଚବିଂଶତମ ବାର୍ଷିକୋତ୍ସବ ଉପଲକ୍ଷେ ରଜତ ଜୟନ୍ତୀ ସମାରୋହର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ତଥା ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ନିଖିଳ ଉତ୍କଳ ମଠମନ୍ଦିରାଧିଶ ସେବାସଂଘର ସଭାପତି ସ୍ୱାମୀ ଡକ୍ଟର ଅରୂପାନନ୍ଦଙ୍କ ଅଧ୍ୟକ୍ଷତାରେ ବୁଧବାର ଉଦଘାଟିତ ହୋଇଯାଇଛି ।

5ମଳିପଡା ବଡ ମଠ ମହନ୍ତ ସ୍ୱାମୀ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସମୟରେ ଶୁଭଲକ୍ଷ୍ମୀ ରାଉତରାୟ ଆବାହନୀ ସଙ୍ଗୀତ ସହିତ ଗୀତାପାଠ କରିଥିଲେ ।

ଶ୍ରୀ ଶ୍ରୀ ସଙ୍କଟ ମୋଚନ ମହାବୀର ସେବାସଂଘର ସଭାପତି ତାଙ୍କ ସ୍ୱାଗତ ଭାଷଣରେ ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଜରିପୁଟ ସମେତ ପାଖ ପଡୋଶୀ ଗ୍ରାମବାସୀ ତଥା ପ୍ରଶାସନିକ ସ୍ତରରେ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଥିଲେ ।

୨୦୧୩ ମସିହାଠାରୁ ଏହି ପ୍ରସିଦ୍ଧ ପୀଠକୁ ଓଡିଶା ସରକାର ଏକ ପର୍ଯ୍ୟଟନ କେନ୍ଦ୍ର ରୂପେ ସରକାରୀ ମାନ୍ୟତା ଦେଇଥିବାରୁ ରାଜ୍ୟ ସରକାରଙ୍କୁ ସେ ସାଧୁବାଦ ଜଣାଇଥିଲେ ।

ଅନୁଷ୍ଠାନର ସଂପାଦକ ଦୟାନିଧି ରାଉତରାୟ ତାଙ୍କ ସଂପାଦକୀୟ ବେଦବାଣୀ ପାଠ କରି କହିଲେ ୧୯୯୧ ମସିହାରେ ଭୁବନେଶ୍ୱର ଚିତ୍ରକୂଟ ମଠ ମହନ୍ତ ସ୍ୱର୍ଗତଃ ହରିଚରଣ ଦାସ ମହାରାଜ ଓ କଣାସ ମଠ ମହନ୍ତ ବିଶ୍ୱମ୍ବର ଦାସ ମହାରାଜଙ୍କ ସକ୍ରିୟ ସହଯୋଗରେ ଏହି ଅନୁଷ୍ଠାନ ଏକ କଳ୍ପବୃକ୍ଷ ସଦୃଶ ନିଜର କଳେବର ବୃଦ୍ଧି କରି ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ପାରିଛି ।

ଆଗାମୀ ଦିନରେ ଏହି ପୀଠରେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ସେ ଉପସ୍ଥିତ ସମସ୍ତ ଅତିଥି ଏବଂ ଶୁଭେଚ୍ଛୁ ମାନଙ୍କର ସହଯୋଗ କାମନା କରିଥିଲେ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ମୁଖପତ୍ର ‘ଶ୍ରୀରାମ’, ଏକ ଭଜନ ସିଡି ‘ଭକ୍ତି ଅର୍ଘ୍ୟ’ ଏବଂ ଅନୁଷ୍ଠାନର ୱେବସାଇଟ ‘ଜରିପୁଟ୍ହନୁମାନ୍ ଡଟ୍ କମ୍’ କୁ ଉନ୍ମୋଚନ କରିଥିଲେ ।

ଅଞ୍ଜନା ତନୟା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠାନର ପୂର୍ବତନ ସଭାପତି ଲକ୍ଷ୍ମୀଧର କରଙ୍କୁ ମୁଖ୍ୟ ଅତିଥି ‘ମହାବୀର ସମ୍ମାନ -୨୦୧୫’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଓଡିଶା ବ୍ୟବସାୟୀ ମହାସଂଘର ରାଜ୍ୟ ସମ୍ପାଦକ ସୁଧାକର ପଣ୍ଡା ଯୋଗଦେଇ କଳୁଷିତ ସମାଜରେ ଏକ ସୁସ୍ଥ ଆଧ୍ୟାତ୍ମିକବାଦୀ ସମାଜ ଗଠନ କରିବା ଉଦେ୍ଧଶ୍ୟରେ ଏହି ଅନୁଷ୍ଠାନ ତରଫରୁ ହେଉଥିବା ଶ୍ରୀରାମ ଚରିତ ମାନସ, ପ୍ରବଚନ, ଯଜ୍ଞାଦି କାର୍ଯ୍ୟକ୍ରମ ସର୍ବାଗ୍ରେ ପ୍ରଶଂସନୀୟ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଓକିଲ ସଙ୍ଘର ସଭାପତି ଶକ୍ତି ଶଙ୍କର ମିଶ୍ର କହିଲେ ଏହି ପ୍ରାଚୀନ ପୀଠର ସର୍ବାଙ୍ଗୀନ ଉନ୍ନତି ଉଦେ୍ଧଶ୍ୟରେ ସରକାରଙ୍କ ସହଯୋଗ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରୀ ରହିବ ।

ଦୀର୍ଘ ଦଶ ଦିନ ବ୍ୟାପି ହେବାକୁ ଥିବା ଏହି ରଜତ ଜୟନ୍ତୀ କାର୍ଯ୍ୟକ୍ରମର ମୂଖ୍ୟ ସଂଯୋଜକ ଭାବରେ ମହନ୍ତ ବିଶ୍ଵମ୍ବର ଦାସ ମହାରାଜ, ସହଯୋଗୀ ଭାବରେ ମହାମଣ୍ଡଳେଶ୍ୱର ମହନ୍ତ ସୁଦର୍ଶନ ଦାସ ମହାରାଜ, ପୁ୍ର୍ଣଚନ୍ଦ୍ର ଦାସ ମହାରାଜ ଓ ରଘୁନାଥ ଦାସ ମହାରାଜ, ଆଚାର୍ଯ୍ୟ ଭାବରେ ପଣ୍ଡିତ ସଚ୍ଚିଦାନନ୍ଦ ଖାଡଙ୍ଗା ଏବଂ ପୁରୋଧା ଭାବରେ ଅବକାଶ କର ରହିଛନ୍ତି ବୋଲି ଅନୁଷ୍ଠାନର କାର୍ଯ୍ୟକାରୀ ସଭ୍ୟ ଶିକ୍ଷାବିତ୍ ଡଃ ଧିରେନ୍ଦ୍ର ନନ୍ଦ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସାଧୁସନ୍ଥ ଓ ଭକ୍ତମାନଙ୍କ ସହଯୋଗରେ ପ୍ରତ୍ୟେହ ଅଖଣ୍ଡ ହନୁମାନ ଚାଳିଶା ପାଠ, ମହାମନ୍ତ୍ର, ନାମ ସଂକୀର୍ତ୍ତନ ଓ ଭାଗବତ ପାଠ ସହିତ ସିଂହାର ଆଳତି, ବ୍ୟାସ ଓ ଧାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାଠ, ସୂର୍ଯ୍ୟପୂଜା, ଯଜ୍ଞଶାଳା ପୂଜା ଓ ମାନସ ଯଜ୍ଞ, ଯଜ୍ଞାହୂତି, ସଂଧ୍ୟା ଆଳତୀ, ଭଜନ ପରିବେଷଣ, ପ୍ରବଚନ ଏବଂ ଶେଷରେ ଶୟନ ଆଳତି ଅନୁଷ୍ଠିତ ହେବ ।

ନିର୍ମଳ ଚନ୍ଦ୍ର ଦାଶଙ୍କ ସଂଯୋଜନାରେ ପ୍ରତ୍ୟେହ ସଂଧ୍ୟା ୮ ଘଟିକାରୁ ହେବାକୁ ଥିବା ପ୍ରବବନ କାର୍ଯ୍ୟକ୍ରମରେ ବରେଣ୍ୟ ବକ୍ତା ଭାବରେ ମହନ୍ତ ସଦାନନ୍ଦ ଦାସ ମହାରାଜ, ସନ୍ଥ ଗୌତମ ଦାସ, କୌଳାସ ଚନ୍ଦ୍ର୍ର ପଣ୍ଡା, ନବୀନଜୀ, ଡଃ ପ୍ରଫୁଲ୍ଲ କୁମାର ମିଶ୍ର, କୃପାସିନ୍ଧୁ ମିଶ୍ର, କୌଳାସ ଚନ୍ଦ୍ର ତ୍ରିପାଠୀ, ଇଂ ମୃତ୍ୟୁଞ୍ଜୟ ଚୌଧୁରୀ, ଗୁରୁ ପ୍ରସାଦ ମହାପାତ୍ର ପ୍ରମୁଖ ସେମାନଙ୍କର ଆଶୀର୍ବଚନ ରଖିବା ପାଇଁ ସଦୟ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡଃ ନନ୍ଦ ଜଣାଇଛନ୍ତି ।

ଏହି ଉଦଘାଟନି ଦିବସରେ ସକାଳ ସମୟରେ ହନୁମାନ ଚାଳିଶା ପାଠ, ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଥିବାବେଳେ ଅପରାହ୍ନରେ ଜଳଯାତ୍ରା ବିଧାନ ଓ କଳସ ଶୋଭାଯାତ୍ରା ସହିତ ଶୁଭାଧିବାସ, ଘଟ ସ୍ଥାପନ, ଧ୍ୱଜ ଉତ୍ତୋଳନ ଓ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠାନର ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ‘ମାନସ ଭଞ୍ଜନ’ ନାଟକ ସହିତ ବିଭିନ୍ନ ଭଜନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଖୋର୍ଦ୍ଧା, ମହାବୀର ପୀଠ

ଖୋର୍ଦ୍ଧାରେ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ସମାରୋହ

April 15, 2015 by ନିଉଜ ଡେସ୍କ Leave a Comment

ଖୋର୍ଦ୍ଧା ଏପ୍ରିଲ ୧୫ (ଓଡିଶା ଡଟ କମ) ସ୍ଥାନୀୟ ଗୀତା ଭବନ ପରିସରରେ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ସମାରୋହ ଖୋର୍ଦ୍ଧା ସାହିତ୍ୟ ସଂସଦ ତରଫରୁ ସଂସଦର ସଭାପତି ଶିକ୍ଷାବିତ୍ ବୈକୁଣ୍ଠନାଥ ରାଜଗୁରୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।

2 Bisuba Milan 2015ସଂସଦର ଉପସଭାପତି ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ଲକ୍ଷ୍ମୀଧର ବଡଜେନା ତାଙ୍କ ସ୍ୱାଗତ ଭାଷଣରେ କହିଲେ ଓଡିଶାର ଓଡିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆମେ ଗର୍ବିତ ।

କିନ୍ତୁ ଓଡିଶାର ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଓଡିଆ ନବବର୍ଷକୁ ସରକାରୀ ସ୍ତରରେ ମଧ୍ୟ ପାଳିତ ହେବା ପାଇଁ ଓଡିଶା ସରକାର ଯତ୍ନବାନ ହେବା ଦରକାର । ଏହି ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବା ପାଇଁ ସେ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ ।

ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନସ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ କହିଲେ ମହାନ୍ ଉତ୍କଳୀୟ ସଂସ୍କୃତି ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ସମଗ୍ର ଓଡିଶାର ପୁରପଲ୍ଲିରେ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ ।

ଏହି ଦିନ ପତ୍ୟେକ ଓଡିଆ ପଣା ପାନ କରିବାର ପରମ୍ପରା ଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ନବବର୍ଷକୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଏହା ହେଉଛି ଆମ ସଂସ୍କୃତିକୁ ବାନ୍ଧି ରଖିବା ପାଇଁ ଏକ ବଳିଷ୍ଠ ମାଧ୍ୟମ ।

ସଂସଦର ଅନ୍ୟତମ ଉପସଭାପତି ଡଃ ବୃନ୍ଦାବନ ପଣ୍ଡା କହିଲେ ଓଡିଆ ଭାଷା ଓ ସଂସ୍କୃତି ପ୍ରତି ଖୋର୍ଦ୍ଧାର ଅବଦାନ ଅତୁଳନୀୟ । ସେଥିପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବି ବିଧାନ ଚନ୍ଦ୍ର ମହାନ୍ତି ଯୋଗଦେଇ ଦୀର୍ଘ ୩୦ ବର୍ଷ ଧରି ଖୋର୍ଦ୍ଧା ସାହିତ୍ୟ ସଂସଦ ସାହିତ୍ୟ କ୍ଷେତ୍ରରେ ସାରା ଓଡିଶାରେ ତାର ଚମତ୍କାରିତ ପ୍ରଦର୍ଶିତ କରିପାରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରୁଣେଇ ସାହିତ୍ୟ ସଂସଦର ସମ୍ପାଦକ ପ୍ରହଲ୍ଲାଦ ଦାସ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ନାରାୟଣ ଦାସ, ପଲ୍ଲିଶ୍ରୀ ସାହିତ୍ୟ ସଂସଦର ସଂପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ମା ମଙ୍ଗଳା ସାହିତ୍ୟ ସଂସଦର ସଂପାଦକ ନୀଳାଦ୍ରିନାଥ ଜଗଦେବ, ମାସିକ ପତ୍ରିକା ଆମରି ସତ୍ୟର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ, ସାହିତି୍ୟକ ଗୋପାଳକୃଷ୍ଣ ଦାସ, ଉତ୍କଳ ସମ୍ମିଳନୀର ଜିଲ୍ଲା ସମ୍ପାଦକ ବିଚିତ୍ର ବଡଜେନା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡକ୍ଟର ଚପଳା ପଣ୍ଡା, ରାଜ କିଶୋର କେଇ, ଲକ୍ଷ୍ମୀ ପ୍ରସାଦ ସାହୁ, ଲକ୍ଷ୍ମୀନାରାୟଣ ରଣସିଂହ, ସୁଶାନ୍ତ କୁମାର ସାହୁ, ସୁଧାକର ବାରିକ ପ୍ରମୁଖ ଉପସ୍ଥିତ ରହି ବିଷୁବ ମିଳନର ମହତ୍ୱ ଏବଂ
ଓଡିଆ ନବବର୍ଷର ଗୁରୁତ୍ୱ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଓଡିଆ ନବବର୍ଷ, ଖୋର୍ଦ୍ଧା

ପ୍ରତିଷ୍ଠା ଦିବସ: ଭୁବନେଶ୍ୱରକୁ ସମୃଦ୍ଧ ସହର କରିବାପାଇଁ ଆହ୍ୱାନ

April 13, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୩ ( ଓଡିଶା ଡଟ କମ) ରାଜଧାନୀ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ଓ ସମୃଦ୍ଧ ସହରରେ ପରିଣତ କରିବା ପାଇଁ ୬୭ତମ
ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ସୋମବାର ବହୁ ବିଶିଷ୍ଟ ବ୍ୟକ୍ତି ଆହ୍ୱାନ ଜଣାଇଛନ୍ତି ।

ରାଜଧାନୀର ଯୋଜନାବଦ୍ଧ ବିକାଶ ଘଟାଇ ଏହାକୁ ଦେଶର ଏକ ଅଗ୍ରଗଣ୍ୟ ନଗରୀରେ ପରିଣତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ।

R1ରାଜ୍ୟ ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଭୁବନେଶ୍ୱରର ଗୌରବମୟ ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ । ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇ ବାଚସ୍ପତି କହିଥିଲେ ଯେ, ରାଜଧାନୀ ହେଉଛି ରାଜ୍ୟ ପାଇଁ ପରିଚୟ ଏବଂ ଗୌରବର ସ୍ଥଳ ।

ଏହାକୁ ସରସ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ସମସ୍ତେ ମିଶି ଏ ଦିଗରେ ସଂକଳ୍ପବଦ୍ଧ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ସମବାୟ ଓ ଅବକାରୀ ବିଭାଗ ମନ୍ତ୍ରୀ ଡା. ଦାମୋଦର ରାଉତ ଭୁବନେଶ୍ୱରର ଅତୀତ ଇତିହାସ ଏବଂ ଗୌରବମୟ ପରମ୍ପରା ସଂପର୍କରେ ସାରଗର୍ଭକ ଭାଷଣ ଦେଇ କହିଥିଲେ ଯେ, ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବକୁ ସରକାରୀସ୍ତରରେ ପାଳନ କରାଯିବା ଅପେକ୍ଷା ବର୍ତ୍ତମାନ ଭଳି ବେସରକାରୀସ୍ତରରେ ପାଳନ କରାଗଲେ ଏହା ଅଧିକ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ବୋଲି ସେ କହିଥିଲେ ।

ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସୂଚନା ଓ ଲୋକସଂପର୍କ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ରାଜ୍ୟର ମର୍ଯ୍ୟାଦା ନିର୍ଭର କରୁଥିବାରୁ ଏଥିପାR3ଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ବିଏମସି ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ପୋଲିସ୍ ମହାନିର୍ଦେଶକ ସଂଜୀବ ମାରିକ, ଖୋର୍ଦ୍ଧା ଜିଲ୍ଲପାଳ ତଥା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଅଧ୍ୟକ୍ଷ ନିରଞ୍ଜନ ସାହୁ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ, ଉପ ଜିଲ୍ଲାପାଳ ବିନୟ କୁମାର ଦାଶ, ସୈନିକ ସ୍କୁଲର ଅଧ୍ୟକ୍ଷ ଅଜୟ ଗୁପ୍ତା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ବ୍ଲକ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଏବଂ ୟୁନିଟ୍ ୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୋନାମିକା ରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସାଧାରଣ ସଂପାଦକ ସାମ୍ବାଦିକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇ ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାଭାବେ ମାନ୍ୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।
କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ -୨୦୧୫’ ପ୍ରଦାନ କରାଯାଇଥିଲା ।

ସେମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ଚିକିତ୍ସିତ ଡା. ଅଜୟ କୁମାର ମିଶ୍ର, ଶିଳ୍ପପତି ସ୍ୱର୍ଗତଃ ଜଗଦୀଶ
ବୁଦ୍ଧରାଜ (ମରଣୋତ୍ତର), ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ, କ୍ରୀଡ଼ାବିତ ଦୂତୀଚାନ୍ଦ, ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଜିନା ସାମଲ, ବୈଜ୍ଞାନିକ ଡଃ ଗୌରାଙ୍ଗ କର, ନାଲ୍କୋର ସିଏମ୍ଡି ଅଂଶୁମାନ ଦାସ, ଶ୍ରେଷ୍ଠ ସେବିକା ରୀନାମଣି ବେହେରା, ଶ୍ରେଷ୍ଠ ପୋଷ୍ଟମ୍ୟାନ୍ ରମେଶ ଚନ୍ଦ୍ର ସାମନ୍ତରାୟ, ଶ୍ରେଷ୍ଠ ଟ୍ରାଫିକ୍ କନଷ୍ଟେବଳ ଜସମନ ନାୟକ ଓ ଶ୍ରେଷ୍ଠ ଝାଡ଼ୁଦାର ସୁଦାମ ଗୋଚ୍ଛାୟତ ।

ଏହି ବେସାମରିକ ପ୍ୟାରେଡ ରାଜଧାନୀର ମୋଟ୍ ୫୫ଟି ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁଷମା ମହାନ୍ତି ପ୍ୟାରେଡ୍ କମାଣ୍ଡାଣ୍ଟ ଭାବେ ଏହାକୁ ପରିଚାଳନା କରିଥିଲାବେଳେ ତାଙ୍କୁ ସହାୟତା କରିଥିଲେ ହରପି୍ରୟା ଦାସ, ପ୍ରେମଲତା ନାୟକ ଓ ପ୍ରଭାତୀ କୁମାରୀ ଉଦୟସିଂ ।

କଲେଯ ସ୍ତରର ସର୍ବଶ୍ରେଷ୍ଠ ଦଳ ଭାବେ ସୈନିକ ସ୍କୁଲ ପାଇଥିବା ବେଳେ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ୍ କଲେଜ୍, ପଟିଆ ଦ୍ୱିତୀୟ ଓ ଏକାମ୍ର କଲେଜ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଦ୍ୟାଳୟସ୍ତରରେ ବାଳିକା ବିଭାଗରେ ୟୁନିଟ୍ ୨ ସ୍ଥିତ କ୍ୟାପିଟାଲ୍ ଗାର୍ଲ୍ସ ହାଇସ୍କୁଲ ଓ ୟୁନିଟ୍ ୩ ସ୍ଥିତ ସତ୍ୟସାଇ ଗାର୍ଲସ ହାଇସ୍କୁଲ ପ୍ରଥମ, ୟୁନିଟ୍ ୪ ସ୍ଥିତ
ସରକାରୀ ବାଳିକା ବିଦ୍ୟାଳୟ ଦ୍ୱିତୀୟ, ୟୁନିଟ୍ ୮ ସରକାରୀ ବାଳିକା ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିଲେ ।

ବିଦ୍ୟାଳୟସ୍ତରରେ ବାଳକ ବିଭାଗରେ ପୁରୁଣା ଭୁବନେଶ୍ୱରସ୍ତିତ ବିଏମ୍ ହାଇସ୍କୁଲ ପ୍ରଥମ, ୟୁନିଟ୍ ୧ ସ୍ଥିତ ସରକାରୀ ହାଇସ୍କୁଲ ଦ୍ୱିତୀୟ ଓ ୮ନଂ ସରକାରୀ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ପବ୍ଲିକ ସ୍କୁଲ ସ୍ତରରେ ଖଣ୍ଡଗିରିର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାଳିକା ବିଭାଗ ପ୍ରଥମ, ଓ ସେହି ସ୍କୁଲର ବାଳକ ବିଭାଗ ଦ୍ୱିତୀୟ ଏବଂ
ସୈନିକ ସ୍କୁଲର ପ୍ରଥମ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଓଡ଼ିଶା ସ୍କେଟିଂ ଏକାଡେମୀକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ଖୋଜାଖୋଜି ଡଟ୍ କମ ପରିଚାଳନା ନିଦେ୍ର୍ଧଶକ ସରୋଜ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଓ ତାଙ୍କ ଦ୍ୱାରା ପ୍ରାୟୋଜିତ ରାଜଧାନୀ ପ୍ରତିଷ୍ଠା କମିଟିର ନିଜସ୍ୱ ୱେବସାଇଟ ଙ୍ଗଙ୍ଗଙ୍ଗ.ମୟମମଭଭଗ୍ଦକ୍ସ.ମକ୍ଟଜ୍ଞ କୁ ମୁଖ୍ୟ ଅତିଥି ବାଚସ୍ପତି ଶ୍ରୀ ପୂଜାରୀ ଉନ୍ମୋଚନ କରିଥିଲେ ।

ସେକ ତାଜୁଉଦ୍ଧିନ୍ ଅହମ୍ମଦ ଉତ୍ସବକୁ ସଂଯୋଜନା କରିଥିବା ବେଳେ ଗୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ଦାସ, କମଳ କୁମାର ସାହୁ, ପ୍ରଭାସ ରଂଜନ
ଦାସ ଓ ଲକ୍ଷ୍ମୀନାରାୟଣ ଅଗ୍ରୱାଲ୍ ଉତ୍ସବକୁ ପରିଚାଳନା କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବଭବନ ଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ ।

ଏଥିରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ନିରଞ୍ଜନ ସେଠୀ, ଉପନିର୍ଦେଶକ ରାମଶଙ୍କର ବେହେରା ଓ ସହକାରୀ ନିର୍ଦେଶକ ବିପିନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି, ସଭା ସମିତି Tagged With: ଉତ୍ସବ, ଖୋର୍ଦ୍ଧା, ଡା. ଦାମୋଦର ରାଉତ, ବିଏମସି, ରାଜଧାନୀ, ସାମ୍ବାଦିକ

ଖୋର୍ଦ୍ଧା ପୁସ୍ତକ ମେଳା ଅପ୍ରେଲ ୧ରୁ

March 29, 2015 by ଓଡିଶା ଡଟ କମ Leave a Comment

ଖୋର୍ଦ୍ଧା , ମାର୍ଚ ୨୯ (ଓଡିଶା ଡଟ କମ) ସ୍ଥାନୀୟ ଗୀତାଭବନ ପରିସରରେ ସତ ଦିବସୀୟ ଖୋର୍ଦ୍ଧା ପୁସ୍ତକ ମେଳା ୨୦୧୫ ଅପ୍ରେଲ ୧ ରୁ ଆରମ୍ଭ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମେଳା କମିଟିର ସଭାପତି ଡଃ ଦିଲିପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

bookfareପ୍ରାରମ୍ଭରେ ବିଗତ ବର୍ଷ ମାନଙ୍କରେ ପୁସ୍ତକମେଳା ଖୋର୍ଦ୍ଧାବାସୀଙ୍କ ପାଇଁ ବହୁ ଉତ୍ସାହ ଆଣି ଦେଇଛି ବୋଲି ପସଭାପତି ଡଃ ନିରଞ୍ଜନ ମହାନ୍ତି ମତପ୍ରକାଶ କରି କହିଲେ ଏବର୍ଷ ମଧ୍ୟ ସ୍ଥାନୀୟ ପ୍ରମୁଖ ଶିକ୍ଷାବିତ ମାନଙ୍କ ସହଯୋଗରେ ଏହି ପୁସ୍ତକମେଳା ଆହୁରି ଆକର୍ଷଣୀୟ ଏବଂ ହୃଦୟସ୍ପର୍ଶୀ ହୋଇପାରିବ ।

ପୁସ୍ତକ ମେଳା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର ଧୀରେନ୍ଦ୍ର ନନ୍ଦ କହିଲେ ଏ ବର୍ଷ ମଧ୍ୟ ପୁସ୍ତକମେଳା କମିଟି ତରଫରୁ ପ୍ରକାଶ ପାଉଥିବା ‘ସବୁଜ ସ୍ୱପ୍ନ’ ସ୍ମରଣିକାରେ ମୁଖ୍ୟତଃ ଖୋର୍ଦ୍ଧାର ପ୍ରଚୀନ ସାହିତ୍ୟକୁ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ପ୍ରାବନ୍ଧିକ, ଗାଳ୍ପିକ ତଥା କବି ମାନଙ୍କୁ ଉତ୍ସାହିତ କରାଯିବ ।

ସ୍ମରଣିକାର ସମସ୍ତ ପ୍ରସ୍ତୁତି ପାଇଁ ସାହିତ୍ୟ ସଂସଦର ସଭାପତି ବୈକୁଣ୍ଠ ନାଥ ରାଜଗୁରୁ ଏବଂ କାର୍ଯ୍ୟକାରୀ ସଭ୍ୟ ଗୋପାଳକୃଷ୍ଣ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାହିତ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ଅନୁଷ୍ଠାନର ଆବାହକ ନରେନ୍ଦ୍ର ପୁଷ୍ଟି କହିଲେ ଗତବର୍ଷ ସ୍ଥାନୀୟ ପ୍ରମୁଖ ବ୍ୟକ୍ତି ମାନଙ୍କୁ ନେଇ ଦୁଇ ଶହ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ତିନି ଶହରେ ପହଞ୍ଚିବ । ଏହି ବର୍ଷ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର କାଉନ୍ସେଲିଂ ପାଇଁ ବିଭିନ୍ନ ଷ୍ଟଲମାନ ଖେଲାଯିବାର ବ୍ୟବସ୍ଥା ରହିବ ବୋଲି କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ହରିଚନ୍ଦନ କହିଥିଲେ ।

ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ୮ ତାରିଖ ମଧ୍ୟରେ ହେବାକୁ ଥିବା ଏହି ପୁସ୍ତକମେଳାର ବିଭିନ୍ନ ଦିନରେ ଶିକ୍ଷା, ସଂସ୍କୃତି, ସାହିତ୍ୟ, ଇତିହାସ, ବିଭିନ୍ନ ସାମାଜିକ ସମସ୍ୟା ଆଦି ବିଷୟକୁ ନେଇ ଆଲୋଚନାଚକ୍ରମାନ ଆୟୋଜନ କରାଇବା ପାଇଁ କମିଟିର କାର୍ଯ୍ୟକାରୀ କୃଷ୍ଣ ଚନ୍ଦ୍ର ଦାଶ, ସଭ୍ୟ ସତ୍ୟବାଦୀ ବଳିୟାରସିଂହ ଏବଂ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ବିଭିନ୍ନ ଦିନରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ କରାଇବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ଜବାହର ଲାଲ୍ ସୁବୁଦ୍ଧି ଏବଂ ପ୍ରହଲ୍ଲାଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରତ୍ୟେକ ଦିନ ସଂଧ୍ୟାରେ ଏକ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯିବା ପାଇଁ କମିଟିର କାର୍ଯ୍ୟକାରୀ ସଭ୍ୟ ବିଧାନ ଚନ୍ଦ୍ର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ପଟ୍ଟନାୟକ, ନୀଳାଦ୍ରୀନାଥ ଜଗଦେ୍ଧବ, ଡା ଯୋଗେଶ ଚନ୍ଦ୍ର ରଥ, ବିଜୟ ସାମନ୍ତସିଂହାର, ସତ୍ୟବାନ ଶ୍ରୀଚନ୍ଦନ, ସତ୍ୟାନନ୍ଦ ବେହେରା, ପ୍ରତାପ ରୁଦ୍ର ଦଳବେହେରା, ରାଘବ ଚନ୍ଦ୍ର ମହାନ୍ତି ପ୍ରମୁଖ ସଭ୍ୟମାନେ ଯୋଗ ଦେଇ ପୁସ୍ତକ ମେଳାକୁ ସାଫଲ୍ୟ ମଣ୍ଡିତ କରିବାପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର, ସାହିତ୍ୟ Tagged With: ଖୋର୍ଦ୍ଧା, ଗାଳ୍ପିକ, ପୁସ୍ତକ ମେଳା, ପ୍ରାବନ୍ଧିକ

ବ୍ରାହ୍ମଣ ମହାସଭାର ବାର୍ଷିକ ସାଧାରଣ ଅଧିବେଶନ

January 28, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁଆରୀ ୨୮(ଓଡିଶା ଡଟ୍ କମ୍ )- ସ୍ଥାନୀୟ ଗୀତାଭବନ ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏହାର ବାର୍ଷିକ ସାଧାରଣ ଅଧିବେଶନ ରାଜ୍ୟ କୋଷାଧ୍ୟକ୍ଷ ବ୍ରଜବନ୍ଧୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ବୈକୁଣ୍ଠ ନାଥ ମିଶ୍ର ଏବଂ ଯୁବବାହିନୀ ରାଜ୍ୟ ସମ୍ପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ଯୋଗଦେଇ ଜିଲ୍ଲା ଓ ନଗରର ନୂତନ କାର୍ଯ୍ୟକାରୀଣୀ ଘୋଷଣା କରିଛନ୍ତିି ।

ଜିଲ୍ଲା କାର୍ଯ୍ୟକାରୀଣୀରେ ନୂତନ ସଭାପତି ଭାବରେ ଜ୍ଞାନ ରଞ୍ଜନ ଦାଶ, ଉପସଭାପତି ଭାବରେ ସଚ୍ଚିଦାନନ୍ଦ ଦାଶ ଏବଂ ଡଃ ବୃନ୍ଦାବନ ପଣ୍ଡା, ସମ୍ପାଦକ ଭାବରେ ହରି ଚରଣ
ଦାଶ, ସହସମ୍ପାଦକ ଭାବରେ ଜିତେନ୍ଦ୍ର କୁମାର ମହାପାତ୍ର, କୋଷାଧ୍ୟକ୍ଷ ଭାବରେ ନୃସିଂହ ଚରଣ ମହାପାତ୍ରଙ୍କ ସମେତ ଅନ୍ୟ ୯ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ୧୦ ଜଣ
ଉପଦେଷ୍ଟା ମଣ୍ଡଳୀକୁ ନେଇ ପୂର୍ଣ୍ଣ କାର୍ଯ୍ୟକାରୀଣୀ ଗଠନ କରାଯାଇଛି ।

ସେହିପରି ନଗର ସଭାପତି ଭାବରେ ମଧୂସୁଦନ ରଥ, ଉପସଭାପତି ଭାବରେ ନିରଞ୍ଜନ ଖାଡଙ୍ଗା ଏବଂ ନିରଞ୍ଜନ ମିଶ୍ର, ସମ୍ପାଦକ ଭାବରେ ରଜନୀ କାନ୍ତ ଦାଶ, ସହସମ୍ପାଦକ
ଭାବରେ ଶୁସାନ୍ତ କର, କୋଷାଧ୍ୟକ୍ଷ ଭାବରେ ସନ୍ତୋଷ କୁମାର ହୋତାଙ୍କ ସମେତ ଅନ୍ୟ ୯ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ୧୦ ଜଣ ଉପଦେଷ୍ଟା ମଣ୍ଡଳୀକୁ ନେଇ ପୁର୍ଣ୍ଣ
କାର୍ଯ୍ୟକାରୀଣୀ ଗଠନ କରାଯାଇଛି ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଥାନୀୟ ବ୍ରାହ୍ମଣ ପିଲାମାନଙ୍କୁ ନେଇ ୫ଟି ଭିନ୍ନ ଭିନ୍ନ ପ୍ରତିଯୋଗୀତା ମଧ୍ୟରୁ ଗୀତାଶ୍ଲୋକ ଆବୃତି ଓ ଦେବାଦେବୀଙ୍କ ସ୍ତୁତି ଆବୃତ୍ତିରେ ଅନନ୍ୟା ମିଶ୍ର, ମଣ୍ଡଳ ରଚନା ଓ କର୍ମକର୍ମାଣୀ ସମ୍ବଦ୍ଧୀୟ ଚିତ୍ରାଙ୍କନରେ ଅମ୍ରିତା ପ୍ରିୟଦର୍ଶିନୀ ମିଶ୍ର, ପୂଜା ସାମଗ୍ରୀ ଚିହ୍ନଟରେ ତାରିଣୀ ତ୍ରୀପାଠୀ ଶ୍ରେଷ୍ଠ ବିବେଚିତ ହୋଇଥିଲେ ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଖୋର୍ଦ୍ଧାଜିଲ୍ଲା ବାହ୍ମଣ ମହାସଭା ତରଫରୁ ସାମୁହିକ ବ୍ରତୋପନୟନ ଉତ୍ସବ ଆସନ୍ତା ମେ’ ମାସ ୫ ତାରିଖରେ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ସମାଜରେ ଅବହେଳିତ ଗରିବ ବ୍ରାହ୍ମଣ ପରିବାର ଚିହ୍ନଟ କରି ବ୍ରତହେବାଯୋଗ୍ୟ ପିଲାମାନଙ୍କୁ ଚୟନ କରିବାପାଇଁ ଜିଲ୍ଲା ଓ ନଗର ସମ୍ପାଦକଙ୍କୁ ଦାଇତ୍ୱ ଦିଆଯାଇଥିଲା ।

ସେଥିପାଇଁ ଚଳଭାଷ ୯୮୫୩୩୪୬୨୨୯ ଏବଂ ୯୪୩୭୨୩୨୮୭୩ରେ ଯୋଗାଯୋଗ କରିବାପାଇଁ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣେଲ୍ ଶରତ ମିଶ୍ର, ଶକ୍ତିଶଙ୍କର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଜୟନ୍ତ ମହାପାତ୍ର, ହରିହର ନନ୍ଦ, ଡଃ ଅଶୋକ ନନ୍ଦ, ବିନୋଦିନୀ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକର ବ୍ରାହ୍ମଣ ମହାସଭା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖୋର୍ଦ୍ଧା, ଗୀତାଶ୍ଲୋକ, ବ୍ରାହ୍ମଣ ମହାସଭା

ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ରେ ଜନରାଜ୍ୟ ଦିବସ

January 28, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁଆରୀ ୨୮(ଓଡିଶା ଡଟ୍ କମ୍)-ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଣ୍ଟ୍ ର ମିଲିତ ଆନୁକୁଲ୍ୟରେ ୬୪ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ପିଢୀପାଇଁ ଭାରତବର୍ଷକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅନୁଷ୍ଠାନର ପ୍ରଶାସକ ଡକ୍ଟର ବୃନ୍ଦାବନ ପଣ୍ଡା ଭାରତର ମହାପୁରୁଷମାନଙ୍କ ତ୍ୟାଗପୁତ ଜୀବନୀକୁ ପଢିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ ଛାତ୍ରଛାତ୍ରୀମାନେ ଦେଶ ପ୍ରେମର ଭାବନାରେ ବାନ୍ଧିହୋଇ ସମାଜରେ ନିଜର ସ୍ଥିତିକୁ ମଜଭୁତ କରିବାକୁୁ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପାଧ୍ୟକ୍ଷ ସଂଜୟ କୁମାର ନାୟକ, ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ, ପ୍ରଫୁଲ୍ଲ କୁମାର ମହାପାତ୍ର୍ର, ସରସ୍ୱତୀ ସାହୁ, ସ୍ମୃତିଶୋଭନ ରାଉତ, ଅଭିଜିତ ପଟ୍ଟଯୋଶୀ, ପ୍ରବାସିନି ସାହୁ, ସୁଶାନ୍ତ କୁମାର ଦାଶ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖୋର୍ଦ୍ଧା, ଛାତ୍ରଛାତ୍ରୀ, ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍

ନବୀନ ପଞ୍ଚମ ଥରପାଇଁ ସଭାପତି ହେବା ନିଶ୍ଚିତ

January 25, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍)-ସଭାପତି ପଦପାଇଁ ବିଜେଡି ନିର୍ବାଚନ କମିଶନର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପାର୍ଥୀରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ଶ୍ରୀ ପଟ୍ଟନାୟକ ପୁଣିଥରେ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କେବଳ ୨୮ ତାରିଖରେ ଔପଚାରିକ ଘୋଷଣା କରାଯିବ ।

19-1-2013=3naveen

ନବୀନଙ୍କ ପାର୍ଥୀପତ୍ର ଦାଖଲକଲେ ମନ୍ତ୍ରୀ କଳ୍ପତରୁ ଦାସ । ସେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ନିକଟରେ ପାର୍ଥୀପତ୍ର ଦାଖଲ କଲେ । ନବୀନଙ୍କ ପାର୍ଥୀପତ୍ରରେ ୧୦ ଜଣ ସମର୍ଥକ ରହିଛନ୍ତି ।

ଆସନ୍ତା ୨୮ ତାରିଖରେ ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜେଡି ନିର୍ବାଚନ ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ,ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ଗତ ୮ତାରିଖରେ ବିଜେଡିର ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଅର୍ଦ୍ଧାଧିକ ଜିଲାରେ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ମତୈକ ଭିତିରେ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଏଥିରେ ନବୀନନିବାସର ହସ୍ତକ୍ଷେପ ଯୋଗୁ ନିର୍ବାଚନ ସହଜ ହୋଇଥିଲା ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖୋର୍ଦ୍ଧା, ନିର୍ବାଚନ, ପଶ୍ଚିମ ଓଡ଼ିଶା, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ, ରାଜ୍ୟସଭା, ଲୋକସଭା

ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ

May 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଏହି ସମୟରେ ବଜ୍ରାଘାତରେ ଦଶ ଜଣଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧା ଉପଖଣ୍ଡରେ ୬ଜଣଙ୍କ ଓ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍ ରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଙ୍କି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟ ବଘେଇପୁଟର ଏକ ପରିବାର ଲୋକ କୁଡ଼ିଆ ଘରେ ବର୍ଷା ସମୟରେ ଆଶ୍ରୟ ନେଇଥିବାବେଳେ ହଠାତ୍ ବଜ୍ରପାତ ହେବାରୁ ପ୍ରମିଳା ବେହେରା, ତାଙ୍କ ଝିଅ ନିରୁପମା ,ଇନ୍ଦୁମତୀ ରାଉତ, ମଣିବେୱା, ହଜ ଗ୍ରାମର ଅର୍ଜୁନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି ।

ବାଙ୍କି ଅଞ୍ଚଳର କାଳିପୋଇ ପଞ୍ଚାୟତର ଖଜୁରୀପାର ମୃତ୍ୟୁଞ୍ଜୟ ସିଂଙ୍କର ମୃତ୍ୟୁ ହୋଇଛି । ସେ ବାପାଙ୍କ ସହ ବାଡ଼ିରୁ ବଳଦ ଆଣୁଥିବା ବେଳେ ବଜ୍ରପାତ ହୋଇଥିଲା

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଖୋର୍ଦ୍ଧା, ବଜ୍ରାଘାତ, ବାଙ୍କି

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ